କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ ବାସଭବନ ଘେରାଉ କରିବା ସହ ଅଣ୍ଡାମାଡ଼ କରିଛି ଛାତ୍ର ଓ ଯୁବ କଂଗ୍ରେସ । ଏହା ରାଜ୍ୟର ଏକ ସମ୍ବେଦନଶୀଳ ଘଟଣା, ହସ୍ପିଟାଲର ଭୁଲ ତଥ୍ୟ ଏବଂ ଚିକିତ୍ସା ପାଇଁ ୩ଜଣଙ୍କ ସହ ଜଣେ ଗର୍ଭବତୀ ମହିଳାଙ୍କ ମଧ୍ୟ ଜୀବନ ଯାଇଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିଛନ୍ତିContinue reading “ହାଇଟେକ୍ ହସ୍ପିଟାଲ ଅଘଟଣକୁ ନେଇ ଯୁବ କଂଗ୍ରେସ ଓ ବିଜେପିର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ । ହସ୍ପିଟାଲ ଲାଇସେନ୍ସ ରଦ୍ଦ ସହ ମାଲିକଙ୍କୁ ଗିରଫ ଦାବି ।”
Category Archives: News
ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା ।
କନକ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ପରିବହନ ଶ୍ରମିକ । କେନ୍ଦ୍ର ସରକାରଙ୍କ ହିଟ୍ ଆଣ୍ଡ୍ ରନ୍ ମାମଲାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଥିଲା ଅଲ୍ ଓଡିଶା ଟ୍ରାନସପୋର୍ଟ ୱାର୍କର୍ସ ଫେଡେରେସନ । ଏ ନେଇ ଆଜି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ପରିବହନ ବିଭାଗର ତଥା ପ୍ରମୁଖ ଶାସନ ସଚିବ ଶ୍ରୀମତି ଉଷା ପାଢୀ, ଭୁବନେଶ୍ୱର-କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରୀୟଦର୍ଶୀ, ଭୁବନେଶ୍ୱର ଡିସିପି ପ୍ରତିକ ସିଂହContinue reading “ଧର୍ମଘଟରୁ ଓହରିଲା ପରିବହନ ଶ୍ରମିକ ସଂଘ । ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ବାହାରିଲା ସମାଧାନର ରାସ୍ତା ।ସଂଧ୍ୟା ସୁଦ୍ଧା ସୁଧୁରିବ ପେଟ୍ରୋଲ ସମସ୍ୟା ।”
‘ଫାଡା’ ଜାରିକଲା ରିପୋର୍ଟ । ଡିସେମ୍ବର ମାସରେ ୨୧ ପ୍ରତିଶତ ବୃଦ୍ଧି ପାଇଛି ଅଟୋମୋବାଇଲ ସେକ୍ଟରରେ ବିକ୍ରି
କନକ ବ୍ୟୁରୋ : ଫାଡା ବା ଫେଡେରେସନ ଅଫ ଅଟୋମୋବାଇଲ ଡିଲର୍ସ ଆସୋସିଏସନ ଜାରି କରିଥିବା ରିପୋର୍ଟ ମୁତାବକ ଡିସେମ୍ବର ମାସରେ ଅଟୋମୋବାଇଲ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ସମସ୍ତ ସେଗମେଣ୍ଟରେ ମଜବୁତ୍ ପ୍ରଦର୍ଶନ ଦେଖିବାକୁ ମିଳିଛି । ବିଶେଷ କରି ୨ ଚକିଆ ଯାନ ବିକ୍ରି ଡିସେମ୍ବର ମାସରେ ୨୮ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ୩ ଚକିଆ ଯାନର ବିକ୍ରି ୩୬ ପ୍ରତିଶତ ବୃଦ୍ଧି ପାଇଛି । ଏହାContinue reading “‘ଫାଡା’ ଜାରିକଲା ରିପୋର୍ଟ । ଡିସେମ୍ବର ମାସରେ ୨୧ ପ୍ରତିଶତ ବୃଦ୍ଧି ପାଇଛି ଅଟୋମୋବାଇଲ ସେକ୍ଟରରେ ବିକ୍ରି”
“ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ।
ଭାରତ ଏବଂ ମାଲଦ୍ୱୀପ ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ଅହମ୍ମଦ ଆଡିବ ଭାରତର ଏକ ମେଡ଼ିଆ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଏକ ବଡ଼ କଥା କହିଛନ୍ତି । ସେ କହିଛନ୍ତି, ‘ଆମେ କ୍ଷମା ପ୍ରାର୍ଥନା କରୁଛୁ । ଆମେ ଭାରତ ବିନା ଆଗକୁ ଯାଇ ପାରିବୁ ନାହିଁ । ମାଲଦ୍ୱୀପର ନୂତନ ସରକାର ଭାରତ ବିରୋଧୀ ବୋଲି ନିର୍ବାଚନ ପରଠାରୁ ଜଣା ପଡି ସାରିଲାଣି । ସମ୍ପର୍କ ଧୀରେ ଧୀରେContinue reading ““ଆମେ କ୍ଷମା ମାଗୁଛୁ , ଭାରତ ବିନା ଆମେ ଆଗକୁ ବଢି ପାରିବୁ ନାହିଁ : ମୋଦୀ ହେଉଛନ୍ତି ୱାର୍ଲ୍ଡ ଲିଡର” । ଏମିତି କହିଲେ ମାଲଦ୍ୱୀପର ପୂର୍ବତନ ଉପରାଷ୍ଟ୍ରପତି ।”
ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।
କନକ ବ୍ୟୁରୋ: ବିଲକିସ ବାନୋ ମାମଲାରେ ଦୋଷୀମାନଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଏବେ ଦୋଷୀମାନଙ୍କୁ ୨ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ହେବ । ସମସ୍ତ ଦୋଷୀଙ୍କୁ ପୁଣି ଜେଲରେ ରହିବାକୁ ପଡିବ । ବିଲକିସ୍ ବାନୋ ଗଣ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଅପରାଧୀଙ୍କୁ ଅକାଳରେ ମୁକ୍ତ କରିବାକୁ ଗୁଜୁରାଟ ସରକାର ଦେଇଥିବା ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନାୟାଳୟ । ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ, ଯେଉଁContinue reading “ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ରାୟ । ୧୧ ଅଭିଯୁକ୍ତଙ୍କୁ ପୁଣି ମିଳିବ ଜେଲ ଦଣ୍ଡ, ମିଳିବନି ମୁକ୍ତି ।”
ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ ପ୍ରତିଷ୍ଠାର ଆଧ୍ୟାତ୍ମ କାର୍ଯ୍ୟକ୍ରମ ।
କନକ ବ୍ୟୁରୋ: ଭାରତ ସହ ସାରା ବିଶ୍ୱ ଦେଖିବ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ । ନ୍ୟୁୟର୍କର ବ୍ୟସ୍ତବହୁଳ ତଥା ସମୃଦ୍ଧ ଛକ ଟାଇମ୍ସ ସ୍କୋୟାରରେ ପ୍ରାଣ ପ୍ରତିଷ୍ଠା ଉତ୍ସବର ସିଧା ପ୍ରସାରଣ ଦେଖିହେବ । ବିଦେଶରେ ଥିବା ବିଭିନ୍ନ ଭାରତୀୟ ଦୂତାବାସରେ ମଧ୍ୟ ଏହାର ସିଧାପ୍ରସାରଣ ହେବ । ଏହାପୂର୍ବରୁ ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ହୋଇଥିଲା । ଏହାର ଏକ ଚିତ୍ର ଟାଇମ୍ସContinue reading “ବିଦେଶରେ ପ୍ରସାରିତ ହେବ ରାମ ମନ୍ଦିର ପ୍ରତିଷ୍ଠାର ସିଧା ପ୍ରସାରଣ । ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଲୋକେ ଦେଖିବେ ପ୍ରତିଷ୍ଠାର ଆଧ୍ୟାତ୍ମ କାର୍ଯ୍ୟକ୍ରମ ।”
ମନ୍ତ୍ରୀ ଭାବେ ୧୦ ଦିନ ପୂର୍ବରୁ ନେଇଥିଲେ ଶପଥ, ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହାରିଲେ । ରାଜସ୍ଥାନରେ ଶାସକ ବିଜେପିକୁ ଲାଗିଲା ଝଟକା ।
କନକ ବ୍ୟୁରୋ : ୧୦ ଦିନ ପୂର୍ବରୁ ନେଇଥିଲେ ମନ୍ତ୍ରୀ ଭାବେ ଶପଥ । ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହେଲେ ପରାଜିତ । ରାଜସ୍ଥାନରୁ ଆସିଛି ଏଭଳି ଏକ ଘଟଣା । ଯେଉଁଠି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ଟିଟି ଉପ-ନିର୍ବାଚନରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ତେବେ ଏହି ପରାଜୟ ରାଜସ୍ଥାନରContinue reading “ମନ୍ତ୍ରୀ ଭାବେ ୧୦ ଦିନ ପୂର୍ବରୁ ନେଇଥିଲେ ଶପଥ, ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହାରିଲେ । ରାଜସ୍ଥାନରେ ଶାସକ ବିଜେପିକୁ ଲାଗିଲା ଝଟକା ।”
ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ ?
ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ବର୍ତ୍ତମାନ ଲେବାନନ୍ ଆଡ଼କୁ ମାଡି ଗଲାଣି । ଲେବାନନରୁ ହିଜବୁଲ୍ଲା ଗୋଟିଏ ପରେ ଗୋଟିଏ ଆକ୍ରମଣ କରି ଇସ୍ରାଏଲ ପାଇଁ ସମସ୍ୟା ବଢାଇବାରେ ଲାଗିଛି । ଗୁରୁବାର ଦିନ ଇସ୍ରାଏଲର ଏୟାର ଟ୍ରାଫିକ କଣ୍ଟ୍ରୋଲ ବେସ ଉପରେ ହୋଇଥିବା ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ଆମେରିକାର ବୈଦେଶିକ ସଚିବଙ୍କୁ ଶାନ୍ତି ପାଇଁ ପ୍ରସ୍ତାବ ନେଇ ମଧ୍ୟ ପୂର୍ବକୁ ଯିବାକୁ ପଡିଛି । ହିଜବୁଲ୍ଲା ଉତ୍ତର ଇସ୍ରାଏଲର ଏକ ଏୟାରContinue reading “ହିଜବୁଲ୍ଲା ଗଡ଼ରେ ପଶି ଭୁଲ କରିଦେଲା କି ଇସ୍ରାଏଲ ?”
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡାକବଙ୍ଗଳାରେ ଭେଟିଲେ ଅରିନ୍ଦମ ରାୟ । ଷ୍ଟାର ଅଭିନେତା ବିଜେଡିରେ ଅସନ୍ତୁଷ୍ଟ ଥିବା ନେଇ ହେଉଛି ଚର୍ଚ୍ଚା ।
କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିବା ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି ଅରିନ୍ଦମ । ଦୁଇ ଜଣଙ୍କ ଫଟୋ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି କଟକ ଧବଳେଶ୍ୱରଠାରେ ଡାକବଙ୍ଗଳାରେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତାଙ୍କୁ ଅରିନ୍ଦମ ଭେଟିବା ସହ ଫୁଲତୋଡା ଦେଇଛନ୍ତି । ଦୁଇ ଜଣଙ୍କ ମଧ୍ୟରେ ପାଖାପାଖି ୩୦ ମିନିଟ୍Continue reading “କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧବଳେଶ୍ୱର ଡାକବଙ୍ଗଳାରେ ଭେଟିଲେ ଅରିନ୍ଦମ ରାୟ । ଷ୍ଟାର ଅଭିନେତା ବିଜେଡିରେ ଅସନ୍ତୁଷ୍ଟ ଥିବା ନେଇ ହେଉଛି ଚର୍ଚ୍ଚା ।”
ପେଟ୍ରୋଲ ଟାଙ୍କିରେ ତେଲର ଅଭାବ ନେଇ ପ୍ରତିକ୍ରିୟା ରଖିଲେ ପେଟ୍ରୋଲ ପମ୍ପ ମାଲିକ ସଂଘ ସଭାପତି । କହିଲେ ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି ।
କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ଆନ୍ଦୋଳନକୁ ଓହ୍ଲାଇଛି ପରିବହନ ଶ୍ରମିକ ସଂଘ । ହିଟ୍ ଆଣ୍ଡ ରନ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ରେContinue reading “ପେଟ୍ରୋଲ ଟାଙ୍କିରେ ତେଲର ଅଭାବ ନେଇ ପ୍ରତିକ୍ରିୟା ରଖିଲେ ପେଟ୍ରୋଲ ପମ୍ପ ମାଲିକ ସଂଘ ସଭାପତି । କହିଲେ ସନ୍ଧ୍ୟା ସୁଦ୍ଧା ସୁଧୁରିବ ସ୍ଥିତି ।”