୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି; ରାମ ମନ୍ଦିର ପ୍ରତିଷ୍ଠା ପ‌ରେ ଚପଲ ପିନ୍ଧିବେ ବୋଲି କରିଛନ୍ତି ପ୍ରତିଜ୍ଞା ।

କନକ ବ୍ୟୁରୋ: ଜାନୁଆରୀ ୨୨ ତାରିଖରେ ଶ୍ରୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେବ। ସମଗ୍ର ଦେଶରେ ଶ୍ରୀ ରାମ ମନ୍ଦିର ପାଇଁ ଉତ୍ସାହ ଦେଖିବାକୁ ମିଳୁଛି ଦେଶରେ ସେହିଦିଦ ଦୀପାବଳି ପାଳନ ପାଇଁ ବି କିଛି ଲୋକ ମନସ୍ତ କରିଛନ୍ତି। ଯଦିଓ ଏହି ଦେଶରେ ଅନେକ ରାମ ଭକ୍ତ ଅଛନ୍ତି, ଯେଉଁମାନେ ଦୀର୍ଘ ବର୍ଷ ଧରି ରାମ ମନ୍ଦିରକୁ ଅପେକ୍ଷା କରି ରହିଥିଲେ, କିନ୍ତୁ ବିହାରର କିଶାନଗଞ୍ଜର ବାସିନ୍ଦା ଦେବ ଦାସଙ୍କର କାହାଣୀContinue reading “୨୩ ବର୍ଷ ହେବ ଖାଲି ପାଦରେ ଚାଲୁଛନ୍ତି; ରାମ ମନ୍ଦିର ପ୍ରତିଷ୍ଠା ପ‌ରେ ଚପଲ ପିନ୍ଧିବେ ବୋଲି କରିଛନ୍ତି ପ୍ରତିଜ୍ଞା ।”

ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଘରେ ଘରେ ଉତ୍ସାହ । ମାଲକାନଗିରିରେ ଘର ଘର ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ଶ୍ରଦ୍ଧାଳୁ ।

କନକ ବ୍ୟୁରୋ: ଶ୍ରୀରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ଲାଗି ଘରେ ଘରେ ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରୁଛନ୍ତି ବିଭିନ୍ନ ସଙ୍ଗଠନ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ମହେଶ୍ୱରୀ ସମାଜର ମହିଳା ଓ ପୁରୁଷମାନେ ଘରକୁ ଘର ବୁଲି ଓଡିଆ ଓ ହିନ୍ଦି ଭାଷାରେ ନିମନ୍ତ୍ରଣ ପତ୍ର ବଂଟନ କରୁଛନ୍ତି । ଏହା ସହ ପବିତ୍ର ଚାଉଳ ପ୍ରଦାନ କରି ଭକ୍ତଙ୍କୁ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗContinue reading “ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଘରେ ଘରେ ଉତ୍ସାହ । ମାଲକାନଗିରିରେ ଘର ଘର ବୁଲି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ଶ୍ରଦ୍ଧାଳୁ ।”

ବଢୁଛି ତେଲ ଚିନ୍ତା । ଆନ୍ଦୋଳନରେ ପରିବହନ ଶ୍ରମିକ । ୩ ଦିନ ହେଲା ପାରାଦୀପରୁ ଆସିପାରୁନି ପେଟ୍ରୋଲ, ଡିଜେଲ ।

କନକ ବ୍ୟୁରୋ: ଡ୍ରାଇଭର ଆନ୍ଦୋଳନ ଶେଷ ହେଉ ହେଉ ଏବେ ପରିବହନ ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ସଂଘ ଆରମ୍ଭ କରିଛି କାମ ବନ୍ଦ ଆନ୍ଦୋଳନ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ସଂଘ । ପ୍ରଥମେ ଡ୍ରାଇଭର ଆନ୍ଦୋଳନ ଆଉ ଏବେ ଶ୍ରମିକଙ୍କ କାମ ବନ୍ଦ ପାଇଁ ୩ ଦିନ ହେଲା ପାରାଦୀପରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଠିକ୍ରେContinue reading “ବଢୁଛି ତେଲ ଚିନ୍ତା । ଆନ୍ଦୋଳନରେ ପରିବହନ ଶ୍ରମିକ । ୩ ଦିନ ହେଲା ପାରାଦୀପରୁ ଆସିପାରୁନି ପେଟ୍ରୋଲ, ଡିଜେଲ ।”

ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ । ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର ।

କନକ ବ୍ୟୁରୋ : ଲାକ୍ଷାଦ୍ୱୀପ ଗସ୍ତ କରି ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ । ମାଳଦ୍ୱୀପରୁ ଆସିଲା ବିବାଦୀୟ ବୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛି ।Continue reading “ମୋଦିଙ୍କୁ ନେଇ ବିବାଦୀୟ ଟିପ୍ପଣୀ । ମାଳଦ୍ୱୀପ ନେତାଙ୍କ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର ।”

ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ । ମହମ୍ମଦ ମୁଇଜୁ ସରକାରକୁ ସମାଲୋଚନା । ବାତିଲ ହେଉଛି ବିମାନ ଉଡ଼ାଣ ।

କନକ ବ୍ୟୁରୋ: ବଢୁଛି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ । ଭାରତ ବିରୋଧୀ ମନ୍ତବ୍ୟ ପରେ ଏବେ ମାଲଦ୍ୱୀପର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛିା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ଏବେ ନିଲମ୍ବିତ ହୋଇସାରିଛନ୍ତି । ହେଲେ ଏହାପରେ ବି ମାଳଦ୍ୱୀପ ବୟକଟ ଟ୍ରେଣ୍ଡ ଜାରି ରହିଛି । ଏବେ ଟ୍ରାଭେଲ ବୁକିଂ ସଂସ୍ଥା ଇଜ୍ ମାଇଁ ଟ୍ରିପ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରିଛିContinue reading “ମୋଦୀ ବିରୋଧୀ ମନ୍ତବ୍ୟ ପରେ ବଢ଼ୁଛି ବୟକଟ୍ ମାଳଦ୍ୱୀପ ଟ୍ରେଣ୍ଡ । ମହମ୍ମଦ ମୁଇଜୁ ସରକାରକୁ ସମାଲୋଚନା । ବାତିଲ ହେଉଛି ବିମାନ ଉଡ଼ାଣ ।”

ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।

କନକ ବ୍ୟୁରୋ: ବାଙ୍କୀ ଭଗିପୁର ଅଞ୍ଚଳରେ ହାତୀ ଉପଦ୍ରବ । ବ୍ୟାପକ ପନିପରିବା ଫସଲ ନଷ୍ଟ କରୁଛନ୍ତି ହାତୀ ପଲ । ଗତକାଲି ବିଳମ୍ବିତ ରାତିରେ ଆଠଗଡ଼ ସୁକାଶନ ଜଙ୍ଗଲରୁ ଆସି ମହାନଦୀ ପାର ହୋଇ ଆସିଛନ୍ତି ହାତୀ ପଲ । ଏହା ପରେ ଭଗିପୁର ଅଂଚଳରେ ହୋଇଥିବା ଚାଷ ଜମିରେ ପଶି ପନିପରିବା ନଷ୍ଟ କରିଛନ୍ତି । ଏହା ପରେ ଭୋର ସମୟରେ ହାତୀ ପଲ ବାଙ୍କୀ-କଟକ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛିContinue reading “ବାଙ୍କୀରେ ହାତୀ ଉପଦ୍ରବ । ମହାନଦୀ ପାର ହୋଇ ଆସି ଫିସଲ କରୁଛନ୍ତି ନଷ୍ଟ । ଚିନ୍ତାରେ ଚାଷୀ ।”

ଜୟପୁରରେ ଭାଲୁ ଆତଙ୍କ । ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ । ସଂଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ ।

କନକ ବ୍ୟୁରୋ: ଗାଁ ଭିତରେ ପଶିଲା ଭାଲୁ । ଗୋଟିଏ କି ଦୁଇଟି ନୁହଁ ଏକାଥରକେ ୪ଟି ବଡ଼ ବଡ଼ ଭାଲୁ ଆତଙ୍କ ସୃଷ୍ଟି କରିଛନ୍ତି । ଦିନ ହେଉ କି ରାତି କେତେବେଳେ ଯାତାୟତ କରୁଥିବା ରାସ୍ତା ଉପରେ ତ ଆଉ କେତେବେଳେ ଗାଁ ଭିତରେ ପଶୁଛି ଭାଲୁ । ଜୟପୁର ବ୍ଲକର ସିନ୍ଧିଗା ହଡ଼ିଆ ଓ ପୁଟ୍ରା ଗାଁରେ ଭାଲୁ ବୁଲଥିବାରୁ ଭୟରେ ଗ୍ରାମବାସୀ ସଂଧ୍ୟା ହେଉ ହେଉ ତାଟି କବାଟ ପକାଇ ଦେଉଛନ୍ତିContinue reading “ଜୟପୁରରେ ଭାଲୁ ଆତଙ୍କ । ଭୟରେ ଘରୁ ବାହାରୁ ନାହାଁନ୍ତି ଲୋକେ । ସଂଧ୍ୟା ହେଲେ ଗାଁରେ ପଡ଼ୁଛି ତାଟି କବାଟ ।”

ଆଜି ରାଜଧାନୀରେ ବୁଲିବ ପରିକ୍ରମା ପ୍ରକଳ୍ପ ରଥ । ସଂକୀର୍ତ୍ତନ ସହ ଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଉଛି ଭୁବନେଶ୍ୱର ।

କନକ ବ୍ୟୁରୋ: ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଭକ୍ତିମୟ ପରିବେଶ ଭିତରେ ପରିକ୍ରମା କରିବ ପ୍ରକଳ୍ପ ରଥ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଭିତରେ ମୋଟ୍ ୬୭ଟି ୱାର୍ଡରେ ଏହି ପ୍ରକଳ୍ପ ରଥ ପରିକ୍ରମା କରିବ । ନାମ ସଂକୀର୍ତନ ସହ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ବିଏମସି ଅଂଚଳ । ପ୍ରତି ୱାର୍ଡର ଜଗନ୍ନାଥ ମନ୍ଦିର କିମ୍ବା ଆରାଧ୍ୟ ଦେବତାଙ୍କ ମନ୍ଦିରରୁ ଏହିContinue reading “ଆଜି ରାଜଧାନୀରେ ବୁଲିବ ପରିକ୍ରମା ପ୍ରକଳ୍ପ ରଥ । ସଂକୀର୍ତ୍ତନ ସହ ଜଗନ୍ନାଥ ଭଜନରେ ପ୍ରକମ୍ପିତ ହେଉଛି ଭୁବନେଶ୍ୱର ।”

ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା । ରାଜ୍ୟରେ ୨ଦିନ ଘନ କୁହୁଡ଼ି ।

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା । ୭ ଦଶମିକ ୪ ଡିଗ୍ରୀ ସହ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଦଶମିକ ୫ ଡିଗ୍ରୀ ଓ ଫୁଲବାଣୀରେ ୯ ଦଶମିକ ୫ ଡିଗ୍ରୀ ଓ ସେମିଳିଗୁଡ଼ାରେ ୯ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରର ରାତିର ତାପମାତ୍ରାContinue reading “ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା । ରାଜ୍ୟରେ ୨ଦିନ ଘନ କୁହୁଡ଼ି ।”

ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳାବାଘ ପରିବାର । ବିରଳ ମେଲାନିଷ୍ଟକଙ୍କ ପରିବାର ଭିଡିଓ କ୍ୟାମେରାରେ କଏଦ ।

କନକ ବ୍ୟୁରୋ: ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳା ବାଘ ପରିବାର । ୪ଟି ବିରଳ କଳା ବାଘ ଜଙ୍ଗଲରେ ଏକାଠି ବୁଲୁଥିବା ବନ ବିଭାଗ କ୍ୟାମେରାରେ କଏଦ ହୋଇଛି । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଓଡ଼ିଶା ଜଙ୍ଗଲରେ ବିରଳ ମେଲାନିଷ୍ଟକ୍ ବାଘଙ୍କ ପରିବାରର ଭିଡିଓ ଅତ୍ୟନ୍ତ ରୋଚକ । ୪ଟି ବିରଳ କଳା ବାଘଙ୍କ ମଧ୍ୟରୁ ଗୋଟିଏ ମା’ ଓ ତିନିଟି ଛୁଆ ବୋଲିContinue reading “ଓଡ଼ିଶା ଜଙ୍ଗଲରେ ବୁଲୁଛନ୍ତି କଳାବାଘ ପରିବାର । ବିରଳ ମେଲାନିଷ୍ଟକଙ୍କ ପରିବାର ଭିଡିଓ କ୍ୟାମେରାରେ କଏଦ ।”

Design a site like this with WordPress.com
Get started