କନକ ବ୍ୟୁରୋ: ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ବାଲେଶ୍ୱର । ରାଜଧାନୀ ଦିଲ୍ଲୀ ସମେତ ଅନେକ ବଡ ସହର ବାଲେଶ୍ୱର ତୁଳନାରେ କମ୍ ପ୍ରଦୂଷିତ । ପ୍ରଦୂଷଣର ଅତି ଖରାପ ଶ୍ରେଣୀରେ ରାଜ୍ୟରେ ବାଲେଶ୍ୱର, ବାରିପଦା, ଭୁବନେଶ୍ୱର, କଟକ ସହର ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିବିସିବି ତଥ୍ୟ ଅନୁଯାୟୀ, ବାଲେଶ୍ୱର ସହରର ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ଅତି ସାଂଘାତିକ ସ୍ତରରେ ରହିଛି । ଅପରାହ୍ନ ୪ଟା ସୁଦ୍ଧାContinue reading “ରାଜଧାନୀ ଦିଲ୍ଲୀଠୁ ବଳିଗଲା ବାଲେଶ୍ୱର । ରିପୋର୍ଟରେ ଦେଶର ତୃତୀୟ ସର୍ବାଧିକ ପ୍ରଦ୍ୟୁଷିତ ସହର ପାଲଟିଲା ବାଲେଶ୍ୱର ।”
Category Archives: News
ଝାରସୁଗୁଡା ଗଉରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ । ଜାତୀୟ ରାଜପଥ ୪୯ରେ ଏହି ଦୁର୍ଘଟଣା ଘଟିଛି । ଝାରସୁଗୁଡା ଜିଲ୍ଲା ବେଲପାହାଡର ଗଉରପଡା ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ବାଇକ ଆରୋହୀଙ୍କୁ ଧକ୍କା ଦେଇଥିବା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ବେଲପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ କରୁଛି । ତେବେ ତିନି ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି । The post ଝାରସୁଗୁଡା ଗଉରପଡାContinue reading “ଝାରସୁଗୁଡା ଗଉରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ।”
ମଝି ଚିଲିକାରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାତପଡା ଯାଉଥିବାବେଳେ ବାଟବଣା ହୋଇଯାଇଥିଲା ବୋଟ୍ ।
କନକ ବ୍ୟୁରୋ: ମଝି ଚିଲିକାରେ ପ୍ରାୟ ୨ ଘଣ୍ଟା ପରେ ଫସିବା ପରେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ଚିଲିକା ଦେଇ ସାତପଡା ଯିବା ବେଳେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଯାଉଥିବା ବୋଟ ଚିଲିକାରେ ଫସିଯାଇଥିଲା । ସାଗରମାଳା ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀ ବଡକୂଳ ଠାରୁ ବୋଟ ଯୋଗେ ଚିଲିକା ଦେଇ ସାତପଡା ଅଭିମୁଖେ ବାହାରିଥିଲେ । ସାଙ୍ଗରେ ଥିଲେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ହେଲେ ମଝିContinue reading “ମଝି ଚିଲିକାରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାତପଡା ଯାଉଥିବାବେଳେ ବାଟବଣା ହୋଇଯାଇଥିଲା ବୋଟ୍ ।”
ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ । ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦୀପର ୩ ମନ୍ତ୍ରୀ ।
କନକ ବ୍ୟୁରୋ: ମାଳଦ୍ୱୀପରେ ଲାକ୍ଷାଦ୍ୱୀପ ଝଡ଼ । ଭାରତ ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ବିତ ହେଲେ ମାଳଦ୍ୱୀପର ୩ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତ ଉପରେ ଆପତିଜନକ ମନ୍ତବ୍ୟ ଦେଇଥିବା ମାଳଦ୍ୱୀପ ସରକାରଙ୍କ ୩ ମନ୍ତ୍ରୀ ନିଲମ୍ବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ । ସେଠାକାର କିଛି ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଯେଉଁମାନଙ୍କୁ ରୋମାଞ୍ଚ ପସନ୍ଦ ସେମାନେ ଲାକ୍ଷାଦ୍ୱୀପContinue reading “ପ୍ରଧାନମନ୍ତ୍ରୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପରେ ଝଡ । ମୋଦୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ମାଳଦୀପର ୩ ମନ୍ତ୍ରୀ ।”
ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍ ।
କନକ ବ୍ୟୁରୋ: ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଟିମ୍ ଘୋଷଣା କଲା ବିସିସିଆଇ । ଆସନ୍ତା ୧୧ ତାରିଖରୁ ୧୭ ତାରିଖ ମଧ୍ୟରେ ଖେଳାଯିବ ମ୍ୟାଚ୍ । ୱିକେଟ କିପର ଭାବେ ସଞ୍ଜୁ ସାମସନ ଟିମରେ ସାମିଲ ହୋଇଥିବା ବେଳେ ଶେୟସ ଆୟର ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ ଲୋକେଶ ରାହୁଲଙ୍କୁ ଦଳରୁContinue reading “ଦୀର୍ଘ ସମୟ ପରେ ଟି-୨୦ ଦଳକୁ ଫେରିଲେ ରୋହିତ ଶର୍ମା ଓ ବିରାଟ କୋହଲି । ଆଫଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ ପାଇଁ ଘୋଷଣା ହେଲା ଟିମ୍ ।”
ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ସନ୍ଧ୍ୟା ୫ଟା ଯାଏଁ ହେବ ଗଣତି ।
କନକ ବ୍ୟୁରୋ: ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି । ହୀରାକୁଦ ଡ୍ୟାମଠୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ । ଏଥିପାଇଁ ୨୧ ଟି ସେକ୍ଟର ଗଠନ କରାଯାଇଛି । ୩୦ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକରୀଙ୍କୁ ନେଇ ଟିମ ଗଠନ କରଯାଯାଇଛି । ଆଜି ସକାଳ ୬ଟାରୁ ସନ୍ଧ୍ୟା ୫Continue reading “ଆଜି ହୀରାକୁଦ ଜଳଭଣ୍ଡାରରେ ହେଉଛି ପକ୍ଷୀଗଣନା । ସନ୍ଧ୍ୟା ୫ଟା ଯାଏଁ ହେବ ଗଣତି ।”
ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ କାରଗିଲରେ ଓହ୍ଲାଇଲା ହରକ୍ୟୁଲସ୍ ବିମାନ ସି-୧୩୦ । ଏଣିକି ଅନ୍ଧାରରେ ବି ଶତ୍ରୁ ଉପରେ ରଖିବ ନଜର ।
କନକ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ ଲଦାଖର କାରଗିଲରେ ଓହ୍ଲାଇଲା ସେନାର ହରକ୍ୟୁଲସ୍ ବିମାନ ସି-୧୩୦ । ଅବତରଣ ସମୟର ଭିଡିଓ ସେୟାର କରିଛି ଭାରତୀୟ ବାୟୁସେନା । ଭିଡିଓରେ ସେନାର କମାଣ୍ଡୋମାନେ ଟେରେନ୍ ମାସ୍କିଂ ଏକ୍ସରସାଇଜ କରୁଥିବା ଦେଖିବାକୁ ମିଳିଛି । ଏକ ସ୍ୱତନ୍ତ୍ର ଅଭିଯାନ ସ୍ୱରୁପ ଶତ୍ରୁଙ୍କ ଠାରୁ ଲୁଚି ଲକ୍ଷ୍ୟସ୍ଥଳରେ ଏହି ମିଶନ କରାଯାଇଥାଏ । ପାହାଡ, ଜଙ୍ଗଲ ଘେରା ଅଂଚଳରେ ରାତିରେ ଶତ୍ରୁ ଉପରେ ନଜର ରଖିବାContinue reading “ଇତିହାସ ରଚିଲା ଭାରତୀୟ ବାୟୁସେନା । ରାତିରେ କାରଗିଲରେ ଓହ୍ଲାଇଲା ହରକ୍ୟୁଲସ୍ ବିମାନ ସି-୧୩୦ । ଏଣିକି ଅନ୍ଧାରରେ ବି ଶତ୍ରୁ ଉପରେ ରଖିବ ନଜର ।”
ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଚାରିପାଖ, ବଡଦାଣ୍ଡର ଗଳି କନ୍ଦି ସ୍ଥାନ । ସଜାଗ ସ୍ୱତନ୍ତ୍ର ଟିମ୍ ।
କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ସୌନ୍ଦର୍ଯ୍ୟମୟ କରିବା ପାଇଁ ଯୁଦ୍ଧକାଳୀନ ଭିତିରେ ଆଗେଇ ଚାଲିଛି କାର୍ଯ୍ୟ । ଏପଟେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ରଖାଯାଇଛି । ପୁରୀରେ ୫ଶହରୁ ଅଧିକ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତିି ନିଆଯାଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣContinue reading “ପରିକ୍ରମା ପ୍ରକଳ୍ପ ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା । ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଚାରିପାଖ, ବଡଦାଣ୍ଡର ଗଳି କନ୍ଦି ସ୍ଥାନ । ସଜାଗ ସ୍ୱତନ୍ତ୍ର ଟିମ୍ ।”
ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ ।
କନକ ବ୍ୟୁରୋ: ପଞ୍ଚମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନ ଜିତିଲା ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ । ୩୦୦ ଆସନରୁ ୨୦୦ ଆସନରେ ବିଜୟୀ ହୋଇଛି ଅୱାମୀ ଲିଗ୍ । ବିଜୟ ପରେ ଭାରତକୁ ଭୁରି ଭୁରି ପ୍ରସଂଶା କରିଛନ୍ତି ହାସିନା । କହିଛନ୍ତି, ଭାରତ ହେଉଛି ଭରସାଯୋଗ୍ୟ ବନ୍ଧୁ । ଭାରତ ଭଳି ବନ୍ଧୁ ପାଇContinue reading “ପଞ୍ଚମ ଥର ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ଶେଖ୍ ହାସିନା । ବିରୋଧୀଙ୍କ ବଏକଟ୍ ସତ୍ୱେ ୫୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହାସିନାଙ୍କ ଅୱାମୀ ଲିଗ ଜିତିଲା ଦଳ ।”
ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବି, ପୁଣି ତେଲ ସଙ୍କଟ ଆଶଙ୍କା । ଯୋଗ ଦେବନି ଟ୍ରକ ମାଲିକ ସଂଘ ।
କନକ ବ୍ୟୁରୋ: ଆଜିଠୁ ପରିବହନ ଶ୍ରମିକଙ୍କ ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ହିଟ୍ ଆଣ୍ଡ ରନ୍ ମାମଲାରେ କେନ୍ଦ୍ର ସରକାର ଆଣିଥିବା ନୂଆ ଦଣ୍ଡ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ସକାଳ ୮ଟାରୁ ପ୍ରତିବାଦ କରାଯିବ । ଲାଗୁହେବାକୁ ଥିବା ଏହି ନୂଆ ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଛି ପରିବହନ ଶ୍ରମିକ ସଂଘ ।Continue reading “ଆଜିଠୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ । ହିଟ୍ ଆଣ୍ଡ ରନ୍ ଆଇନ ପ୍ରତ୍ୟାହାର ଦାବି, ପୁଣି ତେଲ ସଙ୍କଟ ଆଶଙ୍କା । ଯୋଗ ଦେବନି ଟ୍ରକ ମାଲିକ ସଂଘ ।”