ରାଜନୀତିର ରଂଗ ଲାଗିବା ପରେ ସ୍ପଷ୍ଟିକରଣ ରଖିଲେ କାମିଆ ଜାନି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ, କହିଲେ, କେବେବି ଖାଇନାହାଁନ୍ତି ଗୋମାଂସ

କନକ ବ୍ୟୁରୋ : ୟୁ-ଟ୍ୟୁବର କାମିଆ ଜାନିଙ୍କ ପ୍ରସଙ୍ଗରେ ରାଜନୀତିର ରଂଗ ଲାଗିବା ପରେ, ବୟାନବାଜି ତୀବ୍ର ହେବା ପରେ ସେ ନିଜେ ସାମନାକୁ ଆସିଛନ୍ତି । ଯେଉଁ ସୋସିଆଲ ମିଡିଆରେ ତାଙ୍କୁ ନେଇ ଝଡ ଉଠିଛି ସେହି ସୋସିଆଲ ମିଡିଆରେ ସେ ଭିଡିଓ ପୋଷ୍ଟ କରି ନିଜକୁ ଜଣେ ହିନ୍ଦୁ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ସେ କେବେବି ଗୋମାଂସ ଖାଇନଥିବା କିମ୍ବା ଗୋମାଂସର ପ୍ରଚାର ପ୍ରସାର କରିନାହାନ୍ତି ବୋଲି କହିଛନ୍ତି ।Continue reading “ରାଜନୀତିର ରଂଗ ଲାଗିବା ପରେ ସ୍ପଷ୍ଟିକରଣ ରଖିଲେ କାମିଆ ଜାନି । ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କଲେ, କହିଲେ, କେବେବି ଖାଇନାହାଁନ୍ତି ଗୋମାଂସ”

ଦେବଗଡ କୁନି ଝିଅ ପିହୁ ଅପହରଣ ମାମଲାର ସାଂଘାତିକ ତଥ୍ୟ । ୨ କୋଟି ଟଙ୍କା ପାଇଁ ନେଇଯାଇଥିଲେ ଦୁବୃର୍ତ, ଜଣ ପିଛା ୫୦ ଲକ୍ଷ ବାଂଟି ନେବାକୁ କରିଥିଲେ ଯୋଜନା

କନକ ବ୍ୟୁରୋ : ଦୀପକ ନାୟକ, ରୋହିତ ପାତ୍ର, ମହେଶ୍ୱର ସଗରିଆ ଏବଂ ହିମାଂଶୁ ନାରଙ୍ଗ । ଗିରଫ ହୋଇଥିବା ଏହି ୪ ଜଣ ହିଁ ପ୍ରାୟ ୪ ମାସ ପୂର୍ବରୁ ପିହୁକୁ ଅପହରଣ ପାଇଁ କରିଥିଲେ ଯୋଜାନ । ଏକାଧିକ ଥର ଅପହରଣ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଗତ ୧୮ ତାରିଖରେ ଅପହରଣ କରିବାକୁ ସଫଳ ହୋଇଥିଲେ ୪ ଅଭିଯୁକ୍ତ । ଟଙ୍କା ପାଇଁ ଟିଉସନରୁ ଫେରିବାବେଳେ ପିହୁକୁ ଅପହରଣ କରିଥିଲେ ଦୁବୃର୍ତ ।Continue reading “ଦେବଗଡ କୁନି ଝିଅ ପିହୁ ଅପହରଣ ମାମଲାର ସାଂଘାତିକ ତଥ୍ୟ । ୨ କୋଟି ଟଙ୍କା ପାଇଁ ନେଇଯାଇଥିଲେ ଦୁବୃର୍ତ, ଜଣ ପିଛା ୫୦ ଲକ୍ଷ ବାଂଟି ନେବାକୁ କରିଥିଲେ ଯୋଜନା”

ସହରୀ ଘରକୁ ରାସ୍ତା ବିପଦ । ବଲାଙ୍ଗିରରେ ରାସ୍ତା ଉଚ୍ଚା ହେବାରୁ ନିଚା ହୋଇଯାଉଛି ଘର, ବର୍ଷା ହେଲେ ଘରେ ପାଣି ପଶିବାର ଆଶଙ୍କା

କନକ ବ୍ୟୁରୋ : ବଲାଙ୍ଗିର ସହରକୁ ପ୍ଲାନିଂ ସହର ବୋଲି କୁହାଯାଏ । ଏହି ସହରର ରାସ୍ତା, ଘର, ଡ୍ରେନ ସବୁକିଛି ଚେସ୍ ବୋର୍ଡର ନକ୍ସା ହିସାବରେ ତିଆରି ହୋଇଥିଲା । ହେଲେ, ଏବେ ରାସ୍ତା ନିର୍ମାଣ କରୁଥିବା ଆରଏଣ୍ଡବି ବିଭାଗ ନିୟମ ମାନୁନଥିିବାରୁ ଦିନ ଦିନକୁ ରାସ୍ତା ଉଚ୍ଚା ହୋଇ ହୋଇ ଚାଲିଛି । କିନ୍ତୁ ଘର ଗୁଡିକ ଯେମିତି ଥିଲା ସେମିତି ଅଛି । ଯାହାକୁ ନେଇ ସହରବାସୀଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛିContinue reading “ସହରୀ ଘରକୁ ରାସ୍ତା ବିପଦ । ବଲାଙ୍ଗିରରେ ରାସ୍ତା ଉଚ୍ଚା ହେବାରୁ ନିଚା ହୋଇଯାଉଛି ଘର, ବର୍ଷା ହେଲେ ଘରେ ପାଣି ପଶିବାର ଆଶଙ୍କା”

ବ୍ରହ୍ମପୁର ହଳଦିଆ ପଦର ବସଷ୍ଟାଣ୍ଡକୁ ଯାଉନି ବସ । ଗଳି ରାସ୍ତାରେ ବସ ଗଲେ ରହିଛି ଦୁର୍ଘଟଣା ଆଶଙ୍କା, ବସ୍ ଟର୍ମିନାଲରେ ଚାଲିଛି ତହସିଲ କାର୍ଯ୍ୟାଳୟ

କନକ ବ୍ୟୁରୋ : ଦିନ ୧୦ଟା ହେଲେ ବ୍ରହ୍ମପୁର ସହରର ନୂଆ ବସଷ୍ଟଣ୍ଡ ଠାରୁ ଫାଷ୍ଟ ଗେଟ ପର୍ଯ୍ୟନ୍ତ ଭିଡ଼ ହିଁ ଭିଡ଼ । ଗୋଟଏ ପଟେ ସ୍କୁଲ ଓ କଲେଜ ଅଫିସ ଯିବା ପାଇଁ ସମସ୍ତେ ବ୍ୟସ୍ତ ରହୁଥିବା ବେଳେ ସହର ବସ ଯାତାୟତ ଟ୍ରାଫିକ ସମସ୍ୟା ବଢୁଛିି । ହଳଦିଆ ପଦର ଠାରେ ୨୦୧୩ରେ ଉଦଘାଟିତ ହୋଇଥିବା ବସ ଟର୍ମିନାଲକୁ ବସ୍ ଯାଉନାହିଁ । ଏବେ ସେଠାରେ ତହସିଲ କାର୍ଯ୍ୟାଳୟ ଚାଲୁଛି । ଏପଟେContinue reading “ବ୍ରହ୍ମପୁର ହଳଦିଆ ପଦର ବସଷ୍ଟାଣ୍ଡକୁ ଯାଉନି ବସ । ଗଳି ରାସ୍ତାରେ ବସ ଗଲେ ରହିଛି ଦୁର୍ଘଟଣା ଆଶଙ୍କା, ବସ୍ ଟର୍ମିନାଲରେ ଚାଲିଛି ତହସିଲ କାର୍ଯ୍ୟାଳୟ”

ଖଲ୍ଲିକୋଟରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ

କନକ ବ୍ୟୁରୋ : ଗରିବ ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଇବା ପାଇଁ ଲୋକଙ୍କୁ ମାଗଣାରେ ମୁଣ୍ଡ ପିଛା ୫କେଜି ଚାଉଳ ପ୍ରଦାନ କରାଯାଉଛି । ହେଲେ ଗଂଜାମ ଖଲ୍ଲିକୋଟରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି କୁଇଂଟାଲ କୁଇଂଟାଲ ଚାଉଳ । ଖଲ୍ଲିକୋଟ ବ୍ଲକ ସମିତି ବୈଠକରେ ଏଭଳି ଅଭିଯୋଗ କରିଛନ୍ତି ସରପଂଚ ଓ ସମିତି ସଭ୍ୟ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସନକାର୍ଡରୁ ମୃତକଙ୍କ ନାଁକୁ ବାଦ ଦେଉ ନାହାଁନ୍ତି ଯୋଗାଣ ଅଧିକାରୀ ।Continue reading “ଖଲ୍ଲିକୋଟରେ ପିଡିଏସ ଚାଉଳ ବଂଟନରେ ଅନିୟମିତତା । ୩ ହଜାରରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି କୁଇଣ୍ଟାଲ କୁଇଣ୍ଟାଲ ଚାଉଳ”

ମା’ ଗୋଡରେ ଘା’ ହେବାରୁ ପର କରି ଦେଲା ପରିବାର । ଘରୁ ଆଣିଲେ, ବିଲରେ ପଲିଥିନ୍ ତଳେ ଛାଡି ଚାଲିଗଲେ

କନକ ବ୍ୟୁରୋ : ଯେତେବେଳେ ଲୋକଙ୍କ ଭିତରେ ମଣିଷପଣିଆ ମରିଯାଏ, ମନରେ ଅନ୍ଧବିଶ୍ୱାସ ଜନ୍ମନିଏ, ସେତେବେଳେ ଏମିତି ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସେ । ଆପାଣର ମଣିଷଟି ପର ହୋଇଯାଏ । ଖୋଲା ଆକାଶ ତଳେ ପଲିଥିନଟିଏ ଟାଣି, ସଂପର୍କୀୟ ମଣିଷଟିକୁ ଅସହାୟ ଅବସ୍ଥାରେ ଛାଡି ଚାଲିଯାଆନ୍ତି ପରିବାର ଲୋକ । ବରଗଡ ଜିଲ୍ଲାର ଭଟଲି ୍ବ୍ଲକ ଅନ୍ତର୍ଗତ ନୂଆଁଗଡ ରାସ୍ତା କଡରୁ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ଦୃଶ୍ୟ । ଅସୁସ୍ଥ ବୃଦ୍ଧା ଜଣଙ୍କContinue reading “ମା’ ଗୋଡରେ ଘା’ ହେବାରୁ ପର କରି ଦେଲା ପରିବାର । ଘରୁ ଆଣିଲେ, ବିଲରେ ପଲିଥିନ୍ ତଳେ ଛାଡି ଚାଲିଗଲେ”

ବଖରାଏ ଘରେ ପୁରା ପରିବାର । ୫ଜଣ ଏକାଠି ବସିବାକୁ ନାହିଁ ଜାଗା, ତଥାପି ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଛନ୍ତି ରାଜକନିକା ଦିବ୍ୟାଙ୍ଗ ସତ୍ୟବ୍ରତ ଜେନାଙ୍କ ପିଲାଛୁଆ

କନକ ବ୍ୟୁରୋ :  ଝାଟି ମାଟିର କୁଡିଆରେ ରହୁଛନ୍ତି ୫ ପ୍ରାଣୀ ପରିବାର । ପିଲାଛୁଆ-ବାପାମାଆ ଏକାଠି ବସିବାକୁ ଜାଗା ନାହିଁ । ଜିନିଷ ପତ୍ର କାନ୍ଥରେ ଟଙ୍ଗା ହୋଇଛି । ରୋଷେଇ ବାସ-ଖିଆପିଆ ଘର ବାହାରେ କରିବାକୁ ପଡୁଛି । ଆଜିର ସମୟରେ ସହରରେ ବସ୍ତିବାସିନ୍ଦାଙ୍କୁ ସରକାର ଆପାର୍ଟମେଂଟ ଦେଉଛନ୍ତି । ହେଲେ କେନ୍ଦ୍ରାପଡା ରାଜକନିକା ବ୍ଲକର ସିହପଡା ଗାଁର ସତ୍ୟବ୍ରତ ଜେନାଙ୍କ ଭାଗ୍ୟରେ ଜୁଟିନାହିଁ ସରକାରୀ ଆବାସଟିଏ । ୪୩ ବର୍ଷିୟ ସୁବ୍ରତ ଏବେContinue reading “ବଖରାଏ ଘରେ ପୁରା ପରିବାର । ୫ଜଣ ଏକାଠି ବସିବାକୁ ନାହିଁ ଜାଗା, ତଥାପି ଜୀବନ ଜିଇଁବା ପାଇଁ ସଂଘର୍ଷ କରୁଛନ୍ତି ରାଜକନିକା ଦିବ୍ୟାଙ୍ଗ ସତ୍ୟବ୍ରତ ଜେନାଙ୍କ ପିଲାଛୁଆ”

ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର । ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ, କଟକରେ ୧୨ ହଜାର ପାନ ପତ୍ରରେ ତିଆରି ହୋଇଛି ସାନ୍ତାକ୍ଲଜ

କନକ ବ୍ୟୁରୋ : ବଡ ଦିନ ଯୋଗୁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଜୋର୍ ହୋଇଛି । କଟକ ସୂତାହାଟରେ ଏକ ନିଆରା ଭାବେରେ ତିଆରି ହୋଇଛି ସାନ୍ତାକ୍ଲଜ । ୧୨ ହଜାର ପାନରେ ତିଆରି ହୋଇଛି ସାନ୍ତାକ୍ଲଜ । ଥ୍ରୀ ଡି ଆଟିଷ୍ଟ ବିଜୟଲକ୍ଷ୍ମୀ ତାଙ୍କ ଟିମ୍ ମେମ୍ବରଙ୍କ ସହ ୧୭ଶହ ବର୍ଗଫୁଟ ଗ୍ରୀନ ଫିଲ୍ଡରେ ଏହି ପାନପତ୍ରରେ ସାନ୍ତାକ୍ଲଜ କରିଛନ୍ତି କାର୍ପେଟ ଉପରେ ପାନ ପତ ଓ ଫେଭୀକଲ ଦେଇ ଏହି ଆକର୍ଷଣୀୟ ସନ୍ତା ତିଆରିContinue reading “ବଡଦିନ ପାଇଁ ପ୍ରସ୍ତୁତି ଜୋରଦାର । ଆଲୋକମାଳାରେ ଝଲସୁଛି ବିଭିନ୍ନ ଚର୍ଚ୍ଚ, କଟକରେ ୧୨ ହଜାର ପାନ ପତ୍ରରେ ତିଆରି ହୋଇଛି ସାନ୍ତାକ୍ଲଜ”

“ମୁଁ ବି ସନ୍ନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସଂପର୍କ ନାହିଁ…” : କୁସ୍ତିସଂଘ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଜଭୂଷଣଙ୍କ ବୟାନ

କନକ ବ୍ୟୁରୋ : ଭାରତୀୟ କୁସ୍ତିସଂଘର ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି । ଜଣେ ଜଣେ କୁସ୍ତିଯୋଦ୍ଧା ସଂଜୟ ସିଂଙ୍କୁ ବିରୋଧ କରୁଛନ୍ତି । ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି, ପୁଣି ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି । ଏସବୁ ପରେ କେନ୍ଦ୍ର ସରକାର କୁସ୍ତିସଂଘକୁ ନିଲମ୍ବନ କରିଛି । ଏହାପରେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷContinue reading ““ମୁଁ ବି ସନ୍ନ୍ୟାସ ନେଉଛି, କୁସ୍ତିସଂଘ ସହ ମୋର କିଛି ସଂପର୍କ ନାହିଁ…” : କୁସ୍ତିସଂଘ ଉପରେ କାର୍ଯ୍ୟାନୁଷ୍ଠାନ ପରେ ବ୍ରିଜଭୂଷଣଙ୍କ ବୟାନ”

ନିଆଁ ଆଁରେ ଜଳିଗଲା ଘର, ପୋଡି ପାଉଁଶ ହୋଇଗଲା ସ୍ୱାମୀଙ୍କ ଶେଷ ସନ୍ତକ । ଘରପୋଡି ଭିତରେ କନ୍ଦେଇଦେଲା ସ୍ମୃତିପୋଡିର କାହାଣୀ…

କନକ ବ୍ୟୁରୋ: ଦୂରରୁ ହୁଏତ ଏହା ଆପଣଙ୍କୁ ଘରପୋଡିର ଦୃଶ୍ୟ ଭଳି ଲାଗିପାରେ କିମ୍ବା ପିଲାବେଳେ ଘରପୋଡିର ରଚନା ଲେଖିବାକୁ କହିଲେ ଆମେ ଯେଉଁ ଦୃଶ୍ୟକୁ ଆଖି ସାମ୍ନାକୁ ଆଣୁ ଏହା ତାହା ହୋଇପାରେ… କିନ୍ତୁ ଏଠି ଖାଲି ଘରପୋଡୁନି ବରଂ ଏଠି ଜଳି ଯାଉଛି ମନ, ପୋଡି ଯାଉଛି ପୁଳାପୁଳା ସ୍ମୃତି । ଘରର ଜିନିଷପତ୍ର ସହ ପୋଡି ପାଉଁଶ ହୋଇଯାଇଛି ସ୍ୱାମୀଙ୍କ ଶେଷ ସନ୍ତକ, ଶେଷ ସମ୍ପତ୍ତି, ଶେଷ ସ୍ମୃତି… ସ୍ୱାମୀଙ୍କ ମୃତ୍ୟୁ ପରେContinue reading “ନିଆଁ ଆଁରେ ଜଳିଗଲା ଘର, ପୋଡି ପାଉଁଶ ହୋଇଗଲା ସ୍ୱାମୀଙ୍କ ଶେଷ ସନ୍ତକ । ଘରପୋଡି ଭିତରେ କନ୍ଦେଇଦେଲା ସ୍ମୃତିପୋଡିର କାହାଣୀ…”

Design a site like this with WordPress.com
Get started