ଆଇପିଏଲରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା ! ପୁଣି ହିଟମ୍ୟାନଙ୍କ ହାତକୁ ଫେରିବ କି ମୁମ୍ବାଇ କ୍ୟାପଟେନ୍ସି?

କନକ ବ୍ୟୁରୋ: ମୁମ୍ବାଇ ଫ୍ରାଞ୍ଚାଇଜକୁ ବଡ଼ ଝଟକା, ୨୦୨୪ ଆଇପିଏଲରୁ ବାଦ୍ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ହିଟମ୍ୟାନଙ୍କ ହାତରୁ କ୍ୟାପଟେନ୍ସି ନେଇ ହାର୍ଦ୍ଦିକଙ୍କୁ ଦେଇଥିବା ମୁମ୍ବାଇ ଟିମ୍ ମ୍ୟାନେଜମେଣ୍ଟଙ୍କ ମୁଣ୍ଡ ବିନ୍ଧା କରିଛି ଏହି ଖବର । ଚିନ୍ତାରେ ଏବେ ମୁମ୍ବାଇର ପୂରା ଫ୍ରାଞ୍ଚାଇଜ୍, କାରଣ ଟ୍ରେଡ୍ କରି ଗୁଜରାଟ ଟାଇଟନ୍ସଠୁ ଆଣିଥିବା ହାର୍ଦ୍ଦିକ ଏବେ ଆହତ ଅଛନ୍ତି ବୋଲି ପିଟିଆଇକୁ ସୂଚନା ଦେଇଛି ବିସିସିଆଇ । ଏପରିକି ଆଗକୁ ଆଫଗାନିସ୍ତାନ ବିପକ୍ଷରେ ହେବାକୁଥିବା ଟି-୨୦Continue reading “ଆଇପିଏଲରୁ ବାଦ୍ ପଡ଼ିବେ ହାର୍ଦ୍ଦିକ ପାଣ୍ଡ୍ୟା ! ପୁଣି ହିଟମ୍ୟାନଙ୍କ ହାତକୁ ଫେରିବ କି ମୁମ୍ବାଇ କ୍ୟାପଟେନ୍ସି?”

ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ଭିଡ଼ । ଆଗକୁ ବଡ଼ଦିନ ନୂଆ ବର୍ଷ ପାଇଁ ନନ୍ଦନକାନନରେ ପ୍ରବଳ ଗହଳି, ବୋଟିଂ ସହ ରୋପୱେର ମଜା ନେଉଛନ୍ତି ବୁଲିଆସୁଥିବା ପର୍ଯ୍ୟଟକ

କନକ ବ୍ୟୁରୋ : ଶେଷ ହେବାକୁ ଯାଉଛି ବର୍ଷ ୨୦୨୩ । ଏନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଲାଗିଛି ଭିଡ । ଅନ୍ୟସ୍ଥାନ ଭଳି ନନ୍ଦନକାନନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳିଛି । ୪୦ ହଜାରରୁ ଅଧିକ ପର୍ଯ୍ୟଟକ ଚଡ଼ିଆଖାନାରେ ଭିଡ ଜମାଇଛନ୍ତି । ଏହାକୁ ନଜରରେ ରଖି ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାର ନନ୍ଦନକାନନ ବନ୍ଦ ରହୁଥିବା ବେଳେ ଏବେ ବଡ଼ଦିନ ଓ ନୂଆବର୍ଷ ପଡୁଥିବାରୁContinue reading “ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଲାଗିଛି ଭିଡ଼ । ଆଗକୁ ବଡ଼ଦିନ ନୂଆ ବର୍ଷ ପାଇଁ ନନ୍ଦନକାନନରେ ପ୍ରବଳ ଗହଳି, ବୋଟିଂ ସହ ରୋପୱେର ମଜା ନେଉଛନ୍ତି ବୁଲିଆସୁଥିବା ପର୍ଯ୍ୟଟକ”

ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ । ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଐତିହାସିକ ବିଜୟ । ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି ମହିଳା ଦଳ । ୭୫ ରନର ଟାର୍ଗେଟ୍ ୨ ୱିକେଟ୍ ହରାଇ ହାସଲ କରିନେଇଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷରେ ଏହା ହେଉଛି ଭାରତର ପ୍ରଥମ ଟେଷ୍ଟ ବିଜୟ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୧୯ ଓ ଦ୍ୱିତୀୟ ଇନିଂସରେ ୨୬୧ ରନ୍ କରିଥିଲା । ସେହିପରି ଭାରତ ପ୍ରଥମ ଇନିଂସରେ ୪୦୬Continue reading “ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟ । ଅଷ୍ଟ୍ରେଲିଆକୁ ୮ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ ।”

ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି

କନକ ବ୍ୟୁରୋ: ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମଧ୍ୟ ଏହି ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଛି । ପରମ୍ପରା ଅନୁସାରେ ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ଆଜିର ବିଶେଷ ତିଥିରେ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପୁରୀର ଗୌର ବିହାର ପରିସରରେ ପ୍ରସ୍ତୁତ କରାଯାଇଥିଲା ପ୍ରାୟContinue reading “ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି”

ଏବେ ମାନିବେ କି ପ୍ରତିବାଦକାରୀ କୁସ୍ତିଯୋଦ୍ଧା । କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କଲେ ସାକ୍ଷୀ ମଲ୍ଲିକ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କରିଛନ୍ତି କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ । ସେ କହିଛନ୍ତି କି, ସରକାରଙ୍କ ତରଫରୁ ନିଆଯାଇଥିବା ପ୍ରାଥମିକ ପଦକ୍ଷେପକୁ ସେ ସମର୍ଥନ କରୁଛନ୍ତି । ସେ କହିଛନ୍ତି କି କୁସ୍ତିସଂଘର ଅଧ୍ୟକ୍ଷ ଜଣେ ମହିଳା ହେବା ଆବଶ୍ୟକ । ଏହା ଫଳରେ କୁସ୍ତିସଂଘ ପାଇଁ ଖେଳୁଥିବା ମହିଳା ଓ ଝିଅମାନେ ସୁରକ୍ଷିତ ରହିବେ ।Continue reading “ଏବେ ମାନିବେ କି ପ୍ରତିବାଦକାରୀ କୁସ୍ତିଯୋଦ୍ଧା । କୁସ୍ତିସଂଘର ମାନ୍ୟତା ରଦ୍ଦ ଓ ନବ ନିଯୁକ୍ତ ଅଧ୍ୟକ୍ଷ ସଂଜୟ ସିଂଙ୍କ ନିଲମ୍ବନକୁ ସମର୍ଥନ କଲେ ସାକ୍ଷୀ ମଲ୍ଲିକ”

ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ ।

କନକ ବ୍ୟୁରୋ: ଶିମିଳିପାଳରେ ବନ୍ଧା ହେଲେ ୪ ଶିକାରୀ । ଗୋଟେ ଦିନରେ ୩ଟି ଭିନ୍ନ ଭିନ୍ନ ଘଟଣାରେ ୪ ଜଣ ଶିକାରୀଙ୍କ ସହ ୨ ଜଣ କାଠ ଚୋରଙ୍କୁ ଧରିଛି ବନବିଭାଗ । ବିଭିନ୍ନ ମାରଣାସ୍ତ୍ର ସହ ଚୋରା କାଠ ମଧ୍ୟ ଯବତ କରିଛି । ପ୍ରଥମେ ଏସଟିପିଏଫପକ୍ଷରୁ ଚଢ଼ାଉ କରି ଜେନାବିଲ ରେଂଜରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ଜେଟିଏଫ ପକ୍ଷରୁ ଚଢ଼ାଉ କରି ଡୁକୁରା ରେଂଜ ଅଂଚଳରୁ ଆଉContinue reading “ଶିକାରୀଙ୍କୁ ସାବାଡ କରିବା ପାଇଁ ବନବିଭାଗର ଚଢଉ । ଶିମିଳିପାଳରେ ୪ ଶିକାରୀ ସହ ୬ ଅଭିଯୁକ୍ତ ଗିରଫ । ମାରାଣାସ୍ତ୍ର ସହ ଚୋରାକାଠ ଜବତ ।”

ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର । କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ।

କନକ ବ୍ୟୁରୋ: କିଛି ଦିନର ନିରବତା ପରେ ପୋଲିସ- ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଏସଓଜି ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଜାରି ରହିଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । କିଛି ଦିନ ହେଲା ମାଓବାଦୀମାନେ ସର୍ଲା ଜଙ୍ଗଲରେ କ୍ୟାମ୍ପ କରି ରହି ଆସୁଥିଲେ । କନ୍ଧମାଳ ଏସପି ସୂଚନା ପାଇ କମ୍ବିଂ ଅପରେସନ କରିଥିଲେ । ସୂଚନା ଅନୁସାରେ ୨Continue reading “ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର । କନ୍ଧମାଳ ତୁମୁଡ଼ିବନ୍ଧ ସିର୍ଲା ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ ।”

ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ । ସୁନ୍ଦରଗଡ଼ରେ ହୋଇପାରେ ବିଶାଳ ସମାବେଶ ।

କନକ ବ୍ୟୁରୋ: କଂଗ୍ରେସର ଫୋକସ୍ରେ ଓଡ଼ିଶା । ରାଜ୍ୟ ପ୍ରଭାରୀ ପରିବର୍ତନର ଠିକ୍ ଦିନକ ପରେ କଂଗ୍ରେସକୁ ନେଇ ଆସିଛି ବଡ଼ ସୂଚନା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡ଼ିଶା ଆସିବାର ସୂଚନା ମିଳିଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଦେଇଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ଏକ ବିଶାଳ ସମାବେଶ କରିପାରନ୍ତି କଂଗ୍ରେସର ଶୀର୍ଷସ୍ତରୀୟ ନେତା । ଓଡ଼ିଶା ଗସ୍ତର ତାରିଖ ଚୁଡ଼ାନ୍ତ ହେବା ପରେContinue reading “ଜାନୁଆରୀରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ, ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ଼ଗେ । ସୁନ୍ଦରଗଡ଼ରେ ହୋଇପାରେ ବିଶାଳ ସମାବେଶ ।”

କଟକ ମେଡିକାଲ ପରିସରରେ ଉତ୍ତେଜନା । ପୁରୀର ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର ।

କନକ ବ୍ୟୁରୋ: କଟକ ମେଡ଼ିକାଲ ପରିସରରେ ଉତ୍ତେଜନା । ପୁରୀ ଚନ୍ଦନପୁର ଅଂଚଳରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ । ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚରେ ବିଳମ୍ବ ହେବା କାରଣରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଉତେଜନା ପରେ ଘଟଣା ସ୍ଥଳରେ ପହଂଚିଥିଲା ପୋଲିସ । ମେଡିକାଲ ଫାଣ୍ଡି ପାଖରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣରେ ଆଣିବା ପାଇଁ ଉଦ୍ୟମ କରୁଛି ପୋଲିସ ।Continue reading “କଟକ ମେଡିକାଲ ପରିସରରେ ଉତ୍ତେଜନା । ପୁରୀର ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଆଣିଲା ପରିବାର ।”

ତାଇୱାନ ଉପରେ ଆକ୍ରମଣ କରିବ କି ଚୀନ । ତାଇୱାନ ସୀମା ଅତିକ୍ରମ କଲା ଚୀନର ୮ ଯୁଦ୍ଧ ଜାହାଜ

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଚୀନ ସର୍ବଦା ଚର୍ଚ୍ଚାରେ ରହିଛି । ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ଚୀନ ନିନ୍ଦିତ ହେଉଥିବା ବେଳେ ଏବେ ପଡୋଶୀ ରାଷ୍ଟ୍ର ତାଇୱାନ ସହ ସୀମା ବିବାଦକୁ ନେଇ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଏହି କ୍ରମରେ ଏବେ ଚୀନର ୮ଟି ଯୁଦ୍ଧ ଜାହାଜ ତାଇୱାନ ସୀମା ଅତିକ୍ରମ କରି ଦେଶ ଭିତରକୁ ପ୍ରବେଶ କରିଛି । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛିContinue reading “ତାଇୱାନ ଉପରେ ଆକ୍ରମଣ କରିବ କି ଚୀନ । ତାଇୱାନ ସୀମା ଅତିକ୍ରମ କଲା ଚୀନର ୮ ଯୁଦ୍ଧ ଜାହାଜ”

Design a site like this with WordPress.com
Get started