କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ପୂର୍ବ ପରମ୍ପରା ବଜାୟ ରହିବା ସହ ୫ ବର୍ଷ ପରେ ପୁଣିଥରେ ବଦଳିଛି ସରକାର । ବିଜେପି ଶାସନ କ୍ଷମତାକୁ ଆସିଥିବା ବେଳେ କଂଗ୍ରେସ ପୁଣିଥରେ ବିରୋଧୀ ଆସନକୁ ଫେରିଛି । ତେବେ କଂଗ୍ରେସର ପରାଜୟକୁ ବିଶ୍ୱାସ କରିପାରୁନାହାନ୍ତି ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ । ନିର୍ବାଚନ ଫଳାଫଳକୁ ନେଇ ସଚିନ ପାଇଲଟ କହିଛନ୍ତି, ଆମେ ପ୍ରତିଥର କଠିନ ପରିଶ୍ରମ କରୁଛୁ କିନ୍ତୁ ୫ ବର୍ଷ ସରକାରରେ ରହିବା ପରେContinue reading “୫ ବର୍ଷ ସରକାରରେ ରହିବା ପରେ କାହିଁକି ହାରିଯାଉଛୁ ତାହା ଜଣାନାହିଁ । ରାଜସ୍ଥାନ ନିର୍ବାଚନ ଫଳାଫଳକୁ ନେଇ ମୁହଁ ଖୋଲିଲେ କଂଗ୍ରେସ ନେତା ସଚିନ୍ ପାଇଲଟ ।”
Category Archives: News
ବିରାଟଙ୍କୁ ୪୨, ବୁମରାଙ୍କୁ ୩୫ କୋଟି ମିଳିବା କଥା! ଆଇପିଏଲ ନିଲାମୀ ପରେ କାହିଁକି ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର?
କନକ ବ୍ୟୁରୋ : ଆଇପିଏଲ ନିଲାମୀରେ ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଦରରେ ବିକ୍ରି ହୋଇଛନ୍ତି । ଦୀର୍ଘଦିନ ପରେ ଆଇପିଏଲକୁ ଫେରିଥିବା ମିଚେଲ ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ ଦଳରେ ସାମିଲ କରିଛି କେକେଆର । ସେହିଭଳି ପାଟ କମିନ୍ସଙ୍କୁ ୨୦.୫୦ କୋଟିରେ କିଣିଛି ହାଇଦ୍ରାବାଦ । ଏହାସହ ଆଇପିଏଲ ଇତିହାସରେ ସର୍ବାଧିକ ଦରରେ ବିକ୍ରି ହୋଇଥିବା ଖେଳାଳୀ ପାଲଟିଛନ୍ତି ଷ୍ଟାର୍କ । ତେବେ ଅଷ୍ଟ୍ରେଲିଆ କ୍ରିକେଟର ଅଧିକ ଦରରେ ବିକ୍ରି ହେବାକୁ ନେଇ ଖୁସି ନାହାନ୍ତିContinue reading “ବିରାଟଙ୍କୁ ୪୨, ବୁମରାଙ୍କୁ ୩୫ କୋଟି ମିଳିବା କଥା! ଆଇପିଏଲ ନିଲାମୀ ପରେ କାହିଁକି ଏମିତି କହିଲେ ପୂର୍ବତନ ଭାରତୀୟ କ୍ରିକେଟର?”
ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଧାନକୁ ଜଗିଛନ୍ତି ଚାଷୀ ।
କନକ ବ୍ୟୁରୋ: ମଣ୍ଡିକୁ ଆସୁନାହାଁନ୍ତି ମିଲର, ଖୋଲା ଆକାଶ ତଳେ ପଡି ରହିଛି ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଅମଳ ଧାନକୁ ଜଗିଛନ୍ତି ଚାଷୀ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ବକ୍ସମା ମଣ୍ଡିରୁ ଆସିଛି ଏଭଳି ଖବର । ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲେ ବି ମଣ୍ଡିକୁ ମିଲର ଆସୁନାହାଁନ୍ତି । ଫଳରେ ମଣ୍ଡିରେ ଧାନ ବସ୍ତା ପଡିରହିଥିବା ବେଳେ ରାତି ସମୟରେ ଚାଷୀ ମାନେContinue reading “ଖୋଲା ଆକାଶ ତଳେ ହଜାର ହଜାର ବସ୍ତା ଧାନ । ରାତି ଉଜାଗର ରହି ଧାନକୁ ଜଗିଛନ୍ତି ଚାଷୀ ।”
ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର ଡାଉନ୍ । କିଛି ବି ପୋଷ୍ଟ କରିପାରୁନାହାଁନ୍ତି ୟୁଜର୍ସ ।
କନକ ବ୍ୟୁରୋ: ଡାଉନ୍ ହେଲା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର । ଗୁରୁବାର ଦ୍ୱିପହର ସମୟରୁ ହଠାତ୍ ‘ଏକ୍ସ’ର ସର୍ଭର ଡାଉନ୍ ରହିଛି । ଯାହାଫଳରେ ୟୁଜର୍ସମାନେ ଅନେକ ଅସୁବିଧାର ସାମ୍ନା ହେବା ସହିତ ଏନେଇ ଅଭିଯୋଗ ମଧ୍ୟ କରୁଛନ୍ତି । ଏପରିକି ‘ଏକ୍ସ’ରେ ଟ୍ୱିଟର ଡାଉନ୍ ବୋଲି ଟ୍ରେଣ୍ଡ ହେବାରେ ମଧ୍ୟ ଲାଗିଛି । ସର୍ଭର ଡାଉନ୍ ହେବା କାରଣରୁ ୟୁଜର୍ସମାନେ ‘ଏକ୍ସ’ରେ ପୋଷ୍ଟ ସେୟାର କରିପାରୁନାହାଁନ୍ତି । ‘ଏକ୍ସ’ ଖୋଲିଲେ କେବଳ ‘ୱେଲକମ୍Continue reading “ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭର ଡାଉନ୍ । କିଛି ବି ପୋଷ୍ଟ କରିପାରୁନାହାଁନ୍ତି ୟୁଜର୍ସ ।”
ଯୁଦ୍ଧକ୍ଷେତ୍ରରେ ରୁଷ ସୈନିକମାନେ ‘’ମାଉସ୍ ଫିଭର୍’ରେ ଆକ୍ରାନ୍ତ । ଆଖିରୁ ଧାର ଧାର ବୋହୁଛି ରକ୍ତ । କେମିତି ଲଢିବେ ଯୁଦ୍ଧ ?
ଯୁଦ୍ଧ ମଧ୍ୟରେ ୟୁକ୍ରେନ ଏକ ବଡ ଦାବି କରିଛି ଏବଂ କହିଛି ଯେ ଏକ ରୋଗ ରୁଷ ସୈନିକମାନଙ୍କୁ ଶେଷ କରିବାରେ ଲାଗିଛି । ରୁଷ ସୈନିକମାନଙ୍କ ମଧ୍ୟରେ ‘ମାଉସ୍ ଫିଭର’ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଯେଉଁ କାରଣରୁ ସେମାନଙ୍କ ଯୁଦ୍ଧ ଲଢିବା କ୍ଷମତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ସେଆମାନେ ଆଗପରି ଆଉ ଯୁଦ୍ଧ କରିପାରୁ ନାହାନ୍ତି । ଏହାସହିତ ଆଉଏକ ଗୁରୁତ୍ବପୁର୍ଣ ଖବର ମଧ୍ୟ ଆସିଛି ଯେ ୟୁକ୍ରେନ ସୈନ୍ୟମାନେ ଋଷରContinue reading “ଯୁଦ୍ଧକ୍ଷେତ୍ରରେ ରୁଷ ସୈନିକମାନେ ‘’ମାଉସ୍ ଫିଭର୍’ରେ ଆକ୍ରାନ୍ତ । ଆଖିରୁ ଧାର ଧାର ବୋହୁଛି ରକ୍ତ । କେମିତି ଲଢିବେ ଯୁଦ୍ଧ ?”
ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଜିଲ୍ଲା ପରିଷଦଙ୍କ ଭାଷଣ ବେଳେ ନାରାବାଜି କଲେ ବିଜେପି କର୍ମୀ ।
କନକ ବ୍ୟୁରୋ: ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆପଲ୍ଲି ପଞ୍ଚାୟତରୁ ଆସିଛି ଏପରି ଖବର । ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି । ତେନ୍ତୁଳିଆପଲ୍ଲୀରେ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । କାର୍ଯ୍ୟକ୍ରମକୁ ଅତିଥି ଭାବେ ୧୧ ନମ୍ବର ଜୋନ ବିଜେଡିର ଜିଲ୍ଲା ପରିଷଦ ସୋନମContinue reading “ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମରେ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଜିଲ୍ଲା ପରିଷଦଙ୍କ ଭାଷଣ ବେଳେ ନାରାବାଜି କଲେ ବିଜେପି କର୍ମୀ ।”
ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ
କନକ ବ୍ୟୁରୋ: ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆରଜିଏଚ ନିର୍ଦ୍ଦେଶକଙ୍କ ସହ ଏସସିବିର ଡାକ୍ତରୀ ଦଳ ଓ ଆରଏମଆରସି ଟିମ୍ ଆଲୋଚନା କରୁଛନ୍ତି । ଏସସିବିର ୪ଜଣିଆ ଡାକ୍ତରୀ ଦଳ ସହ ଜଣେ ଟେକ୍ନିସିଆନ ଓ ଆରଏମଆରସିର ଦୁଇ ଜଣ ବୈଜ୍ଞାନିକ ରାଉରକେଲାରେ ପରିସ୍ଥିତର ସମୀକ୍ଷା କରୁଛନ୍ତି । ଏହାପୂର୍ବରୁ ଇସ୍ପାତ ନଗରୀରେ ହଇଜା ସ୍ଥିତି ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟ ସଚିବContinue reading “ରାଉରକେଲାରେ ୧୫ ଦିନ ପରେ କମୁଛି ରୋଗୀଙ୍କ ସଂଖ୍ୟା । ହଇଜା ସ୍ଥିତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ”
ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନିଜେ ଗାଡି କରି ପହଞ୍ଚାଇଲେ ଘରେ ।
କନକ ବ୍ୟୁରୋ: ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନାବାଳକକୁ ଉଦ୍ଧାର କରି ତା ଅଞ୍ଚଳକୁ ନେଇ ପହଞ୍ଚାଇଛନ୍ତି ବସ୍ କଣ୍ଡକ୍ଟର । ଘଟଣାଟି ଥିଲା କିଛି ଏହିପରି । ନାବାଳକ ସ୍ମୃତିରଞ୍ଜନ ମଲ୍ଲିକ, ବୟସ ୧୩ । ସପ୍ତମ ଶ୍ରେଣୀରେ ପଢ଼ନ୍ତି । ତାଙ୍କ ବାପା ବୁଧିରାମ ମଲ୍ଲିକ ଭୁବନେଶ୍ୱରରେ ଫୁଲ ବ୍ୟବସାୟ କରନ୍ତି । ସୋର ଥାନା ପଥରପେନ୍ତ ଅଞ୍ଚଳରେ ମାମୁଁ ଘରେ ରହି ପାଠ ପଢ଼ନ୍ତି ।Continue reading “ବସରୁ ମିଳିଲେ ନାବାଳକ । ବସ୍ କଣ୍ଡକ୍ଟର ଦେଖାଇଲେ ମହାନତା । ନିଜେ ଗାଡି କରି ପହଞ୍ଚାଇଲେ ଘରେ ।”
ଧାନଖଳାରେ ଲାଗିଲା ନିଆଁ । ଦୁଇ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ।
କନକ ବ୍ୟୁରୋ: ଧାନଖଳାରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତର୍ । ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ଧାନ ପୋଡି ପାଉଁଶ । ବାଲେଶ୍ୱର ବସ୍ତା ନିଶ୍ଚିତପୁର ଗାଁରେ ଘଟିଛି ଏପରି ଘଟଣା । ସୁବଳ ବେହେରା ନାମକ ଚାଷୀ ଅମଳ ଧାନକୁ ଖଳାରେ ରଖିଥିବା ବେଳେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇଦେଇଛି । ଏହି ଅଗ୍ନିକାଣ୍ଡରେ ୧୦୦ କ୍ୱିଣ୍ଟାଲ ଧାନ ପୋଡିଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତContinue reading “ଧାନଖଳାରେ ଲାଗିଲା ନିଆଁ । ଦୁଇ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ।”
ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ ।
କନକ ବ୍ୟୁରୋ: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର ଓ ବ୍ରହ୍ମପୁରର ପୈତୃକContinue reading “ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ ।”