କନକ ବ୍ୟୁରୋ: ଆଜିଠାରୁ ୨ ଦିନ ଧରି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ନାଟକ ଜଗତରେ ବିପ୍ଲବ ଆଣିଥିବା ରେଡିଓ ଚକଲେଟର ପ୍ରଡକ୍ସନ ଆହେ ନୀଳ ଶଇଳର ଅପୂର୍ବ ସଫଳତା ପରେ ଏବେ ଭେଟି ଦେଉଛି ନାଟକ ଓଡିଆ ଦାସ । ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ କାହାଣୀ ଉପରେ ପର୍ଯ୍ୟବେଷିତ ଏହି ନାଟକ ଏକ ଶକ୍ତିଶାଳୀ ସାମାଜିକ ବାର୍ତ୍ତା ଦେଇଛି । ନାଟକକୁ ଦର୍ପ ନାରାୟଣ ସେଠୀ ନିର୍ଦ୍ଦେଶନା ଦେଇଛନ୍ତିContinue reading “ଆଜିଠୁ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ନାଟକ ଓଡିଆ ଦାସ । ପ୍ରତିଦିନ ଦର୍ଶକ ଦେଖିପାରିବେ ଦୁଇଟି ସୋ’ ।”
Category Archives: News
ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ଗୁଳିମାଡରେ ଆହତ ବ୍ୟବସାୟୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।
କନକ ବ୍ୟୁରୋ: ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ରାୟପୁରର ଲିଭାନି ଅଞ୍ଚଳରେ ବ୍ୟବସାୟୀ ସନ୍ଦୀପ କୁମାର ଏହି ଗୁଳିମାଡ଼ରେ ଆହତ ହୋଇଛନ୍ତି । ଗୁଳି କରିଥିବା ଯୁବକ ଜଣକ ହେଲେ ଅମନ ଶର୍ମା । ଅମନ ସୁନ୍ଦରଗଡ଼ର ବୋଲି ଜଣାପଡ଼ିଛି । ଗୁଳିକାଣ୍ଡ ପରେ ଘଟଣା ସ୍ଥଳରୁ ଅମନଙ୍କୁ ଗିରଫ କରିଛି ପୁଲିସ । ସୂଚନା ଅନୁସାରେ, ସୁନ୍ଦରଗଡ଼ର ଜଣେ ବ୍ୟବସାୟୀ ସନ୍ତୋଷ ସିଂ ଓ ଝାରସୁଗୁଡ଼ାର ବ୍ୟବସାୟୀ ମିଶି ସନ୍ଦୀପଙ୍କୁ ମାରିବା ପାଇଁ ଅମନଙ୍କୁ ୧୦ଲକ୍ଷContinue reading “ଛତିଶଗଡ଼ରେ ବ୍ୟବସାୟୀଙ୍କୁ ଗୁଳି । ଗୁଳିମାଡରେ ଆହତ ବ୍ୟବସାୟୀ । ଅଭିଯୁକ୍ତକୁ ଗିରଫ କଲା ପୋଲିସ ।”
ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ । ସିରିଜ ୧-୧ରେ ସମାନ ସ୍ଥିତିରେ ଥିବାରୁ ଦୁଇ ଦଳ ପାଇଁ କର ବା ମର ସ୍ଥିତି ।
କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଶେଷ ଦିନିକିଆ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ନିର୍ଣ୍ଣାୟକ ମ୍ୟାଚରେ ହେବ ସଂଘର୍ଷପୂର୍ଣ୍ଣ ଲଢେଇ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ୱିକେଟରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ସମାନ ୮ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ଦୁଇ ଓପନର ଋତୁରାଜ ଗାଏକୱାଡ, ସାଇ ସୁଦର୍ଶନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିଛି ।Continue reading “ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିକିଆ । ସିରିଜ ୧-୧ରେ ସମାନ ସ୍ଥିତିରେ ଥିବାରୁ ଦୁଇ ଦଳ ପାଇଁ କର ବା ମର ସ୍ଥିତି ।”
ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ଝାଟିମାଟିରେ ବାଉଁଶ ଘର ନିର୍ମାଣ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।
କନକ ବ୍ୟୁରୋ: ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ହୁମାୟୁନ ରୋଡରେ ଝାଟିମାଟି ବାଉଁଶରେ ପ୍ରତାପ ଷଡଙ୍ଗୀଙ୍କ ବାସଭବନ ନିର୍ମିତ ହୋଇଛି । ଅତି ନିରାଡମ୍ବର ଭାବେ ଗୃହ ପ୍ରବେଶ କରିଛନ୍ତି ସାଂସଦ । ବୈଦିକ ରିତିନୀତିର ହୋମଯଜ୍ଞ ପରେ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଥିଲେ । ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ସାଂସଦଙ୍କ ନୂତନ ଗୃହର ପଦାର୍ପଣ କରି ଶୁଭେଚ୍ଛା ଜଣାଇଥିଲେ ।Continue reading “ଦିଲ୍ଲୀ ବାସଭବନରେ ଗୃହ ପ୍ରବେଶ କଲେ ବାଲେଶ୍ୱର ସାଂସଦ । ଝାଟିମାଟିରେ ବାଉଁଶ ଘର ନିର୍ମାଣ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ ।”
ମାଟ୍ରିକ ଡ୍ରପଆଉଟ ହାରକୁ ନେଇ କେନ୍ଦ୍ରର ତଥ୍ୟ ଉପରେ ରାଜ୍ୟର ଆପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ । ସଠିକ ତଥ୍ୟ ପ୍ରକାଶ କରିବାକୁ ଅନୁରୋଧ
କନକ ବ୍ୟୁରୋ: ଓଡିଶାରେ ଡ୍ରପ-ଆଉଟ୍ ହାର ଦେଶରେ ସର୍ବାଧିକ, ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ଦେଇଥିବା ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଗଣଶିକ୍ଷା ବିଭାଗ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ଏନେଇ ଆପତି ଜଣାଇଛନ୍ତି । ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷରେ ୟୁଡିଆଇଏସଇ ପ୍ଲସ ତଥ୍ୟ ବହୁପୂର୍ବରୁ କେନ୍ଦ୍ରକୁ ପଠାଯାଇଛି । ଏହି ତଥ୍ୟ ଅନୁସାରେ ରାଜ୍ୟରେ ଡ୍ରପ ଆଉଟ୍ ହାର ପ୍ରାୟ ୨୦ ପ୍ରତିଶତକୁContinue reading “ମାଟ୍ରିକ ଡ୍ରପଆଉଟ ହାରକୁ ନେଇ କେନ୍ଦ୍ରର ତଥ୍ୟ ଉପରେ ରାଜ୍ୟର ଆପତ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ । ସଠିକ ତଥ୍ୟ ପ୍ରକାଶ କରିବାକୁ ଅନୁରୋଧ”
ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ
କନକ ବ୍ୟୁରୋ: ଆଇପିଏଲ ଏପରି ଏକ ମଞ୍ଚ ଯେଉଁଠି କୌଣସି ମୂହୂର୍ତ୍ତର୍ରେ ବଦଳି ଯାଇପାରେ କ୍ରିକେଟରଙ୍କ ଭାଗ୍ୟ । ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ଆଇପିଏଲ ନିଲାମରେ ଏହି କଥା ପୁଣିଥରେ ପ୍ରମାଣିତ ହୋଇଛି । ୨୦୨୪ ଆଇପିଏଲ ସିଜିନ ପାଇଁ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫.୮୦ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ତେବେ ୧୦ ବର୍ଷ ତଳେ ଶୁଭମଙ୍କ ପାଖରେ ଖେଳିବା ପାଇଁ ବ୍ୟାଟଟିଏ ନଥିବା ବେଳେ ଅର୍ଥ ଅଭାବରୁ ଗ୍ଲୋଭସContinue reading “ଆଇପିଏଲ ବଦଳାଇଦେଲା ଭାଗ୍ୟ । ୬ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ”
ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର
କନକ ବ୍ୟୁରୋ: ରିଲିଜ ପୂର୍ବରୁ ଦୁଇ ବହୁ ପ୍ରତିକ୍ଷିତ ସିନେମା ଡଙ୍କି ଓ ସାଲାର ମଧ୍ୟରେ ଟକ୍କର ଆରମ୍ଭ ହୋଇଛି । ଏହି ଟକ୍କର ଟିକେଟ ବିକ୍ରି ପାଇଁ ଚାଲିଛି । ରେକର୍ଡସ୍ତରରେ ଦର୍ଶକ କିଣୁଛନ୍ତି ସିନେମା ଟିକେଟ । ଡିସେମ୍ବର ୨୧ରେ ବଡ ପରଦାକୁ ଆସୁଛି କିଙ୍ଗ ଖାନ ଶାହାରୁଖଙ୍କ ଡଙ୍କି ଓ ଠିକ ଏହାର ପରଦିନ ଅର୍ଥାଥ ୨୨ରେ ରିଲିଜ ହେବ ସାଉଥ ସେନସେସନ ପ୍ରଭାସଙ୍କ ହାଇବଜେଟ ସିନେମା ସାଲାର । ଦୁଇ ଲୋକପ୍ରିୟContinue reading “ରିଲିଜ ପୂର୍ବରୁ ରେକର୍ଡ: ଆଡଭାନ୍ସ ଟିକେଟ ବୁକିଂରେ ଡଙ୍କିକୁ ପଛରେ ପକାଇଲା ସାଲାର”
ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ ।
କନକ ବ୍ୟୁରୋ: ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି ନୂଆ କ୍ରାଇମ ବିଲ ଭାରତୀୟ ନ୍ୟାୟ ସଂହିତା ବିଲ । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଏହା ଆଇନରେ ପରିଣତ ହେବ । ନୂଆ ଆଇନ ଲାଗୁ ହେଲେ ଭାରତୀୟ ନ୍ୟାୟ ସଂହିତାରେ ଦଣ୍ଡବିଧାନ କରାଯିବ । ଭାରତ ସରକାର ବ୍ରିଟିଶ ଅମଳ ଆଇନକୁ ବଦଳାଇ ୩ଟି ବିଲ ଆଣିଥିଲେ । ଆଇପିସି ହେବ ଭାରତୀୟ ନ୍ୟାୟContinue reading “ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ । ଲୋକସଭାରେ ପାରିତ ହେବ ନୂଆ କ୍ରାଇମ୍ ବିଲ୍ ।”
ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ ଉଭୟଙ୍କୁ ଇଡିର ସମନ
କନକ ବ୍ୟୁରୋ: ଲ୍ୟାଣ୍ଡ ଫର ଜବ ସ୍କାମରେ ବଢିଲା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ । ଜେରା ପାଇଁ ଆରଜେଡି ନେତା ଲାଲୁ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ପୁଣି ମିଳିଛି ଇଡିର ସମନ । ତେଜସ୍ୱୀ ଯାଦବଙ୍କୁ ୨୨ତାରିଖରେ ଏବଂ ଲାଲୁ ଯାଦବଙ୍କୁ ୨୭ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୨୦୨୨ ମେ ୧୮ରେ ଜମି ଦୁର୍ନୀତି ମାମଲାରେ ସିବିଆଇ ଲାଲୁଙ୍କ ସମେତ ରାବିଡୀ ଦେବୀ,Continue reading “ଅଡୁଆରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ: ଲ୍ୟାଣ୍ଡ ଫର ଜବ ସ୍କାମରେ ଉଭୟଙ୍କୁ ଇଡିର ସମନ”
ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ।
କନକ ବ୍ୟୁରୋ: ସାଂସଦ ନିଲମ୍ବିତ, ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ବୁଧବାର ମଧ୍ୟ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି ବିରୋଧୀ । ଦାବି ପୂରଣ ନହେବା ଯାଏଁ ବିକ୍ଷୋଭ ଜାରି ରହିବା ନେଇ ଚେତାବନୀ ଦେଇଛନ୍ତି ବିରୋଧୀ । ତେବେ ବୁଧବାର ଆଉ ଦୁଇ ଜଣ ସାଂସଦ ନିଲମ୍ବନ ପରେ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି । ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି ବିରୋଧୀ ସାଂସଦଙ୍କContinue reading “ସାଂସଦ ନିଲମ୍ବିତ,ସଂସଦରେ ବିରୋଧୀଙ୍କ ବିକ୍ଷୋଭ । ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗଣତନ୍ତ୍ର ବଞ୍ଚାଅ ସ୍ଲୋଗାନ ।”