କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ। ୫ ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଯୋଜନାରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେContinue reading “ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ଗଡିଲା ସରକାରଙ୍କ ଲକ୍ଷ୍ମୀ ବସ୍ । ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ”
Category Archives: News
୩ ବର୍ଷ ହେଲା ନିଖୋଜ ଝିଅ । ଆମରଣ ଅନଶନରେ ବସିଲେ ପିହୁର ମାଆ ।
କନକ ବ୍ୟୁରୋ: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ନିଖୋଜ କୁନି ଝିଅ ପିହୁ ମା’ଙ୍କ ଆମରଣ ଅନଶନ । ୩ ବର୍ଷରୁ ଅଧିକ ସମୟ ଧରି ନିଖୋଜ ରହିଛି କୁନି ଝିଅ ପିହୁ । ପୋଲିସ ଓ ପ୍ରଶାସନକୁ ବାରମ୍ବାର ଗୁହାରି ପରେ ବି ଏଯାଏଁ ଝିଅର ପତ୍ତା ମିଳୁନି । ବିଂଝାରପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁର ମୋନାଲିସା ନାୟକଙ୍କ ଅଢ଼େଇ ବର୍ଷର ଝିଅ ପିହୁ ନିଖୋଜ ହୋଇଯାଇଛି । ଏନେଇ ବିଂଝାରପୁର ଥାନାରେ ଲିଖିତContinue reading “୩ ବର୍ଷ ହେଲା ନିଖୋଜ ଝିଅ । ଆମରଣ ଅନଶନରେ ବସିଲେ ପିହୁର ମାଆ ।”
ମହୁଆଙ୍କ ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ । ସଦନ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗରେ ପୂରା ଅଧିବେଶନରୁ ହେଲେ ନିଲମ୍ବିତ
କନକ ବ୍ୟୁରୋ : ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାୟନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଓ’ବ୍ରାୟନଙ୍କ ଉପରେ ସଂସଦୀୟ କାର୍ଯ୍ୟରେ ବାଧା ପହଂଚାଉଥିବା ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ପରେ ଗୁରୁବାର ଦିନ ପୁଣି ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କ୍ରମରେ ଓ’ବ୍ରାୟନ ରାଜ୍ୟସଭା କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରୁଥିଲେ । ଏହାପରେ ତାଙ୍କୁ ନିଲମ୍ବନ କରାଯାଇଛି ।Continue reading “ମହୁଆଙ୍କ ପରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ । ସଦନ କାର୍ଯ୍ୟରେ ବାଧା ଦେଉଥିବା ଅଭିଯୋଗରେ ପୂରା ଅଧିବେଶନରୁ ହେଲେ ନିଲମ୍ବିତ”
ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରୁ ଚୋରି । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର ।
କନକ ବ୍ୟୁରୋ: ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର । ଡଗ୍ ସ୍କ୍ୱାର୍ଡ଼ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଆଧାରରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ରେଂଚି, କଟର ସହ ଟଙ୍କା ଜବତ କରିଛି । ୭ଲକ୍ଷ ଟଙ୍କା ଚୋରି ହୋଇଥିବା ଅନୁମାନ କରାଯାଉଛି ।Continue reading “ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରୁ ଚୋରି । ଚୋର ଧରିବାକୁ ଆସିଲା ସନ୍ଧାନୀ କୁକୁର ।”
ସଂସଦରେ ଆତଙ୍କ: କିଏ ଥିଲେ ଏହି ୬ ଅଭିଯୁକ୍ତ? ଅଭିଯୁକ୍ତଙ୍କ ପଛରେ କାହାର ହାତ?
କନକ ବ୍ୟୁରୋ: ସଂସଦର ସୁରକ୍ଷା ଭଙ୍ଗ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଆଧାରରେ ଏଫଆଇଆର ରୁଜୁ ହୋଇଛି । ଆଉ ଏହି ଘଟଣାରେ ମୋଟ୍ ୬ ଜଣଙ୍କ ସଂପୃକ୍ତି ରହିଛି ବୋଲି ଜଣାପଡିଛି । ତେବେ ସେମାନଙ୍କ ଭିତରୁ ଏବେ ଯାଏଁ ୫ ଜଣ ଗିରଫ ହୋଇଛନ୍ତି, ଅନ୍ୟ ଜଣେ ଫେରାର ରହିଛନ୍ତି । ୟୁଏପିଏ ଆଧାରରେ ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତାହେଲେ ତାଙ୍କୁ ମୃତ୍ୟଦଣ୍ଡାଦେଶ ହୋଇପାରେ । ତେବେ ନଜର ପକାନ୍ତୁ, କିଏContinue reading “ସଂସଦରେ ଆତଙ୍କ: କିଏ ଥିଲେ ଏହି ୬ ଅଭିଯୁକ୍ତ? ଅଭିଯୁକ୍ତଙ୍କ ପଛରେ କାହାର ହାତ?”
ପଦାରେ ପଡିଲା ଶିକ୍ଷା ବିଭାଗର ଅବହେଳା । ରାୟଗଡା ଜିଲ୍ଲାରେ ଫେଲ୍ ମାରିଲା ଷ୍ଟାର ସ୍କିମ୍ ଯୋଜନା । ଖର୍ଚ୍ଚ ନହେଇ ଫେରିଗଲା ୪୩ ଲକ୍ଷର କେନ୍ଦ୍ରୀୟ ଅନୁଦାନ ।
କନକ ବ୍ୟୁରୋ: ଅଧାରୁ ପାଠ ଛାଡିଥିବା ଆଦିବାସୀ ପିଲା ସ୍କୁଲ ମୁହାଁ ହେବେ । ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଆଉ ଏହାର ତଦାରଖ ଦାୟିତ୍ୱରେ ରହିବେ ଅଧିକାରୀ । ଏହି ଲକ୍ଷ୍ୟ ନେଇ ସରକାର ଆରମ୍ଭ କରିଥିଲେ ଷ୍ଟାର ସ୍କିମ ଯୋଜନା । ହେଲେ ଶିକ୍ଷା ବିଭାଗର ଅବହେଳା କାରଣରୁ ଏହି ଯୋଜନା ଫେଲ ମାରିଛି । ଏହି ବାବଦକୁ ରାୟଗଡ଼ା ଜିଲ୍ଲାକୁContinue reading “ପଦାରେ ପଡିଲା ଶିକ୍ଷା ବିଭାଗର ଅବହେଳା । ରାୟଗଡା ଜିଲ୍ଲାରେ ଫେଲ୍ ମାରିଲା ଷ୍ଟାର ସ୍କିମ୍ ଯୋଜନା । ଖର୍ଚ୍ଚ ନହେଇ ଫେରିଗଲା ୪୩ ଲକ୍ଷର କେନ୍ଦ୍ରୀୟ ଅନୁଦାନ ।”
ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୨ଟା ଯାଏଁ ଗୃହ ମୁଲତବୀ ।
କନକ ବ୍ୟୁରୋ: ସଂସଦର ସୁରକ୍ଷା ବ୍ୟବସ୍ଥାରେ ବଡ଼ ଧରଣର ତ୍ରୁଟିକୁ ନେଇ ବିରୋଧୀଙ୍କ ହଙ୍ଗାମା । ବିରୋଧୀଙ୍କ ହୋହାଲ୍ଲା ଭିତରେ ସୁରକ୍ଷାରେ ତ୍ରୁଟିକୁ ନେଇ ପ୍ରଥମ ଥର ପାଇଁ ସରକାର ପ୍ରତିକ୍ରିୟା ରଖିଛନ୍ତି । ସଂସଦରେ ବିବୃତି ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ସାଂସଦ ମାନେ ପାସ୍ ଇସ୍ୟୁ କରିବା ବେଳେ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି । ଆଜି ସଂସଦର ଅଧିବେଶନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ବୟାନContinue reading “ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ଗୃହରେ ବିରୋଧୀଙ୍କ ହୋ ହଲ୍ଲା । ଦିନ ୨ଟା ଯାଏଁ ଗୃହ ମୁଲତବୀ ।”
ସଂସଦ ସୁରକ୍ଷାରେ ତ୍ରୁଟି: ଗିରଫ ଅଭିଯୁକ୍ତ ସାଗରର ଘରେ ତଦନ୍ତକାରୀ ଟିମ୍ । ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ସାଗର ।
କନକ ବ୍ୟୁରୋ: ଗତକାଲି ସଂସଦର ସୁରକ୍ଷା ତ୍ରୁଟି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଅଭିଯୁକ୍ତ ହେଉଛି ସାଗର ଶର୍ମା । ତାଙ୍କ ଘର ଲକ୍ଷେ୍ନøରେ । ସେ ଇ-ରିକ୍ସା ଚାଳକ ଭାବେ କାମ କରୁଥିଲା । ତଦନ୍ତକାରୀ ଟିମ୍ ତାଙ୍କ ଘର ଆଲମବାଗରେ ପହଞ୍ଚି ତଦନ୍ତ କରିଛି । ଆଉ ଜାଣିବାକୁ ପାଇଛି ଯେ ସାଗରଙ୍କ ଆର୍ଥିକ ପୃଷ୍ଠଭୂମି ଅତ୍ୟନ୍ତ ଦୁର୍ବଳ । ଗତ ମାସରେ ସେ ଦିଲ୍ଲୀ ଆସିଥିଲେ ଯେଉଁଠାରେ ସେ ଭଗତ ସିଂContinue reading “ସଂସଦ ସୁରକ୍ଷାରେ ତ୍ରୁଟି: ଗିରଫ ଅଭିଯୁକ୍ତ ସାଗରର ଘରେ ତଦନ୍ତକାରୀ ଟିମ୍ । ଭଗତ ସିଂ ଫ୍ୟାନ୍ କ୍ଲବ୍ ସହ ଯୋଡି ହୋଇଥିଲେ ସାଗର ।”
ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ । ହସ୍ପିଟାଲରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ ।
କନକ ବ୍ୟୁରୋ: ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ଆଜି ଦାମୋଦର ରାଉତଙ୍କ ଜନ୍ମଦିନ । ତେଣୁ ଅସୁସ୍ଥ ଥିବା ହେତୁ ତାଙ୍କ ଶୁଭେଚ୍ଛୁମାନେ ହସ୍ପିଟାଲରେ ଭେଟି ଶୁଭକାମନା ଜଣାଇଛନ୍ତି । ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ । ହସ୍ପିଟାଲରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ । #DamaRout #KanakNewsContinue reading “ବରିଷ୍ଠ ନେତା ଦାମୋଦର ରାଉତ ଅସୁସ୍ଥ । ହସ୍ପିଟାଲରେ ଭେଟି ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୁଭେଚ୍ଛୁ ।”
ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୭ ଜଣ କର୍ମଚାରୀ । ନିଲମ୍ବିତ କଲେ ଲୋକସଭା ସେକ୍ରେଟାରିଏଟ୍
କନକ ବ୍ୟୁରୋ: ଗତକାଲି ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ୭ କର୍ମଚାରୀ । ୭ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଲୋକସଭା ସେକ୍ରେଟାରିଏଟ୍ । ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେContinue reading “ସଂସଦ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ । ନିଲମ୍ବିତ ହେଲେ ୭ ଜଣ କର୍ମଚାରୀ । ନିଲମ୍ବିତ କଲେ ଲୋକସଭା ସେକ୍ରେଟାରିଏଟ୍”