ଶ୍ରେୟସଙ୍କ ଉପରେ ଭରସା କଲା କୋଲକାତା, ପୁଣିଥରେ ଦେଲା ଅଧିନାୟକ ଦାୟିତ୍ୱ । ଜାଣନ୍ତୁ ଉପ-ଅଧିନାୟକ ଭାବେ କାହା ନାଁରେ ମୋହର ମାରିଲା କେକେଆର ।

କନକ ବ୍ୟୁରୋ : ଆଇପିଏଲ ୨୦୨୪ ପାଇଁ ଆସନ୍ତା ଡିସେମ୍ବର ୧୯ ତାରିଖରେ ନିଲାମୀ ହେବାକୁ ଯାଉଛି । ତେବେ ଏହାପୂର୍ବରୁ କୋଲାକାତା ନାଇଟ ରାଇଡର୍ସ ବଡ ଘୋଷଣା କରିଛି । ଆଗାମୀ ସିଜିନରେ ଶ୍ରେୟସ ଆୟର କେକେଆରର ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ଗତଥର କେକେଆରର ଅଧିନାୟକ ଥିବା ନୀତିଶ ରାଣାଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦେଇଛି ଫ୍ରାଞ୍ଚାଇଜ । ସେହିଭଳି ଆଗାମୀ ସିଜିନରେ କେକେଆରର ମେଣ୍ଟର ଭାବେ ଗୌତମ ଗମ୍ଭୀରଙ୍କୁ ଦେଖିବାକୁ ମିଳିବ ।Continue reading “ଶ୍ରେୟସଙ୍କ ଉପରେ ଭରସା କଲା କୋଲକାତା, ପୁଣିଥରେ ଦେଲା ଅଧିନାୟକ ଦାୟିତ୍ୱ । ଜାଣନ୍ତୁ ଉପ-ଅଧିନାୟକ ଭାବେ କାହା ନାଁରେ ମୋହର ମାରିଲା କେକେଆର ।”

ଶିଶୁକନ୍ୟା ବୋଲି ନା ଗର୍ଭର ପାପ ବୋଲି… ବୋରୱେଲରେ ମରିବାକୁ ଫୋପାଡ଼ିଦେଲ?

କନକ ବ୍ୟୁରୋ: ସେ ଶିଶୁ କନ୍ୟା ବୋଲି ଫିଙ୍ଗିଦିଆଗଲା ନା କେଉଁ ଗର୍ଭର ପାପ ବୋଲି ଫୋପାଡ଼ି ଦେଲ? ନିର୍ଦ୍ଦୟୀ ମା’, ପିଶାଚୀ ମା’, ପାପୀ ମା’… ଘୃଣାର ଘିଅରେ ଜଳୁଥିବା ପ୍ରତ୍ୟେକ ଲୋକଙ୍କ ମୁହଁରେ ଏବେ କେବଳ ଏହି ସଂଜ୍ଞାହୀନ ଶବ୍ଦ । କାରଣ ଏ ନବଜାତ ଶିଶୁକନ୍ୟାଟି ଯେଉଁ ମା’ର ଗର୍ଭରୁ ଜନ୍ମନେଇଛି ସେ’ ମା ପାଖରେ ଏ ଖବର ପହଞ୍ଚିଥିବ, ଅପରିଚିତ କଅଁଳ କଢ଼ିର କାନ୍ଦ ତା’ କାନରେ ନିଶ୍ଚୟ ପଡ଼ିଥିବ, ହେଲେContinue reading “ଶିଶୁକନ୍ୟା ବୋଲି ନା ଗର୍ଭର ପାପ ବୋଲି… ବୋରୱେଲରେ ମରିବାକୁ ଫୋପାଡ଼ିଦେଲ?”

ଜିପିଏଆଇ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦେଲେ ଏଭଳି ମତ

କନକ ବ୍ୟୁରୋ : ଆରମ୍ଭ ହୋଇଛି ଗ୍ଲୋବାଲ ପାର୍ଟନରସିପ ଅନ ଆର୍ଟିଫିସିଆଲ ଇଂଟେଲିଜେନ୍ସ ସମ୍ମିଳନୀ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ କିପରି ଏଆଇ ର ବ୍ୟବହାର ସୁରକ୍ଷିତ ଓ ସଚେତନ ଉପାୟରେ କରାଯାଇ ପାରିବ ସେ ନେଇ ସଭାରେ ଯୋଗ ଦେଇଥିବା ଲୋକ , ମନ୍ତ୍ରୀ ତଥା ଅଫିସର ମାନଙ୍କୁ ଜାଗ୍ରତ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏଆଇର ବ୍ୟବହାର ଓ ସୁବିଧାପାଇଁ ଲୋକ ମାନଙ୍କ ମଧ୍ୟରେ ପରିଚିତ ହେବା ସହ ଏହାର ଅପContinue reading “ଜିପିଏଆଇ ସମ୍ମିଳନୀରେ ମୋଦୀଙ୍କ ଉଦବୋଧନ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଦେଲେ ଏଭଳି ମତ”

୨୦୨୪ ଲୋକସଭା ନିର୍ବାଚନରେ ବିଜେଡି ପାଇବ ୧୨ରୁ ୧୪ ଆସନ । ଟାଇମ୍ସ ନାଓର ସର୍ଭେ ରିପୋର୍ଟର ବଡ ଆକଳନ ।

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବାଜିମାତ କରିବ ବିଜେଡି । ଟାଇମ୍ସ ନାଓ ସର୍ଭେ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସର୍ଭେ ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ୧୨ରୁ ୧୪ ଆସନ ମିଳିବାର ସମ୍ଭାବନା ରହିଛି । ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ୧୨ଟି ଆସନ ପାଇଥିଲା ବେଳେ ବିଜେପି ୮ଟି ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିଥିଲା । ଅନ୍ୟ ରାଜ୍ୟର ଆଂଚଳିକ ଦଳ ତୁଳନାରେContinue reading “୨୦୨୪ ଲୋକସଭା ନିର୍ବାଚନରେ ବିଜେଡି ପାଇବ ୧୨ରୁ ୧୪ ଆସନ । ଟାଇମ୍ସ ନାଓର ସର୍ଭେ ରିପୋର୍ଟର ବଡ ଆକଳନ ।”

ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ମଥୁରା ଶାହୀ ଇଦଗାହ ପରିସରରେ ହେବ ସର୍ଭେ

କନକ ବ୍ୟୁରୋ : ଆହ୍ଲାବାଦ ହାଇକୋର୍ଟ ମଥୁରାରେ ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହୀ ଇଦଗାହ ପରିସରରେ ଏଏସଆଇ ସର୍ଭେ କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୋର୍ଟ ତରଫରୁ ଶାହୀ ଇଦଗାହ ପରିସରର ସର୍ଭେ ପାଇଁ କୋର୍ଟଙ୍କ ତତ୍ୱାବଧାନରେ ଏକ ଆଡଭୋକେଟ କମିଶନର ନିଯୁକ୍ତି ଆବେଦନକୁ ସ୍ୱୀକାର କରିଛନ୍ତି । ଏହି ମାମଲାରେ ହିନ୍ଦୁ ପକ୍ଷଙ୍କ ଓକିଲ ବିଷ୍ଣୁ ଜୈନ କହିଛନ୍ତି କି ଆଡଭୋକେଟ କମିଶନର ନିଯୁକ୍ତି ଆମେ ଜାରି କରୁଛି । ହେଲେ ଏଏସଆଇContinue reading “ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ମାମଲାରେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ମଥୁରା ଶାହୀ ଇଦଗାହ ପରିସରରେ ହେବ ସର୍ଭେ”

ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ

କନକ ବ୍ୟୁରୋ : ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ନିଲମ୍ବିତ ହେବା ପରେ ଏବେ ଲୋକସଭାରୁ ୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା । ଲୋକସଭାରେ ହୋ ହାଲ୍ଲା କରିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ୫ କଂଗ୍ରେସ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଟିଏନ ପ୍ରତାପନ, ହିବି ଏଡେନ, ଏସ୍ ଜୋଥିମଣୀ, ରାମାୟା ହରିଦାସ ଓ ଡିନ୍ କୋରିଆକୋସେ । ସେମାନଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନContinue reading “ଲୋକସଭାରେ ହୋ ହାଲ୍ଲାକୁ ନେଇ ବାଚସ୍ପତିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ୫ ବିରୋଧୀ ସାଂସଦଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ”

ମାତ୍ର ବଞ୍ଚିଛି ୩୬ ଗଛ, ବିଲ୍ ହୋଇଛି ୪ ଲକ୍ଷରୁ ଅଧିକ । କୋଇଲିପୁର ପଞ୍ଚାୟତର ଏହି କେଳେଙ୍କାରୀ ଚକିତ କରିଦେବ, ବୃକ୍ଷରୋପଣ ନାଁରେ ବି କରିହୁଏ ଏମିତି ଲୁଟ୍ ।

କନକ ବ୍ୟୁରୋ : ଖାତାକୁ ଉଠିଛି ୧୭୦୦ ଗଛ, ଆଉ ଏହି ଗଛ ପାଇଁ ଖର୍ଚ୍ଚ ହୋଇଛି ପାଖାପାଖି ୪ ଲକ୍ଷରୁ ଅଧିକ ଟଙ୍କା । ଏତେ ଟଙ୍କା ଖର୍ଚ୍ଚ ପରେ ବି ପଡିଆ ପଡିଛି ନଣ୍ଡା । କାରଣ ପଡିଆରେ ବଞ୍ଚିଛି ମାତ୍ର ୩୬ ଗଛ । ନା ଏଠାରେ ବନ୍ୟା ହୁଏ, ନା ଗଛକୁ ଗାଈ ଖାଇଛି । କିନ୍ତୁ ୩ ବର୍ଷ ମଧ୍ୟରେ ଉଭାନ ହୋଇଯାଇଛି ୧୬୬୪ ଗଛ । ୩ ବର୍ଷContinue reading “ମାତ୍ର ବଞ୍ଚିଛି ୩୬ ଗଛ, ବିଲ୍ ହୋଇଛି ୪ ଲକ୍ଷରୁ ଅଧିକ । କୋଇଲିପୁର ପଞ୍ଚାୟତର ଏହି କେଳେଙ୍କାରୀ ଚକିତ କରିଦେବ, ବୃକ୍ଷରୋପଣ ନାଁରେ ବି କରିହୁଏ ଏମିତି ଲୁଟ୍ ।”

ବିଦେଶରେ ବି କମାଲ କରୁଛନ୍ତି ବଲିଉଡ ଚଳଚିତ୍ର ‘ଆନିମଲ’ । କାନାଡାରେ ‘ଯବାନ’ସିନେମା ଠାରୁ ହେଲା ଭଲ କଲେକସନ

କନକ ବ୍ୟୁରୋ : ରଣବୀର କପୁରଙ୍କ ଆନିମଲ ଫିଲ୍ମ ସିନେମା ହଲରେ ଧୂଆଁଧାର ପଦର୍ଶନ କରୁଛି । ରଣବୀର କପୁର ଭାରତରେ ନିଜର ଆକ୍ଟିଙ୍କର ଚମତ୍କାରିତା ଦେଖାଇବା ପରେ ବିଦେଶରେ ମଧ୍ୟ ନିଜ ଆକ୍ଟିଂର ଚମତ୍କାରିତା ଦେଖାଇସାରିଲେଣି । ଏହି ଆନିମଲ ଫିଲ୍ମ ଭାରତରେ ବିପୁଳ ପରିମାଣରେ ରୋଜଗାର କରିବା ସହ ବିଦେଶରେ ମଧ୍ୟ ବହୁତ ଭଲ ରୋଜଗାର କରିଛି । ଏବଂ କାନାଡାରେ ରଣବୀରଙ୍କ ଫିଲ୍ମ ଶାହାରୁଖଙ୍କ ଲୋକପ୍ରିୟତାକୁ ଚ୍ୟାଲେଞ୍ଜ କରୁଛି ଏବେ ସେଠାରେ ସବୁଠାରୁContinue reading “ବିଦେଶରେ ବି କମାଲ କରୁଛନ୍ତି ବଲିଉଡ ଚଳଚିତ୍ର ‘ଆନିମଲ’ । କାନାଡାରେ ‘ଯବାନ’ସିନେମା ଠାରୁ ହେଲା ଭଲ କଲେକସନ”

ବୌଦ୍ଧ ଡିଷ୍ଟିଲାରୀ ପ୍ଲାଂଟରେ ଆୟକର ବିଭାଗର ପୁଣି ରେଡ୍ । ସକାଳୁ ସକାଳୁ ଆୟକର ବିଭାଗର ଅଧିକାରୀ କରୁଛନ୍ତି ଛାନଭିନ୍

କନକ ବ୍ୟୁରୋ: ବୌଦ୍ଧ ଡିଷ୍ଟିଲେରୀ ପ୍ରାଇଭେଟ ଲିମିଟେଡରେ ପୁଣି ଆୟକର ବିଭାଗର ରେଡ୍ । ସକାଳୁ ଆୟକର ବିଭାଗର ୨ଟି ଟିମ୍ କମ୍ପାନୀରେ ଆସି ଚଢ଼ାଉ କରିଛନ୍ତି । ସାହୁ ବ୍ରଦର୍ସ ମାଲିକାନାରେ ଥିବା ବିଭିନ୍ନ ଠିକଣାରୁ ପୁଳାପୁଳା ଟଙ୍କା ଜବତ ପରେ ପୁଣି ଏହି ରେଡ୍ କରିଛି ଆୟକର ବିଭାଗ । ସୂଚନା ଅନୁସାରେ ଏହି କମ୍ପାନୀ ପରିସରରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଖୋଜୁଛନ୍ତି ଆୟକର ଅଧିକାରୀ । ପ୍ରଥମ ଦିନରେ ଏହି କମ୍ପାନୀରେContinue reading “ବୌଦ୍ଧ ଡିଷ୍ଟିଲାରୀ ପ୍ଲାଂଟରେ ଆୟକର ବିଭାଗର ପୁଣି ରେଡ୍ । ସକାଳୁ ସକାଳୁ ଆୟକର ବିଭାଗର ଅଧିକାରୀ କରୁଛନ୍ତି ଛାନଭିନ୍”

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି । କହିଲେ, ୨୦୨୪ ନିର୍ବାଚନରେ ଜିତିବୁ ୧୫ ଲୋକସଭା ଆସନ । ବିଜେପିକୁ ମିଳିବ ୪୫ ପ୍ରତିଶତରୁ ଅଧିକ ଭୋଟ୍ ।

କନକ ବ୍ୟୁରୋ: ରାଜନୀତିରେ ୩ ମାସ ହିଁ ଯଥେଷ୍ଟ । ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ଚମକାଇ ଦେଲା ଭଳି ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ୧୫ଟି ଲୋକସଭା ଆସନରୁ କମ୍ ଜିତିବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ଏପରିକି ରାଜ୍ୟ ବିଜେପିର ଭୋଟ୍ ପ୍ରତିଶତ ୪୫ପ୍ରତିଶତରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି । ୨୦୧୪ ନିର୍ବାଚନରେ ବିଜେପିକୁContinue reading “ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି । କହିଲେ, ୨୦୨୪ ନିର୍ବାଚନରେ ଜିତିବୁ ୧୫ ଲୋକସଭା ଆସନ । ବିଜେପିକୁ ମିଳିବ ୪୫ ପ୍ରତିଶତରୁ ଅଧିକ ଭୋଟ୍ ।”

Design a site like this with WordPress.com
Get started