କନକ ବ୍ୟୁରୋ : ରାଜ୍ୟର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ୟୁନିଭରସିଟି ଲ’ କଲେଜ । ଏହି ଅନୁଷ୍ଠାନର ସାର୍ଟିଫିକେଟ ଯେ କାମରେ ଲାଗିବ ନାହିଁ, ଏକଥା ହୁଏତ କେହି ବିଶ୍ୱାସ କରିପାରିବେନି । କିନ୍ତୁ ଏପରି ଘଟିଛି ବିହାରର ଛାତ୍ର ଆୟୁଷ କାର୍ତିକେୟଙ୍କ କ୍ଷେତ୍ରରେ । ଉକ୍ରଳ ବିଶ୍ୱବିଦ୍ୟାଳୟ କୂଳସଚିବ ଏବଂ ୟୁନିଭରସିଟି ଲ’ କଲେଜର ଅଧ୍ୟକ୍ଷଙ୍କୁ, ଆୟୁଷ ଦେଇଥିବା ଏହି ଇମେଲ ଉପରେ । ୟୁନିଭରସିଟି ଲ’ କଲେଜରେ ପାଠ ପଡିଥିଲେ ଆୟୁଷ ବିହାରContinue reading “ଆଇନ ପଢ଼ିଲେ ମିଳିଲାନି ଲାଇସେନ୍ସ । ୟୁନିଭରସିଟି ଲ’ କଲେଜର ପଢ଼ି ହଟହଟା ହେଲେ ବିହାର ଛାତ୍ର”
Category Archives: News
ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । ଝାରଖଣ୍ଡ ଲୋହରଦଗା ସ୍ଥିତ ବାସଭବନରେ ଖୋଳତାଡ
କନକ ବ୍ୟୁରୋ : ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରୁ ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜୁଛି ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଂଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି, ଏହି ଯନ୍ତ୍ର ମାଟି ତଳେ ଥିବା ସୁନାକୁContinue reading “ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । ଝାରଖଣ୍ଡ ଲୋହରଦଗା ସ୍ଥିତ ବାସଭବନରେ ଖୋଳତାଡ”
ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର । ଖୋଳତାଡ଼ ଆରମ୍ଭ କଲା ସମ୍ବଲପୁର ପୋଲିସ
କନକ ବ୍ୟୁରୋ : ୭ ଘଂଟାର ଅପରେସନ ପରେ ସମ୍ବଲପୁରର ରେଙ୍ଗାଳି ଲାରିପାଲି ଗାଁର ବୋରୱେଲ ଭିତରେ ପଡିଯାଇଥିବା ନବଜାତକକୁ ଉଦ୍ଧାର କରାଯାଇଥିଲା । ଦୁନିଆ ଦେଖିନଥିବା ଶିଶୁ କନ୍ୟାକୁ କିଏ ଓ କାହିଁକି ବୋରୱେଲ ଭିତରକୁ ଫିଙ୍ଗିଲା? କେଉଁ ପରିସ୍ଥିତିରେ ଏଭଳି ନୃଶଂସ କାଣ୍ଡ କଲା? ଏହାର ତଦନ୍ତପାଇଁ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । । ସଙ୍ଗୀର ଦଫା ଲଗାଇ ଛାନଭିନ ଆରମ୍ଭ କରିଛି । ପୁଲିସ ଟିମ ଘଟଣାସ୍ଥଳକୁ ଯାଇContinue reading “ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର । ଖୋଳତାଡ଼ ଆରମ୍ଭ କଲା ସମ୍ବଲପୁର ପୋଲିସ”
ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଗଲା ସୂଚନା, ମାର୍ଚ୍ଚ ୧୫ରୁ ଖାତା ଦେଖା
କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଘୋଷଣା ହୋଇଛି ପରୀକ୍ଷାସୂଚୀ । ବୁଧବାରଦିନ ମାଧ୍ୟମିକ ଶିକ୍ଷା ପରିଷଦ ତାରିଖ ଘୋଷଣା କରିବା ସହ କେଉଁ ଦିନ କଣ ବିଷୟ ଅଛି ତାହା ବି ଘୋଷଣା କରିଛି । ପ୍ରଥମେ ମାତୃଭାଷାରେ ପରୀକ୍ଷା ଦେବେ ପିଲା । -ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ଯାଏଁ ହେବ ପରୀକ୍ଷା -୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ -୨୦ରେ ଓଡିଆ, ୨୩ରେContinue reading “ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଗଲା ସୂଚନା, ମାର୍ଚ୍ଚ ୧୫ରୁ ଖାତା ଦେଖା”
ଧରାପଡିଲା ନୂଆ ସଂସଦର ଢିଲା ସୁରକ୍ଷା । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ଛାଡିଲେ ୟୋଲୋ ଧୁଆଁ
କନକ ବ୍ୟୁରୋ : ସଂସଦର ନିମ୍ନ ସଦନ ଲୋକସଭାରୁ ଆସିଥିବା କିଛି ଚିତ୍ର ଗଣତନ୍ତ୍ରର ମନ୍ଦିର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । କାରଣ ଲୋକସଭାର ଗୃହକାର୍ଯ୍ୟ ଚାଲିଥିବା ବେଳେ ଅଚାନକ କୋଳାହଳ ଶୁଣାଗଲା । ବାଚସ୍ପତି ଆସନରେ ବସିଥାନ୍ତି ରାଜେନ୍ଦ୍ର ଅଗ୍ରୱାଲ । ଦିନ ପ୍ରାୟ ଗୋଟାଏ , ଶୂନ୍ୟକାଳରେ ଉତ୍ତର ରଖୁଥିଲେ ଗୃହର ସଦସ୍ୟ । ଅଚାନକ ସଂସଦର ଦର୍ଶକ ଗ୍ୟାଲେରୀରୁ ଡେଇଁ ପଡିଥିଲେ ୨ ଜଣ ଯୁବକ । ଏଭଳିContinue reading “ଧରାପଡିଲା ନୂଆ ସଂସଦର ଢିଲା ସୁରକ୍ଷା । ଦର୍ଶକ ଗ୍ୟାଲେରୀ ଦେଇ ପଶିଲେ ୨ ଯୁବକ, ଛାଡିଲେ ୟୋଲୋ ଧୁଆଁ”
୪ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ । ମାଓବାଦୀ ନାଁରେ ଚିଠି ଓ ଫୋନ୍ କରି ମାଗୁଥିଲେ ୬୦ ଲକ୍ଷ ଟଙ୍କା
କନକ ବ୍ୟୁରୋ : ଦୁଇ ମହିଳା ଶହ ୪ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ମାଓବାଦୀ ନାମରେ ଚିଠି ଓ ଫୋନ୍ କରି ୬୦ ଲକ୍ଷ ଟଙ୍କା ମାଗିଥିଲେ । ଖାଲି ସେତିକି ନୁହେଁ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା । ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଥାନା ଡିମୁଣ୍ଡିଗାଁରୁ ଆସିଛି ଅଭିଯୋଗ । ଡ଼ିମୁଣ୍ଡିଗାଁର ପରମାନନ୍ଦ ନାୟକଙ୍କ ନିକଟକୁ ମାଓବାଦୀ ନାମ ଉଲ୍ଲେଖ ଥିବା ଏକ ଚିଠି ପଠାଇଥିଲେ ଅଭିଯୁକ୍ତ ।Continue reading “୪ ନକଲି ମାଓବାଦୀଙ୍କୁ ବାନ୍ଧିଲା ପୋଲିସ । ମାଓବାଦୀ ନାଁରେ ଚିଠି ଓ ଫୋନ୍ କରି ମାଗୁଥିଲେ ୬୦ ଲକ୍ଷ ଟଙ୍କା”
ଦୁଃଖ ଦେଇଗଲା ବାତ୍ୟା ମିଗଜୋମର ବର୍ଷା । କଳାହାଣ୍ଡି ଜୟପାଟଣାରେ ଚାଷ ଜମିରୁ ଛାଡ଼ୁନି ବର୍ଷା ପାଣି
କନକ ବ୍ୟୁରୋ : ବାତ୍ୟା ମିଗଜୋମ ପ୍ରଭାବରେ ୩ ଦିନିଆ ଲଗାଣ ବର୍ଷାରେ ବିଲରେ ଜମିଥିବା ପାଣି ସୁଖୁନି । ଏଭଳି ପରିସ୍ଥିତିକୁ ନେଇ ଏବେ ଚିନ୍ତାରେ ଚାଷୀ । କଳାହାଣ୍ଡି ଜିଲ୍ଲା ଜୟପାଟଣାର ଅନେକ ଅଂଚଳରେ ବର୍ଷା କରିଛି କାଳ । ଏକର ଏକର ଧାନ ଫସଲ ନଷ୍ଟ ହୋଇଯାଇଛି । ବିଲରେ ଏବେ ବି ପାଣି ଜମି ରହିଥିବାରୁ କାଦୁଅର ଟ୍ରାକ୍ଟର ଓ ଧାନକଟା ମେସିନ ପଶିପାରୁ ନାହିଁ । ବର୍ଷା ପାଣିରେ ଧାନContinue reading “ଦୁଃଖ ଦେଇଗଲା ବାତ୍ୟା ମିଗଜୋମର ବର୍ଷା । କଳାହାଣ୍ଡି ଜୟପାଟଣାରେ ଚାଷ ଜମିରୁ ଛାଡ଼ୁନି ବର୍ଷା ପାଣି”
ଚାଷୀର ସମସ୍ୟା ବଢ଼ାଉଛି ଜଗତସିଂହପୁର ଜିଳ୍ଲାର ହଂସୁଆ ନଦୀ । ଚାଷ ଉପଯୋଗରେ ଲାଗିପାରୁନି ନଦୀ ପାଣି
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ୫ଟି ବ୍ଲକ ଦେଇ ପ୍ରବାହିତ ହେଉଛି ହଂସୁଆ ନଦୀ । ଅତୀତର ଏହି ଚିରସ୍ରୋତା ହଂସୁଆ ନଦୀ ବର୍ତମାନ ଡ୍ରେନେଜରେ ପରିଣତ ହୋଇ ବ୍ୟବହାର ହେଉଛି । ମାତ୍ର ନିୟମିତ ଭାବେ ନଦୀ ଶର୍ଯ୍ୟାର ଖନନ ନହେବା, ଦଳ ମାଡ଼ିଯିବା କାରଣରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ । ଚାଷ ଜମିକୁ ମଧ୍ୟ ଆବଶ୍ୟକ ପରିମାଣର ପାଣି ଯାଇପାରୁନାହିଁ । ତେଣୁ ଚାଷୀଙ୍କ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟିContinue reading “ଚାଷୀର ସମସ୍ୟା ବଢ଼ାଉଛି ଜଗତସିଂହପୁର ଜିଳ୍ଲାର ହଂସୁଆ ନଦୀ । ଚାଷ ଉପଯୋଗରେ ଲାଗିପାରୁନି ନଦୀ ପାଣି”
୩୦ବର୍ଷ ପରେ ଘର ବାହୁଡ଼ା । ଟଙ୍କା ରୋଜଗାର ପାଇଁ ପିଲା, ସ୍ତ୍ରୀଙ୍କ ପର କରି ଛାଡ଼ିଥିଲେ ଘର
କନକ ବ୍ୟୁରୋ : ଗାଁରେ ଖୁସିର ମାହୋଲ । କିଏ ଖୁସିରେ କୋଳେଇ ଧରୁଛି ଅନ୍ୟ କିଏ ଖୁସିରେ ବୃଦ୍ଧାଙ୍କୁ କାନ୍ଧରେ ଟେକି ଧରୁଛି । କାହିଁକି ବା ନହେବ । ୩୦ ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛନ୍ତି କପିଳ ସାହୁ । ପରିବାର ଖୁସି କହିଲେ ନସରେ । ଦୀର୍ଘ ବର୍ଷ ହେବ ନିଜ ପରିବାରଠୁ ଦୂରରେ ରହିବା ପରେ ଏବେ ନିଜ ଘରକୁ ଫେରିଛନ୍ତି । କପିଳଙ୍କୁ ଦେଖିବାକୁ ଲୋକେ ଘର ଆଗରେContinue reading “୩୦ବର୍ଷ ପରେ ଘର ବାହୁଡ଼ା । ଟଙ୍କା ରୋଜଗାର ପାଇଁ ପିଲା, ସ୍ତ୍ରୀଙ୍କ ପର କରି ଛାଡ଼ିଥିଲେ ଘର”
ଶବ ସତ୍କାରକୁ ନେଇ ବିବାଦ । ଗଞ୍ଜାମରେ ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ପରିବାର ମଧ୍ୟରେ ବିବାଦ
କନକ ବ୍ୟୁରୋ : ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ । କିଏ ନେବ ଦାଦନଙ୍କ ମୃତଦେହ । ଜନ୍ମିତ ମା’ ପୁଅ ମୃତଦେହ ମାଗୁଥିବା ବେଳେ ପୁଅ ହୋଇଯାଇଥିବା ମାଉସୀ ମଧ୍ୟ ମୃତଦେହ ନେବାକୁ ଦାବି କରିଛି । ଅନେକ ଟଣା ଓଟରା ପରେ ମାମଲାରେ ହସ୍ତକ୍ଷେପ କରିଛି ପୋଲିସ । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରଯାଇଛି । ଗୋଟିଏ ପଟେ ଜନ୍ମକଲା ମା ଓ ନିଜ ଭାଇମାନେContinue reading “ଶବ ସତ୍କାରକୁ ନେଇ ବିବାଦ । ଗଞ୍ଜାମରେ ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ପରିବାର ମଧ୍ୟରେ ବିବାଦ”