କନକ ବ୍ୟୁରୋ : ସଂସଦରେ ଘଟିଥିବା ଆଜିର ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଗଣତନ୍ତ୍ରର ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କେତେ କଡାକଡି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦର୍ଶକ ଗ୍ୟାଲେରୀରୁ ୨ ଜଣ ଅଜଣା ବ୍ୟକ୍ତି କିଭଳି ଭାବେ ଡିଆଁମାରି ସଂସଦ ଭିତରେ ପ୍ରବେଶ କଲେ ତାହାକୁ ନେଇ ଏବେ ବି ସନ୍ଦେହ ରହିଛି । ଏହି ଦୁଇଜଣ ଅଜଣା ବ୍ୟକ୍ତି ସଂସଦ ଭିତରେ ପ୍ରବେଶ କରିବା ପରେ ସ୍ପ୍ରେ ଜରିଆରେ ଧୂଆଁContinue reading “ସାଂସଦ ଦାନୀଶ ଅଲ୍ଲୀଙ୍କ ଗମ୍ଭୀର ଅଭିଯୋଗ । ସଂସଦରେ ଅନୁପ୍ରବେଶ କରିଥିବା ସାଗରକୁ ବିଜେପି ସାଂସଦ ଦେଇଥିଲେ ପାସ୍”
Category Archives: News
ମଝିରେ ମଝିରେ ଶିଶୁ କାନ୍ଦୁଥିଲା ବୋଲି ଆମେ ସକ୍ରିୟ ହୋଇପଡୁଥିଲୁ-ଅଗ୍ନିଶମ ଡିଜି
କନକ ବ୍ୟୁରୋ: ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣା । ଅପରେସନ୍ ବୋରୱେଲ ନେଇ ବିସ୍ତୃତ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । କହିଲେ, ଉତ୍ତରାଞ୍ଚଳ ଅଗ୍ନିଶମ ରେଞ୍ଜ୍ ଅଫିସର ସଲିଲ ପ୍ରକାଶ କିଣ୍ଡୋ ଏବଂ ସୁଶାନ୍ତ ରାଉଳ ତାଙ୍କ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ୨ଟା ୪୬ ମିନିଟରେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ବୋରୱେଲ ଭିତରେ ଶିଶୁ ଥିବା ଜାଣିବା ପରେ ତାକୁ କେମିତି ଅକ୍ସିଜେନ ଦିଆଯିବContinue reading “ମଝିରେ ମଝିରେ ଶିଶୁ କାନ୍ଦୁଥିଲା ବୋଲି ଆମେ ସକ୍ରିୟ ହୋଇପଡୁଥିଲୁ-ଅଗ୍ନିଶମ ଡିଜି”
ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ?
କନକ ବ୍ୟୁରୋ : ଲୋକସଭା ସୁରକ୍ଷା ବ୍ୟବସ୍ଥାରେ ବଡ ଧରଣର ତ୍ରୁଟି । ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଲୋକସଭା ଭିତରକୁ ଧସେଇ ପଶିଲେ ଦୁଇ ଜଣ ଅଜଣା ବ୍ୟକ୍ତି । ଦର୍ଶକ ଗ୍ୟାଲେରୀରୁ ୨ ଅଜଣା ବ୍ୟକ୍ତି ସିଧା ଗୃହ ମଧ୍ୟକୁ ଡେଇଁଥିଲେ । ଏହାସହ ଜୋତାରୁ ସ୍ମୋକ କ୍ୟାଣ୍ଡେଲ ବାହାର କରି ଗୃହକୁ ହଳଦିଆ ଧୂଆଁରେ ଧୂଆଁମୟ କରିଥିଲେ । ସମାନ ସମୟରେ ଗୃହ ବାହାରେ ଜଣେ ଯୁବକ ଓ ଯୁବତୀ ମଧ୍ୟ ସ୍ମୋକContinue reading “ସଂସଦରେ ‘ସ୍ମୋକ ଆକ୍ରମଣ’, ଦର୍ଶକ ଗ୍ୟାଲେରୀରୁ ଡେଇଁଲେ ୨ ଯୁବକ । ପୂରା ଗୃହକୁ କରିଲେ ଧୂଆଁମୟ, ସୋସିଆଲ ମିଡ଼ିଆରେ ପରସ୍ପରକୁ ଚିହ୍ନିଥିଲେ ୪ ଅଭିଯୁକ୍ତ । ଜାଣନ୍ତୁ ୪ ଅଭିଯୁକ୍ତଙ୍କ ନାଁ କଣ?”
ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ହେଲେ ଯୋଗଦେଲେ ନାହିଁ ବରିଷ୍ଠ ନେତ୍ରୀ ଉମା ଭାରତୀ
କନକ ବ୍ୟୁରୋ : ଚଳିତ ବର୍ଷ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପୁର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କ ଯୋଗ ନଦେବା ଘଟଣାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ବିଜେପିର ଏହି ବରିଷ୍ଠ ନେତ୍ରୀ ଏ ନେଇ ସର୍ବ ସମ୍ମୁଖରେ କାରଣ ଜଣାଇଛନ୍ତି । ବୁଧବାର ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ବିଜେପି ବିଧାୟକ ଦଳର ନେତା ଡଃ ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତିContinue reading “ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ହେଲେ ଯୋଗଦେଲେ ନାହିଁ ବରିଷ୍ଠ ନେତ୍ରୀ ଉମା ଭାରତୀ”
ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ।
କନକ ବ୍ୟୁରୋ : ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ବିଷ୍ଣୁଦେଓଙ୍କ ସମେତ ଦୁଇ ଉପ-ମୁଖ୍ୟମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ବିଜୟ ଶର୍ମା ଓ ଅରୁଣ ସାଓ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ । ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିରContinue reading “ଛତିଶଗଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେଓ ସାଏ । ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ରାଜ୍ୟପାଳ । “
ଉତ୍ତର ଭାରତର ଗୋଟିଏ ରାଜ୍ୟରେ ରହିଛି କଂଗ୍ରେସ ସରକାର, ହେଲେ ସାରା ଦେଶରେ ରହିଛି କଂଗ୍ରେସ ବିଚାରଧାରା : ହିମାଚଳ ମୁଖ୍ୟମନ୍ତ୍ରୀ
କନକ ବ୍ୟୁରୋ : ଏକ ଜାତୀୟ ଗଣମାଧ୍ୟମର ଆଲୋଚନା ଚକ୍ରରେ ଯୋଗଦେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗୋଟିଏ ବର୍ଷରେ ହିମାଚଳରେ କଂଗ୍ରେସ ସରକାର କଣ କଣ କାର୍ଯ୍ୟ କରିଛି ତାହାର ହିସାବ ଦେଇଛନ୍ତି । ସେ କହିଛନ୍ତି କି, ଯିଏ କ୍ଷମତାରେ ରହିବ ତା ଆଗରେ ଅନେକ ଚ୍ୟାଲେଞ୍ଜ ରହିବ । ହିମାଚଳ ପ୍ରଦେଶର ଆର୍ଥିକ ସ୍ଥିତି ଏବେ ବି ଭଲ ନଥିବା ସୁଖୁ କହିଛନ୍ତି । ସେପଟେ କେନ୍ଦ୍ର କଂଗ୍ରେସକୁ ନେଇContinue reading “ଉତ୍ତର ଭାରତର ଗୋଟିଏ ରାଜ୍ୟରେ ରହିଛି କଂଗ୍ରେସ ସରକାର, ହେଲେ ସାରା ଦେଶରେ ରହିଛି କଂଗ୍ରେସ ବିଚାରଧାରା : ହିମାଚଳ ମୁଖ୍ୟମନ୍ତ୍ରୀ”
ନିର୍ବାଚନ ଆୟୁକ୍ତ ବିଲ୍ କୁ ନେଇ ରାଘବ ଚଢାଙ୍କ ବୟାନ୍ । କହିଲେ, ଏହି ବିଲ୍ ପାରିତ ହେଲେ ସମ୍ବିତ ପାତ୍ରଙ୍କୁ ମଧ୍ୟ କରାଯାଇପାରିବ ନିର୍ବାଚନ ଆୟୋଗ ଅଧ୍ୟକ୍ଷ
କନକ ବ୍ୟୁରୋ : ସଂସଦରେ ଶୀତଳକାଳୀନ ଅଧୀବେଶନରେ ଦେଶର କମିଶନର ନିଯୁକ୍ତ କରିବାକୁ ଆଣିଥିବା ବିଲ୍ ଉପରେ ମଙ୍ଗଳବାର ଦିନ (୧୨ ଡିସେମ୍ବର ୨୦୨୩) ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ନକଲି ଦସ୍ତଖତ ମାମଲାରେ ନିଲମ୍ବିତ ହୋଇଥିବା ଏବଂ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିବା ପରେ ପୁଣି ଥରେ ରାଜ୍ୟସଭାକୁ ଫେରିଥିବା ରାଘବ ଚଢା ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦୀ ସମ୍ବିତ ପାତ୍ରାଙ୍କ ଉପରେ ବୟାନ ଦେଇଛନ୍ତି । ଏହି ବିଲ୍ ବାବଦରେ ରାଘବ ଚଡ୍ଡାContinue reading “ନିର୍ବାଚନ ଆୟୁକ୍ତ ବିଲ୍ କୁ ନେଇ ରାଘବ ଚଢାଙ୍କ ବୟାନ୍ । କହିଲେ, ଏହି ବିଲ୍ ପାରିତ ହେଲେ ସମ୍ବିତ ପାତ୍ରଙ୍କୁ ମଧ୍ୟ କରାଯାଇପାରିବ ନିର୍ବାଚନ ଆୟୋଗ ଅଧ୍ୟକ୍ଷ”
ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା?
କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୨୬ରେ ଗଣିତ, ୨୮ରେ ସଂସ୍କୃତ/ହିନ୍ଦୀ, ମାର୍ଚ୍ଚ ୨ରେ ସାଧାରଣContinue reading “ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି କେଉଁ ପରୀକ୍ଷା? “
ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପୁଣି ସମାନ ଦିନରେ ନୂଆ ସଂସଦ ଭିତରେ ପଶିଲେ ୨ ଅଜଣା ଯୁବକ
କନକ ବ୍ୟୁରୋ : ସାଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି କ୍ରମରେ ଲୋକସଭାରେ ବୈଠକ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ ଦୁଇଜଣ ସଂସଦ ଭିତରେ ପ୍ରବେଶ କରି ଗୋଟିଏ ଚେୟାରରୁ ଅନ୍ୟ ଚେୟାରକୁ ଡେଇଁବା ଓ ସ୍ମୋକ କ୍ୟାଣ୍ଡେଲ ଲଗାଇ ସଂସଦContinue reading “ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପୁଣି ସମାନ ଦିନରେ ନୂଆ ସଂସଦ ଭିତରେ ପଶିଲେ ୨ ଅଜଣା ଯୁବକ”
ଶବ ସତ୍କାରକୁ ନେଇ ବିବାଦ । ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ । ଶେଷରେ ନିରପେଷ ସ୍ଥାନରେ ଜଳିଲା ଜୁଇ
କନକ ବ୍ୟୁରୋ: ଟଙ୍କା, ଜମି ଅବା ଧନସମ୍ପତିକୁ ନେଇ ବିବାଦ କଥା ଆମେ ଜାଣିଛେ । କିନ୍ତୁ ଶବକୁ ନେଇ ବିବାଦ କେବେ ଦେଖିନଥିବେ । ଗଞ୍ଜାମରେ ମୃତ ଦାଦନ ଶ୍ରମିକର ଶବକୁ ନେଇ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିବା ପରେ ପୁଲିସ ଘଟଣାରେ ହସ୍ତକ୍ଷେପ କରିଛି । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରାଯାଇଛି । ଗୋଟଏ ପଟେContinue reading “ଶବ ସତ୍କାରକୁ ନେଇ ବିବାଦ । ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ । ଶେଷରେ ନିରପେଷ ସ୍ଥାନରେ ଜଳିଲା ଜୁଇ”