ଭାରତକୁ ଅଟକେଇବାକୁ ଆଣିଥିଲେ ନିଜ୍ଜର ହତ୍ୟା ଅଭିଯୋଗ । ଶେଷରେ ସ୍ପଷ୍ଟୀକରଣ ଦେଲେ କାନାଡା ପ୍ରଧାନମନ୍ତ୍ରୀ

ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରିବା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଟ୍ରୁଡୋ କହିଛନ୍ତି ଯେ ଭାରତକୁ ରୋକିବା ପାଇଁ ନିଜ୍ଜର ହତ୍ୟାକାଣ୍ଡ ସଂପର୍କରେ ସେ ସଂସଦରେ ଅଭିଯୋଗ କରିଥିଲେ ।  ଜି -20 ସମୟରେ ମଧ୍ୟ ସେ ନିଜ୍ଜର  ପ୍ରସଙ୍ଗ ଉଠାଇଥିଲେ ବୋଲି କାନାଡା ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି । ନିଜ୍ଜର ହତ୍ୟା ମାମଲାରେ ଭାରତର ବାରମ୍ବାର ଦାବି ସତ୍ତ୍ବେ  ପ୍ରମାଣ ପ୍ରଦାନ କରିପାରିନାହାଁନ୍ତିContinue reading “ଭାରତକୁ ଅଟକେଇବାକୁ ଆଣିଥିଲେ ନିଜ୍ଜର ହତ୍ୟା ଅଭିଯୋଗ । ଶେଷରେ ସ୍ପଷ୍ଟୀକରଣ ଦେଲେ କାନାଡା ପ୍ରଧାନମନ୍ତ୍ରୀ”

ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଲୋକସଭାର ସୁରକ୍ଷା ବଡ ତ୍ରୁଟି । ଲୋକସଭାରେ ଅଚାନକ ପଶିଗଲେ ଦୁୁଇ ଜଣ ଅଜଣା ଯୁବକ । ତେବେ ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇ ଜଣ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ତା ସହିତ ଏହି ଘଟଣା ପରେ ଲୋକସଭାକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି ।Continue reading “ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।”

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । କୋଟି କୋଟି ନଗଦ ଟଙ୍କା ଜବତ ପରେ ସୁନା ଖୋଜୁଛନ୍ତି ଆୟକର ଅଧିକାରୀ 

କନକ ବ୍ୟୁରୋ: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ । କୁହାଯାଉଛି ଏହି ଯନ୍ତ୍ର ମାଟି ତଳେ  ଥିବା ସୁନାକୁ ଠାବ କରିପାରିବ । ମଦ ବ୍ୟବସାୟୀଙ୍କContinue reading “ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । କୋଟି କୋଟି ନଗଦ ଟଙ୍କା ଜବତ ପରେ ସୁନା ଖୋଜୁଛନ୍ତି ଆୟକର ଅଧିକାରୀ “

ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା?

କନକ ବ୍ୟୁରୋ: ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଶିଶୁ କନ୍ୟାଟିକୁ କେହି ମହିଳା ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ଶିଶୁକନ୍ୟା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ ଶିଶୁକନ୍ୟା । ଝିଅର ଚିକିତ୍ସା ପାଇଁ ୫ ଜଣିଆ ଡାକ୍ତରୀ ଟିମ୍ ନିଯୋଜିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଆମ୍ବଲାନ୍ସ ଯୋଗେ ଉଦ୍ଧାର ପରେContinue reading “ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା?”

ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ ।

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି । ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟ ଦାସContinue reading “ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ ।”

ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ

  ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ମିଳିତ ଜାତିସଂଘ (ଜାତିସଂଘ) ରେ ମଙ୍ଗଳବାର ଦିନ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ଭାରତ ସମେତ ୧୫୩ ଦେଶ ଏହାକୁ ସମର୍ଥନ କରିଥିଲେ । ଗାଜାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ଏବଂ ଜାତିସଂଘ ଗତ କିଛି ଦିନ ହେବ ଯୁଦ୍ଧ ବନ୍ଦ ପାଇଁ ଡାକରା ଦେଇଛି । ନ୍ୟୁୟର୍କ: ଇସ୍ରାଏଲ-ହମାସ ଯୁଦ୍ଧରେ ମିଳିତ ଜାତିସଂଘ (ଜାତିସଂଘ) ମଙ୍ଗଳବାର ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁContinue reading “ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ”

ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।

କନକ ବ୍ୟୁରୋ: ଦେଶବ୍ୟାପୀ ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଡାକସେବା । ପୋଷ୍ଟ ଅଫିସରୁ ମଧ୍ୟ ଟଙ୍କା ଉଠାଇପାରୁନାହାନ୍ତି ଉପଭୋକ୍ତା । ଏପରିକି ଚିଠି ନେଣ ଦେଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଡାକ ସେବକଙ୍କ ପ୍ରତି ବୈମାତୃକ ମନୋଭାବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନ କରୁଥିବା ବେଳେ ସମାଧାନ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଚେତାବନୀContinue reading “ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।”

ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ । ନକଲି ମାଓବାଦୀର ପରିଚୟ ଦେଇ ମାଗୁଥିଲେ ଟଙ୍କା ।

କନକ ବ୍ୟୁରୋ: ବଟି ମାଗି ଗିରଫ ହେଲେ ଦୁଇ ଯୁବତୀଙ୍କ ସହ ଦୁଇ ଯୁବକ । ନିଜକୁ ମାଓବାଦୀ ପରିଚୟ ଦେଇ ୬୦ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି । ରାୟଗଡ଼ା ଦୋରାଗୁଡା ପୁଲିସ ୪ ନକଲି ମାଓବାଦୀଙ୍କୁ ଗିରଫ କରିବା ସହ ନକଲି ମାଓବାଦୀ ଚିଠି ଓ ମୋବାଇଲ ଜବତ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦମ୍ପତି ମଧ୍ୟ ଅଛନ୍ତି । ପୁଲିସ ସୂଚନା ମୁତବକ, ଗତContinue reading “ବଟି ମାଗି ଗିରଫ ହେଲେ ୪ ଯୁବକ, ଯୁବତୀ । ନକଲି ମାଓବାଦୀର ପରିଚୟ ଦେଇ ମାଗୁଥିଲେ ଟଙ୍କା ।”

ପରୀକ୍ଷା ପାଇଁ ୬ କିଲୋମିଟର ବାଟ ଚାଲିଲେ ୯୦ ଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଗାଡି ପାଇଁ ନାହିଁ ଟଙ୍କା

କନକ ବ୍ୟୁରୋ: ପରୀକ୍ଷା ପାଇଁ ୬ କିଲୋମିଟରରୁ ଅଧିକ ବାଟ ଚାଲିଲେ ୯୦ ଜଣ ଛାତ୍ରୀ । ମୟୁରଭଞ୍ଜ ଜିଲ୍ଲା ମୋରଡା ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୋରଡା ବ୍ଲକ ଅଧିନସ୍ଥ ଭାଲିଆଡିହା କେଜିବିଭି ସ୍କୁଲର ଷଷ୍ଠଶ୍ରେଣୀର ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରୀଙ୍କୁ ରାସ୍ତାରେ ଚଲାଇ ନିଆଯାଇଛି । କୁନି କୁନି ପିଲାଙ୍କୁ ଏତେବାଟ ଚଳାଇବା ନେଇ ଘଟଣାକୁ ନେଇ ତାତିଛନ୍ତି ଅଭିଭାବକContinue reading “ପରୀକ୍ଷା ପାଇଁ ୬ କିଲୋମିଟର ବାଟ ଚାଲିଲେ ୯୦ ଛାତ୍ରୀ । ପ୍ରଧାନ ଶିକ୍ଷୟିତ୍ରୀ କହିଲେ, ଗାଡି ପାଇଁ ନାହିଁ ଟଙ୍କା”

ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ୍ ରୋମିଓଙ୍କୁ ମାଡ ମାରି, ପୋଲିସର ଜିମା ଦେଲେ ଲୋକେ ।

କନକ ବ୍ୟୁରୋ: ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ ରୋମିଓଙ୍କୁ ମାଡ ମାରିବା ସହ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଯାଜପର ଜିଲ୍ଲା ଧର୍ମଶାଳା ଥାନା କାନପୁର ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଥାନୁଆଳ ପଞ୍ଚାୟତ ଗୁଆରଙ୍ଗ ଗାଁର କିଛି କଲେଜ ଛାତ୍ରୀଙ୍କୁ ଗତ କିଛି ଦିନ ହେବ ଅସାମାଜିକ ଯୁବକ ଗ୍ୟାଙ୍ଗ ବାଟରେ କମେଣ୍ଟ ମାରିବା ସହ ଅଟକାଇ ଜୋରଜବରଦସ୍ତି ଫୋନ୍ ନମ୍ବର ମାଗି ହଇରାଣ କରୁଥିଲେ Continue reading “ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା । ରୋଡ୍ ରୋମିଓଙ୍କୁ ମାଡ ମାରି, ପୋଲିସର ଜିମା ଦେଲେ ଲୋକେ ।”

Design a site like this with WordPress.com
Get started