ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।

କନକ ବ୍ୟୁରୋ: ଭୁବନେଶ୍ୱର ଗାଡ଼କଣ ସ୍ଥିତ ସ୍ପେସ୍ ଟାଉନ ଆପାର୍ଟମମେଂଟରୁ ସିରିଜ ଲୁଟ । ଘରେ ପଶି ଫ୍ରିଜରେ ଥିବା ଫ୍ରୁଟି ପିଇ ୫ଟି ଫ୍ଲାଟରେ ବୁଲାଇଲେ କଳାକନା । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର । ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି ରହିଛି । ରାଜଧାନୀରେ ଲୁଟେରାଙ୍କ ଆତଙ୍କ ରାଜ ବଢ଼ି ଚାଲିଛି । ରବିବାର ଦିନ ଲିଙ୍ଗରାଜ ଥାନା ହାଟ ସାହିରେ ଏଟିଏମ୍ ତାଡିContinue reading “ଫ୍ରିଜ ଖୋଲି ଫ୍ରୁଟି ପିଇଲେ, ଲୁଟି ନେଲେ ସୁନା ଅଳଙ୍କାର । ଭୁବନେଶ୍ୱର ଗାଡ଼କଣରେ ୫ଟି ଫ୍ଲାଟରୁ ଲୁଟ୍ ।”

ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।

କନକ ବ୍ୟୁରୋ : ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଯାଦବଙ୍କ ନାଁରେ ମୋହର ମାରିଛି ବିଜେପି । ମୋହନଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି । କାରଣ ମୁଖ୍ୟମନ୍ତ୍ରୀ ରେସରେ ଅନେକ ବଡ ବଡ ନାଁ ଥିଲେ ମଧ୍ୟ ମୋହନଙ୍କ ଉପରେ ଶୀର୍ଷ ନେତୃତ୍ୱ ଭରସା କରିବେ ତାହା କେହି କଳ୍ପନା ମଧ୍ୟ କରିନଥିଲେ । ଏହା ମୋହନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା । ପୂରାContinue reading “ହସ୍ପିଟାଲରେ ଅପରେସନ କରୁଥିଲେ ଝିଅ, ବାପାଙ୍କ ନାଁ ମୁଖ୍ୟମନ୍ତ୍ରୀ ଭାବେ ହେଲା ଘୋଷଣା । ତା ପରେ… ।”

ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ ।

କନକ ବ୍ୟୁରୋ: ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନ୍ । ଉଠାଜଳସେଚନ ଯୋଜନାରେ ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ । କେବଳ ୟୁନିୟନ ବ୍ୟାଙ୍କରେ ଆବେଦନ କରିବାର ସୁବିଧା ଥିବାରୁ ଲୋକେ ଏହି ବ୍ୟାଙ୍କରେ ଭିଡ ଜମାଇଛନ୍ତି ଚାଷୀ । ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଏଭଳି ଭିଡ ଦେଖିବାକୁ ମିଳିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କୁ ନଳକୂପ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକContinue reading “ଚାଷୀଙ୍କୁ ସର୍ତ୍ତ ଅଡୁଆ । ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ ।”

ଭୁଟାନ ଏବେ ଚୀନ୍ କଥାରେ ଉଠ୍ ବସ । ଭାରତ ପାଇଁ କେତେ ବିପଦଜନକ ?

ଚୀନ୍ ଭୁଟାନର ଉତ୍ତର ଅଞ୍ଚଳ ନିକଟରେ ଦ୍ରୁତ ଗତିରେ ଭିତ୍ତିଭୂମି ବିକାଶ କରୁଛି । ଏହା ଭାରତ ପାଇଁ ଏକ ଆଲାର୍ମ ଘଣ୍ଟି ସଦୃଶ୍ୟ । ଚୀନ ଯେପରି ଢଙ୍ଗରେ ଭୁଟାନକୁ ଋଣ ଜାଲରେ ବୁଡେଇ ସାରିଲାଣି ଆଗାମୀ ଦିନରେ ଭୁଟାନର ଜାକରଲୁଙ୍ଗ ଉପତ୍ୟକା ଚୀନ୍ ହାତକୁ ଯିବାରେ କିଛି ଅସୁବିଧା ହେବନାହିଁ । ଚୀନ୍ ଉଭୟ ଜାକରଲୁଙ୍ଗ ଏବଂ ପଡୋଶୀ ମେନଚୁମା ଉପତ୍ୟକାକୁ ଏକପ୍ରକାର ଦଖଲ କରି ନେଇଛି ଏବଂ ଭୁଟାନ ଏହି ଜମିକୁ ଚୀନ୍Continue reading “ଭୁଟାନ ଏବେ ଚୀନ୍ କଥାରେ ଉଠ୍ ବସ । ଭାରତ ପାଇଁ କେତେ ବିପଦଜନକ ?”

୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । 

କନକ ବ୍ୟୁରୋ: ଦୁଇ ଦିନ ହେବ କୋରାପୁଟ ଜିଲ୍ଲାରେ ବଢ଼ିଛି ଶୀତ ଲହରୀ । ସକାଳୁ ସକାଳୁ ଘନ କୁହୁଡ଼ି ପଡ଼ିବା ଦ୍ୱା ଯାତାୟତରେ ବାଧା ସୃଷ୍ଟି ହୋଇଛି । ବିଶେଷ କରି ଜିଲ୍ଲାର ସିମିଳିଗୁଡ଼ା ଦାମନ ଯୋଡ଼ି ଏବଂ ଦସ୍ ମନ୍ତପୁର ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି । ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । କନ୍ଧମାଳ ଜିଲ୍ଲାରେ ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି ।Continue reading “୧୫ ଡିଗ୍ରୀ ତଳେ ଟ୍ୱିନ ସିଟିର ପାରଦ । ସବୁଠୁ ଥଣ୍ଡା ସହର ଜି. ଉଦୟଗିରି । “

ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି ।

କନକ ବ୍ୟୁରୋ: ବଢୁଛି ସେୟାର ମାର୍କେଟ । ଲଗାତାର ଦ୍ୱିତୀୟ ଦିନରେ ବଢିଲା ବିଏସଇ ସେନସେକ୍ସ୍ସ ଓ ନିଫ୍ଟି । ମଙ୍ଗଳବାର ସେନସେକ୍ସ ୭୦ ହଜାର ଅତିକ୍ରମ କରିଥିବା ବେଳେ ନିଫ୍ଟି ୨୧ ହଜାର ଉପରେ ରହିଛି । ସକାଳୁ ୭୭ ପଏଂଟ ବୃଦ୍ଧି ପାଇ ସେନସେକ୍ସ ୭୦ ହଜାର ୫ ଛୁଇଛି । ନିଫ୍ଟି ୨୯ ପଏଣ୍ଟ ବୃଦ୍ଧି ପାଇ ୨୧ ହଜାର ୨୬ରେ ପହଞ୍ଚିଛିି । ସେହିପରି ବ୍ୟାଙ୍କ ନିଫ୍ଟି ଇଣ୍ଡେକ୍ସ ୧୦୭ ଦଶମିକContinue reading “ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ସେୟାର ମାର୍କେଟ । ୭୦ ହଜାର ଉପରେ ସେନସେକ୍ସ, ୨୧ ହଜାର ଉପରେ ନିଫ୍ଟି ।”

ଜେଲରୁ ବାହାରି ଲ’ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି ଅର୍ଚ୍ଚନା । 

କନକ ବ୍ୟୁରୋ: ଝାରପଡା ଜେଲରୁ ବାହାରି ଆଇନ ପରୀକ୍ଷ ଦେବାକୁ ଯାଇଛନ୍ତି ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ଆଜି ସକାଳୁ ସେ ଜେଲରୁ ରିଲିଜ୍ ହେବା ପରେ ତାଙ୍କସ୍ୱାମୀ ଜଗବନ୍ଧୁ ତାଙ୍କୁ ଆଣିବାକୁ ଯାଇଥିଲେ । ୧୪ ମାସ ପରେ ସେ ଆଜି ସକାଳୁ ଝାରପଡ଼ା ଜେଲରୁ ବାହାରିଛନ୍ତି । ଅର୍ଚ୍ଚନାଙ୍କୁ ନେବା ଝାରପଡ଼ା ଜେଲକୁ ଆସିଥିଲେ ସ୍ୱାମୀ ଜଗବନ୍ଧୁ । ଜେଲରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା କହିଛନ୍ତି, ସେ କୋର୍ଟଙ୍କContinue reading “ଜେଲରୁ ବାହାରି ଲ’ ପରୀକ୍ଷା ଦେବାକୁ ଗଲେ ଅର୍ଚ୍ଚନା ନାଗ । ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି ଅର୍ଚ୍ଚନା । “

କଟକ ପରେ ଭୁବନେଶ୍ୱରରେ ମଧ୍ୟ ସିିରିଜ୍ ଚୋରୀ । ୫ଟି ପ୍ଲାଟରେ କଳାକନା ବୁଲାଇଲେ ଚୋର ।

କନକ ବ୍ୟୁରୋ: ଭୁବନେଶ୍ୱର ଗାଡ଼କଣ ସ୍ଥିତ ସ୍ପେସ ଟାଉନ ଆପାର୍ଟମମେଣ୍ଟରୁ ସିରିଜ ଲୁଟ । ଗୋଟିଏ ରାତିରେ ୫ଟି ଫ୍ଲାଟରେ ବୁଲାଇଲେ କଳାକନା । ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ନେଇଗଲେ ସୁନା ଅଳଙ୍କାର । ମଂଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ଛାନଭିନ ଜାରି । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ମଧ୍ୟ  ଘନଘନ ଚୋରି । ତରଡପଡା ଗାଁରୁ ଗୋଟିଏ ରାତିରେ ୭ଟି ଘରୁ ସୁନା, ରୁପା, ଲକ୍ଷାଧିକ ଟଙ୍କାର ସାମଗ୍ରୀContinue reading “କଟକ ପରେ ଭୁବନେଶ୍ୱରରେ ମଧ୍ୟ ସିିରିଜ୍ ଚୋରୀ । ୫ଟି ପ୍ଲାଟରେ କଳାକନା ବୁଲାଇଲେ ଚୋର ।”

ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ସମ୍ବଲପୁରରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ ।

କନକ ବ୍ୟୁରୋ : ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସେମ୍ବର ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି । ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୂରା କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ସୂଚନା ମିଳିଛି । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନାContinue reading “ଡିସେମ୍ବର ୨୪ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ସମ୍ବଲପୁରରର ଏକ କାର୍ଯ୍ୟକ୍ରମରେ ହେବେ ସାମିଲ ।”

ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ବହୁ ପରିମାଣର ସୁନା ଜବତ ସୂଚନା । ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଇଡି ।

କନକ ବ୍ୟୁରୋ: ଟଙ୍କା ଗଣତି ପରେ ଏବେ ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ଟିଟଲାଗଡ଼ ପରେ ଆଜି ବଲାଙ୍ଗିରରେ ଲକର ଖୋଲିପାରେ ଆୟକର ବିଭାଗ । ଗତକାଲି ଟିଟିଲାଗଡ଼ଠାରେ ଆୟକର ବିଭାଗ ଅଧିକାରୀମାନେ ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ଘରକୁ ଯାଇ ତାଙ୍କ ପତ୍ନୀ ଆରତିଙ୍କ ସଂପତ୍ତି ସଂପର୍କରେ ପଚରାଉଚରା କରିଥିଲେ । ପରେ ଆରତିଙ୍କ ଉପସ୍ଥିତିରେ ଏକ୍ସିସ ବ୍ୟାଙ୍କ ଓ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଥିବା ତାଙ୍କର ବ୍ୟାଙ୍କ ଖାତାଗୁଡ଼ିକ ଯାଞ୍ଚ କରିଥିଲେContinue reading “ବ୍ୟାଙ୍କ ଲକର ଖୋଲୁଛି ଆୟକର ବିଭାଗ । ବହୁ ପରିମାଣର ସୁନା ଜବତ ସୂଚନା । ଆଜି ବଲାଙ୍ଗୀରରେ ଲକର ଖୋଲିପାରେ ଇଡି ।”

Design a site like this with WordPress.com
Get started