କନକ ବ୍ୟୁରୋ: ଡାକପାଳ ଲୁଟିନେଲେ ଲୋକଙ୍କ ଟଙ୍କା । ନକଲି ରସିଦ ଦେଇ ୨୦ଲକ୍ଷରୁ ଅଧିକ ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ । ଟଙ୍କା ଲୁଟ୍ ଅଭିଯୋଗରେ ଡାକ ଘରେ ଉପଡାକପାଳ ଓ ଡାକ ନିରୀକ୍ଷକଙ୍କୁ ତାଲା ପକାଇଦେଲେ ଉତ୍ୟକ୍ତ ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅସ୍ତରଙ୍ଗ ନୂଆ ଉପଡାକଘର ସମୁଖରେ । ଅଭିଯୋଗ ଅନୁସାରେ, ଡାକ ଘରେ ବିଭିନ୍ନ ସଂଚୟ ଖାତା ଜରିଆରେ ଟଙ୍କା ଜମା ରଖିଥିଲେ । ହେଲେ ଉପଡାକପାଳContinue reading “ଡାକଘରେ ବନ୍ଧା ପଡ଼ିଲେ ଉପଡାକପାଳ ଓ ଡାକ ନିରୀକ୍ଷକ । ଲୋକଙ୍କ ଟଙ୍କା ଡିପୋଜିଟ୍ ନକରି ରସିଦ ଧରାଇ ଦେଇଥିବା ଅଭିଯୋଗ ।”
Category Archives: News
ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛାପ । ଦୁଇ ଛାତ୍ରୀଙ୍କ ସହ ଘରୋଇ ସ୍କୁଲ ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଘଟଣା ।
କନକ ବ୍ୟୁରୋ: ଗୁରୁ ଶିଷ୍ୟ ସଂପର୍କରେ କଳଙ୍କର ଛାପ ଲାଗିଛି । ବିଦ୍ୟାଳୟ ଶ୍ରେଣୀଗୃହରେ ଦୁଇ ଦୁଇଜଣ ଛାତ୍ରୀଙ୍କ ସହ ଏକ ଘରୋଇ ବିଦ୍ୟାଳୟର ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇ ନାବାଳିକା ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ କରିଛନ୍ତି ଅଭିଭାବକ । ଏପରି ଲଜ୍ୟାଜନକ ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଘଡିଆମାଳଠାରେ ମଧୁସୂଦନ ବିଦ୍ୟାମନ୍ଦିରରେ ଘଟିଛି । ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ନାବାଳିକାContinue reading “ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କର ଛାପ । ଦୁଇ ଛାତ୍ରୀଙ୍କ ସହ ଘରୋଇ ସ୍କୁଲ ମାଲିକ ତଥା ପ୍ରଧାନଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ । କେନ୍ଦ୍ରାପଡା ରାଜନଗର ଘଟଣା ।”
ଝାରସୁଗୁଡାରେ ୩ ଦିନିଆ ଶିଳ୍ପ ସମ୍ମିଳନୀ । ଉଦଘାଟନୀ ଦିବସରେ ୧୧ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର ।
କନକ ବ୍ୟୁରୋ: ଝାରସୁଗୁଡାରେ ଆରମ୍ଭ ହୋଇଛି ୩ ଦିନିଆ ଶିଳ୍ପ ସମ୍ମିଳନୀ । ଗତକାଲି ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଶିଳ୍ପ ସଚିବ ହେମନ୍ତ ଶର୍ମା, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗ ଦେଇଛନ୍ତି । ଉଦଘାଟନୀ ଦିବସରେ ଝାରସୁଗୁଡା ଶିଳ୍ପ ସମ୍ମିଳନୀରେ ୧୧ଟି କଂପାନୀ ସହ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏଥିରେ ପ୍ରାୟ ୨୩ ହଜାର ୩୮୯ କୋଟି ଟଙ୍କାର ପୁଞ୍ଜିବିନିଯୋଗ ସହ ୧୫ ହଜାରContinue reading “ଝାରସୁଗୁଡାରେ ୩ ଦିନିଆ ଶିଳ୍ପ ସମ୍ମିଳନୀ । ଉଦଘାଟନୀ ଦିବସରେ ୧୧ଟି କମ୍ପାନୀ ସହ ଏମଓୟୁ ସ୍ୱାକ୍ଷର କଲେ ରାଜ୍ୟ ସରକାର ।”
ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିରେ ଅନେକ ଅଲୌକିକ ରହସ୍ୟ । ମୂର୍ତ୍ତିରେ ସ୍ଥାନ ପାଇଛନ୍ତି ଭଗବାନ ବିଷ୍ଣୁଙ୍କ ଦଶାବତାର…
କନକ ବ୍ୟୁରୋ: ପ୍ରଭୁ ଶ୍ରୀରାମଙ୍କ ସୌମ୍ୟ ଶ୍ୟାମଳ ସ୍ୱରୂପ ସାମ୍ନାକୁ ଆସିବା ପରେ ମୂର୍ତ୍ତିକୁ ନେଇ ଚର୍ଚ୍ଚା । ଏହି ମୂର୍ତ୍ତି ଦିବ୍ୟ ପଛରେ ରହିଛି ଅନେକ ମହତ୍ତ୍ୱ । ଭଗବାନ ବିଷ୍ଣୁଙ୍କ ୧୦ ଅବତାର, ହିନ୍ଦୁ ଧର୍ମର ପ୍ରତୀକ କୁହାଯାଉଥିବା ଓମ୍ ଏବଂ ସ୍ୱସ୍ତିକ ଚିହ୍ନ, ଏମିତିକି ପୂରା ବ୍ରହ୍ମାଣ୍ଡର ପ୍ରତୀକ ଏହି ୫୧ ଇଞ୍ଚର ମୂର୍ତ୍ତି ଭିତରେ ଲୁଚି ରହିଛି । ଭଗବାନଙ୍କ ପ୍ରଥମ ଅବତାର ମତ୍ସ୍ୟ, ଦ୍ୱିତୀୟ ଅବତାର କୁର୍ମି, ତୃତୀୟ ଅବତାରContinue reading “ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତିରେ ଅନେକ ଅଲୌକିକ ରହସ୍ୟ । ମୂର୍ତ୍ତିରେ ସ୍ଥାନ ପାଇଛନ୍ତି ଭଗବାନ ବିଷ୍ଣୁଙ୍କ ଦଶାବତାର…”
କଲବଲ କରୁଛି କୁହୁଡି । ଆଗାମୀ ୩ ଦିନ ପାଇଁ ଘନ କୁହୁଡି ନେଇ ପ୍ରଭାବିତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି, ଆଜି ୧୧ ଜିଲ୍ଲା ପାଇଁ ଆଲର୍ଟ ଜାରି ।
କନକ ବ୍ୟୁରୋ: କଲବଲ କରୁଛି କୁହୁଡି । ସକାଳୁ ସକାଳୁ ରାସ୍ତାଘାଟ ଦେଖାଯାଉନାହିଁ । କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ଆସୁଥିବା ବେଳେ ଆହୁରି ୩ ଦିନ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ତେଣୁ ଆଜି ଏବଂ ୨୧ ଓ ୨୨ ତାରିଖରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି । ଆଜି ସକାଳ ୮ଟା ୩୦ ଯାଏଁ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ,Continue reading “କଲବଲ କରୁଛି କୁହୁଡି । ଆଗାମୀ ୩ ଦିନ ପାଇଁ ଘନ କୁହୁଡି ନେଇ ପ୍ରଭାବିତ ଜିଲ୍ଲାପାଳଙ୍କୁ ସତର୍କ କଲେ ଏସଆରସି, ଆଜି ୧୧ ଜିଲ୍ଲା ପାଇଁ ଆଲର୍ଟ ଜାରି ।”
୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ପରବର୍ତ୍ତି ଶୁଣାଣି ଯାଏଁ ଚୟନ ଓ ନିଯୁକ୍ତିରେ ରୋକ୍ ।
କନକ ବ୍ୟୁରୋ: ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ଆସନ୍ତା ୨୪ ତାରିଖ ପରବର୍ତି ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ଚୟନ ଓ ନିଯୁକ୍ତିରେ ଅନ୍ତରୀଣ ରୋକ ଲଗାଇଲେ କୋର୍ଟ । ଏହା ପୂର୍ବରୁ ଚୂଡାନ୍ତ ତାଲିକା କିମ୍ବା ଉକ୍ତ ପଦରେ କାହାରିକୁ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ୨୦ ଏବଂ ୨୧ ତାରିଖରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ହେବ । ନିଯୁକ୍ତି ପ୍ରକ୍ରିୟାରେContinue reading “୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ । ପରବର୍ତ୍ତି ଶୁଣାଣି ଯାଏଁ ଚୟନ ଓ ନିଯୁକ୍ତିରେ ରୋକ୍ ।”
ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରେ ନବୀନଙ୍କ ଅକୁହା କଥା । କହିଲେ, ରାଜନୈତିକ କ୍ୟାରିୟର ନୁହେଁ ମହାପ୍ରଭୁଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।
କନକ ବ୍ୟୁରୋ: ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜନୈତିକ ଭିବଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦୀର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏଭଳି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଭୁବନେଶ୍ୱରରେ ଆୟୋଜିତ ସହରାଂଚଳ ରୁପାନ୍ତରଣ ସମ୍ପର୍କିତ ଆନ୍ତର୍ଜାତୀକ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀ ସମ୍ପର୍କରେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ ଆହୁରୀ କହିଛନ୍ତି,Continue reading “ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରେ ନବୀନଙ୍କ ଅକୁହା କଥା । କହିଲେ, ରାଜନୈତିକ କ୍ୟାରିୟର ନୁହେଁ ମହାପ୍ରଭୁଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।”
ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ ଆସିଲା ମେଁ ଅଟଳ ହୁଁ
କନକ ବ୍ୟୁରୋ : ପରଦାକୁ ଆସିଲା ହିନ୍ଦୀ ଫିଲ୍ମ ‘ମେଁ ଅଟଳ ହୁଁ’ । ଚଳଚିତ୍ରରେ ବାଜପେୟୀଙ୍କ ଭୂମିକାରେ ନଜର ଆସିଛନ୍ତି ଅଭିନେତା ପଂକଜ ତ୍ରିପାଠୀ । ରବି ଯାଦବଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ଦିଗକୁ ଦୁଇ ଘଂଟା ମଧ୍ୟରେ ଦର୍ଶାଇବାକୁ ଚେଷ୍ଟା କରାଯାଇଛି । ମେଁ ଅଟଳ ହୁଁର କାହାଣୀ ପାକିସ୍ତାନ ପ୍ରତି ବାଜପେୟୀଙ୍କ ଆଭିମୁଖ୍ୟକୁ ନେଇ ଆରମ୍ଭ ହୋଇଛି । ବାଜପେୟୀ ଜଣେ ଭଲContinue reading “ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କଲା ୨ଟି ଫିଲ୍ମ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ କାହାଣୀକୁ ନେଇ ଆସିଲା ମେଁ ଅଟଳ ହୁଁ”
ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ସୁପ୍ରିମକୋର୍ଟ
କନକ ବ୍ୟୁରୋ : ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ୨୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ କହିଲେ ସର୍ବୋଚ୍ଚ ନାୟାଳୟ । ଆତ୍ମସମର୍ପଣ ପାଇଁ ସମୟ ମାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୋଷୀ । ଶୁକ୍ରବାର ଏନେଇ ଶୁଣାଣି କରି ଦୋଷୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଆତ୍ମସମର୍ପଣ ପାଇଁ ଦୋଷୀମାନେ ଦର୍ଶାଇ ଥିବାContinue reading “ବିଲକିସ୍ ବାନୋ ଦୁଷ୍କର୍ମକାରୀଙ୍କୁ ମିଳିଲାନି ଆଶ୍ୱସ୍ତି । ୨୧ ତାରିଖ ସୁଦ୍ଧା ସମସ୍ତ ୧୧ ଜଣ ଦୋଷୀଙ୍କୁ ଆତ୍ମସମର୍ପଣ କରିବାକୁ କହିଲେ ସୁପ୍ରିମକୋର୍ଟ”
ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ । ଘର ଛାଡିବାକୁ ତୃତୀୟ ଥର ନୋଟିସ୍ ପରେ ହାଇକୋର୍ଟର ହୋଇଥିଲେ ଦ୍ୱାରସ୍ଥ
କନକ ବ୍ୟୁରୋ : ଶେଷରେ ସରକାରୀ ଘର ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୈତ୍ର । ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୈତ୍ରାଙ୍କୁ ଶେଷରେ ଦିଲ୍ଲୀସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା । ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫContinue reading “ଶେଷରେ ସରକାରୀ ବାସଭବନ ଖାଲି କଲେ ଟିଏମସି ନେତ୍ରୀ । ଘର ଛାଡିବାକୁ ତୃତୀୟ ଥର ନୋଟିସ୍ ପରେ ହାଇକୋର୍ଟର ହୋଇଥିଲେ ଦ୍ୱାରସ୍ଥ”