ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍

କନକ ବ୍ୟୁରୋ : ଦାରିଦ୍ର ସହ ଲଢୁଥିବା ପାକିସ୍ତାନକୁ ଏବେ ଆଶାର ଆଲୋକ ମିଳିଛି । ୭୦୦ ମିଲିୟନ ଡଲାର ମୂଲ୍ୟର ବେଲଆଉଟ୍ ପାଣ୍ଠିର ଚେକକୁ ଅନୁମୋଦନ ମିଳିଛି । ଯାହା ଆମ ପଡୋଶୀ ଦେଶ ପାକିସ୍ଥାନ ପାଇଁ ଅର୍ଥନୀତିରେ ସାହାୟକ ହେବ । ନଗଦ ସମସ୍ୟା ସହ ସଂଘର୍ଷ କରୁଥିବା ଏହି ଦେଶ ଏବେ ଏହି ପାଣ୍ଠି ଗ୍ରହଣ କରିଛି ଯେଉଁ ସମୟରେ କି ନିର୍ବାଚନ ହେବାକୁ ଯାଉଛି । ଏହି ସହାୟତା ପାକିସ୍ତାନବାସୀଙ୍କୁ କିଛିContinue reading “ଦାରିଦ୍ରତା ଭିତରେ ପାକିିସ୍ତାନକୁ ଦେଖାଗଲା ଆଶାର କିରଣ । ଏହି ସଂସ୍ଥା ଦେଲା ୭୦ କୋଟି ଡଲାରର ଚେକ୍”

ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା ।

ପାକିସ୍ତାନରେ ହେବାକୁ ଥିବା ନିର୍ବାଚନରେ ​​ପାକିସ୍ତାନ ପ୍ରଶାସନ ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ ବିରୋଧରେ ଏକରକମର ଠିଆ ହୋଇଥିବା ଜଣାପଡିଛି । ଗତ କିଛି ଦିନ ତଳେ ଇମ୍ରାନ ଖାନଙ୍କ ଦଳର ନେତା ତଥା ବ୍ୟବସାୟୀ ଶାହ ଖାଲିଦଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫେବୃଆରୀରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଦିନକୁ ଦିନ ରାଜନୈତିକ ହତ୍ୟା ବୃଦ୍ଧି ପାଉଛି । ଏଥିସହିତ ଇମ୍ରାନ ଖାନ ଏବଂ ତାଙ୍କ ଦଳ ବିରୋଧରେ ପାକିସ୍ତାନContinue reading “ଇମ୍ରାନଙ୍କ ବିରୋଧରେ ‘ପାକିସ୍ତାନ’ ? ତାଙ୍କ ଦଳର ନେତାଙ୍କୁ କରାଯାଉଛି ହତ୍ୟା ।”

‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା

କନକ ବ୍ୟୁରୋ : ଆମେରିକା ଓ ବ୍ରିଟେନର ସେନା ମିଳିତ ଭାବେ ୟମନରେ ଥିବା ହୁତି ବିଦ୍ରୋହୀଙ୍କ ଠିକଣା ଉପରେ ଚଢାଉ ଆରମ୍ଭ କରିଦେଇଛନ୍ତି । ଏହାପରେ ହୁତି ବିଦ୍ରୋହୀମାନେ ଆମେରିକା ଓ ବ୍ରିଟେନକୁ ଚେତାବନୀ ଦେଇ କହିଛନ୍ତି କି, ଏଭଳି ଆକ୍ରମଣ ପାଇଁ ଉଭୟ ଦେଶର ସେନାକୁ ଅନୁତାପ କରିବାକୁ ପଡିବ । ସେପଟେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ସ୍ପଷ୍ଟ କରିଦେଇଛନ୍ତି କି, ଏହି ଆକ୍ରମଣ ହୁତି ବିଦ୍ରୋହୀଙ୍କୁ ଜବାବ ଦେବାକୁ କରାଯାଉଛି । ଆମେରିକାରContinue reading “‘ହୁତି’ ବିଦ୍ରୋହୀମାନେ କଲେ ଯୁଦ୍ଧ ଘୋଷଣା । କହିଲେ, ଆମେରିକା ସହ କରିବୁ ହିସାବ ବରାବର, ବଢିଲା ସାଉଦି ଅରବର ଚିନ୍ତା”

ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ ।

କନକ ବ୍ୟୁରୋ: ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହତ୍ୟାକାରୀ ଖୋଲାରେ ବୁଲୁଥିବା ସଭାମଞ୍ଚରୁ କହିଛନ୍ତି ଧର୍ମେନ୍ଦ୍ର । ସରକାର ଦୁର୍ନୀତିରେ ବୁଡିଥିବା କହି ସମାଲୋଚନା କରିଛନ୍ତି । ତଳତଳିଆ ବାବୁଙ୍କୁ ବାନ୍ଧୁଥିବା ବେଳେ ବଡ଼ବଡ଼ିଆଙ୍କୁ ଛାଡ଼ିଦେଉଥିବା ଅଭିଯୋଗ କରିଛନ୍ତି । ଏହାସହ ଯୁବ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଅନେକ ଶିଶୁ ଅପପୁଷ୍ଟିର ଶିକାର, ରକ୍ତହୀନତାରେContinue reading “ମାହାଙ୍ଗା ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ । କହିଲେ , ଖୋଲାରେ ବୁଲୁଛନ୍ତି ହତ୍ୟାକାରୀ, ତଳତଳିଆଙ୍କୁ ବାନ୍ଧୁଛି ପୋଲିସ ।”

ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।

କନକ ବ୍ୟୁରୋ: ବିଜୁ ଜନତା ଦଳକୁ ଆଶ୍ୱସ୍ତି । ଓଡିଶା ସରକାର ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନକୁ ବ୍ୟବହାର କରୁଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ଏବଂ ଓଡିଶା ହାଇକୋର୍ଟରେ ଅପିଲ କରିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ସରକାର ବିଭିନ୍ନ ଜନମଂଗଳକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ ବିଜେଡିର ଦଳୀୟ ଚିହ୍ନ, ଶଂଖ ଚିହ୍ନକୁ ବ୍ୟବହାର କରୁଥିବା ଅଭିଯୋଗ ଆଣିContinue reading “ବିଜେଡିକୁ ଆଶ୍ୱସ୍ତି : ପ୍ରଚାର ପ୍ରସାରରେ ଦଳୀୟ ଚିହ୍ନ ଶଙ୍ଖକୁ ବ୍ୟବହାର କରିବା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ ।”

ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ ।

କନକ ବ୍ୟୁରୋ: ଧାନ ମଣ୍ଡିରେ ଉଠୁନି ଚାଷୀଙ୍କ ଧାନ । ମିଲର୍ସଙ୍କ ମନ ଇଛାରେ ଚାଲିଛି ସରକାରୀ ମଣ୍ଡି । ଆଉ ସବୁ ଜାଣି ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ଚାଷୀ ପରଶ୍ରମ କରି ଚାଷ କରିଥାଏ , କିନ୍ତୁ ମଣ୍ଡିରେ ମିଲର୍ସ ଓ କିଛି କର୍ମଚରୀଙ୍କ ମନମାନୀ ଯୋଗୁଁ ବଲାଙ୍ଗୀର ଚାଷୀ ଶୋଷଣର ଶିକାର ହେଉଛନ୍ତି । ବଲାଙ୍ଗିରରେ ବିଭିନ୍ନ ପ୍ୟାକ୍ସରେ ଶହଶହ ବସ୍ତା ଧାନ ପଡି ରହିଛି । ଟାର୍ଗେଟ ସରିଗଲାContinue reading “ବଲାଙ୍ଗୀର ମଣ୍ଡିରେ ଚାଲିଛି ମିଲର୍ସଙ୍କ ରାଜୁତି । ଆଳ ଦେଖାଇ ଚାଷୀଙ୍କ ଧାନ ଉଠାଉ ନାହାନ୍ତି ମଣ୍ଡି କର୍ତ୍ତୃପକ୍ଷ ।”

ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ । 

କନକ ବ୍ୟୁରୋ: ବାଲେଶ୍ୱର ବାଲିଆପାଳ ବିଡିଓ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବିଡିଓଙ୍କୁ ବଦଳି କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ଜିଲ୍ଲାପାଳ ପାଳନ କରିନଥିବା ପ୍ରେସମିଟ୍ କରି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିସହ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ନବଜ୍ୟୋତି  ପଟ୍ଟନାୟକ  । ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ନିର୍ବାଚିତ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର ଅଭିଯୋଗContinue reading “ରାଜ୍ୟରେ ଅଫିସର ରାଜ୍ ଚାଲିଛି କହି ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ଉଠିଲା ବିଡିଓ ବଦଳି ପ୍ରସଙ୍ଗ । “

ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ ।

କନକ ବ୍ୟୁରୋ: ସିମଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ତାଙ୍କୁ କିଏ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ତାଙ୍କ ମାମୁଁ ଅଭୟ କୁମାର ଦାସ ଅଭିଯୋଗ ଆଣିଛନ୍ତି । କହିଛନ୍ତି ବିଶ୍ୱରଞ୍ଜନ ଭଳି ଦୃଢ ମାନସିକ ବ୍ୟକ୍ତି କେବେ ଆତ୍ମହତ୍ୟା କରିନଥିବେ । ବିଶ୍ୱରଞ୍ଜନଙ୍କ ମୃତ୍ୟୁ ପଛରେ ଷଡ ଯନ୍ତ୍ର ରହିଛି । ଏହାର ଉନ୍ମୋଚନ ହେବା ଦରକାର ବୋଲି ବିଶ୍ୱରଞ୍ଜନଙ୍କ ମାମୁଁ ଦାବି କରିଛନ୍ତି । କିଛିContinue reading “ସିମୁଳିଆ ବିଡିିଓଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ । ସଂପର୍କୀୟ ଆଣିଲେ ହତ୍ୟା ଅଭିଯୋଗ । କହିଲେ ଚାନ୍ଦା ପାଇଁ ଚାପରେ ଥିଲେ ।”

ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ

କନକ ବ୍ୟୁରୋ : ଫେବୃୟାରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଉପସ୍ଥାପନ କରିବାକୁ ଯାଉଛନ୍ତି ୨୦୨୪ ଆର୍ଥିକ ବର୍ଷର କାମଚଳା ବଜେଟ । କାମଚଳା ବଜେଟ ହୋଇଥିବାରୁ ଚଳିତ ଥର କିଛି ଜରୁରୀ ଘୋଷଣା ହେବା ଭଳି ଆକଳନ କରାଯାଉ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରେ ଏପ୍ରିଲ ଶେଷରେ ସମ୍ପୁର୍ଣ୍ଣ ବଜେଟ ଆସିବ । ହେଲେ ଗତ କିଛି ବର୍ଷ ଧରି ବଜେଟ ଉପସ୍ଥାପନ ଫେବୃୟାରୀ ପ୍ରାରମ୍ଭରେ କାରାଯାଉଛି ଯାହାକି ଆଗରୁContinue reading “ଆସିବ ୟୁନିଅନ ବଜେଟ- ଜାଣନ୍ତୁ କାହିଁକି ଫେବୃୟାରି ୧ କୁ ଘୁଂଚା ଗଲା ବଜେଟ ଉପସ୍ଥାପନ ତାରିଖ”

ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରାଧରେ ଆପତ୍ତିଜନକ ମନ୍ତବ୍ୟର ପ୍ରଭାବ ମାଲଦ୍ୱୀପର ପର୍ଯ୍ୟଟନ ଉପରେ ସ୍ପଷ୍ଟ ଦେଖିବା ପାଇଁ ମିଳିଛି । ଏହି ସମୟରେ ଭାରତର ଲାକ୍ଷାଦ୍ୱୀପ ଚର୍ଚ୍ଚାରେ ଆସିଛି । ଏବଂ ଗୋଟିଏ ପଟେ ସୋସିଆଲ ମିଡିଆରେ ଏବେ ବୟକୋଟ ମାଲଦ୍ୱୀପ ଟ୍ରେଣ୍ଡ କରୁଛି । ଏଥିସହିତ ଲାକ୍ଷାଦ୍ୱୀପ ମଧ୍ୟ ଏହାର ବିକଳ୍ପ ଭାବରେ ଦେଖାଯାଉଛି   । ଏବେ ପ୍ରଶ୍ନ ହେଉଛି ଲାକ୍ଷାଦ୍ୱୀପ ଯିବାକୁ ଚାହୁଁଥିବା ପର୍ଯ୍ୟଟକମାନେ କିପରି ଭାବରେ ସେଠାରେ ଯାଇContinue reading “ଲାକ୍ଷାଦ୍ୱୀପ ଯିବା ପାଇଁ କରୁଛନ୍ତି କି ଯୋଜନା? ଜାଣିନିଅନ୍ତୁ ଜରୁରୀ ସୂଚନା”

Create your own website, free on WordPress.com.Create your own website.
Start free