କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରଣନୀତି କରୁଛି ବିଜେପି । କଣ କଲେ ଆଗାମୀ ନିର୍ବାଚନରେ ଦଳ ଅଧିକରୁ ଅଧିକ ଆସନ ହାତେଇବ, ତା ଉପରେ ଗୁରୁତ୍ୱ ଦେଉଛି । ଏହିକ୍ରମରେ ଅନ୍ୟ ଦଳର ବିଜୟ ସମ୍ଭାବନା ଥିବା ନେତାଙ୍କୁ ବିଜେପିରେ ମିଶାଇ ନିର୍ବାଚନରେ ବିଜୟୀ ହେବାକୁ ଯୋଜନା କରୁଛି । ଏପରିକି ଅନ୍ୟ ଦଳରୁ ନେତା ଆମଦାନୀ କରି ଉଭୟ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛିContinue reading “ବିଜେପି କରିବ ନେତା ଆମଦାନୀ! ଅନ୍ୟ ଦଳର ନେତାଙ୍କ ଉପରେ ଆଖି”
Tag Archives: News
ଆର୍ଥିକ ଅନଗ୍ରସର ସଂପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବାକୁ ବେଦାନ୍ତ ଓଡିଶାର ପ୍ରଚେଷ୍ଠା । ‘ପ୍ରୋଜେକ୍ଟ ‘ପଂଛି’ର ହେଲା ଶୁଭାରମ୍ଭ
କନକ ବ୍ୟୁରୋ : ‘ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡାରେ ପ୍ରୋଜେକ୍ଟ ପଂଛିର ତୃତୀୟ ପର୍ୟ୍ୟାୟର ଶୁଭାରମ୍ଭ କରିଥିଲା । ବେଦାନ୍ତର ଚେୟାରମ୍ୟାନ୍ ଶ୍ରୀ ଅନୀଲ ଅଗ୍ରୱାଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ପ୍ରୋଜେକ୍ଟ ପଂଛି ହେଉଛି ବେଦାନ୍ତର ଅଭିନବ କର୍ପୋରେଟ୍ ନିଯୁକ୍ତି ଡ୍ରାଇଭ୍ ଯାହା ଧାତୁ, ଖଣି, ତୈଳ ଏବଂ ଗ୍ୟାସ୍ ସ୍ଥିତ ପାନ-ଇଣ୍ଡିଆରେ ବିଭିନ୍ନ ବ୍ୟବସାୟରେ ଆରô୍ଥକ ଅନଗ୍ରସର ପଛୁଆ ସମ୍ପ୍ରଦାୟର ୧୦୦୦ ବାଳିକାଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛି । ଏହିContinue reading “ଆର୍ଥିକ ଅନଗ୍ରସର ସଂପ୍ରଦାୟର ଯୁବତୀମାନଙ୍କୁ ସଶକ୍ତ କରିବାକୁ ବେଦାନ୍ତ ଓଡିଶାର ପ୍ରଚେଷ୍ଠା । ‘ପ୍ରୋଜେକ୍ଟ ‘ପଂଛି’ର ହେଲା ଶୁଭାରମ୍ଭ”
ରହସ୍ୟରେ ବିଡିଓଙ୍କ ମୃତ୍ୟୁର କାରଣ: ସନ୍ଦେହ ବଢ଼ାଉଛି ସମ୍ପର୍କୀୟଙ୍କ ଅଭିଯୋଗ
କନକ ବ୍ୟୁରୋ: ରହସ୍ୟରେ ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ । ସେ କାହିଁକି ଏଭଳି ଚରମ ନିଷ୍ପତି ନେଲେ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିିଛି । ଅନ୍ୟପଟେ ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଓ ସମ୍ପର୍କୀୟ ଅଭିଯୋଗ ଆଣିବା ପରେ, ସନ୍ଦେହ ଆହୁରି ବଢ଼ି ଯାଇଛି । ଏସବୁ ଭିତରେ ଶୋକାକୂଳ ପରିବେଶ ଭିତରେ ବିଶ୍ୱରଞ୍ଜନଙ୍କ ଅନ୍ତିମ ସଂସ୍କାର ହୋଇଛି । ବୁଢ଼ା ବୟସରେ ଆଶ୍ରା ପାଲଟିଥିବା ପ୍ରୁଅ ଯେତେବେଳେ ପରପାରିକୁContinue reading “ରହସ୍ୟରେ ବିଡିଓଙ୍କ ମୃତ୍ୟୁର କାରଣ: ସନ୍ଦେହ ବଢ଼ାଉଛି ସମ୍ପର୍କୀୟଙ୍କ ଅଭିଯୋଗ”
ବଡ଼ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା
କନକ ବ୍ୟୁରୋ: ବଡ଼ ଅକ୍ଷରରେ ଲେଖିବେ ଡାକ୍ତର । ଏନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଜିଗଜାଗ୍ ହ୍ୟାଣ୍ଡରାଇଟିଂରେ ଲେଖିବା ଡାକ୍ତରଙ୍କ ଅଭ୍ୟାସ କିନ୍ତୁ ସାଧାରଣ ଲୋକଙ୍କ ପକ୍ଷରେ ଏହା ବୁଝିବା ଅସମ୍ଭବ । ତେଣୁ ସ୍ପଷ୍ଟ ଅକ୍ଷରରେ କିମ୍ବା ଟାଇପ କରି ଔଷଧ ଚିଠା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛିContinue reading “ବଡ଼ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା”
ମାହାଙ୍ଗା ମାଟିରେ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ୍: ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ ଧର୍ମେନ୍ଦ୍ର
କନକ ବ୍ୟୁରୋ: ଦୀର୍ଘ ଦିନ ପରେ ଆଜି ପୁଣି ଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା । ଯୁବ ସଂକଳ୍ପ ସମାବେଶରେ ଯୋଗଦେବା ଅବସରରେ ସିଧାସଳଖ ରାଜ୍ୟ ସରକାର, ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ସରକାର ଦୁର୍ନୀତିରେ ବୁଡ଼ିଥିବା କହି ସମାଲୋଚନା କରିଛନ୍ତି । ସେହିପରି ଫାଇଭ୍-ଟି ଅଧ୍ୟକ୍ଷଙ୍କ ଆହ୍ୱାନର ଉତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଳିଆରେ ରାଜ୍ୟର ଆଇନଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇବା ସହContinue reading “ମାହାଙ୍ଗା ମାଟିରେ ମାହାଙ୍ଗା ବିଧାୟକଙ୍କୁ ଟାର୍ଗେଟ୍: ବିଧାୟକଙ୍କୁ ନୃଶଂସ କହି ଟାର୍ଗେଟ କଲେ ଧର୍ମେନ୍ଦ୍ର”
ପରିକ୍ରମା ମହୋତ୍ସବର ଶୁଭାରମ୍ଭ: ଶ୍ରୀନଅରରେ ଆଚାର୍ଯ୍ୟବରଣ କଲେ ଗଜପତି, ଉତ୍ସବମୁଖର ହେଲା ଶ୍ରୀକ୍ଷେତ୍ର
କନକ ବ୍ୟୁରୋ: ମନ୍ତ୍ରପାଠ ଉଚ୍ଚାରଣ ସହ ଆରମ୍ଭ ହୋଇଯାଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ପୂଜାବିଧି । ଯଜ୍ଞ ପାଇଁ ପରମ୍ପରା ମୁତାବକ ଗୁଆ ଟେକିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏଥିସହ ଯଜ୍ଞ ପାଇଁ ୧୦୮ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରିଛନ୍ତିି ଗଜପତି ମହାରାଜା । ଆଚାର୍ଯ୍ୟବରଣ ପରେ, ବ୍ରାହ୍ମଣମାନଙ୍କ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜ । ଏବଂ ବୁଝାଇ କହିଛନ୍ତି ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରୀକ୍ଷେତ୍ରର କେମିତି ରୂପାନ୍ତରଣ ହୋଇଛିContinue reading “ପରିକ୍ରମା ମହୋତ୍ସବର ଶୁଭାରମ୍ଭ: ଶ୍ରୀନଅରରେ ଆଚାର୍ଯ୍ୟବରଣ କଲେ ଗଜପତି, ଉତ୍ସବମୁଖର ହେଲା ଶ୍ରୀକ୍ଷେତ୍ର”
କାମାକ୍ଷାନଗରରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦଯ୍ୟକୁ ଉପଭୋଗ କରିବାକୁ ଜମୁଛି ପର୍ଯ୍ୟଟକଙ୍କ ଗହଳି
କନକ ବ୍ୟୁରୋ : କାମାକ୍ଷାନଗର ସହରର କିଛି ଦୂରରେ ଅଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ସହର ଠାରୁ ମାତ୍ର ଛଅ କିଲୋମିଟର ଦୂର କାନପୁରା ପଂଚାୟତ ପ୍ରାକୃତିକ ଶୋଭାରାଜି ମଧ୍ୟରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ଗୋଟିଏ ପଟେ ରାମିଆଳ ନଦୀର କୁଳୁକୁଳୁ ନାଦ ଓ ଅନ୍ୟପଟେ ପାହାଡ଼, ପର୍ବତ, ବଣ ଜଙ୍ଗଲ ଘେରା ମନୋରମ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ବର୍ଷର ପ୍ରତ୍ୟେକ ସମୟରେ ଗୁଣ୍ଡିଚାନାଳୀକୁ ଛୁଟିଥାଏ ପର୍ଯ୍ୟଟକଙ୍କ ସୁଅ । ବଣଭୋଜିContinue reading “କାମାକ୍ଷାନଗରରେ ରହିଛି ଗୁଣ୍ଡିଚାନାଳୀ ପର୍ଯ୍ୟଟନସ୍ଥଳୀ । ପ୍ରକୃତିର ସୌନ୍ଦଯ୍ୟକୁ ଉପଭୋଗ କରିବାକୁ ଜମୁଛି ପର୍ଯ୍ୟଟକଙ୍କ ଗହଳି”
କଳାହାଣ୍ଡି ଜିଲ୍ଲାର ପାହାଡ଼ କସନା ଡଙ୍ଗର । ପାଦଦେଶରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ, ହେଲେ ପ୍ରଶାସନ ଦୃ୍ଷ୍ଟି ଆଡ଼ୁଆଳରେ ରହିଯାଇଛି ଏହି ସ୍ଥାନ
କନକ ବ୍ୟୁରୋ : କଳା, ସଂସ୍କୃତି ଏବଂ ଐତିହ୍ୟର ଭୂମି ହେଉଛି କଳାହାଣ୍ଡି । ଏଠାକାର ପାହାଡ଼, ଗୁମ୍ଫାରେ ରହିଛି ଅନେକ କିମ୍ବଦନ୍ତି ଓ ରୋଚକପୂର୍ଣ୍ଣ ଲୋକକଥା । ଜୟପାଟଣା ବ୍ଲକ ବଡ଼ପୂଝାରିଗୁଡ଼ା ଗ୍ରାମପଂଚାୟତ ଅଧିନରେ ରହିଛି ଏହି କସନା ଡଙ୍ଗର ପାହାଡ଼ । ଘନ ଜଙ୍ଗଲ ଭିତରେ ସବିଗୁଡ଼ା ଗାଁ ଠାରୁ ପ୍ରାୟ ୩ କିଲୋମିଟର କଚା ରାସ୍ତା ରହିଛି । ୧ କିଲୋମିଟର ଘାଟି ରାସ୍ତା ପରେ ରହିଛି କସନା ପାହଡ଼ । ଏଠାରେContinue reading “କଳାହାଣ୍ଡି ଜିଲ୍ଲାର ପାହାଡ଼ କସନା ଡଙ୍ଗର । ପାଦଦେଶରେ ପୂଜା ପାଉଛନ୍ତି ଅନେକ ଦେବାଦେବୀ, ହେଲେ ପ୍ରଶାସନ ଦୃ୍ଷ୍ଟି ଆଡ଼ୁଆଳରେ ରହିଯାଇଛି ଏହି ସ୍ଥାନ”
ମାଣ୍ଡିଆ କରୁଛି ସ୍ୱାବଲମ୍ବୀ । ଗ୍ରାହକଙ୍କୁ ପସନ୍ଦ ଆସୁଛି ମାଣ୍ଡିଆରେ ତିଆରି କେକ୍, ପାଉଁରୁଟି, ସୁବର୍ଣ୍ଣପୁରରେ ମହିଳାଙ୍କୁ ଦେଉଛି ଭଲ ରୋଜଗାର
କନକ ବ୍ୟୁରୋ : କିଏ ମେସିନ ସାହାର୍ଯ୍ୟରେ ପାଉଡର ଫେଣ୍ଟୁଛି ତ କିଏ ଚୁନା ପ୍ରସ୍ତୁତ କରୁଛି । ପରେ ସମସ୍ତେ ମିଶି ଛାଂଚରେ ପାଗ ହେଉଥବା ଦ୍ରବ୍ୟକୁ ପରସୁଛନ୍ତି । ଏମିତି ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ହଉଡ଼ଖୋଲ ନିକଟରେ ଥିବ ତାରାତାରିଣୀ ବେକରିର । ଭିତରେ କେକ ଓ ପାଉଁରୁଟି ପ୍ରସ୍ତୁତିରେ ଲାଗିଛନ୍ତି ମହିଳାମାନେ । ଏ ହେଉଛି ବଡ଼ବାହାଲି ଅନ୍ନପୂର୍ଣ୍ଣା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ହେଉଥିବା ମାଣ୍ଡିଆ କେକ ଓContinue reading “ମାଣ୍ଡିଆ କରୁଛି ସ୍ୱାବଲମ୍ବୀ । ଗ୍ରାହକଙ୍କୁ ପସନ୍ଦ ଆସୁଛି ମାଣ୍ଡିଆରେ ତିଆରି କେକ୍, ପାଉଁରୁଟି, ସୁବର୍ଣ୍ଣପୁରରେ ମହିଳାଙ୍କୁ ଦେଉଛି ଭଲ ରୋଜଗାର”
ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୀବନ ଦକ୍ଷତା ଅଧିବେଶନ ଆୟୋଜିତ । ଛାତ୍ରଛାତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଲେ ତାମିଲ ଓ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ।
କନକ ବ୍ୟୁରୋ : ବାରବାଟୀ ଷ୍ଟାଡ଼ିୟମ ନିକଟସ୍ଥ ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ ପରିସରରେ ଆୟୋଜିତ ଜୀବନ ଦକ୍ଷତା ଅଧିବେଶନରେ ଜନୈକା ତାମିଲ ଏବଂ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ସେଟ୍ଟିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେ ତେଲୁଗୁ ଜଗତର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ସହିତ ଜଣେ ପ୍ରେରଣାଦାୟୀ ବକ୍ତା ଭାବରେ ସୁପରିଚିତ । ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ସେ ନିଜ ଜୀବନର ପ୍ରତିଟି ସ୍ତରରେ କରିଥିବା ସଂଘର୍ଷ ଏବଂ ଜୀବନ ଧାରାର ଦକ୍ଷତାContinue reading “ସେଣ୍ଟ ଜାଭିୟର୍ସ ସ୍କୁଲରେ ଜୀବନ ଦକ୍ଷତା ଅଧିବେଶନ ଆୟୋଜିତ । ଛାତ୍ରଛାତ୍ରୀଙ୍କୁ ଜୀବନରେ ଆଗକୁ ବଢିବାକୁ ପ୍ରେରଣା ଦେଲେ ତାମିଲ ଓ କନ୍ନଡ ଚଳଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସଞ୍ଚିତା ।”