କନକ ବ୍ୟୁରୋ: ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିବାକୁ ଯାଉଛି । ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯିବ । ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି । ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଛି । କିନ୍ତୁ ଦଳ ପାଇଁ ଅଡୁଆ ସାଜିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ । କିଛି ବିଧାୟକଙ୍କୁ ନେଇ ବସୁନ୍ଧରା ବୈଠକ କରୁଥିବାରୁ ଦଳରେ ବିଦ୍ରୋହ ହେବାର ଆଶଙ୍କାContinue reading “ଆଜି ସ୍ପଷ୍ଟ ହେବ କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ବସିବ ରାଜସ୍ଥାନ ବିଜେପିର ବିଧାୟକ ଦଳ ବୈଠକ । ।”
Tag Archives: News
ରାଜ୍ୟରେ ଶୀତର ଲହରୀ । ୧୦ ଡିଗ୍ରୀ ତଳକୁ ଖସିଲା ତିନି ସହରର ତାପମାତ୍ରା ।
କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ଶୀତର ଲହରୀ । ସକାଳ ସମୟରେ ଅଳ୍ପ କିଛି ସ୍ଥାନରେ କୁହୁଡ଼ି ଥିବା ଦେଖିବାକୁ ମିଳିଛି । ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି । ଏବେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ସ୍ଥିତିକୁ ଆସିଛି । ୧୦ ଡିଗ୍ରୀ ତଳେ ତିନି ସହର ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସହରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାContinue reading “ରାଜ୍ୟରେ ଶୀତର ଲହରୀ । ୧୦ ଡିଗ୍ରୀ ତଳକୁ ଖସିଲା ତିନି ସହରର ତାପମାତ୍ରା ।”
ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ବିଲ୍ । ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର , କହିଲେ ଗୃହମନ୍ତ୍ରୀ ଅମିତ ଶାହ ।
କନକ ବ୍ୟୁରୋ: ଲୋକସଭା ପରେ ଏବେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ଏବଂ ସଂରକ୍ଷଣ ସଂଶୋଧନ ବିଲ୍ । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଉଦବୋଧନ ଦେଇଛନ୍ତି । ଧାରା ୩୭୦ ପ୍ରସଙ୍ଗ ଉଠାଇ କଂଗ୍ରେସ ସମେତ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସୋମବାର ରାଜ୍ୟସଭାରେ ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଭାରତରେ ବିଳମ୍ବରେ ମିଶିବା ପଛରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଭୁଲ ନିଷ୍ପତିContinue reading “ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ଜମ୍ମୁ କାଶ୍ମୀର ବିଲ୍ । ପାକିସ୍ତାନ ଅଧିକୃତ କାଶ୍ମୀର ଭାରତର , କହିଲେ ଗୃହମନ୍ତ୍ରୀ ଅମିତ ଶାହ ।”
ଶ୍ରମିକ ନେବାକୁ କେରଳରୁ କେନ୍ଦ୍ରାପଡା ଆସିଛି ସ୍ୱତନ୍ତ୍ର ବସ୍ । ଚାଷବାସ ନଥିବାରୁ ପରିବାର ଛାଡି ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛନ୍ତି ଲୋକେ ।
କନକ ବ୍ୟୁରୋ: ଦାଦନ ଶ୍ରମିକଙ୍କୁ ନେବା ପାଇଁ ଆସିଛି ସ୍ୱତନ୍ତ୍ର ଶ୍ରମିକ । ଏହି ବସ ଆସିଛି କେରଳରୁ କେନ୍ଦ୍ରାପଡା । ରାଜନଗରର ସାତଭାୟାରୁ କେରଳ ୨୫୦୦ କିମି । ଏହି ବସରେ ଶ୍ରମିକ ଯିବେ ଦାଦନ ଖଟି । ଦାଦନଙ୍କ ପାଇଁ ସ୍ୱତନ୍ତ୍ର ବସ ଚାଲିବା ହୁଏତ ଭାରତରେ ପ୍ରଥମ ବୋଲି କୁହାଯାଉଛି । ଓଡିଶାରେ କାମ ମିଳୁନି । ଯଦି କାମ ମିଳୁଛି, ସେ ତୁଳନାରେ ପାରିଶ୍ରମିକ ମିଳୁ ନଥିବାରୁ ନିଜ ପରିବାରର ଆର୍ôଥକContinue reading “ଶ୍ରମିକ ନେବାକୁ କେରଳରୁ କେନ୍ଦ୍ରାପଡା ଆସିଛି ସ୍ୱତନ୍ତ୍ର ବସ୍ । ଚାଷବାସ ନଥିବାରୁ ପରିବାର ଛାଡି ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛନ୍ତି ଲୋକେ ।”
ବ୍ୟାଙ୍କରେ ଜମା ହେଲା ୨୮୫ କୋଟି ଟଙ୍କା । ଟିଟିଲାଗଡ ବ୍ୟାଙ୍କ ଲକରରୁ ମିଳିଲା ବହୁ ପରିମାଣର ସୁନା ଗହଣା ।
କନକ ବ୍ୟୁରୋ: ବ୍ୟାଙ୍କରେ ଜମା ହେଲା ଆୟକର ବିଭାଗ ଦ୍ୱାରା ଜବତ ହୋଇଥିବା ୨୮୫ କୋଟ ଟଙ୍କା । ଏକ ସ୍ୱତନ୍ତ୍ର ଆକାଉଣ୍ଟରେ ଏହି ପଇସା ରଖାଯାଇଛି । ତେବେ ବ୍ୟାଙ୍କ ଅଧିକାରୀ ଚିରା ନୋଟ ଗୁଡିକୁ ଆୟକର ବିଭାଗକୁ ଫେରାଇ ଦିଆଯାଇଛି । ତେବେ ଆୟକର ବିଭାଗ ବଲାଙ୍ଗୀରରୁ କେତେ ଟଙ୍କା ଜବତ କରିଛି ତାହା ଏଯାଏ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏବେ ବଲାଙ୍ଗୀର ସହରରେ ୫୦ରୁ ଅଧିକ ଆୟକର ଅଧିକାରୀଙ୍କ ସମେତ ବହୁContinue reading “ବ୍ୟାଙ୍କରେ ଜମା ହେଲା ୨୮୫ କୋଟି ଟଙ୍କା । ଟିଟିଲାଗଡ ବ୍ୟାଙ୍କ ଲକରରୁ ମିଳିଲା ବହୁ ପରିମାଣର ସୁନା ଗହଣା ।”
ଜେଲରୁ ମିକୁଳିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍
କନକ ବ୍ୟୁରୋ: ଆଜି ଜେଲରୁ ମୁକୁଳିଲେ ହନିଟ୍ରାପ୍ କ୍ୱିନ୍ ଭାବେ ଜଣା ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ତାଙ୍କୁ ଆଣିବାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ୍ ଯାଇଥିବା ଦେଖିବାକୁ ମିଳିଥିଲା । ଇଡି ମାମଲାରେ ତାଙ୍କୁ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି । ଇଡି ମାମଲାରେ ନୟାପଲ୍ଲୀ ଥାନା ଓ ଖଣ୍ଡଗିରି ଥାନା ମାମଲାରେ ମଧ୍ୟ ତାଙ୍କୁ ଜାମିନ୍ ମିଳିସାରିଛି ।Continue reading “ଜେଲରୁ ମିକୁଳିଲେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ୍ । ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍”
ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ ମୁତୟନ
କନକ ବ୍ୟୁରୋ: ସିଆଚେନ ଗ୍ଲାସିଅରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ କ୍ୟାପଟେନ୍ ଫାତିମା ୱାସିମ୍ । ସିଆଚେନ ବ୍ୟାଟଲ ସ୍କୁଲରେ କଠୋର ତାଲିମ ପାଇବା ପରେ ତାଙ୍କୁ ୧୫ ହଜାର ୨ଶହ ଫୁଟ ଉଚ୍ଚରେ ଥିବା ଅପରେସନ ପୋଷ୍ଟକୁ ପଠାଯାଇଥିଲା । ତେବେ ଭାରତୀୟ ସେନା ଫାୟାର ଆଣ୍ଡ ଫ୍ୟୁରି କପର୍ସ ମଧ୍ୟ କ୍ୟାପଟେନ୍ ଫାତିମା ୱାସିମ୍ଙ୍କ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଲେଖାଯାଇଛି, ୧୫ ହଜାର ଫୁଟ ଉଚ୍ଚରେ କ୍ୟାପଟେନ ଫତିମାContinue reading “ସିଆଚିନରେ ଗ୍ଲେସିୟରରେ ପ୍ରଥମ ମହିଳା ମେଡିକାଲ ଅଫିସର ହେଲେ ଫତିମା ୱାସିମ: ୧୫ହଜାର୨ଶହ ଫୁଟ ଉଚ୍ଚ ଅପରେସନ ପୋଷ୍ଟରେ ମୁତୟନ”
ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ?
କନକ ବ୍ୟୁରୋ: ଛତିଶଗଡ଼ର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ ବିଷ୍ଣୁଦେଓ ସାଏ । ତେବେ ରାଜ୍ୟର ଷଷ୍ଠ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ସାଏଙ୍କ ରାଜନୀତି ଜୀବନ ଯେତିକି ରୋଚକ ସେତିକି ସଂଘର୍ଷପୂର୍ଣ୍ଣ ରହିଛି । ସବୁଠୁ ବଡ କଥା ହେଉଛି ନିଜ ସାଧାସିଧା ସ୍ୱଭାବ ଓ ନିର୍ବିବାଦୀୟ ଚରିତ୍ର ପାଇଁ ବିଜେପି ହାଇକମାଣ୍ଡଙ୍କ ଧ୍ୟାନ ଆକର୍ଷଣ କରିଥିଲେ । କେମିତି ଜଣେ ସରଂପଚରୁ ସାଏ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଦେଖିବା ଏହି ରିପୋର୍ଟରେ । ଛତିଶଗଡକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀContinue reading “ସରପଞ୍ଚରୁ ମୁଖ୍ୟମନ୍ତ୍ରୀ: କେମିତି ଥିଲା ସାଏଙ୍କ ସଂଘର୍ଷ?”
ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ!
କନକ ବ୍ୟୁରୋ: ନିର୍ବାଚନ ଫଳାଫଳକୁ ୯ଦିନ ହେଲାଣି । ବିଜେପି ବହୁମତ ସହ ରାଜସ୍ଥାନ ନିର୍ବାଚନ ମଧ୍ୟ ଜିତିଛି । ତଥାପି କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ଛିଣ୍ଡୁନି ଅଙ୍କ । ସେପଟେ ଦଳୀୟ କନ୍ଦଳ ଚର୍ଚ୍ଚା ଭିତରେ ବିଜେପିର ଅଡୁଆ ବଢ଼ାଇଛନ୍ତି ବସୁନ୍ଧରା ରାଜେ ସିନ୍ଧିଆ । ସୂଚନା ଅନୁସାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ବସୁନ୍ଧରା ଅନୁରୋଧ କରି ଗୋଟେ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିଛନ୍ତି । ସେପଟେ ବିଧାୟକଙ୍କContinue reading “ସରୁନି ରାଜସ୍ଥାନ ସିଏମ ସସପେନ୍ସ: ବିଜେପିକୁ ବସୁନ୍ଧରା ଅଡୁଆ!”
ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ: ଇତିହାସ ପାଲଟିଲା ଧାରା-୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଧାରା-୩୭୦ ଉଚ୍ଛେଦ ବୈଧ ବୋଲି କହିଛନ୍ତି ସର୍ବୋଚ୍ଚ ନାୟାଳୟ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରାଯାଇଛି । ତେବେ ଆସନ୍ତୁ ନଜର ପକାଇ ଘାଟିରେ ଧାରାContinue reading “ଇତିହାସ ପାଲଟିିଲା ଧାରା ୩୭୦ । ୪ବର୍ଷ, ୪ମାସ ୬ ଦିନ ପରେ ମୋଦୀ ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଲେ ସୁପ୍ରିମକୋର୍ଟ । ରାୟକୁ ଐତିହାସିକ କହିଲେ ପ୍ରଧାନମନ୍ତ୍ରୀ”