ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି

କନକ ବ୍ୟୁରୋ: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ନୂଆ ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଉଜ୍ଜୟନୀ ଦକ୍ଷିଣରୁ ବିଧାୟକ ଅଛନ୍ତି ବିଧାୟକ ମୋହନ ଯାଦବ । ୨୦୧୩ରେ ସେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଶିବରାଜ ସରକାରରେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ଥିଲେ । ସେହିପରି ନରେନ୍ଦ୍ର ତୋମାର ହେବେ ନୂଆ ବାଚସ୍ପତି । ଏହାସହ ମଧ୍ୟପ୍ରଦେଶରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଜଗଦୀଶ ଦେବଡାContinue reading “ମୋହନ ଯାଦବ ହେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି”

ଦେଶର ସବୁଠାରୁ ବଡ଼ ଆଇଟି ରେଡରେ ଓଡ଼ିଆ ପୁଅ । ମଦ ବ୍ୟବସାୟୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛନ୍ତି ଓଡ଼ିଆ ଅଫିସର ହୃଦୟ କୁମାର ଦାସ ।

କନକ ବ୍ୟୁରୋ : ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି ।  ଏହି ଟିମରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳି ଗାଁର ସୁନା ପୁଅ ହୃଦୟContinue reading “ଦେଶର ସବୁଠାରୁ ବଡ଼ ଆଇଟି ରେଡରେ ଓଡ଼ିଆ ପୁଅ । ମଦ ବ୍ୟବସାୟୀଙ୍କ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଛନ୍ତି ଓଡ଼ିଆ ଅଫିସର ହୃଦୟ କୁମାର ଦାସ ।”

କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ବାସ୍ କିଛି ସମୟର ଅପେକ୍ଷା, ନାଁ ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।

କନକ ବ୍ୟୁରୋ : ଛତିଶଗଡ ପରେ ଏବେ ମଧ୍ୟପ୍ରଦେଶରେ କିଏ ହେବ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଲାଗି ରହିଛି ସସପେନ୍ସ । ମଧ୍ୟପ୍ରଦେଶରେ କାହାର ରାଜ୍ ଚାଲିବ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଲାଣି । ଆଉ କିଛି ସମୟ ପରେ ଏହା ଉପରୁ ହଟିବ ପରଦା । ଏସବୁ ଭିତରେ ଏବେ ମଧ୍ୟପ୍ରଦେଶରେ ଚାଲିଛି ବିଧାୟକ ଦଳର ବୈଠକ । ପର୍ଯ୍ୟବେକ୍ଷକଙ୍କ ସହ ଚାଲିଛି ଏହି ବୈଠକ । ବୈଠକରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେContinue reading “କିଏ ହେବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ? ବାସ୍ କିଛି ସମୟର ଅପେକ୍ଷା, ନାଁ ଘୋଷଣା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ।”

ଅସୁବିଧାରେ  ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ୍ :  ସହଯୋଗୀମାନେ କାହିଁକି ଛାଡୁଛନ୍ତି ଦଳ ?

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକ ତାଙ୍କ ଦେଶର ଶରଣାର୍ଥୀ ମାନଙ୍କୁ ରୁୱାଣ୍ଡାକୁ ସ୍ଥାନାନ୍ତର କରିବା ନୀତିକୁ  ବଦଳାଇବାକୁ ଚାହୁଁଛନ୍ତି, ଯାହା ସେ ତାଙ୍କ ନିର୍ବାଚନ ରାଲିରେ ମଧ୍ୟ ପ୍ରତିଶୃତି ଦେଇଥିଲେ । ବ୍ରିଟେନରେ ଶରଣାର୍ଥୀମାନେ ଏକ ବଡ଼ ପ୍ରସଙ୍ଗ ହୋଇଥିବାବେଳେ କଞ୍ଜରଭେଟିଭ ପାର୍ଟିର ନୀତି କିଛି ପରିମାଣରେ ଶରଣାର୍ଥୀଙ୍କୁ ସମର୍ଥନ କରିଆସୁଛି । ଏଭଳି ପରିସ୍ଥିତିରେ ଦଳର ନେତାମାନଙ୍କୁ ସରକାରଙ୍କ ନୀତିରେ ଏକଜୁଟ କରିବା ସୁନକଙ୍କ ପାଇଁ ସବୁଠାରୁ ବଡ ଆହ୍ବାନ ହୋଇ ଛିଡା ହୋଇଛି ।Continue reading “ଅସୁବିଧାରେ  ବ୍ରିଟେନର ପ୍ରଧାନମନ୍ତ୍ରୀ ସୁନକ୍ :  ସହଯୋଗୀମାନେ କାହିଁକି ଛାଡୁଛନ୍ତି ଦଳ ?”

ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୋଇତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟଙ୍କ ହେଲେ ଦ୍ୱାରସ୍ଥ ।

କନକ ବ୍ୟୁରୋ : ସଂସଦର ସଦସ୍ୟତା ହରାଇବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଟିଏମସି ସାଂସଦ । ନିଜ ଉପରେ ଲାଗିଥିବା ବହିଷ୍କାରକୁ ଚ୍ୟାଲେଞ୍ଜ ଦେବା ପାଇଁ ସୁପ୍ରିମକୋର୍ଟ ପହଞ୍ଚିଛନ୍ତି ମହୁଆ ମୋଇତ୍ର । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଏଥିକ୍ସ କମିଟି ମାମଲାର ରିପୋର୍ଟକୁ ଲୋକସଭା ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିଥିଲା । ଯାହା ପରେ ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ବହିଷ୍କାର କରିଥିଲେ । ମହୁଆଙ୍କ ବିରୋଧରେ ଟଙ୍କା ନେଇ ପ୍ରଶ୍ନ ପଚାରିବାରContinue reading “ଏଥିକ୍ସ କମିଟି ରିପୋର୍ଟକୁ ଚ୍ୟାଲେଞ୍ଜ କଲେ ମହୁଆ ମୋଇତ୍ର । ସଂସଦର ସଦସ୍ୟତା ହରାଇବା ବିରୋଧରେ ସୁପ୍ରିମକୋର୍ଟଙ୍କ ହେଲେ ଦ୍ୱାରସ୍ଥ ।”

ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ରେଙ୍ଗାଲି ବିସ୍ଥାପିତଙ୍କ ୭ ଦଫା ଦାବି ପୂରା କରିବାକୁ କଲେ ଅନୁରୋଧ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ । ରେଙ୍ଗାଲି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରେଙ୍ଗାଲି ବହୁମୁଖୀ ନଦୀବନ୍ଧ ଯୋଜନା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟContinue reading “ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ରେଙ୍ଗାଲି ବିସ୍ଥାପିତଙ୍କ ୭ ଦଫା ଦାବି ପୂରା କରିବାକୁ କଲେ ଅନୁରୋଧ ।”

ଶ୍ରୀକ୍ଷେତ୍ରରେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ହେଲେ ଭାବବିହ୍ୱଳ । 

କନକ ବ୍ୟୁରୋ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବାଗେଶ୍ୱର ଧାମ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ମନ୍ଦିର ଭିତରେ ପ୍ରାୟ ଘଣ୍ଟାଏ କାଳ ରହିଥିଲେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ଭାବବିହ୍ୱଳ ହୋଇଥିଲେ । ବଡ ଦେଉଳରେ ବଡ ଠାକୁରଙ୍କ ଦର୍ଶନ କରିବା ପରେ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିରକୁ ଯାଇ ମହାମାୟୀ ମହାଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । ଏହାପରେ ଶ୍ରୀମନ୍ଦିର ଭିତରେ ଥିବା ସାକ୍ଷୀଗୋପାଳ ମନ୍ଦିରରେ ମହାପ୍ରସାଦ ସେବନContinue reading “ଶ୍ରୀକ୍ଷେତ୍ରରେ ବାଗେଶ୍ୱର ବାବା । ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ହେଲେ ଭାବବିହ୍ୱଳ । “

ମାଛ ଗୋଟାକୁ ୪ ଲକ୍ଷ ଟଙ୍କା । ୧୭ ଟି ମାଛର ଓଜନ ୩ କ୍ୱିଂଟାଲ ।

କନକ ବ୍ୟୁରୋ: ମାଛ ଗୋଟାଏକୁ ୪ ଲକ୍ଷ ଟଙ୍କା । ୨୫ ଲକ୍ଷ ଟଙ୍କାରେ ବିକ୍ରି ହେଲା ୧୭ ଟି ମାଛ । ତେଲିଆ ପ୍ରଜାତିର ଏହି ମାଛର ଚାହିଦା ଅଧିକ ଥିବାରୁ ଏତେ ଦାମରେ ବିକ୍ରି ହୋଇଛି । ଜାଲରେ ପଡିଥିବା ଏଭଳି ୧୭ ଟି ମାଛର ଓଜନ ୩ କ୍ୱିଂଟାଲ । ଯାହା କିଲୋ ୮ ହଜାର ୫୦ ଟଙ୍କା ଲେଖାଏଁରେ ବିକ୍ରି ହୋଇଛି । ପାରାଦୀପ ନେହେରରୁ ବଙ୍ଗଳା ମାଛଧରା ଜେଟିରେ ଏହିContinue reading “ମାଛ ଗୋଟାକୁ ୪ ଲକ୍ଷ ଟଙ୍କା । ୧୭ ଟି ମାଛର ଓଜନ ୩ କ୍ୱିଂଟାଲ ।”

୩୭୦ ଉଚ୍ଛେଦ ନିଷ୍ପତ୍ତି କାଏମ ରହିବା ପରେ ଜମ୍ମୁରେ ଖୁସିର ମାହୋଲ । ଜାଣନ୍ତୁ କ’ଣ ଏହି ଧାରା ୩୭୦?

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ କାଏମ ରଖିବା ପରେ ଏହାକୁ ନେଇ ଜମ୍ମୁରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ବର୍ଷ ଧରି ରହିଆସୁଥିବା ପାକିସ୍ତାନ ଓ ଅନ୍ୟ ସ୍ଥାନର ରିଫ୍ୟୁଜିମାନେ ଏବେ ଉତ୍ସାହର ସହ ଖୁସି ମନାଉଛନ୍ତି । ମିଠା ବାଂଟି ବାଜା ବଜାଇ ଉତ୍ସବ ପାଳନ କରିଛନ୍ତ – ୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର – ୧୯୪୯ରେ ଜମ୍ମୁ-କାଶ୍ମିର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲାContinue reading “୩୭୦ ଉଚ୍ଛେଦ ନିଷ୍ପତ୍ତି କାଏମ ରହିବା ପରେ ଜମ୍ମୁରେ ଖୁସିର ମାହୋଲ । ଜାଣନ୍ତୁ କ’ଣ ଏହି ଧାରା ୩୭୦?”

ଏମ୍ସରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ  । ଠିକା ସଂସ୍ଥା ବିରୋଧରେ ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ  । 

କନକ ବ୍ୟୁରୋ: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମୀଙ୍କ ଧାରଣା । ଠିକା ସଂସ୍ଥା ବିଆଇଏସ୍ ବିରୋଧରେ ଧାରଣାକୁ ଓହ୍ଲାଇଛନ୍ତି ଠିକା କର୍ମଚାରୀ । ଠିକା ସଂସ୍ଥା ବେଆଇନ୍ ଭାବେ ୧୦ହଜାର ଟଙ୍କା ଆଦାୟ ଏବଂ ବେଆଇନ୍ ଛଟେଇକୁ ବିରୋଧ କରି କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆନ୍ଦୋଳନରେ ଶତାଧିକ ସଫେଇ କର୍ମଚାରୀ ସାମିଲ ହୋଇଛନ୍ତି । ଯାହାଫଳରେ ଆଜି ସକାଳୁ ଏମ୍ସରେ ସଫେଇ କାମ ବନ୍ଦ ରହିଛିContinue reading “ଏମ୍ସରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ  । ଠିକା ସଂସ୍ଥା ବିରୋଧରେ ଏମ୍ସ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ  । “

Design a site like this with WordPress.com
Get started