କନକ ବ୍ୟୁରୋ: ଘରେ ଚାକରାଣୀ ବୁଲାଇଲା କଳାକନା । ଘରେ ମାଲିକାଣି ନଥିବା ସମୟରେ ସୁନା ଗହଣା ଲୁଟି ଫେରାର ହୋଇଗଲା ଚାକରାଣୀ । କାହାଣୀ କେବଳ ଏତିକିରେ ଅଟକି ନଥିଲା । ଚୋରି କରିଥିବା ସୁନାକୁ ବ୍ୟାଙ୍କରେ ବନ୍ଧକ ରଖି ଥିଲା ଚାକରାଣୀ । ଚୋରି ସୁନାକୁ ବନ୍ଧକ ରଖିବା ପରେ ଯେଉଁ ଟଙ୍କା ଆଣିଥିଲା , ସେହି ଟଙ୍କାରେ ଗାଡି କିଣି ଚଢୁଥିଲା । ଏପରି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରContinue reading “ଘରେ କଳାକନା ବୁଲାଇଲା ଚାକରାଣୀ । ସୁନା ଗହଣା ଲୁଟି ଚଢୁଥିଲା କାର୍ । ଅଭିଯୋଗ ପରେ ଗିରଫ କଲା ପୋଲିସ ।”
Tag Archives: News
ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।
କନକ ବ୍ୟୁରୋ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ପଲେଇ ପ୍ୟାକ୍ସର ସେଲସ୍ମ୍ୟାନ୍ ତଥା କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ । ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଉଲ୍ଲଂଘନ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅଧୀନସ୍ଥ ପଲେଇ ପ୍ରାଥମିକ କୃଷି ସମବାୟ ସମିତିର ସେଲ୍ସମ୍ୟାନ୍ ତଥା କାର୍ଯ୍ୟକାରୀ ସଂପାଦକ କ୍ଷୀରୋଦ ଚନ୍ଦ୍ର ଭଦ୍ର ଏବଂ କ୍ୟାସିୟର ତଥା ଲେଜର କ୍ଲର୍କ ହିମାଂଶୁ ଶେଖର ପରିଡ଼ାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ତେବେContinue reading “ଧାନ କିଣାରେ ଅନିୟମିତତା ଅଭିଯୋଗ: ପ୍ୟାକ୍ସର କାର୍ଯ୍ୟକାରୀ ସଂପାଦକ ଓ କ୍ୟାସିୟର ନିଲମ୍ବିତ ।”
ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।
କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ହେବ କୃଷି ଓଡିଶା-୨୦୨୧ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ୫ ଦିନ ଧରି ଏହି କାର୍ଯ୍ୟକ୍ରମ ବରମୁଣ୍ଡାର ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆୟୋଜିତ ହେବ । ଏହାକୁ ନେଇ ଆଜି କୃଷି ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତContinue reading “ମାର୍ଚ୍ଚ ୧୫ରୁ ଆରମ୍ଭ ହେବାକୁ ଯାଉଛି କୃଷି ଓଡିଶା ୨୦୨୧ । ଏଥରର ବିଷୟବସ୍ତୁ ‘ସମନ୍ୱିତ ଚାଷ: ଚାଷୀଙ୍କ ବିକାଶ’ ।”
ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।
କନକ ବ୍ୟୁରୋ: ପରୀ ଅଭିଯୁକ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ନଜର ଏବେ କୋର୍ଟଙ୍କ ଉପରେ । କାରଣ କୋର୍ଟ ଏହି ପ୍ରମାଣକୁ ଗ୍ରହଣ କରିବେ କି ନାହିଁ ତାହାକୁ ନେଇ ଉଠିଛି ବଡ ପ୍ରଶ୍ନ । ସେପଟେ ଭିଡିଓକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଆଉ ବିଜେଡି । ମାମଲାରେ ଏସଆଇଟି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି ବିଜେପି । ଏପରି ଭିଡିଓ ସାମ୍ନାକୁ ଆସିବା ପଛରେ ଷଡଯନ୍ତ୍ରର ଗନ୍ଧ ବାରିଛି ବିଜେପି ।Continue reading “ପରୀ ହତ୍ୟାକାରୀର ଭିଡିଓକୁ ନେଇ ଘନେଇଲା ବିଜେପି-ବିଜେଡି କଳି । ଲେଖାଶ୍ରୀଙ୍କ ଅଭିଯୋଗ, ଅପରାଧୀଙ୍କୁ ଖସାଇ ଦେବା ପାଇଁ କରାଯାଉଛି ପ୍ରୟାସ । ବିଜେଡିର ଜବାବ୍ ଆଇନ ଉପରେ କେହି ନାହାଁନ୍ତି ।”
କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।
କନକ ବ୍ୟୁରୋ: କଟକର ଡାକ୍ତର ସନାତନ ମହାନ୍ତିଙ୍କ ବ୍ୟାଙ୍କ ଆକାଉଂଟରୁ ୭୭ ଲକ୍ଷ ଟଙ୍କା ଲୁଟ କିପରି ହେଲା ସେନେଇ କ୍ରାଇମବ୍ରାଂଚ ତନାଘନା କରୁଥିବା ବେଳେ ଲୁଟ ପଛରେ ଝାଡଖଣ୍ଡ ଜମତରା ସାଇବର ଅପରାଧୀଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ଡାକ୍ତରଙ୍କ ୬ଟି ଫିକ୍ସଡ ଡିପୋଜିଟକୁ ଭାଙ୍ଗି ସେଭିଙ୍ଗସ ଆକାଉଂଟକୁ ନେବା ପରେ ଏହି ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । ବଡ କଥା ହେଲା ୪ଟି ରାଜ୍ୟରେ ଥିବା ୪ଟି ଭିନ୍ନ ଭିନ୍ନ ଆକାଉଂଟକୁContinue reading “କଟକ ଡାକ୍ତରଙ୍କ ବ୍ୟାଙ୍କ୍ ଖାତାରୁ ୭୭ ଲକ୍ଷ ଗାଏବ୍ ହେବା ଘଟଣା । ଲୁଟ୍ ପଛରେ ଜମତରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ ।”
ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।
କନକ ବ୍ୟୁରୋ: ଓଡିଶାରେ କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି। ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁContinue reading “ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।”
ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।
କନକ ବ୍ୟୁରୋ: ଦେଶର ଅର୍ଥନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗରେ ଆଜି ଯୁବକମାନେ ରୋଜଗାର ନପାଇ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବର୍ତ୍ତନ କରିବା ସହିତ ମୋଦି ସରକାରଙ୍କୁ ସରକାରକୁ ଅଣାଯିବା ଜରୁରୀ । ଶୁକ୍ରବାର ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସମେତ ଅନେକ ସ୍ଥାନରେ ଆୟୋଜିତ ପରିବର୍ତ୍ତନ ଯାତ୍ରାରେ ସାମିଲ ହୋଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟContinue reading “ପଶ୍ଚିମବଙ୍ଗରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ପଶ୍ଚିମବଙ୍ଗରେ ପରିବର୍ତ୍ତନ ଜରୁରୀ ।”
ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।
କନକ ବ୍ୟୁରୋ: କୋଟିଆ ବିବାଦ ପଛରେ କେଉଁ ଶକ୍ତି ରହିଛି କି? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା କିଛି ଏପରି ନୂଆ ତଥ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଚମକେଇ ଦେଲା ଭଳି … ଆନ୍ଧ୍ର ସରକାର ଆଢୁଆଳରେ ଆଉ ଏକ ଶକ୍ତି କୋଟିଆ ଉପରେ ଆଖି ପକାଇଛି ବୋଲି ଗଦାଧର କହିଛନ୍ତି । କିଛି କଂପାନୀ କୋଟିଆ ପାଇଁ ବଡ ଡିଲ କରିଛନ୍ତି । କୋଟିଆର ଖଣିଜ ପଦାର୍ଥ ଉତ୍ତୋଳନContinue reading “ନିର୍ବାଚନ ପରେ ଓଡ଼ିଶା ସୀମାରେ ଆନ୍ଧ୍ର କରୁଛି ପୋଲ ନିର୍ମାଣ । ସେପଟେ କୋଟିଆ ପାଇଁ ବଡ଼ ଡିଲ୍ ହୋଇଥିବା କହିଲେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲପାଳ ଗଦାଧର ପରିଡ଼ା ।”
ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା । ବାଚସ୍ପତିଙ୍କ ପୋଡ଼ିୟମ କାଚ ଖସାଇଲେ ବିରୋଧୀ, ମାଇକ୍ ଟାଣିଲେ ତାରା ।
କନକ ବ୍ୟୁରୋ: ବିଧାନସଭାରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଜୋରଦାର ହଟ୍ଟଗୋଳ । ମଣ୍ଡିରୁ ଧାନ ଉଠୁନି, ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ହେଉନି, ଏ ନେଇ ଆଲୋଚନା କରିବାକୁ ଅଡି ବସିଥିଲେ ବିରୋଧୀ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରି ଗୃହକୁ ଅଚଳ କରି ଦେଇଥିଲେ ବିରୋଧୀ । ଗୃହକାର୍ଯ୍ୟ ଆଗକୁ ଯାଇ ପାରିନଥିଲା, ଗୃହକୁ ବାଚସ୍ପତିଙ୍କୁ ୭ ଥର ମୁଲତବୀ କରିବାକୁ ପଡିଥିଲା । ଶେଷରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବିଭାଗୀୟContinue reading “ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା । ବାଚସ୍ପତିଙ୍କ ପୋଡ଼ିୟମ କାଚ ଖସାଇଲେ ବିରୋଧୀ, ମାଇକ୍ ଟାଣିଲେ ତାରା ।”
ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ଲାଇବ୍ରେରୀ କାର୍ଡ ମିଳୁନଥିବା ଏବଂ ହଷ୍ଟେଲ ସମସ୍ଯା ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ ।
କନକ ବ୍ୟୁରୋ: ବାଣୀବିହାରରେ ପୁଣି ଥରେ ଛାତ୍ର ଅଶାନ୍ତି ଦେଖାଯାଇଛି। ଉତ୍ତେଜିତ ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପିଜି କାଉନସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ଶେଷରେ ଆନ୍ଦୋଳନ କରିଥିଲେ। ଏଥି ସହିତ ସେମାନେ ଚେତାବନୀ ଦେଇଛନ୍ତି ଯେ, ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବେ। ଅଭିଯୋଗ ଅନୁସାରେ ପିଜି ସେଲଫାଇନାସିଂ ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟର ସମସ୍ତ ସୁବିଧା ମିଳୁନାହିଁ ।Continue reading “ଉତ୍କଳ ବିଶ୍ବବିଦ୍ୟାଳୟରେ ପୁଣି ଛାତ୍ର ଅଶାନ୍ତି । ଲାଇବ୍ରେରୀ କାର୍ଡ ମିଳୁନଥିବା ଏବଂ ହଷ୍ଟେଲ ସମସ୍ଯା ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ ।”