ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ ।

କନକ ବ୍ୟୁରୋ:  ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇ ଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ । ବୁଧବାର ମିଳିଥିବା ଖବର ଅନୁସାରେ, ମୁମ୍ବାଇ ପୋଲିସର ସାଇବର ସେଲ୍ ଦୁଇଜଣ ବ୍ୟକ୍ତିଙ୍କର ଟୁଇଟକୁ ଟ୍ରାକ୍ କରିବା ସହିତ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଜାଣିବାକୁ ପାଇଥିଲା । ଏହାପରେ ସେମାନଙ୍କ ପାଇଁ ଏକ ସ୍ପେଶାଲ୍ ଟିମ୍ ଗଠନ କରି ସେମାନଙ୍କୁ ଆତ୍ମହତ୍ୟା କରିବାରୁ ରୋକାଯାଇପାରିଛି । ଆତ୍ମହତ୍ୟା କରିବାକୁContinue reading “ସୋସିଆଲ୍ ମିଡିଆ ବଞ୍ଚାଇଲା ଜୀବନ । ଟୁଇଟରକୁ ଟ୍ରାକ୍ କରି ଦୁଇଜଣଙ୍କୁ ଆତ୍ମହତ୍ୟା କରିବାରୁ ବଞ୍ଚାଇଲା ମୁମ୍ବାଇ ପୋଲିସ ।”

ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ପରେ ପଲିଟିକ୍ସ: ବିଜେଡି କହିଲା, ଲୋକଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ମାଗୁ ବିଜେପି, ସେପଟେ ବିଜେପି କହିଲା ଭୁଲ୍ ତଥ୍ୟ ଦେଇଛି ଏସଆଇଟି, କ୍ଷମା ମାଗନ୍ତୁ ସରକାର ।

କନକ ବ୍ୟୁରୋ: ପରୀ ମାମଲାରେ କିଏ ମାଗିବ କ୍ଷମା । ଏହାକୁ ନେଇ ବିଜେଡି-ବିଜେପି କଥା କଟାକଟି । ପରୀ ହତ୍ୟା ମାମଲାରେ ଅଭିଯୁକ୍ତର ହତ୍ୟାକାଣ୍ଡ ନେଇ ସ୍ୱୀକାରୋକ୍ତି ଭିଡିଓ ସାମ୍ନାକୁ ଆସିବା ପରେ ବିଜେପି ଉପରେ ଆକ୍ରମଣ କରିଛି ବିଜେଡି । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏନେଇ ବିଜେପି ରାଜ୍ୟବାସୀଙ୍କୁ କ୍ଷମା ମାଗୁ ବୋଲି କହିଛନ୍ତି । ସେପଟେ ଏହାର ଜବାବ ଦେଇଛି ବିଜେପି । ସରକାର ଏଥିପାଇଁ କ୍ଷମା ମାଗନ୍ତୁ,Continue reading “ପରୀ ଅଭିଯୁକ୍ତର ସ୍ୱୀକାରୋକ୍ତି ପରେ ପଲିଟିକ୍ସ: ବିଜେଡି କହିଲା, ଲୋକଙ୍କୁ ବିଭ୍ରାନ୍ତ କରିଥିବାରୁ କ୍ଷମା ମାଗୁ ବିଜେପି, ସେପଟେ ବିଜେପି କହିଲା ଭୁଲ୍ ତଥ୍ୟ ଦେଇଛି ଏସଆଇଟି, କ୍ଷମା ମାଗନ୍ତୁ ସରକାର ।”

ମୋଦି କହିଥିଲେ, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ଦେଶଦ୍ରୋହୀ, ତା’ହେଲେ ଏବେ କ’ଣ ଦେଶଦ୍ରୋହୀ ଦେଶକୁ ଶାସନ କରୁଛନ୍ତି: ନରସିଂହ

କନକ ବ୍ୟୁରୋ: ଅହେତୁକ ଭାବେ ବଢ଼ି ବଢ଼ି ଚାଲିଛି ତୈଳ ଦର । ଆଉ ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ନିଶାନା କରିଛି କଂଗ୍ରେସ । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଶାନା କରିଛନ୍ତି । ନରସିଂହ କହିଛନ୍ତି ଯେ, ଯେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ତୈଳ ଦର ବୃଦ୍ଧି ପାଇବା ମାତ୍ରେ କହୁଥିଲେ କି, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ସରକାର ଦେଶଦ୍ରୋହୀContinue reading “ମୋଦି କହିଥିଲେ, ଯେଉଁ ସରକାର ତୈଳ ଦର ନିୟନ୍ତ୍ରଣ କରିପାରେନି ସେ ଦେଶଦ୍ରୋହୀ, ତା’ହେଲେ ଏବେ କ’ଣ ଦେଶଦ୍ରୋହୀ ଦେଶକୁ ଶାସନ କରୁଛନ୍ତି: ନରସିଂହ”

କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ । ଟ୍ୱିଟ୍ ଯୋଗେ ବ୍ୟକ୍ତ କଲେ ଅସନ୍ତୋଷ । କହିଲେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ ଚୀନର ରାଷ୍ଟ୍ରପତି ସି.ଜିନପିଙ୍ଗଙ୍କ ସହ କଥା ହୋଇଛନ୍ତି । ଏହି କଥାବାର୍ତ୍ତା ବେଳେ ଉଭୟ ଦେଶର ଲୋକଙ୍କର ସୁରକ୍ଷା, ବିକାଶ, ସ୍ୱାସ୍ଥ୍ୟ ଓ ଜୀବୀକାକୁ ସୁରକ୍ଷିତ କରିବା ନେଇ କଥା ହେବା ସହ ସ୍ୱତନ୍ତ୍ର ଓ ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସଂରକ୍ଷିତ କରିବାକୁ ପ୍ରାଥମିକତା ଦେବାକୁ ସେମାନଙ୍କ ଭିତରେ ଆଲୋଚନା ହୋଇଛି । ଏହି ଆଲୋଚନା ପରେ ବାଇଡେନ ଜିନପିଙ୍ଗ୍ ଙ୍କୁ ବେସ୍ ପ୍ରଶଂସା କରିଥିଲେContinue reading “କଙ୍ଗନାଙ୍କ ଟାର୍ଗେଟରେ ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ । ଟ୍ୱିଟ୍ ଯୋଗେ ବ୍ୟକ୍ତ କଲେ ଅସନ୍ତୋଷ । କହିଲେ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ନା ଚୀନର ରାଜଦୂତ”

ଆଇପିଏଲ ନିଲାମୀ ପୂର୍ବରୁ ଓହରିଲେ ଇଂଲଣ୍ଡ ଖେଳାଳି ମାର୍କ ଉଡ୍ । ଜାଣନ୍ତୁ ଓହରିବା ପଛର କାରଣ?

କନକ ବ୍ୟୁରୋ : ଆଇପିଏଲର ୧୪ ତମ ସଂସ୍କରଣର ଖେଳାଳି ନିଲାମ ପୂର୍ବରୁ ନିଲାମୀ ପ୍ରକ୍ରିୟାରୁ ଓହରିଲେ ଇଂଲଣ୍ଡର ପେସ ବୋଲର ମାର୍କ ଉଡ । ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ନିଲାମୀରୁ ସେ ଓହରି ଯାଇଥିବା ଦର୍ଶାଇଛନ୍ତି । ଆଜି ଚେନ୍ନାଇରେ ଆଇପିଏଲ ପାଇଁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ସର୍ଟ ଲିଷ୍ଟ କରାଯାଇଛି । ଚଳିତ ବର୍ଷ ଆଇପିଏଲ ନିଲାମୀରେ ଉଡଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ରହିଥିଲା । ହେଲେContinue reading “ଆଇପିଏଲ ନିଲାମୀ ପୂର୍ବରୁ ଓହରିଲେ ଇଂଲଣ୍ଡ ଖେଳାଳି ମାର୍କ ଉଡ୍ । ଜାଣନ୍ତୁ ଓହରିବା ପଛର କାରଣ?”

ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ ।

କନକ ବ୍ୟୁରୋ: ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ, ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ  । ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହ ମଝିରେ ପ୍ରତିବାଦ କଲେ ବିଜେପିର ସଦସ୍ୟବୃନ୍ଦ । ଏପରିକି ବଜେଟ୍ ଅଧିବେଶନ ନେଇ ରାଜ୍ୟପାଳଙ୍କ ଧନ୍ୟବାଦ ଅଭିଭାଷଣ ଉପରେ ଆଲୋଚନା ଚାଲୁଥିବାବେଳେ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ବାରମ୍ବାର ହଟ୍ଟଗୋଳ ଏବଂ ଗୃହରେ ନାରାବାଜି ଜାରି ରହିଥିବାବେଳେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି ।Continue reading “ଗୃହରେ ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ ।”

ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ ଅଞ୍ଚଳର ସୂଚନା

କନକ ବ୍ୟୁରୋ :ଭୁବନେଶ୍ୱରରେ ପୁଣି ମହିଳାଙ୍କ ଆତ୍ମାହୂତି ଉଦ୍ୟମ । ଏଜି ଛକ ନିକଟ ଜୟଦେବ ଭବନ ସମ୍ମୁଖରେ ଜଣେ ମହିଳା ଦେହରେ ପେଟ୍ରୋଲ ଢ଼ାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି । ତାଙ୍କ ପୁଅଙ୍କ ହତ୍ୟା ମାମଲାକୁ ପୋଲିସ ଚାପି ଦେଇଥିବା ପ୍ରତିବାଦରେ ସେ ଏହି ଆତ୍ମାହୂତି ଉଦ୍ୟମ କରିଥିବା ଜଣାପଡିଛି । ତେବେ ତାଙ୍କୁ ପୋଲିସ କାବୁ କରି ନିଜ ହେପାଜତକୁ ନେଇଛି । ମହିଳା ଜଣଙ୍କ ଜଗତସିଂହପୁର କୁଜଙ୍ଗ ଅଂଚଳର ବୋଲି ଜଣାପଡିଛି ।Continue reading “ଜୟଦେବ ଭବନ ସାମ୍ନାରେ ପୁଣି ଆତ୍ମାହୂତି ଉଦ୍ୟମ : ଆତ୍ମାହୂତି ଉଦ୍ୟମ ବେଳେ କାବୁ କଲା ପୋଲିସ; ମହିଳା ଜଣଙ୍କ କୁଜଙ୍ଗ ଅଞ୍ଚଳର ସୂଚନା”

ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱର ପାଟଣାବାସୀଙ୍କ ଧାରଣା

କନକ ବ୍ୟୁରୋ : ବଢ଼ୁଛି ବାଇ-ଲ ବିବାଦ । ଏନଏମଏ ବାଇ-ଲକୁ ଏକାମ୍ରକ୍ଷେତ୍ରରୁ ପ୍ରତ୍ୟାହାର ଦାବିରେ ଏଏସଆଇ ଅଫିସ ସମ୍ମୁଖରେ ଧାରଣା । ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ବ୍ରହ୍ମେଶ୍ୱର ପାଟଣା ଅଂଚଳବାସୀ ଧାରଣା ଦେଇଛନ୍ତି । ପ୍ରତ୍ୟାହାର ଦାବିରେ ସ୍ମାରକପତ୍ର ଦେବାକୁ ଯାଇଥିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ । ବ୍ରହ୍ମେଶ୍ୱର ମନ୍ଦିର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଏନଏମଏ ପକ୍ଷରୁ ପ୍ରସ୍ତାବିତ ବାଇଲକୁ ପ୍ରତ୍ୟାହାର କରିବାକୁContinue reading “ବାଇ-ଲ ପ୍ରତ୍ୟାହାର ଦାବିରେ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା : ସ୍ମାରକପତ୍ର ଦେବାକୁ ଯିବାବେଳେ ସୁପରିଟେଣ୍ଡେଂଟ ନଥିବାରୁ ବ୍ରହ୍ମେଶ୍ୱର ପାଟଣାବାସୀଙ୍କ ଧାରଣା”

ଓଡିଶା ଖଣି ନିଗମର ୨ଟି ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡ଼ିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି କି ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହContinue reading “ଓଡିଶା ଖଣି ନିଗମର ୨ଟି ଲୁହାପଥର ଖଣିରୁ ଉତ୍ପାଦନ ଆରମ୍ଭ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ”

ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା

କନକ ବ୍ୟୁରୋ : ଚାଷୀଙ୍କ ରେଳ ରୋକ୍ । କୃଷକ ଆନ୍ଦୋଳନକୁ ସମର୍ଥନ କରି ୪ ଘଂଟିଆ ରେଳରୋକ କରୁଛନ୍ତି ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନ । ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳରୋକ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଂଗଠନ । ଏହାକୁ ନଜରରେ ରଖି ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ୪ଟି ରାଜ୍ୟରେ ଆରପିଏଫର ୨୦ଟି ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛିContinue reading “ସାରାଦେଶରେ ୪ ଘଂଟିଆ ରେଳରୋକ : ପାଳନ କରୁଛନ୍ତି ବିଭିନ୍ନ ଚାଷୀ ସଂଗଠନ; ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ପଶ୍ଚିମବଙ୍ଗରେ କଡା ସୁରକ୍ଷା”

Design a site like this with WordPress.com
Get started