କନକ ବ୍ୟୁରୋ : ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ଜେମ୍ସ ବଣ୍ଡ । ଗତ ୬ତାରିଖରେ ଜମ୍ମୁକଶ୍ମୀରରୁ ଗିରଫ ହୋଇଥିବା ଜୈଶ ଆତଙ୍କୀ ଏନେଇ ସୂଚନା ଦେଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ କାର୍ଯ୍ୟାଳୟର ରେକି କରିବା ସହ ଭିଡିଓଗ୍ରାଫି କରି ଜୈଶ-ଏ-ମହମ୍ମଦ ହେଣ୍ଡଲର ନିକଟକୁ ଏହା ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ଏହାପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବଢାଇ ଦିଆଯାଇଛି । ପାକିସ୍ତାନର ଟାର୍ଗେଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।Continue reading “ପାକିସ୍ତାନୀ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତର ଜେମ୍ସ ବଣ୍ଡ । ୬ତାରିଖରେ ଗିରଫ ହୋଇଥିବା ଆତଙ୍କୀ ଦେଲା ସୂଚନା, ବଢିଲା ଅଜିତ ଡୋଭାଲଙ୍କ ସୁରକ୍ଷା ।”
Tag Archives: News
ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ
କନକ ବ୍ୟୁରୋ : କଟାମୁଣ୍ଡ ପଛର ପୂରା ରହସ୍ୟ ଖୋଲିବା ପରେ ଏହି ବୀଭତ୍ସ ହତ୍ୟାକାଣ୍ଡ କିପରି କରାଯାଇଥିଲା, ଅପରାଧର ପୂରା ଘଟଣାକ୍ରମକୁ ରିକ୍ରିଏଟ୍ କରାଇଛି ଭୁବନେଶ୍ୱରର ଚନ୍ଦକା ଥାନା ପୁଲିସ । ପୁଷ୍ପଲତାଙ୍କୁ କେମିତି ହତ୍ୟା କରିଥିଲେ ଏବଂ ପ୍ରମାଣ ନଷ୍ଟ ପାଇଁ କିପରି ମୁଣ୍ଡ କାଟି ଫିଙ୍ଗି ଦେଇଥିଲେ, ତାହା ଡୋମୋ କରି ଦେଖାଇଛି ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପ୍ରଥମେ ଫୁଲେଶ୍ୱରୀ ବସ୍ତିକୁ ନିଆଯାଇଥିଲା । ଏହି ଘରେContinue reading “ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, କେମିତି ମଦ ପିଇ କାଟିଥିଲେ ମୁଣ୍ଡ ? ଘଟଣା ସ୍ଥଳରେ ଡେମୋ ଦେଖାଇଲେ ୨ ଅଭିଯୁକ୍ତ”
ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …
କନକ ବ୍ୟୁରୋ: ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଓ ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ନିକଟରେ ଏହି ଦୁଇଟି ଅପରାଧ ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଗୋଟିଏ ପଟେ ମୁଣ୍ଡ ନଥିବା ଶରୀରକୁ ଚିହ୍ନଟ କରି ଅପରାଧୀକୁ ଧରିବା ବଡ ଚ୍ୟାଲେଂଜ ଥିଲା । ଆଉ ଗୋଟିଏ ପଟେ ଅପରାଧୀ ପାଖରେ ଅଛି, ତାଠାରୁ ସତ ଉଗାଳିବା, ମୁଖ୍ୟ କାମ ଥିଲା । କିନ୍ତୁ ଓଲଟା ହେଲା । କଟାମୁଣ୍ଡContinue reading “ଝରାଫୁଲ ମୃତ୍ୟୁ ମାମଲାରେ ଏବେ ବି ଯାଜପୁର ପୋଲିସ ହାତରେ ଲାଗୁନି ତଥ୍ୟ । କହୁଛନ୍ତି , ତଦନ୍ତ ଚାଲିଛି …”
ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।
କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ପାଇଁ ଚାଲିଥିବା ଆନ୍ଦୋଳନ ଆଉ ରାଜନୈତିକ ଦଳ ଦେଖାଉଥିବା ଆଭିମୁଖ୍ୟ ଭିତରେ ବାସ୍ତବ କଥା କିଏ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରସ୍ତାବିତ ଅଧିନିୟମକୁ ଭଲ ଭାବେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପଢ଼ିନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଠିକ ଭାବେ ବୁଝାଇ ନାହାନ୍ତିContinue reading “ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।”
ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।
କନକ ବ୍ୟୁରୋ: କୋଟିଆର ନିର୍ବାଚନ କାହାଣୀ ସତେ ଯେମିତି କଟା ଘା’ରେ ଚୂନ ସଦୃଶ ସାମ୍ନାକୁ ଆସିଛି । ଷଢ଼େଇକଳା ଓ ଖରସୁଆଁର ଦୁଃଖ ମନରୁ ଲିଭି ନଥିବା ବେଳେ ପଡ଼ୋଶୀ ଆନ୍ଧ୍ର, ଓଡ଼ିଶା ମାଟିରେ କରିଛି ପଂଚାୟତ ନିର୍ବାଚନ । ଆନ୍ଧ୍ର ପ୍ରଦେଶ ଯୋଜନାର ବୁଢ଼ିଆଣୀ ଜାଲରେ ଓଡ଼ିଶାର ସୀମାନ୍ତ ଲୋକଙ୍କୁ ଏମିତି ଛନ୍ଦି ଦେଇଛି ଯେ, ସକାଳୁ ସକାଳୁ ଲୋକ ମତଦାନ କେନ୍ଦ୍ରରେ ପହଂଚିଯାଇଛନ୍ତି । କୋରାପୁଟ ଜିଲ୍ଲା କୋଟିଆ ଫାଟୁସିନେରି ପଂଚାୟତରେ ଶହContinue reading “ଓଡ଼ିଶାରେ ଗାଁରେ ପଡୋଶୀ କଲା ନିର୍ବାଚନ । ସୁପ୍ରିମକୋର୍ଟରେ ମାମଲା, ହେଲେ ନିର୍ବାଚନ ପାଇଁ ଅଟଳ ରହିଲା ଆନ୍ଧ୍ର । ପ୍ରତିବାଦରେ ରାସ୍ତାରୋକ କଲେ ସ୍ଥାନୀୟ ନେତା ଓ ଜନତା ।”
ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।
କନକ ବ୍ୟୁରୋ: ଓଡ଼ିଶା ମାଟିରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରିବା ପାଇଁ ସବୁସୀମା ଟପି ଯାଇଛି । କାହାକୁ ଖାତିର୍ ନକରି, ବଳପୂର୍ବକ ନିର୍ବାଚନ ପ୍ରକ୍ରିୟା ସାରିଦେବାକୁ ଉଦ୍ୟମ କରୁଥିବା ଆନ୍ଧ୍ର ପୁଲିସ ଓ ପ୍ରଶାସନ । ଏପରିକି ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ବି ଛାଡ଼ି ନାହିଁ । ଶନିବାର ଗଜପତି ସୀମାନ୍ତରେ ଆନ୍ଧ୍ର ପୁଲିସ୍ କନକ ନ୍ୟୁଜର ଗଜପତି ଜିଲ୍ଲା ପ୍ରତିନିଧି ସୀତାନାଥ ପଣ୍ଡାଙ୍କୁ ଅଟକ ରଖିଥିଲା । କାହିଁକି ଆନ୍ଧ୍ର ସୀମାରେContinue reading “ଗଂଜାମ ପାତ୍ରପୁର ବ୍ଲକର ୮ଟି ଗାଁରେ ଆନ୍ଧ୍ରର ଭୋଟ୍ । ତଥ୍ୟ ସଂଗ୍ରହ ବେଳେ କନକ ନ୍ୟୁଜ ପ୍ରତିନିଧିଙ୍କୁ ଆକ୍ରମଣ କଲେ ଆନ୍ଧ୍ର ପୋଲିସ ଓ ଅଧିକାରୀ ।”
ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ
କନକ ବ୍ୟୁରୋ : ଦରଦାମ ବୃଦ୍ଧିକୁ ନେଇ ଆସନ୍ତା ୧୫ ତାରିଖରେ କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଛି । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ବନ୍ଦ ପାଳନ କରିବ । ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ କରାଯିବ । ଦିନକୁ ଦିନ ଦେଶରେ ଦର ଦାମ ବୃଦ୍ଧି ପାଇବାରେ ଲାଗିଛି ଏହି ଉଦ୍ଦେଶ୍ୟରେ ୧୫ ତାରିଖରେ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।Continue reading “ଦରଦାମ ବୃଦ୍ଧିକୁ ନେଇ ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ୧ଟାଏ ଯାଏଁ କଂଗ୍ରେସ ପାଳିବ ଓଡିଶା ବନ୍ଦ”
ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଭାଙ୍ଗିବା ହେତୁ ଯେଉଁ ଲୋକଙ୍କ ଉପରେ ମାମଲା ଦାୟର ହୋଇଥିଲା ସେ ସବୁକୁ ଏବେ ଉଠାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ ସରକାର । ଏହାଦ୍ୱାରା ପ୍ରାୟ ଅଢେଇ ଲକ୍ଷ ଲୋକ ଏବେ କୋର୍ଟ କଚେରୀ ଚକ୍କର କାଟିବାରୁ ମୁକ୍ତିପାଇବେ ବୋଲି ଜଣାପଡିଛି । କରୋନା ସଂକ୍ରମଣ ବଢିବା ପରେ ସାରା ଦେଶରେ ସରକାର ଲକଡାଉନ୍ ନିୟମ କଡାକଡି କରିଥିଲେ । ଯେଉଁମାନେ ଏହି ନିୟମContinue reading “ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ନିୟମ ଉଲ୍ଲଘଂନକାରୀଙ୍କ ମାମଲାକୁ ଉଠାଇ ନେବାକୁ ନିର୍ଦ୍ଦେଶ ।”
ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଓ ଅନୁଭବଙ୍କ ଟ୍ୱିଟ୍ ଯୁଦ୍ଧ । ଅନୁଭବ ମହାନ୍ତିଙ୍କୁ ଜବାବ ଦେଲେ ଭୁବନେଶ୍ୱର ସାଂସଦ ।
କନକ ବ୍ୟୁରୋ: ସାଂସଦ ଅପରାଜିତା ଓ ଅନୁଭବଙ୍କ ଭିତରେ ଦେଖିବାକୁ ମିଳିଛି ଟ୍ୱିଟ ଯୁଦ୍ଧ । ବାଇ-ଲ ପ୍ରସଙ୍ଗକୁ ନେଇ ଦୁଇ ନେତା ଏବେ ଟ୍ୱିଟରରେ ମୁହାଁମୁହିଁ ହୋଇଛନ୍ତି । ଶନିବାର ବାଇ-ଲ ପ୍ରସଙ୍ଗକୁ ନେଇ ବିଜେଡି ନେତାମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ । ଏହାପରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଏହାକୁ ନେଇ ଏକ ଟ୍ୱିଟ୍ କରିଥିଲେ । ଟ୍ୱିଟ କରି ଅନୁଭବ ଲେଖିଥିଲେ ଯେ, ବାଇ-ଲ କଥାକୁ ନେଇ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁContinue reading “ବାଇ-ଲ ପ୍ରସଙ୍ଗକୁ ନେଇ ସାଂସଦ ଅପରାଜିତା ଓ ଅନୁଭବଙ୍କ ଟ୍ୱିଟ୍ ଯୁଦ୍ଧ । ଅନୁଭବ ମହାନ୍ତିଙ୍କୁ ଜବାବ ଦେଲେ ଭୁବନେଶ୍ୱର ସାଂସଦ ।”
ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ । ଜିତିଲେ ଅକ୍ସଫୋର୍ଡ ଛାତ୍ର ସଂଘର ଅଧ୍ୟକ୍ଷ ପଦ
କନକ ବ୍ୟୁରୋ : ଏବେ ଦେଶର ମହିଳା ମାନେ ଆଉ ପଛରେ ନାହାନ୍ତି । ଯାହାର ପ୍ରମାଣ ଦୈନିକ ଗଣମାଧ୍ୟମରେ ପ୍ରକାଶ ପାଉଛି । ଆମେରିକାର ଜୋ- ବାଇଡେନଙ୍କ ଟିମ୍ ରେ ସାମିଲ ହୋଇଛନ୍ତି ଅନେକ ଭାରତୀୟ ମହିଳା । ଏହା ସହ ଆମେରିକାର ଉପରାଷ୍ଟ୍ରପତି ଭାବେ ବି ଜଣେ ଭାରତୀୟ ବଂଶୋଦ୍ଭବ ମହିଳା କମଳା ହାରିସ୍ ନିର୍ବାଚିତ ହେବା ପରେ ଆମେ ନିଜକୁ ଗୌରବାନ୍ୱିତ ମନେ କରୁଥିଲୁ । ହେଲେ ଏହି ଗୌରବର ପୃଷ୍ଟାରେ ପୁଣିContinue reading “ଦେଶ ପାଇଁ ବିଦେଶରେ ଗୌରବ ସାଉଣ୍ଟିଲେ କର୍ଣ୍ଣାଟକର ଝିଅ ରଶ୍ମୀ ସାମନ୍ତ । ଜିତିଲେ ଅକ୍ସଫୋର୍ଡ ଛାତ୍ର ସଂଘର ଅଧ୍ୟକ୍ଷ ପଦ”