କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।

କନକ ବ୍ୟୁରୋ: ରାଜଧାନୀରେ ବିଭତ୍ସ କଟାମୁଣ୍ଡ ମାମଲାର ସିନ ରିକ୍ରିଏସନ । ୨ ଅଭିଯୁକ୍ତଙ୍କୁ ଧରି ଫୁଲେଶ୍ୱରୀ ବସ୍ତିକୁ ନେଇଛି ପୁଲିସ । ପୁଷ୍ପଲତାଙ୍କୁ ସଂଜୟ ହତ୍ୟା କରିଥିଲା ସେ ନେଇ ଡୋମୋ କରିକି ଦେଖାଉଛି । ଦୁଇ ଅଭିଯୁକ୍ତ ସଂଜୟ ଓ ଚନ୍ଦୁକୁ ପୁଲିସ ଫୁଲେଶ୍ୱରୀ ବସ୍ତିକୁ ନେଇଛି । ବିବାହ ବିବାଦରୁ ପୁଷ୍ପଲତାକୁ ହତ୍ୟା କରିଥିଲା ସଂଜୟ । ତଂଟି ଚିପ ହତ୍ୟା  ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରରୁ ଅଲଗା କରିବାContinue reading “କଟାମୁଣ୍ଡ କାହାଣୀ: ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା , ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଲେ ସଂଜୟ ଓ ଚନ୍ଦୁ ।”

ଯମ ଜଗିଥିଲା ରାସ୍ତା ମଝିରେ । ଘନ କୁହୁଡି ଯୋଗୁଁ ଟ୍ରକ ତଳେ ପଶିଗଲା କାର, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ସୂଚନା ।

କନକ ବ୍ୟୁରୋ : ଶୀତ କମିଥିବା ବେଳେ ଅନେକ ସ୍ଥାନରେ ଘନ କୁହୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଘନ କୁହୁଡି ପଡ଼ୁଥିବା ହେତୁ ପାଣିପାଗ କେନ୍ଦ୍ର ବିଭିନ୍ନ ସମୟରେ ଯାତାୟାତ ପାଇଁ ଲୋକମାନଙ୍କୁ ସର୍ତକ କରାଉଛି। ଏହାପରେ ବି ଘନ କୁହୁଡି ହେତୁ ଦୁର୍ଘଟଣା ଘଟୁଥିବାର ଅନେକ ଖବର ପ୍ରତିଦିନ ସାମ୍ନାକୁ ଆସୁଛି।। ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲା ତାଲଗ୍ରାମ୍ ଆଗ୍ରା ଏକ୍ସପ୍ରେସ୍ ଓ୍ୱେରେ ଶନିବାର ଘନ କୁହୁଡି ହେତୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାContinue reading “ଯମ ଜଗିଥିଲା ରାସ୍ତା ମଝିରେ । ଘନ କୁହୁଡି ଯୋଗୁଁ ଟ୍ରକ ତଳେ ପଶିଗଲା କାର, ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ସୂଚନା ।”

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।

କନକ ବ୍ୟୁରୋ: କୋଭିଡ କାଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଯୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟତଃ ୪ଟି ବିଷୟରେ ଆଲୋଚନା ହୋଇଯାଇଛି । ଶହେ ଦିନିଆ ପାଠପଢ଼ା, କୋଭିଡ଼ ଉପରେ ସଚେତନତା, ପରୀକ୍ଷା ଦର୍ପଣ ଏବଂ ସ୍କୁଲର ସୁରକ୍ଷା ଓ ଉନ୍ନତି ଉପରେ ଆଲୋଚନା କରାଯାଇଛି । ରାଜ୍ୟବ୍ୟାପି ଗୋଟିଏ ଦିନ ବୈଠକ କରିବାକୁ ବିଦ୍ୟାଳୟକContinue reading “ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବାକୁ ଜୋରଦାର ପ୍ରସ୍ତୁତି । ଅଭିଭାବକ ଓ ଶିକ୍ଷକଙ୍କୁ ନେଇ ବସିଲା ବୈଠକ ।”

କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ 

କନକ ବ୍ୟୁରୋ : ଓଡ଼ିଶା ଗାଁରେ ପଡ଼ିଶା ଭୋଟ୍ ଶେଷ । କୋରାପୁଟ ଜିଲ୍ଲା କୋଟିଆର ୩ଟି ପଂଚାୟତ ତଳଗଂଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ନିର୍ବାଚନ କରିଛି ଆନ୍ଧ୍ର । ଦୁଇଟି ପଂଚାୟତ ତଳଗଂଜେଇପଦର ଓ ଫଗୁଣସିନେରିରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ  ଫାଟୁସିନେରି ପଂଚାୟତରେ ମତ ସାବ୍ୟସ୍ତ କରିଛନ୍ତି ଓଡିଶା ଭୋଟର । ୬୧୫ ଜଣ ଭୋଟ ଦେଇଛନ୍ତି । ସାଲୁର ପଂଚାୟତ ଅଫିସର ଏନେଇ ସୂଚନା ଦେଇଛନ୍ତି । ଏମାନଙ୍କ ପାଖରେ ଦୁଇଟିContinue reading “କୋଟିଆରେ କଡ଼ା ସୁରକ୍ଷା ମଧ୍ୟରେ ସରିଲା ଆନ୍ଧ୍ରର ପଂଚାୟତ ନିର୍ବାଚନ । ୬୧୫ ଜଣ ଭୋଟର କଲେ ମତଦାନ, ବିଜୟନଗରମ୍ ଜିଲ୍ଲାପାଳଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ଚିଠି ସତ୍ୱେ ହୋଇଛି ମତଦାନ “

କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି 

କନକ ବ୍ୟୁରୋ : କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି  ଶ୍ରୀମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ହେବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି । ଭୁବନେଶ୍ୱରର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଂଚଳରୁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ ଦାବି ଯୋରଦାର ହୋଇଛି । ଭୁବନେଶ୍ୱରରେ ଓଡିଶା ମନ୍ଦିର ସେବାୟତContinue reading “କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ । ପ୍ରହଲାଦ ଜୋସୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟେଇବା ପାଇଁ କଲେ ଦାବି “

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ରୋହିତ ଶର୍ମାଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କଲେ ହିଟମ୍ୟାନ୍ ।

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ରୋହିତ ଶର୍ମାଙ୍କ ଦମଦାର ଶତକ । ଟେଷ୍ଟ କ୍ୟାରିୟର ସପ୍ତମ ଶତକ ହାସଲ କଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା । ଦ୍ୱିତୀୟ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଙ୍ଗ୍‌ କରି ବର୍ତ୍ତମାନ ସୁଦ୍ଧା ୪୭ ଓଭର୍‌ରେ ୩ ଓ୍ଵିକେଟ୍‌ ବିନିମୟରେ ୧୬୩ ରନ୍‌ କରିଛି । ଭାରତ ପକ୍ଷରୁ ଓପେନିଙ୍ଗ୍‌ ବ୍ୟାଟ୍‌ସ୍‌ମେନ୍‌ ଭାବେ କ୍ରିଚ୍‌କୁ ଯାଇଥିଲେ ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌Continue reading “ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ରୋହିତ ଶର୍ମାଙ୍କ ଦମଦାର ଶତକ, ଟେଷ୍ଟ କ୍ୟାରିୟରର ସପ୍ତମ ଶତକ ହାସଲ କଲେ ହିଟମ୍ୟାନ୍ ।”

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି କି ଡୋଭାଲ? ଅଜିତଙ୍କ ଅଫିସର ରେକି କରିଛନ୍ତି ଜୈସ ଆତଙ୍କବାଦୀ, ଭିଡ଼ିଓରୁ ଆସିଲା ସାଂଘାତିକ ସତ ।

କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନଏସଏ ଅଜିତ୍ ଡୋଭାଲ ଅଛନ୍ତି କି ଆତଙ୍କୀଙ୍କ ଟାର୍ଗେଟରେ?ଜୈସ ସହ ଜଡିତ ହିଦାୟତ ଉଲ୍ଲାହ ମଲିକ ଠାରୁ ଡୋଭାଲଙ୍କ ଅଫିସର ରେକି ଭିଡ଼ିଓ ମିଳିବା ପରେ ଅଜିତ ଡୋଭାଲଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। କାଶ୍ମୀରରୁ ଆତଙ୍କୀ ଲିଙ୍କରେ ମଲିକକୁ ଗିରଫ କରିବା ପରେ ଏହି ଭିଡ଼ିଓ ବାବଦରେ ଜାଣିବାକୁ ମିଳିଥିଲା । ମିଳିଥିବା ସୂଚନା ମୁତାବକ, ଏହି ରେକି ଗତବର୍ଷ କରାଯାଇଥିଲା । ମଲିକ କେବଳContinue reading “ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି କି ଡୋଭାଲ? ଅଜିତଙ୍କ ଅଫିସର ରେକି କରିଛନ୍ତି ଜୈସ ଆତଙ୍କବାଦୀ, ଭିଡ଼ିଓରୁ ଆସିଲା ସାଂଘାତିକ ସତ ।”

ପୁଣି ଆରମ୍ଭ ହେଲାଣି ବାଲ୍ୟ ବିବାହ ! ଯାଜପୁରରେ ଗତ ୩ମାସରେ ବାହା ହେଲେଣି ୮ ନାବାଳିକା

ଯାଜପୁରର କାଳିଆପାଣି ଅଞ୍ଚଳରେ ଏହି କିଛିିଦିନ ହେବ ଅଧିକ ବାଲ୍ୟବିବାହ ଦୃଷ୍ଟିକୁ ଆସିଛି । କାଳିଆପାଣି ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିପାଳ ପଞ୍ଚାୟତର ୭ ଜଣ ନାବାଳିକା ଓ କାଳିଆପାଣିର ଜଣେ ନାବାଳିକା ୩ମାସ ମଧ୍ୟରେ ବିବାହ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ, ଦୁଇଜଣ ଲେଖାଏଁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ଓ ତିନିଜଣ ନବମ ଶ୍ରେଣୀ ଛାତ୍ରୀ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଚିଙ୍ଗୁଡ଼ିପାଳContinue reading “ପୁଣି ଆରମ୍ଭ ହେଲାଣି ବାଲ୍ୟ ବିବାହ ! ଯାଜପୁରରେ ଗତ ୩ମାସରେ ବାହା ହେଲେଣି ୮ ନାବାଳିକା”

ରିଙ୍କୁ ଶର୍ମା ହତ୍ୟା ମାମଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର । ୫ ଅଭିଯୁକ୍ତ ଗିରଫ୍

କନକ ବ୍ୟୁରୋ : ଦିଲ୍ଲୀ ମଙ୍ଗୋଲପୁର ଅଞ୍ଚଳରେ କିଛି ଦୁର୍ବୃତ୍ତ ରିଙ୍କୁ ଶର୍ମା ନାମକ ଜଣେ ଯୁବକକୁ ଛୁରୀ ମାରି ହତ୍ୟା କରିଦେଇଥିଲେ । ଏହି ମାମଲା ଏବେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ କୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ଚାର୍ଜସିଟ୍ ୩୦ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବା ବୋଲି ସୂଚନା ମିଳିଛି । ତୁରନ୍ତ ଏହି ମାମଲାର ପର୍ଦ୍ଦାଫାସ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ବର୍ତ୍ତମାନContinue reading “ରିଙ୍କୁ ଶର୍ମା ହତ୍ୟା ମାମଲା । ଦିଲ୍ଲୀ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର । ୫ ଅଭିଯୁକ୍ତ ଗିରଫ୍”

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀର ପ୍ରକୋପ ଏବେ ଧିରେ ଧିରେ କମିବାରେ ଲାଗିଛି । ଏହି କ୍ରମରେ କାରବାର ସମେତ ଅନ୍ୟାନ୍ୟ ଗତିବିଧି ବି ଧିରେ ଧିରେ ସ୍ୱଭାବିକ ହେବାରେ ଲାଗିଲାଣି । ଏହି ସମୟରେ ରେଳଯାତ୍ରୀ ମାନଙ୍କ ପାଇଁ ଏବେ ଏକ ଖୁସି ଖବର ଆସିଛି । ରେଳ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସ ୧ ତାରିଖରୁ ସବୁ ପାସେଞ୍ଜର ଟ୍ରେନ ଚାଲିବ । ଏହା ମଧ୍ୟରେ ଜେନେରାଲContinue reading “ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ମାସରୁ ଟ୍ରାକରେ ଗଡିବ ସମସ୍ତ ଟ୍ରେନ । ଏମିତି ଲାଭ ପାଇବେ ରେଳଯାତ୍ରୀ …..”

Design a site like this with WordPress.com
Get started