‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ବିଜେଡିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । ଟ୍ୱିଟ୍ କରି ନିରଞ୍ଜନ କହିଲେ, ଓଡ଼ିଶାର ଇଞ୍ଚେ ଜମିକୁ ମଧ୍ୟ ଆନ୍ଧ୍ରପ୍ରଦେଶକୁ ନେବାକୁ ଦେବୁନାହିଁ । ବିଜେଡି ସରକାର ତାର ୨୦ ବର୍ଷର ଶାସନ କାଳରେ କୋଟିଆ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ତେଣୁ ଖୁବକମ୍ ଲୋକ ଆନ୍ଧ୍ରପ୍ରଦେଶକୁ ପସନ୍ଦ କରିପାରନ୍ତି ।  ଏହା ବିଜେଡି ସରକାରଙ୍କ ପାଇଁ ଲଜ୍ଜା । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେContinue reading “‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…”

ଆସନ୍ତା ୧୬ରେ ସୁନ୍ଦରଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରହିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ 

କନକ ବ୍ୟୁରୋ : ଆସନ୍ତା ୧୬ରେ ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାର ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରୁଛନ୍ତି । ଏହି ଅବସରରେ ସେ ଜିଲ୍ଲାବାସୀଙ୍କୁ ଭେଟିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କରିବେ । ତେବେ ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୮ଶହ ୩୪ ଦଶମିକ ୨୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୬୮ଟି ପ୍ରକଳ୍ପ ଉଦ୍ଘାଟନ କରିବେContinue reading “ଆସନ୍ତା ୧୬ରେ ସୁନ୍ଦରଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରହିଛି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ “

ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ

କନକ ବ୍ୟୁରୋ : ଆନ୍ଧ୍ର ପାଇଁ ଭୋଟ ଦେଉଛି ଓଡିଶା । ଏତେ ସବୁ ବାଦବିବାଦ ଓ ଟଣଓଟରା ସତ୍ୱେ ଷଡଯନ୍ତ୍ରରୁ ଓହରି ନାହିଁ ପଡୋଶୀ । ମାମଲା ନ୍ୟାୟାଳୟଙ୍କ ପାଖରେ ବିଚାରଧିନ ଥିବାବେଳେ କଡା ସୁରକ୍ଷା ଭିତରେ ମତଦାନ ଚାଲିଛି । ଆଉ ଏସଂପର୍କୀତ ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଉଛି ଆନ୍ଧ୍ର ପୁଲିସ । ଆନ୍ଧ୍ରପ୍ରଦେଶ –ଓଡିଶା ସୀମା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତରେ ଆନ୍ଧ୍ର ପକ୍ଷରୁ ପଂଚାୟତContinue reading “ସୀମାନ୍ତବର୍ତୀ ଗଜପତି ଜିଲ୍ଲାରେ ସୀମା ଲଂଘିଲା ଆନ୍ଧ୍ର । ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲା ନାଲି ଆଖି, ଆନ୍ଧ୍ର ପୁଲିସ ଛଡାଇ ନେଲେ ମୋବାଇଲ୍ ଓ ଆଇଡେଂଟି କାର୍ଡ”

ନାଗରକିତା କାନୁନକୁ ନେଇ ଶାହିନବାଗରେ ଧାରଣା ପ୍ରଦର୍ଶନ ପ୍ରସଙ୍ଗ । ସବୁ ସ୍ଥାନରେ ସବୁ ସମୟରେ କରାଯାଇ ପାରିବ ନାହିଁ ବିରୋଧ ପ୍ରଦର୍ଶନ: ସୁପ୍ରିମକୋର୍ଟ

କନକ ବ୍ୟୁରୋ : ନାଗରିକତା କାନୁନ୍ ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟ ଉପରେ ପୁଣି ବିଚାର କରିବାକୁ ମନା କରିଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି କି କୌଣସି ଗୋଟିଏ ସାର୍ବଜନିକ ସ୍ଥାନରେ ଦୀର୍ଘ ସମୟ ଧରି ଧାରଣା ପ୍ରଦର୍ଶନ କରି ଅନ୍ୟ ଲୋକ ମାନଙ୍କର ଅଧିକାରକୁ ପ୍ରଭାବିତ କରାଯାଇ ପାରିବ ନାହିଁ । ବିରୋଧ ପ୍ରଦର୍ଶନ କରିବା ପାଇଁ ସବୁ ସମୟ ଓ ସବୁ ସ୍ଥାନରେ ଅନୁମତିContinue reading “ନାଗରକିତା କାନୁନକୁ ନେଇ ଶାହିନବାଗରେ ଧାରଣା ପ୍ରଦର୍ଶନ ପ୍ରସଙ୍ଗ । ସବୁ ସ୍ଥାନରେ ସବୁ ସମୟରେ କରାଯାଇ ପାରିବ ନାହିଁ ବିରୋଧ ପ୍ରଦର୍ଶନ: ସୁପ୍ରିମକୋର୍ଟ”

ଗତ ୨୪ ଘଣ୍ଟାରେ ଦେଶରେ ୧୨,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପ୍ରାଣ ହରାଇଛନ୍ତି ୧୦୩ ଜଣ ।

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୧୨,୧୪୩ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨,୧୪୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୦୩ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୮,୯୨,୭୪୬ରେ ପହଞ୍ଚିଛି। ଗତ ୨୪Continue reading “ଗତ ୨୪ ଘଣ୍ଟାରେ ଦେଶରେ ୧୨,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ପ୍ରାଣ ହରାଇଛନ୍ତି ୧୦୩ ଜଣ ।”

ଆରମ୍ଭ ହେଲା ବିଜେପିର ଚକାଜାମ୍ । ୩ଘଣ୍ଟା ଯାଏଁ ରାସ୍ତାରେ ଗଡିବନି ଗାଡି 

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ବିଜେପିର ଆରମ୍ଭ ହେଲା ଚକାଜାମ୍ । ୩ଘଣ୍ଟା ପାଇଁ ଗାଡି ଚଳାଚଳ ବନ୍ଦ ରହିବ । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେଇଛି ରାଜ୍ୟ ବିଜେପି ।  ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ବିଜେପି ଚକାଜାମ ଆନ୍ଦୋଳନ କରିଛି । ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେContinue reading “ଆରମ୍ଭ ହେଲା ବିଜେପିର ଚକାଜାମ୍ । ୩ଘଣ୍ଟା ଯାଏଁ ରାସ୍ତାରେ ଗଡିବନି ଗାଡି “

ଜମ୍ମୁ-କାଶ୍ମୀରର ଗତବର୍ଷ ୩ ବିଜେପି ହତ୍ୟା କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ସାମ୍ବା ଜିଲ୍ଲାରୁ ଗିରଫ୍ କଲା ପୋଲିସ । ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ମାମଲାରେ ବି ରହିଛି ସଂପୃକ୍ତି

କନକ ବ୍ୟୁରୋ : ଗତବର୍ଷ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ୩ ବିଜେପି ନେତାଙ୍କୁ ଆତଙ୍କବାଦୀ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଟିଆରଏଫ ଆତଙ୍କବାଦୀ ସଂଗଠନର ସଦସ୍ୟ ଜହୁର ଅହମ୍ମଦ ଓରଫ୍ ଖାଲିଦକୁ ଗିରଫ୍ କରିଛି ପୋଲିସ । ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ୍ କରାଯାଇଥିବା ନେଇ ପୋଲିସ ସୂଚାନ ଦେଇଛି । ପୋଲିସର ସୂଚନା ମୁତାବକ କେବଳ ୩ ବିଜେପି ନେତା ନୁହନ୍ତି ଖାଲିଦ୍ ବି ଜଣେContinue reading “ଜମ୍ମୁ-କାଶ୍ମୀରର ଗତବର୍ଷ ୩ ବିଜେପି ହତ୍ୟା କରିଥିବା ଅଭିଯୋଗରେ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଖାଲିଦ୍ ଗିରଫ୍ । ସାମ୍ବା ଜିଲ୍ଲାରୁ ଗିରଫ୍ କଲା ପୋଲିସ । ଜଣେ ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ମାମଲାରେ ବି ରହିଛି ସଂପୃକ୍ତି”

ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି

କନକ ବ୍ୟୁରୋ :  କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି କାନୁନକୁ ବିରୋଧ କରି ୨୦୨୦ ନଭେମ୍ବର ମାସରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ପାଖା ପାଖି ୩ ମାସ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ବସି ସାରିଲାଣି । ହେଲେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ   Continue reading “ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି”

ଶହେ ଫୁଟ ଘାଟିକୁ ଖସିଲା ପର୍ଯ୍ୟଟକଙ୍କ ବସ୍ । ୪ମୃତ, ୧୯ରୁ ଅଧିକ ଗୁରୁତର 

କନକ ବ୍ୟୁରୋ : କୋରାପୁଟ୍ ସୀମା ବିଶାଖାପଟଣାର ଆରକୁ ଘାଟିରେ ବଡ ଅଘଟଣ ଘଟିଛି । ଘାଟି ତଳକୁ ଖସିଲା ପର୍ଯ୍ୟଟକ ବସ୍ । ଘଟଣାରେ ୪ଜଣ ପର୍ଯ୍ୟଟକ ପ୍ରାଣ ହରାଇ ଥିବା ବେଳେ ୧୯ଜଣ ଯାତ୍ରୀ ଗୁରୁତର ଅଛନ୍ତି । ଗତକାଲି ରାତିରେ ଓଡ଼ିଶା କୋରାପୁଟ ସୀମାବର୍ତୀ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆରକୁ ଭ୍ୟାଲିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ସୂଚନା ଅନୁଯାୟୀ, ଆରକୁ ଘାଟିରୁ ପ୍ରାୟ ୧୦୦ ଫୁଟ୍ ତଳକୁ ବସଟି ଖସିପଡିଛିContinue reading “ଶହେ ଫୁଟ ଘାଟିକୁ ଖସିଲା ପର୍ଯ୍ୟଟକଙ୍କ ବସ୍ । ୪ମୃତ, ୧୯ରୁ ଅଧିକ ଗୁରୁତର “

ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।

କନକ ବ୍ୟୁରୋ :  ଜୟପୁରର ମେୟର ମହିଳାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଜୟପୁର ନଗର ନିଗମର ମେୟର ସୌମ୍ୟା ଗୁର୍ଜର ଗୁରୁବାର ପୁତ୍ର ସନ୍ତାନର ମା’ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରସବ କରିବାର କିଛି ଘଣ୍ଟା ପୂର୍ବରୁ ସେ ସବୁଦିନ ଭଳି ଅଫିସ ଆସି କାମ କରିଥିଲେ । ସାଧାରଣତଃ ଗର୍ଭବତୀ ମହିଳା ମାନେ ପ୍ରସବ ସମୟ ପାଖେଇ ଆସିଲେ ଛୁଟିରେ ରହିଥାନ୍ତି କିନ୍ତୁ ସୌମ୍ୟାଙ୍କ କ୍ଷେତ୍ରରେ ଏଭଳି ଦେଖିବାକୁContinue reading “ଉଦାହରଣ ସୃଷ୍ଟି କଲେ ଜୟପୁର ମେୟର । ପ୍ରସବର କିଛି ସମୟ ପୂର୍ବରୁ ଅଫିସ ଆସି କଲେ କାମ, କର୍ମ ହିଁ ପୂଜା ଲେଖି ସୋସିଆଲ ମିଡ଼ିଆରେ ଜିଣିଲେ ସମସ୍ତଙ୍କ ମନ ।”

Design a site like this with WordPress.com
Get started