କନକ ବ୍ୟୁରୋ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତ ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର ନିଷ୍ପତ୍ତିକୁ ଗଜପତି ମହାରାଜା ସ୍ୱାଗତ କରିଛନ୍ତି । ତା ସହିତ ଶ୍ରୀଜଗନ୍ନାଥ ମନ୍ଦିର ସଂକ୍ରାନ୍ତୀୟ ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆଲୋଚନା କରିବା ନିମନ୍ତେ ଗଜପତି ଅନୁରୋଧ କରିଛନ୍ତି । ବିଶ୍ୱର ଅଗ୍ରଣୀ ଧାର୍ମିକ, ଆଧାତ୍ମିକ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଜଗନ୍ନାଥ ଧାମର ରୂପାନ୍ତରଣ ଉଭୟ କେନ୍ଦ୍ର ସରକାର ଓContinue reading “ଶ୍ରୀମନ୍ଦିର ଐତିହ୍ୟ ପ୍ରାଧିକରଣ ଉପନିୟମ ଅଧିସୂଚନା ବିଜ୍ଞପ୍ତି ପ୍ରତ୍ୟାହାର । ନିଷ୍ପତ୍ତିକୁ ସ୍ୱାଗତ କଲେ ଗଜପତି ମହାରାଜା ।”
Tag Archives: News
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍: ସ୍ଥାନ ପକ୍କା କରିବ ତ ଟିମ୍ ଇଣ୍ଡିଆ । ଏବେ ବି ରେସରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ।
କନକ ବ୍ୟୁରୋ: ପ୍ରଥମ ଟେଷ୍ଟରେ ଇଂଲଣ୍ଡଠାରୁ ଶୋଚନୀୟ ପରାଜୟ ଭୋଗିବା ପରେ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ବିଦାୟ ଦ୍ୱାରରେ ପହଞ୍ଚି ଯାଇଛି ଟିମ୍ ଇଣ୍ଡିଆ । ଯଦି ଏହି ସିରିଜରେ ଦଳ ଆଉ ଗୋଟିଏ ବି ମ୍ୟାଚ୍ ହାରେ ତେବେ ଦଳ ଏହି ଚାମ୍ପିୟନସିପରୁ ବାହାର ହେଇଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟୁଜିଲାଣ୍ଡ ଏବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ସ୍ଥାନ ପକ୍କା କରିଥିବାବେଳେ ଦ୍ୱିତୀୟ ଟିମ୍ କିଏ ଫାଇନାଲକୁ ଯିବ ତାକୁContinue reading “ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ୍: ସ୍ଥାନ ପକ୍କା କରିବ ତ ଟିମ୍ ଇଣ୍ଡିଆ । ଏବେ ବି ରେସରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ।”
କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ । ସୁପ୍ରିମ୍କୋର୍ଟ ଯିବେ ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ କଲା ଆଇନ୍ ବିଭାଗ
କନକ ବ୍ୟୁରୋ : କୋଟିଆ ପାଇଁ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର । କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଂଚାୟତରେ ଆନ୍ଧ୍ରପ୍ରଦେଶ ନିର୍ବାଚନର ଆୟୋଜନ କରିଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟକୁ ଯିବା ପାଇଁ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ ପାଇଁ ସରକାରଙ୍କ ପ୍ରସ୍ତୁତି । ଏନେଇ ଏଓଆର ଅର୍ଥାତ୍ ଆଡଭୋକେଟ୍ ଅନ୍ ରେକର୍ଡ ଶିବ ଶଙ୍କର ମିଶ୍ରଙ୍କୁ ଚିଠି ଲେଖିଛନ୍ତି ସରକାର । କୋଟିଆରେ ଆନ୍ଧ୍ରରContinue reading “କୋରାପୁଟ କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗ । ସୁପ୍ରିମ୍କୋର୍ଟ ଯିବେ ରାଜ୍ୟ ସରକାର । ପ୍ରକ୍ରିୟା ଆରମ୍ଭ କଲା ଆଇନ୍ ବିଭାଗ”
ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ । ଧାନ ଉଠୁନଥିବାରୁ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ ।
କନକ ବ୍ୟୁରୋ : କେବେ ତୁଟିବ ମଣ୍ଡି ବିବାଦ । କେବେ ମଣ୍ଡିରୁ ଘରକୁ ଫେରିବ ଚାଷୀ । ଆଉ କେତେ ରାତି ମଣ୍ଡିରେ ଜଗୁଆଳି ସାଜିବେ ଚାଷୀ । ଉପାନ୍ତ ନୁହେଁ ଉପକୂଳରୁ ଆସିଥିବା ମଣ୍ଡିର ଚିତ୍ରକୁ ଦେଖିବା ପରେ ଏଭଳି ଅନେକ ପ୍ରଶ୍ନ ଉଠିଛି । ତେବେ ଚାଷୀଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନର ଉଦାସିନତା ଯୋଗୁଁ ମଣ୍ଡିରେ ଧାନ ବିକ୍ରି ହୋଇ ପାରୁନାହିଁ । ଫଳରେ ଟୋକନ ପାଇଥିବା ଚାଷୀଙ୍କୁ ଶୀତ ରାତିରେ ମଣ୍ଡିରେContinue reading “ମଣ୍ଡିରେ ପଡିରହିଛି ବସ୍ତା ବସ୍ତା ଧାନ । ଧାନ ଉଠୁନଥିବାରୁ ମଣ୍ଡିରେ ଶୀତ କାକରରେ ପଡିରହିଛନ୍ତି ଚାଷୀ ।”
ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ଭୁବନେଶ୍ୱରରୁ ପୁରୀକୁ ଲମ୍ବିଥିବା ବାଇପାସ୍ । ବ୍ୟବସାୟ ରାସ୍ତାରେ କଣ୍ଟା ହୋଇଛି ବାଟ, ବଜାର ଦେଇ ଯାଉନି ବସ୍, ଆସୁନାହାନ୍ତି ଗ୍ରାହକ ।
କନକ ବ୍ୟୁରୋ : ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଓ ପରିବହନ ବିଭାଗର ନିରବତା ଯୋଗୁଁ ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ବାଇପାସ୍ ରାସ୍ତା । ବାଇପାସ ରାସ୍ତା ହେବାରୁ ପିପିଲି ବଜାର ଦେଇ ଯାତାୟତ କରୁନାହିଁ ଯାତ୍ରୀ ବାହୀ ବସ୍ । ତେଣୁ ଚାନ୍ଦୁଆ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଖାଲି ଏହି ସମସ୍ୟା ନୁହେଁ, ବାଇପାସ୍ ଯୋଗୁଁ ପ୍ରାୟ ପିପିଲି ବଜାର ଠାରୁ ଅଢେଇ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍Continue reading “ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ଭୁବନେଶ୍ୱରରୁ ପୁରୀକୁ ଲମ୍ବିଥିବା ବାଇପାସ୍ । ବ୍ୟବସାୟ ରାସ୍ତାରେ କଣ୍ଟା ହୋଇଛି ବାଟ, ବଜାର ଦେଇ ଯାଉନି ବସ୍, ଆସୁନାହାନ୍ତି ଗ୍ରାହକ ।”
ମେନ୍ଦରାଜପୁରର ଲୋମଟାଙ୍କୁରା ବସ୍ ଦୁର୍ଘଟଣାକୁ ପୂରିଲା ବର୍ଷେ । ରାସ୍ତା ମଝିରେ ମାଡି ଆସିଥିଲା ମୃତ୍ୟୁ, ନେଇଥିଲା ୧୨ଜଣଙ୍କ ଜୀବନ । ବର୍ଷ ବିତିଛି, କିନ୍ତୁ କ୍ଷତ ଭରିନି ।
କନକ ବ୍ୟୁରୋ : ୨୦୨୦ ମସିହା ଫେବୃଆରୀ ୯ ତାରିଖ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେନ୍ଦରାଜପୁର ଗାଁ ଛକରେ ଘଟିଥିଲା ଏକ ଛାତିଥରା ଅଘଟଣ । ଏକ ନିର୍ବନ୍ଧ ଭୋଜିରେ ଯୋଗ ଦେବା ଲାଗି ପୁଅ ଘର ଲୋକଙ୍କୁ ନେଇ ଯାଉଥିବା ସିଲକ ସିଟି ନାମକ ଏକ ଘରୋଇ ବସ ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆଶି ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୩୯ ଜଣ ଆହତ ହୋଇଥିଲେ ।Continue reading “ମେନ୍ଦରାଜପୁରର ଲୋମଟାଙ୍କୁରା ବସ୍ ଦୁର୍ଘଟଣାକୁ ପୂରିଲା ବର୍ଷେ । ରାସ୍ତା ମଝିରେ ମାଡି ଆସିଥିଲା ମୃତ୍ୟୁ, ନେଇଥିଲା ୧୨ଜଣଙ୍କ ଜୀବନ । ବର୍ଷ ବିତିଛି, କିନ୍ତୁ କ୍ଷତ ଭରିନି ।”
ବିହାର ନୀତିଶ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ଆଉ ୧୭ ନେତା ପାଇଲେ ମନ୍ତ୍ରୀ ପଦ । ଶହନବାଜ୍ ହୁସେନଙ୍କୁ ଉଦ୍ୟୋଗ ବିଭାଗର ଦାୟିତ୍ୱ
କନକ ବ୍ୟୁରୋ: ବିହାରରେ ନୀତିଶ ସରକାର ନିଜର ମନ୍ତ୍ରୀମଣ୍ଡଳର ବିସ୍ତାର କରିଛି । ମଙ୍ଗଳବାର ଆଉ ୧୭ ଜଣ ନେତା ନୀତିଶ ସରକାରରେ ମନ୍ତ୍ରୀ ପଦ ପାଇବା ସହିତ ବିଭିନ୍ନ ବିଭାଗର ଦାୟିତ୍ୱ ସମ୍ଭାଳିବା ଆରମ୍ଭ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ନେତା ଶହନବାଜ୍ ହୁସେନଙ୍କୁ ନୀତିଶ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଭାବେ ସାମିଲ କରାଯାଇଛି । ଆଜି ଶପଥ ଗ୍ରହଣ କରିଥିବା ୧୭ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣContinue reading “ବିହାର ନୀତିଶ ସରକାରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ । ଆଉ ୧୭ ନେତା ପାଇଲେ ମନ୍ତ୍ରୀ ପଦ । ଶହନବାଜ୍ ହୁସେନଙ୍କୁ ଉଦ୍ୟୋଗ ବିଭାଗର ଦାୟିତ୍ୱ”
ଦୁନିଆର ସବୁଠାରୁ ଖତରନାକ୍ ଗ୍ଲାସିୟର…ଯାହା ଆଣିପାରେ ପୂରା ବିଶ୍ୱ ପାଇଁ ଭୟଙ୍କର ଜଳପ୍ରଳୟ । ଦେଖନ୍ତୁ କେଉଁଠି ଅଛି ଏହି ଗ୍ଲାସିୟର
କନକ ବ୍ୟୁରୋ : ଉତ୍ତରାଖଣ୍ଡର ତପୋବନରେ ପ୍ରକୃତିର ତାଣ୍ଡବ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଥରେ ଭାବନ୍ତୁ, ଗ୍ଲାସିୟରର ଅପେକ୍ଷାକୃତ ଏକ ଛୋଟ ଅଂଶ ଖସିବା ଯଦି ଏତେ ବଡ ପ୍ରଳୟ ଆଣିଲା, ତେବେ ଯଦି ବଡ ଗ୍ଲାସିୟର ତରଳେ ତେବେ କେଉଁଭଳି ଭାବେ ବିପଦ ମାଡି ଆସିବ । ଆସନ୍ତୁ ଜାଣିବା କେଉଁଠି ରହିଛି ଦୁନିଆର ସବୁଠୁ ଖତରନାକ୍ ଗ୍ଲାସିୟର, ଯାହା ଭବିଷ୍ୟତରେ ଆଣିପାରେ ବଡ ଜଳପ୍ରଳୟ । ଥ୍ୱାଇଟସ୍ ଗ୍ଲାସିୟର । ଆଂଟାର୍କଟିକାରContinue reading “ଦୁନିଆର ସବୁଠାରୁ ଖତରନାକ୍ ଗ୍ଲାସିୟର…ଯାହା ଆଣିପାରେ ପୂରା ବିଶ୍ୱ ପାଇଁ ଭୟଙ୍କର ଜଳପ୍ରଳୟ । ଦେଖନ୍ତୁ କେଉଁଠି ଅଛି ଏହି ଗ୍ଲାସିୟର”
କିଭଳି ସୃଷ୍ଟି ହୁଏ ଗ୍ଲାସିୟର ? ଦେଖନ୍ତୁ କ’ଣ ରହିଛି ଗ୍ଲାସିୟର ଫାଟିବା ପଛର କାରଣ ।
କନକ ବ୍ୟୁରୋ : ପାହାଡରୁ ଖସିଲା ପ୍ରଳୟ । ଦେଶ ଦେଖିଲା ପ୍ରକୃତିର ମହାପ୍ରକୋପ । ପ୍ରକୃତିର ଏମିତି କରାଳ ରୂପ ପୂରା ଉତରାଖଣ୍ଡକୁ ଦୋହଲାଇ ଦେଇଛି । ଉତରାଖଣ୍ଡ ଚମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଅଂଚଳରେ ଗ୍ଲାସିୟର ଫାଟି ଅତଡା ଧସିବା ପରେ ପାଣି ସୁଅରେ ଧୋଇ ହୋଇଯାଇଛି ଋଷିଗଙ୍ଗାରେ ତିଆରି ହୋଇଥିବା ଏନଟିପିସି ପ୍ଲାଂଟ । ହଜି ଯାଇଛି ଶହ ଶହ ନଦୀକୂଳିଆ ଘର । ସ୍ଥିତି ଏମିତି ହୋଇଛି, ଏବେ କେଉଁଠି ଘର,Continue reading “କିଭଳି ସୃଷ୍ଟି ହୁଏ ଗ୍ଲାସିୟର ? ଦେଖନ୍ତୁ କ’ଣ ରହିଛି ଗ୍ଲାସିୟର ଫାଟିବା ପଛର କାରଣ ।”
ଉତ୍ତରାଖଣ୍ଡରେ ନିଖୋଜ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା । ହିମସ୍ଖଳନ ଖବର ପରେ ରେଣୀ ବ୍ୟାରେକଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ସ୍ତ୍ରୀ
କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ମିଳୁନି ପତା । ଉତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜ୍ରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଡ୍ରୋଜର ଡ଼୍ରାଇଭର ଭାବେ କାମ କରୁଥିଲେ । ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବାContinue reading “ଉତ୍ତରାଖଣ୍ଡରେ ନିଖୋଜ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା । ହିମସ୍ଖଳନ ଖବର ପରେ ରେଣୀ ବ୍ୟାରେକଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ସ୍ତ୍ରୀ”