କନକ ବ୍ୟୁରୋ : ଆସନ୍ତା ଫେବ୍ରୁଆରୀ ୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ୧୫ ତାରିଖ ଦିନ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ପେଟ୍ରୋଲ ଓ ଡିଜେଲ ଦରରେ ଅହେତୁକ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ଏହି ବନ୍ଦକୁ ସହଯୋଗ କରନ୍ତୁ ବୋଲି କହିଛନ୍ତିContinue reading “ଆସନ୍ତା ୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ।”
Tag Archives: News
ଉତ୍ତରାଖଣ୍ଡ ତପୋବନ ଟନେଲରୁ କେମିତି ଉଦ୍ଧାର ହେଲେ ଶ୍ରମିକ ? ଭୟାନକ ହିମସ୍ଖଳନର ୩୬ ଘଂଟା ପରେ ଆସିଲା ସାଘାଂତିକ ଚିତ୍ର
କନକ ବ୍ୟୁରୋ : ଉତ୍ତରାଖଣ୍ଡ ତପୋବନ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ସମୟର ଚିତ୍ର ସାମ୍ନାକୁ ଆସିଛି । ଦୀର୍ଘ ପ୍ରାୟ ୩୬ ଘଂଟା ଫସି ରହିବା ପରେ ଶ୍ରମିକ ଉଦ୍ଧାର ପାଇଛନ୍ତି । ରବିବାର ହିମ ସ୍ଖଳନ ପରେ ଏହି ଟନେଲ ସଂପୂର୍ଣ୍ଣ ରୁଦ୍ଧ ହୋଇଯାଇଥିଲା । ଟନେଲକୁ ଅବରୋଧ କରିଥିବା ମାଟି କାଦୁଅକୁ ହଟାଛନ୍ତି ଉଦ୍ଧାରରେ ନିୟୋଜିତ ଯବାନ । ଏହାପରେ ଶ୍ରମିକଙ୍କ ପାଖରେ ପହଂଚିବାକୁ ସମର୍ଥ ହୋଇଛନ୍ତି । #WATCH: Indo-Tibetan BorderContinue reading “ଉତ୍ତରାଖଣ୍ଡ ତପୋବନ ଟନେଲରୁ କେମିତି ଉଦ୍ଧାର ହେଲେ ଶ୍ରମିକ ? ଭୟାନକ ହିମସ୍ଖଳନର ୩୬ ଘଂଟା ପରେ ଆସିଲା ସାଘାଂତିକ ଚିତ୍ର”
ଓଡ଼ିଶା ପାଇଁ ସୁନାମ ଆଣିଲେ ଷଷ୍ଠ ଶ୍ରେଣୀ ଛାତ୍ର : ତିଆରି କଲେ ଲଣ୍ଡ୍ରି ଆପ୍; ଲଣ୍ଡ୍ରିକୁ ଦିଆଯାଇଥିବା ଲୁଗା ସଂପର୍କରେ ଏହି ଆପ୍ ଜରିଆରେ କରିହେବ ଟ୍ରାକ୍
କନକ ବ୍ୟୁରୋ : ସମ୍ବଲପୁରର ବୈଦିକ ଇଣ୍ଟରନେସ୍ନାଲ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଅର୍ପିତା ନନ୍ଦ ଡ୍ରିମ୍ସ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧି ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ବେଳେ ଏବେ ପୁଣି ଷଷ୍ଠ ଶ୍ରେଣୀର ଛାତ୍ର ଶ୍ଲୋକ ଅଗ୍ରୱାଲ ଲଣ୍ଡ୍ରି ଆପ୍ ତିଆରି କରି ନିଜ କମାଲ୍ ଦେଇଛନ୍ତି । ସେ କେବଳ ନିଜ ସ୍କୁଲର ଗୌରବ ବଢ଼ାଇଛନ୍ତି ତାହା ନୁହେଁ, ସମ୍ବଲପୁର ତଥା ଓଡ଼ିଶା ପାଇଁ ମଧ୍ୟ ସେ ସୁନାମ ଆଣିଛନ୍ତି । ଅନ୍ଲାଇନ୍Continue reading “ଓଡ଼ିଶା ପାଇଁ ସୁନାମ ଆଣିଲେ ଷଷ୍ଠ ଶ୍ରେଣୀ ଛାତ୍ର : ତିଆରି କଲେ ଲଣ୍ଡ୍ରି ଆପ୍; ଲଣ୍ଡ୍ରିକୁ ଦିଆଯାଇଥିବା ଲୁଗା ସଂପର୍କରେ ଏହି ଆପ୍ ଜରିଆରେ କରିହେବ ଟ୍ରାକ୍”
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ, ୯୧୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ।
କନକ ବ୍ୟୁରୋ : ପୁଣି ଦେଶରେ କାୟା ମେଲାଇଲାଣି କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି ୯୧୧୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସବୁଠୁ ବଡ କଥା ହେଲା, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୮ ଜଣଙ୍କର ମୃତ୍ୟୁ ହୋଇଛି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଞ୍ଚିଛି । ସେହିଭଳି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫Continue reading “ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ, ୯୧୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ।”
ପୋଲିସ ହାଜତରେ ଗଞ୍ଜା : ମୁକୁଳାଇବା ପାଇଁ କେହି ଆସୁନାହାନ୍ତି; କୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥାନୀୟ ପୁଲିସର ଅପେକ୍ଷା
କନକ ବ୍ୟୁରୋ : ବେଳେବେଳେ ମାନବିକତା ହରାଇଥିବା ମଣିଷର ଶିକାର ହୁଅନ୍ତି ନିରୀହ ଜୀବଜନ୍ତୁ । ଲୋଭଗ୍ରସ୍ତ ମଣିଷ ପାଇଁ ବଳିପଡେ ସେମାନଙ୍କ ଜୀବନ । ହେଲେ ମଣିଷ ଚଞ୍ଚକତାର ଶୀକାର ହୋଇ ଜୀବଜନ୍ତୁ ଥାନା ହାଜତରେ ଦିନ କାଟିବା କଥା ଟିକେ ନିଆରା । ୨ଟି ଗଞ୍ଜା କୁକୁଡା ୨୫ଦିନ ହେଲା ପୋଲିସ ହେପାଜତରେ ରହିଛନ୍ତି । କେହି ଦାବିଦାର ମୁକୁଲାଇବା ପାଇଁ ଆସୁ ନଥିବାରୁ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି ସ୍ଥାନୀୟ ପୁଲିସ ।Continue reading “ପୋଲିସ ହାଜତରେ ଗଞ୍ଜା : ମୁକୁଳାଇବା ପାଇଁ କେହି ଆସୁନାହାନ୍ତି; କୋର୍ଟଙ୍କ ନିଷ୍ପତ୍ତିକୁ ସ୍ଥାନୀୟ ପୁଲିସର ଅପେକ୍ଷା”
ରାସ୍ତାରେ ବୁଲୁଛି ହାତୀ : ଜୀବନକୁ ବିପଦରେ ପକାଇ ଅତି ପାଖରୁ ଫଟୋ ଉଠାଉଛନ୍ତି ଲୋକ
କନକ ବ୍ୟୁରୋ : ରାସ୍ତା ବୁଲୁଛି ହାତୀ । ଆଉ ଅତି ନିକଟରୁ ହାତୀର ଫଟୋ ନେଉଛନ୍ତି ଲୋକେ । ନା ଭୟ ନା ଡ଼ର ଏପରି ଅବସ୍ଥାରେ ହାତୀର ଅତି ନିକଟକୁ ଯାଇ ଫଟୋ ଉଠାଉଛନ୍ତି ଅମାନିଆ ଲୋକେ । ଗତ କିଛି ଦିନ ତଳେ ହାତୀ ଛୁଆ ଦେଖିବାକୁ ଯାଇଥିବାବେଳେ ୨ ଜଣଙ୍କ ଜୀବନ ଚାଳିଯାଇଥିଲା ଦନ୍ତା ଦଳିଦେବାରୁ । ହେଲେ ସେବେଠାରୁ ସେହି ପଳ୍ଲର ଗୋଟିଏ ଦନ୍ତା ହାତୀ ଏକାକି ଘୁରି ବୁଲୁଛିContinue reading “ରାସ୍ତାରେ ବୁଲୁଛି ହାତୀ : ଜୀବନକୁ ବିପଦରେ ପକାଇ ଅତି ପାଖରୁ ଫଟୋ ଉଠାଉଛନ୍ତି ଲୋକ”
ଏଣିକି ଭକ୍ତଙ୍କୁ ମିଳିବ ଆଶ୍ୱସ୍ତି : ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଟିଲା ଅସ୍ଥାୟୀ ବ୍ୟାରିକେଡ
କନକ ବ୍ୟୁରୋ : ହଟିଲା ଅସ୍ଥାୟୀ ବ୍ୟାରିକେଡ଼ । ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅସ୍ଥାୟୀର ବ୍ୟାରିକେଡ଼କୁ ହଟାଇଲା ପ୍ରଶାସନ । ଏବେ ଭକ୍ତମାନେ ପରମାନେଟ ବ୍ୟାରିକେଡ଼ରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବଭଳି ଚପଲ ଷ୍ଟାଣ୍ଡରେ ନିଜର ଚପଲ ଏବଂ ଜୋତା ରଖିବା ପରେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ । ପୂର୍ବରୁ ମାର୍କେଟ ଛକ ଠାରୁ ଥିବା ବ୍ୟାରିକେଡ଼କୁ ପ୍ରଥମେ ହଟାଇ ଦିଆଯାଇଥିଲା । ଏବେ ଯେହେତୁContinue reading “ଏଣିକି ଭକ୍ତଙ୍କୁ ମିଳିବ ଆଶ୍ୱସ୍ତି : ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ହଟିଲା ଅସ୍ଥାୟୀ ବ୍ୟାରିକେଡ”
କଏଦୀ ବିକିଲେ ଜଳଖିଆ : ସମ୍ବଲପୁର ମଣ୍ଡଳ କାରାଗାର ପରିସରରେ ଜଳଖିଆ ବିକୁଛନ୍ତି କଏଦୀ; ସ୍ୱାବଲମ୍ବୀଭାବେ ବଂଚିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା
କନକ ବ୍ୟୁରୋ : ଓଡ଼ିଆରେ ଏକ ପ୍ରସିଦ୍ଧ ଗୀତ ଥିଲା ‘ଆସ କିଏ ଖାଇବ ଆମ ରାଜା ବାବୁ ଘର ଖାନା’ । ହେଲେ ଏଠି ଆମେ କହୁଛୁ ଆସ କିଏ ଖାଇବ କଏଦୀଙ୍କ ଖାନା । କଏଦୀ କରିଛନ୍ତି ଟିଫିନ୍ ଦୋକାନ । ସ୍ୱାବଲମ୍ବୀଭାବେ ବଂଚିବାକୁ ପାଦେ ଆଗକୁ ବଢ଼ିଛନ୍ତି ସମ୍ବଲପୁର ମଣ୍ଡଳ କାରାଗାରର କଏଦୀ । ଜେଲ ପରିସରରେ କଏଦୀ କରିଛନ୍ତି ଜଳଖିଆ ଦୋକାନ । ନିଜ ହାତରେ ଜଳଖିଆ ତିଆରୀ କରିବା ସହContinue reading “କଏଦୀ ବିକିଲେ ଜଳଖିଆ : ସମ୍ବଲପୁର ମଣ୍ଡଳ କାରାଗାର ପରିସରରେ ଜଳଖିଆ ବିକୁଛନ୍ତି କଏଦୀ; ସ୍ୱାବଲମ୍ବୀଭାବେ ବଂଚିବାର ପ୍ରୟାସକୁ ସାଧାରଣରେ ପ୍ରଶଂସା”
କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବିକୁ ରୋକଠୋକ ମନାକଲା କେନ୍ଦ୍ର : ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର
କନକ ବ୍ୟୁରୋ : କୋଇଲା ରୟାଲଟି ବୃଦ୍ଧି ନେଇ ଓଡିଶାର ପ୍ରସ୍ତାବକୁ ରୋକଠୋକ ମନା କରିଦେଇଛନ୍ତି କେନ୍ଦ୍ର ସରକାର । ଏ ସଂପର୍କିତ ସମସ୍ତ ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଗତକାଲି ରାଜ୍ୟସଭାରେ କୋଇଲା ରୟାଲଟି ବୃଦ୍ଧି ନେଇ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ବିପୁଳ ପରିମାଣର କୋଇଲା ଯୋଗାଇ ଦେଉଥିବା ଓଡିଶା ଭଳି ରାଜ୍ୟ ପାଇଁ ରୟାଲଟି ବୃଦ୍ଧି କରାଯିବାର କୌଣସି ଯୋଜନା ରହିଛିContinue reading “କୋଇଲା ରୟାଲଟି ବୃଦ୍ଧି ନେଇ ଓଡ଼ିଶାର ଦାବିକୁ ରୋକଠୋକ ମନାକଲା କେନ୍ଦ୍ର : ରାଜ୍ୟସଭାରେ ପ୍ରଶ୍ନ କରିଥିଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର”
ଅନଲାଇନ ଠକେଇର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ପୁରୁଣା ସୋଫା ବିକ୍ରି କରିବାକୁ ଦେଇଥିଲେ ବିଜ୍ଞାପନ, ଗ୍ରାହକ ସାଜି ୩୪ ହଜାର ଚଳୁ କରିଦେଲେ ସାଇବର ଠକ ।
କନକ ବ୍ୟୁରୋ : ଅନଲାଇନରେ କିଣାବିକା କରୁଥିଲେ ସାବଧାନ । ଗ୍ରାହକ ସାଜି ଆସିବେ, ଆଉ ଆକାଉଣ୍ଟ ଖାଲି କରିଦେବେ ସାଇବର ଠକ । ଆଉ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଝିଅ । ଅନଲାଇନରେ ସୋଫା ବିକ୍ରି କରିବାକୁ ଯାଇ ଠକେଇର ଶିକାର ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ । ଅନଲାଇନ ଠକେଇ ମାଧ୍ୟମରେ ୩୪୦୦୦ ଟଙ୍କା କେଜ୍ରିୱାଲଙ୍କ ଝିଅ ଠାରୁ ଠକି ନେଇଛନ୍ତି ସାଇବର ଠକ । ମିଳିଥିବାContinue reading “ଅନଲାଇନ ଠକେଇର ଶିକାର ହେଲେ ମୁଖ୍ୟମନ୍ତ୍ରୀଙ୍କ ଝିଅ । ପୁରୁଣା ସୋଫା ବିକ୍ରି କରିବାକୁ ଦେଇଥିଲେ ବିଜ୍ଞାପନ, ଗ୍ରାହକ ସାଜି ୩୪ ହଜାର ଚଳୁ କରିଦେଲେ ସାଇବର ଠକ ।”