ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ନେଇ ମିଳୁଛି ସୂଚନା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଆଉ ଏତିକିବେଳେ ସାମନାକୁ ଆସିଛି ନୂଆ ତଥ୍ୟ । ଯାହା ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ବଢାଇଛି । ଶ୍ୱାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟରେ ଝରାଫୁଲଙ୍କ ଶ୍ୱାସରୁଦ୍ଧରେ ମୃତ୍ୟୁ ହୋଇଥିବା ନେଇ ସୂଚନା ଆସିଥିବା ବେଳେ ଆନୁଷ୍ଠାନିକ ଭାବେ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ । ପୂର୍ବରୁ ଅସୁସ୍ଥତା କାରଣରୁContinue reading “ଝରାଫୁଲଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ । ଶ୍ୱାସରୁଦ୍ଧ କାରଣରୁ ମୃତ୍ୟୁ ହୋଇଥିବା ନେଇ ମିଳୁଛି ସୂଚନା ।”

କଟକରେ ରିଚାର୍ଜ ଠକେଇ ମାମଲା । ଡ଼ିସିପିଙ୍କୁ ଭେଟିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।

କନକ ବ୍ୟୁରୋ: କଟକରେ ମୋବାଇଲ ରିଚାର୍ଜ ଠକେଇ ମାମଲାରେ ଡିସିପିଙ୍କୁ ଭେଟିଛନ୍ତି ଠକେଇର ଶିକାର ହୋଇଥିବା ଏଜେଂଟ । ଡିସିପି ପ୍ରତୀକ ସିଂ ଏଜେଂଟ ମାନଙ୍କର ଏତଲା ରଖିବାକୁ ସଦର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କମ୍ ଟଙ୍କାରେ ବର୍ଷକ ପାଇଁ ମୋବାଇଲ୍ ରିଚାର୍ଜ କରାଇଦେବାକୁ କେହି ଟଙ୍କା ନେଇ ଦଲାଲ ଠକୁଥିବା ଅଭିଯୋଗ ହୋଇଛି । କଟକ ୪୨ ମୌଜା ଅଂଚଳରେ ଥିବା ସାଂଘଭୀ ଏଂଟରପ୍ରାଇଜର୍ସ କଟକରେ ପ୍ରାୟ ୩୦୦ରୁ ଅଧିକ ଏଜେଂଟଙ୍କ ଜରିଆରେContinue reading “କଟକରେ ରିଚାର୍ଜ ଠକେଇ ମାମଲା । ଡ଼ିସିପିଙ୍କୁ ଭେଟିଲେ ଠକେଇର ଶିକାର ହୋଇଥିବା ଏଜେଂଟ ।”

ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।

କନକ ବ୍ୟୁରୋ:  ଚାଷୀ ସଙ୍ଗଠନମାନେ ଆସନ୍ତାକାଲି ଅର୍ଥାତ ଜାନୁଆରୀ ୬ ତାରିଖରେ ସାରା ଦେଶରେ ଚକାଜାମ ଘୋଷଣା କରିଛନ୍ତି । ଏହାରି ଭିତରେ କିନ୍ତୁ ଚାଷୀ ନେତା ରାକେଶ ଟିକାୟତ ଗଣମାଧ୍ୟମକୁ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏହି ଚକାଜାମ ପାଳନ ହେବ ନାହିଁ । ତେବେ ଚାଷୀମାନେ କାହିଁକି ଏହି ଦୁଇ ରାଜ୍ୟରେ ଚକାଜାମ୍ କରିବେନି ସେନେଇ ରାକେଶ ଟିକାୟତ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତିContinue reading “ଚାଷୀ ନେତା ରାକେଶ ଟିକାୟତଙ୍କ ବଡ ଘୋଷଣା । ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ହେବନି ଚକାଜାମ ।”

କରୋନା ଟିକା ନେବା ବାଧ୍ୟତାମୂଳକ କଲେ କଟକ ଜିଲ୍ଲାପାଳ । ଟିକା ନନେଲେ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ ।

କନକ ବ୍ୟୁରୋ : କଟକ ଜିଲ୍ଲାପାଳଙ୍କ ନିୟମ । ୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ବନ୍ଦ ହେବ ଦରମା । ଏନେଇ ସିଏମସି ଓ ଏସସିବି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କ ଚିଠି । କୋଭିଡ ଟିକା ନନେଲେ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନୱାଡି କର୍ମୀ କୋଭିଡ ଟିକା ନେବାକୁ ବାଧ୍ୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣContinue reading “କରୋନା ଟିକା ନେବା ବାଧ୍ୟତାମୂଳକ କଲେ କଟକ ଜିଲ୍ଲାପାଳ । ଟିକା ନନେଲେ ଦରମା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ ।”

ବିଜେପିକୁ ବିଜେଡିର ଖୋଲା ଚ୍ୟାଲେଞ୍ଜ: ଓଡ଼ିଶାକୁ କେନ୍ଦ୍ରୀୟ ରେଳ ବଜେଟ୍ ନେଇ ବିତର୍କ କରିବାକୁ ଆହ୍ୱାନ କଲା ବିଜେଡି ।

କନକ ବ୍ୟୁରୋ: ଓଡ଼ିଶାକୁ କେନ୍ଦ୍ରର ରେଳ ବଜେଟ୍ ଅନୁଦାନକୁ ନେଇ ବଢ଼ିଲା ବିବାଦ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ବିଜେଡି । କହିଲା, ଚଳିତ କେନ୍ଦ୍ରୀୟ ରେଳ ବଜେଟ୍ ଓଡ଼ିଶାକୁ ନ୍ୟାୟ ଦେଇନି । ଆମେ ହିସାବ ଦେବୁ ଦମ୍ ଅଛି ତ ଏହା ଉପରେ ବିତର୍କ କର, ବିଜେପିକୁ ଏମିତି ଖୋଲା ଚ୍ୟାଲେଞ୍ଜ କରିଛି ବିଜେଡି । ରାଜ୍ୟ ବିଜେଡି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରୀୟ ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇContinue reading “ବିଜେପିକୁ ବିଜେଡିର ଖୋଲା ଚ୍ୟାଲେଞ୍ଜ: ଓଡ଼ିଶାକୁ କେନ୍ଦ୍ରୀୟ ରେଳ ବଜେଟ୍ ନେଇ ବିତର୍କ କରିବାକୁ ଆହ୍ୱାନ କଲା ବିଜେଡି ।”

କାଲି ଚାଷୀ ସଂଗଠନ କରିବ ଚକାଜାମ । ଜାଣନ୍ତୁ କଣ ରହିଛି ଚାଷୀ ନେତାଙ୍କ ପ୍ଲାନ? 

କନକ ବ୍ୟୁରୋ : କୃଷି ଆଇନକୁ ନେଇ ଗତ ଦୁଇ ମାସ ହେବ ଚାଷୀ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀର ବିଭିନ୍ନ ସୀମାରେ ହଜାର ହଜାର ସଂଖ୍ୟାରେ ଚାଷୀମାନେ ବସି ରହିଛନ୍ତି । ଏହାସହ କାଲି ସାରା ଦେଶରେ ଚାଷୀମନେ ଚକାଜାମ କରିବେ । ହେଲେ ଏଥର ଦିଲ୍ଲୀରେ ଚକାଜାମ ହେବ ନାହିଁ । ତେବେ ଆସନ୍ତୁ ଜାଣିବା କାଲିର ଚକା ଜାମକୁ ନେଇକି ଚାଷୀ ନେତାଙ୍କର କଣ ପ୍ଲାନ ରହିଛି । କେତେବେଳେ କେମିତିContinue reading “କାଲି ଚାଷୀ ସଂଗଠନ କରିବ ଚକାଜାମ । ଜାଣନ୍ତୁ କଣ ରହିଛି ଚାଷୀ ନେତାଙ୍କ ପ୍ଲାନ? “

ଚନ୍ଦକା ଅଂଚଳରେ ମିଳିଥିବା ମୃତ ମହିଳାଙ୍କ କୁଆଡେ ଗଲା କଟାମୁଣ୍ଡ ? ପୋଷାକ ଆଧାରରେ ପୋଷ୍ଟର ତିଆରି କରିବ ପୋଲିସ ।

କନକ ବ୍ୟୁରୋ: ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ମହିଳାଙ୍କ ଶବକୁ ନେଇ ଚନ୍ଦକା ପୋଲିସର ଖୋଳତାଡ ଜାରି ରହିଛି । ଗତକାଲି ପରି ଆଜି ମଧ୍ୟ କଟାମୁଣ୍ଡକୁ ଖୋଜୁଛି ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଡିସିପି କହିଛନ୍ତି, ରାଜ୍ୟ ବାହାର ପୁଲିସକୁ ମୃତ ମହିଳାଙ୍କ ତଥ୍ୟ ପଠାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ପୁଲିସକୁ ଏହି ତଥ୍ୟ  କମିସନରେଟ ପୁଲିସContinue reading “ଚନ୍ଦକା ଅଂଚଳରେ ମିଳିଥିବା ମୃତ ମହିଳାଙ୍କ କୁଆଡେ ଗଲା କଟାମୁଣ୍ଡ ? ପୋଷାକ ଆଧାରରେ ପୋଷ୍ଟର ତିଆରି କରିବ ପୋଲିସ ।”

କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ସମସ୍ତ ପୋଲିସ ଅଧିକାରୀ । ଏହି କ୍ରମରେ ପୋଲିସ ଡିଜି ଅଭୟ ଆସନ୍ତାକାଲି ପ୍ରଥମ ଟିକା ନେବେ । ଏହାପରେ ରାଜ୍ୟର ଅନ୍ୟ ପୋଲିସ ଅଧିକାରୀ ଟିକା ଗ୍ରହଣ କରିବେ । ଏନେଇ ଆଜି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଆସନ୍ତାକାଲି ଭୁବନେଶ୍ୱରରେ ମୋଟ ୧୯ଟି ପ୍ରତିଷ୍ଠାନରେ ୮୯୩୭ ଜଣ କର୍ମଚାରୀ ଟିକା ନେବେ । ଭୁବନେଶ୍ୱର ସିପି ଅଫିସ ସମେତ ୩ଟିContinue reading “କାଲିଠୁ ରାଜ୍ୟରେ କୋଭିଡ୍ ଟିକା ନେବେ ପୋଲିସ ଅଧିକାରୀ । ପ୍ରଥମ ଟିକା ନେବେ ଡିଜିପି ଅଭୟ ।”

ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ କୃଷି ଆଇନକୁ ଦେଶର କୃଷକ ସଂଗଠନ ମାନେ ବିରୋଧ କରି ୨ ମାସରୁ ଅଧିକ ସମୟ ହେବ ଦେଶର ବିିଭିନ୍ନ ସ୍ଥାନରେ ଧାରଣାରେ ବସିଛନ୍ତି । ଏହି କ୍ରମରେ ସରକାର ଓ କୃଷକ ସଂଗଠନ ମାନଙ୍କ ଭିତରେ ଏନେଇ ୧୧ ଥର ଆଲୋଚନା ହୋଇଥିଲେ ବି କୌଣସି ନିସ୍କର୍ଷ ବାହାରିପାରି ନାହିଁ । ଯାହାକୁ ନେଇ ଆସନ୍ତା କାଲି ତଥା ଫେବୃଆରୀ ୬ ତାରିଖ ଦିନContinue reading “ଆସନ୍ତାକାଲି ସାରା ଦେଶର ରାଜମାର୍ଗରେ କୃଷକ ସଂଗଠନ କରିବ ଚକା ଜାମ୍ । ହେଲେ ଦିଲ୍ଲୀରେ ଗଡିବ ଗାଡି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପାଇଁ କୃଷକ ସଂଗଠନ ସହ ପୋଲିସ ପ୍ରସ୍ତୁତ”

ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବ୍ୟାନ ହୋଇଥିବା ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ପୁଣି ଚାଲୁ ହେବାକୁ ଯାଉଛି । ଆସନ୍ତା ସପ୍ତାହରୁ ଏହା ଚାଲୁ ହେବ ବୋଲି ଜମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତାଙ୍କ କହିବା ମୁତାବକ ଛାତ୍ର ଛାତ୍ରୀ ମାନଙ୍କ ଅନ୍ ଲାଇନ୍ ପାଠ ପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଏଠାରେ ୪ ଜି ମୋବାଇଲ ଇଣ୍ଟରନେଟ୍ ସେବା ଚାଲୁ କରିବାକୁ ନିସ୍ପତ୍ତି ନେଇଛନ୍ତି   । ୫Continue reading “ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ୍ ସେବା । ୨୦୧୯ ରୁ ହୋଇଥିଲା ବ୍ୟାନ୍”

Design a site like this with WordPress.com
Get started