କନକ ବ୍ୟୁରୋ : କରୋନା ଟିକା ପ୍ରସ୍ତୁତକାରୀ କମ୍ପାନୀ ଫାଇଜର ଆଣ୍ଡ ବାୟୋଟେକ୍ ଭାରତରେ ଏହାର ଜରୁରୀକାଳୀନ ବ୍ୟବହାର ନେଇ ଆବେଦନକୁ ପ୍ରତ୍ୟାହାର କରିନେଇଛି । ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟର ପକ୍ଷରୁ ଏହାର ସୂଚନା ଦିଆଯାଇଛି । ଭାରତରେ ଫାଇଜର ଟିକାର ବ୍ୟବହାର ନେଇ ପରିବେଶ ଅନୁକୂଳ ନୁହଁ । ଏହି ଟିକାକୁ ମାଇନସ୍ ୭୦ ଡିଗ୍ରୀ ତାପମାତ୍ରାରେ ରଖିବାକୁ ପଡିଥାଏ । ଏପରି ଥଣ୍ଡା ପରିବେଶ ଭାରତରେ ପାଇବା କଷ୍ଟକର । ଭାରତContinue reading “ଫାଇଜର କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ପ୍ରସଙ୍ଗ : ଟୀକା ବ୍ୟବହାର ଆବେଦନ ପ୍ରତ୍ୟାହାର କଲା ଫାଇଜର”
Tag Archives: News
ଅକସ୍ମାତ ଲାଗୁଛି ନିଆଁ, ଦେହରେ ହେଉଛି କ୍ଷତ : ବାଜିରେ ଲାଗିଛି ପାଠ ପଢ଼ୁଆ ଝିଅର ଜୀବନ; ଜଗତସିଂହପୁର ଜିଲ୍ଲା ନାଉଗାଁରେ ଦେଖିବାକୁ ମିଳିଛି ଏଭଳି ଅସ୍ୱାଭାବିକ ଘଟଣା
କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ନାଉଗାଁରେ ଯେଉଁ ଘଟଣା ଘଟୁଛି ତାହା ହୁଏତ ବିଶ୍ୱାସ ଯୋଗ୍ୟ ନୁହେଁ । କିନ୍ତୁ ବାସ୍ତବତାକୁ ଦେଖିଲେ ଆପଣ ବିଶ୍ୱାସ କରିବାକୁ ବାଧ୍ୟ ହେବେ । ଅକସ୍ମାତ ନିଆଁ ଲାଗି ଚାଳ ଘର ଓ ପିନ୍ଧା ଡ୍ରେସ ପୋଡି ଯାଉଛି । ଘରେ ଲାଗିଥିବା ଇଲେକ୍ଟ୍ରିକ୍ ବଲ୍ବ୍ ଫାଟି ଯାଉଛି । ଦେହରେ ମନକୁ ମନ କ୍ଷତ ହୋଇ ରକ୍ତ ବାହାରୁଛି । ଝିଅର ସ୍ୱର ହଠାତ୍ ବଦଳି ଯାଉଛିContinue reading “ଅକସ୍ମାତ ଲାଗୁଛି ନିଆଁ, ଦେହରେ ହେଉଛି କ୍ଷତ : ବାଜିରେ ଲାଗିଛି ପାଠ ପଢ଼ୁଆ ଝିଅର ଜୀବନ; ଜଗତସିଂହପୁର ଜିଲ୍ଲା ନାଉଗାଁରେ ଦେଖିବାକୁ ମିଳିଛି ଏଭଳି ଅସ୍ୱାଭାବିକ ଘଟଣା”
ଆସନ୍ତାକାଲି ଚାଷୀ କରିବେ ଚକାଜାମ୍ । ସାରାଦେଶରେ ଦିନ ୧୨ଟାରୁ ୩ଟା ଯାଏଁ ଗାଡି ଚଳାଚଳ ଉପରେ ଲାଗିବ ରୋକ୍ । ଚକାଜାମକୁ ଓଡିଶାରେ ନବନିର୍ମାଣ କୃଷକ ସଂଗଠନର ସମର୍ଥନ
କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ କୃଷକ ସଂଗଠନ । ଆସନ୍ତାକାଲି ଦିନ ୧୨ଟାରୁ ୩ଟା ଯାଏ ସାରା ଦେଶରେ ଚକାଜାମ ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ ସଂଗଠନ ମଧ୍ୟ ରାଜ୍ୟରେ ଚକ ,ଅଖ ଜାମର ଡାକରା ଦେଇଛି । ନବ ନିର୍ମାଣ କୃଷକ ସଂଗଠନ ଆବାହକ ଅକ୍ଷୟ କୁମାର କହିଛନ୍ତି. ଦିନ ୧୨ଟାରୁ ୩ଟା ମଧ୍ୟରେ ରାଜ୍ୟରେContinue reading “ଆସନ୍ତାକାଲି ଚାଷୀ କରିବେ ଚକାଜାମ୍ । ସାରାଦେଶରେ ଦିନ ୧୨ଟାରୁ ୩ଟା ଯାଏଁ ଗାଡି ଚଳାଚଳ ଉପରେ ଲାଗିବ ରୋକ୍ । ଚକାଜାମକୁ ଓଡିଶାରେ ନବନିର୍ମାଣ କୃଷକ ସଂଗଠନର ସମର୍ଥନ”
ଟିକା ନେଲେ ଅତିରିକ୍ତ ଶାସନ ସଚିବ : କରୋନାରୁ ସୁରକ୍ଷିତ ରହିବାକୁ ଓ ଟିକା ନେବାକୁ ଦେଲେ ଆହ୍ୱାନ
କନକ ବ୍ୟୁରୋ : ଅତିରିକ୍ତ ଶାସନସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଆଜି କରୋନା ଟିକା ନେଇଛନ୍ତି । ଏହି ଟିକା ନେବା ପରେ ସେ କହିଛନ୍ତି ଯେ, ଏହା ସଂପୂର୍ଣ୍ଣ ସୁରକ୍ଷିତ । କରୋନା ଭୂତାଣୁ ଦାଉରୁ ସୁରକ୍ଷିତ ରହିବାକୁ ହେଲେ ଉଭୟ ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି । ଏଣେ ଆସନ୍ତା ୬ ତାରିଖ ଠାରୁ କରୋନା ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର Continue reading “ଟିକା ନେଲେ ଅତିରିକ୍ତ ଶାସନ ସଚିବ : କରୋନାରୁ ସୁରକ୍ଷିତ ରହିବାକୁ ଓ ଟିକା ନେବାକୁ ଦେଲେ ଆହ୍ୱାନ”
ଦଳର ସ୍ଥିତି ଟଳମଳ କିନ୍ତୁ ଚାନ୍ଦା ଗୋଟାଇବାରେ ସଫଳ କଂଗ୍ରେସ । ୨୦୧୯-୨୦ ଆର୍ଥିକ ବର୍ଷରେ ଦଳକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା । କପିଲ ସିବଲଙ୍କର ରହିଛି ସବୁଠୁ ଅଧିକ ଯୋଗଦାନ
କନକ ବ୍ୟୁରୋ : ଦେଶର ସର୍ବପୂରାତନ ରାଜନୈତୀକ ଦଳ କଂଗ୍ରେସର ସ୍ଥିତି ଏବେ ଦୁର୍ବଳ । ହେଲେ ଦଳକୁ ୨୦୧୯-୨୦ଆର୍ଥିକ ବର୍ଷରେ ମିଳିଛି ୧୩୯ କୋଟି ଟଙ୍କାର ଚାନ୍ଦା । କଂଗ୍ରେସକୁ ମିଳିଥିବା ଚାନ୍ଦା ରିପୋର୍ଟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦଳକୁ ୧୩୯ କୋଟି ଟଙ୍କା ଚାନ୍ଦା ମିଳିଛି । ପାର୍ଟି ଫଣ୍ଡକୁ ସବୁଠାରୁ ଅଧିକ ଚାନ୍ଦା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବଲ୍ । ସେContinue reading “ଦଳର ସ୍ଥିତି ଟଳମଳ କିନ୍ତୁ ଚାନ୍ଦା ଗୋଟାଇବାରେ ସଫଳ କଂଗ୍ରେସ । ୨୦୧୯-୨୦ ଆର୍ଥିକ ବର୍ଷରେ ଦଳକୁ ମିଳିଛି ୧୩୯ କୋଟି ଟଙ୍କା ଚାନ୍ଦା । କପିଲ ସିବଲଙ୍କର ରହିଛି ସବୁଠୁ ଅଧିକ ଯୋଗଦାନ”
ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା : ସୁଧ ହାର ଅପରିବର୍ତ୍ତିତ; ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ରହିବା ଅନୁମାନ
କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ନୂଆ କ୍ରେଡିଡ ପଲିସି ଘୋଷଣା କରିଛି । ଏଥିରେ ସୁଧହାର ପୂର୍ବଭଳି ଅପରିବର୍ତିତ ରହିଛି । ରେପୋ ରେଟ୍ ୪ ପ୍ରତିଶତ ରହିଥିବାବେଳେ ରିଭର୍ସ ରେପୋ ରେଟ ୩ .୩୫ ପ୍ରତିଶତ ରହିଛି । ସେହିଭଳି ୨୦୨୧-୨୦୨୨ରେ ଜିଡିପି ୧୦.୫% ରହିବା ଅନୁମାନ କରାଯାଉଛି । ବଜେଟରେ ଏହା ୧୧% ରହିବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ଏହି ସୂଚନା ଦେଇଛନ୍ତି ।Continue reading “ଆରବିଆଇର ନୂଆ କ୍ରେଡିଟ୍ ପଲିସି ଘୋଷଣା : ସୁଧ ହାର ଅପରିବର୍ତ୍ତିତ; ୨୦୨୧-୨୨ରେ ଜିଡିପି ୧୦.୫ ପ୍ରତିଶତ ରହିବା ଅନୁମାନ”
କଟାମୁଣ୍ଡ ଖୋଜୁଛି ପୋଲିସ : କୁଆଡେ ଗଲା ଚନ୍ଦକା ଅଂଚଳରେ ମୃତ ମହିଳାଙ୍କ କଟାମୁଣ୍ଡ ? ସନ୍ଧାନୀ କୁକୁର ସହାୟତାରେ ଖୋଜୁଛି ଚନ୍ଦକା ପୋଲିସ
କନକ ବ୍ୟୁରୋ : କୁଆଡେ ଗଲା ରାଜଧାନୀ ଉପକଣ୍ଠ ଚନ୍ଦକା ଅଂଚଳରେ ରାସ୍ତାକଡରେ ପଡିଥିବା ମୃତ ମହିଳାଙ୍କ କଟାମୁଣ୍ଡ । ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଅନ୍ଧାରୁଆ ଦାସପୁର ରାସ୍ତା ଜଙ୍ଗଲରେ ଏହି କଟାମୁଣ୍ଡକୁ ଖୋଜୁଛି ଚନ୍ଦକା ପୋଲିସ । ଗତକାଲି ଶବ ଜବତ କରିବା ପରେ ଦେଖିବାକୁ ମିଳିଥିଲା ମହିଳାଙ୍କ ଶବରୁ ମୁଣ୍ଡଟି ନାହିଁ । ସନ୍ଧାନୀ କୁକୁର , ସାଇଁଟିଫିକ୍ ଟିମ୍ ସହିତ ପୋଲିସ ଗତକାଲି ଠାରୁ ଏହି କଟାମୁଣ୍ଡକୁ ଖୋଜୁଛିContinue reading “କଟାମୁଣ୍ଡ ଖୋଜୁଛି ପୋଲିସ : କୁଆଡେ ଗଲା ଚନ୍ଦକା ଅଂଚଳରେ ମୃତ ମହିଳାଙ୍କ କଟାମୁଣ୍ଡ ? ସନ୍ଧାନୀ କୁକୁର ସହାୟତାରେ ଖୋଜୁଛି ଚନ୍ଦକା ପୋଲିସ”
ସିଙ୍ଗଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସ୍ୱାସ୍ଥ୍ୟନିୟାମକକୁ ମାଗିଲା ଅନୁମତି
କନକ ବ୍ୟୁରୋ : ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିଙ୍ଗିଲ୍ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ଠାରୁ ଅନୁମତି ପାଇଁ ଆବେଦନ କରିଛି । ସୂଚନା ମୁତାବକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ୨୯ ଦିନ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ସ୍ୱେଚ୍ଛାସେବୀଙ୍କ ଶରୀରରେ ଇମ୍ୟୁନ ପ୍ରୋଟିନ୍ ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି । ଏହାସହ ଯେଉଁ ସ୍ୱେଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟିକାContinue reading “ସିଙ୍ଗଲ ଡୋଜ୍ କରୋନା ଟିକା ପ୍ରସ୍ତୁତ କଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ । ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକା ସ୍ୱାସ୍ଥ୍ୟନିୟାମକକୁ ମାଗିଲା ଅନୁମତି”
କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ?
କନକ ବ୍ୟୁରୋ: କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ରମାଦେବୀ ଛାତ୍ରୀ ମୃତ୍ୟୁ ଘଟଣାର ରହସ୍ୟ କଣ ? ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ବିଷକ୍ରିୟାରୁ ମୃତ୍ୟୁ ହୋଇଛି? ଝରାଫୁଲଙ୍କ ମୃତ୍ୟୁ ପରେ ଏ ସବୁ ପ୍ରଶ୍ନ ଏବେ ଘୁରିବୁଲୁଥିବା ବେଳେ ଆଜି ସତ କହିବ ପୋଷ୍ଟମର୍ଟମ ରିପୋର୍ଟ । ଝରାଫୁଲଙ୍କ ମୃତ୍ୟୁ ନେଇ ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହାର ପ୍ରମାଣ ଦେବ ରିପୋର୍ଟContinue reading “କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ଖୋଲିବ କି ମୃତ୍ୟୁ ମିଷ୍ଟ୍ରି ?”
୧୦ ଡିଗ୍ରୀ ତଳେ ରାଜ୍ୟର ୬ଟି ସହରର ତାପମାତ୍ରା : କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ରେକର୍ଡ
କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରୀ ରେକର୍ଡ କରାଯାଇଛି ।ଅପରପକ୍ଷରେ କୋରାପୁଟରେ ରାତ୍ରି ତାପମାତ୍ର ୯.୫ ଡିଗ୍ରୀ, ବଲାଙ୍ଗୀରରେ ୯.୮ ଡିଗ୍ରୀ,Continue reading “୧୦ ଡିଗ୍ରୀ ତଳେ ରାଜ୍ୟର ୬ଟି ସହରର ତାପମାତ୍ରା : କନ୍ଧମାଳ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ରେକର୍ଡ”