ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସ୍ୱାମୀ ପ୍ରଦୀପଙ୍କ ପାଇଁ କୋର୍ଟରେ ଲଢିଲେ ସ୍ତ୍ରୀ

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡା ଜେଲରୁ ନେଇ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ କୋର୍ଟରେ ଓକିଲ ଭାବେ ଲଢେଇ କରିଥିଲେ ତାଙ୍କ ପତ୍ନୀ । କୋର୍ଟରେ ହାଜର ପରେ ତାଙ୍କୁ ୩ ଦିନ ପାଇଁ ବ୍ରହ୍ମପୁର ଜେଲରେ ରଖାଯିବ । ଏହି ସମୟରେ ବ୍ରହ୍ମପୁର ପୋଲିସ ପ୍ରଦୀପଙ୍କୁ ରିମାଣ୍ଡରେ ନେଇପାରେContinue reading “ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସ୍ୱାମୀ ପ୍ରଦୀପଙ୍କ ପାଇଁ କୋର୍ଟରେ ଲଢିଲେ ସ୍ତ୍ରୀ”

ପ୍ରତିଭା ମହାରଥୀଙ୍କୁ ଟିକେଟ୍ ଦେବା ସପକ୍ଷରେ ଡେଲାଙ୍ଗ ନେତା ଓ କର୍ମୀ । ମଝି ରାତିରେ ବସିଲା ମେଳି

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପ୍ରଦୀପ ମହାଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ ଦେବା ସପକ୍ଷରେ ଡେଲାଙ୍ଗ ବିଜେଡି ନେତା ଓ କର୍ମୀ ରାତି ଅଧରେ ଡେଲାଙ୍ଗରେ ମେଳି ବାନ୍ଧିଥିଲୋ । ପ୍ରତିଭା ମହିଳା ହୋଇଥିବାରୁ ତାଙ୍କୁ ଟିକେଟ ଦିଆଯାଉ ବୋଲି ନେତା କର୍ମୀ ଖୋଲାଖୋଲି କହିଛନ୍ତି । ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ ବୋଲି କହିଛନ୍ତି । ପିପିଲି ଉପନିର୍ବାଚନରେContinue reading “ପ୍ରତିଭା ମହାରଥୀଙ୍କୁ ଟିକେଟ୍ ଦେବା ସପକ୍ଷରେ ଡେଲାଙ୍ଗ ନେତା ଓ କର୍ମୀ । ମଝି ରାତିରେ ବସିଲା ମେଳି”

ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ? ପ୍ରଶାସନ କମ ଦର୍ଶକ ସହ ଦେଇଛି ଅନୁମତି, ସର୍ତ୍ତରେ ଅରାଜି ଯାତ୍ରା କମିଟି

କନକ ବ୍ୟୁରୋ: ଦୀର୍ଘ ୮ରୁ ୯ ମାସ ହେଲା ବନ୍ଦ ରହିଛି ଯାତ୍ରା । କରୋନା ଯୋଗୁଁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବାରୁ କଳାକାର ଅଭାବ ଅସୁବିଧାରେ ଦିନ କାଟୁଛନ୍ତି । ଏବେ ଖଣ୍ଡଗିରି ମାଘ ମେଳ୍ରାେ ଯାତ୍ରା ପାର୍ଟିକୁ ଅନୁମତି ମିଳିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । କମ ସଂଖ୍ୟକ ଦର୍ଶକଙ୍କୁ ନେଇ ଯାତ୍ରା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ଯାତ୍ରା କମିଟି ରାଜି ହୋଇ ନାହିଁ । ତେଣୁContinue reading “ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ? ପ୍ରଶାସନ କମ ଦର୍ଶକ ସହ ଦେଇଛି ଅନୁମତି, ସର୍ତ୍ତରେ ଅରାଜି ଯାତ୍ରା କମିଟି”

ଝରାଫୁଲ ମୃତ୍ୟୁରେ କ’ଣ ରହିଛି ସ୍କୁଟି ପଛର କାହାଣୀ । ପୋଲିସ ଆଗରେ ମୁହଁ ଖୋଲିଲା ଅଭିଯୁକ୍ତ ରାକେଶ 

କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁରେ କଣ ରହିଛି ସ୍କୁଟି ପଛର କାହାଣୀ,  ଆଜି ସେନେଇ ପୋଲିସ ଆଗରେ ବଖାଣିଛି ରାକେଶ । ଲାଲ ରଙ୍ଗର ସ୍କୁଟିରେ କେମିତି ଝରାଫୁଲଙ୍କୁ ଯାଜପୁର ନେଇଥିଲା ଏବଂ ମୃତଦେହକୁ ରାସ୍ତାକଡରେ ଫୋପାଡିବା ପରେ ସ୍କୁଟିକୁ କେଉଁଠାରେ ଲୁଚାଇ ରଖିଥିଲା ସେନେଇ ରାକେଶ ପୋଲିସ ଆଗରେ ମୁହଁ ଖୋଲିଛି । ବଡ କଥା ହେଉଛି ପ୍ରମାଣ ନଷ୍ଟ କରିବା ପାଇଁ ରାକେଶ ଏହି ସ୍କୁଟିକୁ ବିକ୍ରି କରିବାକୁ ମଧ୍ୟ ଯୋଜନା କରିଥିଲା ।Continue reading “ଝରାଫୁଲ ମୃତ୍ୟୁରେ କ’ଣ ରହିଛି ସ୍କୁଟି ପଛର କାହାଣୀ । ପୋଲିସ ଆଗରେ ମୁହଁ ଖୋଲିଲା ଅଭିଯୁକ୍ତ ରାକେଶ “

ଓଡିଶା ଖଣି ଉପରେ ଆନ୍ଧ୍ରର ଆଖି? ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଜାରି କରିଛି ବିଜ୍ଞପ୍ତି

କନକ ବ୍ୟୁରୋ: ଓଡିଶା ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ସତ । ଆଉ ସେହି ବିଜ୍ଞପ୍ତରେ ଲେଖାଯାଇଛି ଆସନ୍ତା ୧୩ ଓ ୧୭ ତାରିଖରେ ସେଠାରେ ପଂଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସ୍ଥାନୀୟ ଲୋକେ କୁହନ୍ତି, ସେମାନେ ଓଡିଶାରେ ବି ଭୋଟ ଦିଅନ୍ତି ଏବଂ ଆନ୍ଧ୍ରରେ ବି ଭୋଟ ଦିଅନ୍ତି । କିନ୍ତୁ ଆନ୍ଧ୍ର କୁଆଡେ ଅଧିକ ସୁବିଧାContinue reading “ଓଡିଶା ଖଣି ଉପରେ ଆନ୍ଧ୍ରର ଆଖି? ସୀମାର ତିନୋଟି ଗାଁରେ ନିର୍ବାଚନ କରିବାକୁ ଜାରି କରିଛି ବିଜ୍ଞପ୍ତି”

ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଅନୁଦାନ ହ୍ରାସ ନେଇ ବିଜେଡିର ଅସନ୍ତୋଷ । ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 

କନକ ବ୍ୟୁରୋ: ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡି ଅଭିଯୋଗ କରିଛି, ଓଡ଼ିଶାରେ ରେଳବାଇର ବିକାଶ ପାଇଁ ୭ ହଜାର ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା । ହେଲେ ଏହି ଦାବିକୁ ଅଣଦେଖା କରାଯାଇଛି । ଚଳିତ ବଜେଟରେ ଅନୁଦାନ ହ୍ରାସ ପାଇଥିବା ବିଜେଡି କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପୂର୍ବବର୍ଷ ଅପେକ୍ଷା ରାଜ୍ୟକୁ ଅଧିକ ୨୬ ପ୍ରତିଶତ ଆର୍ôଥକ ଅନୁଦାନ ମିଳିଛି । ରେଳ ବଜେଟରୁ ଓଡ଼ିଶାକୁ ମିଳିଲାContinue reading “ରେଳ ବଜେଟକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ଅନୁଦାନ ହ୍ରାସ ନେଇ ବିଜେଡିର ଅସନ୍ତୋଷ । ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ “

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ

କନକ ବ୍ୟୁରୋ: ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକ୍ରିଶ ଗ୍ରାମରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ପାଳକୁଡିଆରେ ନିଆଁ ଲାଗି ଦୁଇ ଜଣ ଶିଶୁ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ, ଆଜି ଗ୍ରାମ ନିକଟରେ ଥିବା ପନିପରିବା ବାଡରେ ଥିବା ପାଳ କୁଡିଆକୁ ୨ଜଣ ଶିଶୁ ଯାଇଥିବା ସମୟରେ ହଟାତ ପାଳ କୁଡିଆରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଧା ଅସ୍ପଷ୍ଟ ଥିବାବେଳେ ଏହି ଦୁର୍ଘଟଣାରେ ମାନିଙ୍ଗContinue reading “ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିଶ ଗାଁରେ ଅଭାବନୀୟ ଘଟଣା । ପାଳ କୁଡିଆରେ ନିଆଁଲାଗି ୨  ଶିଶୁ ଜୀବନ୍ତ ଦଗ୍ଧ”

ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ ବିରାଟ କୋହଲି । କହିଲେ, ଖେଳାଳିଙ୍କ ଭିତରେ ହୋଇଛି ଆଲୋଚନା

କନକ ବ୍ୟୁରୋ: ଚାଷୀ ଆନ୍ଦୋଳନ ଚର୍ଚ୍ଚା ଏବେ ଟିମ୍ ଇଣ୍ଡିଆର ମିଟିଂରେ ମଧ୍ୟ ହେବା ଆରମ୍ଭ ହୋଇଛି । ଗୁରୁବାର ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲି ଏନେଇ ଉତ୍ତର ରଖିଛନ୍ତି । ଟିମ୍ ଇଣ୍ଡିଆର ମିଟିଂରେ ଚାଷୀ ଆନ୍ଦୋଳନ ନେଇ ଖେଳାଳିମାନେ ଆଲୋଚନା କରିଥିବା କୋହଲି କହିଛନ୍ତି । ଆସନ୍ତାକାଲିଠୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ଭିତରେ ପ୍ରଥମ ଟେଷ୍ଟ ଖେଳାଯିବ । ଯାହା ପୂର୍ବରୁ କୋହଲି ଆଜି ଭିଡିଓContinue reading “ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ ବିରାଟ କୋହଲି । କହିଲେ, ଖେଳାଳିଙ୍କ ଭିତରେ ହୋଇଛି ଆଲୋଚନା”

ସରକାରୀ ଯୋଜନାରୁ ବହୁ ଦୂରରେ ଗାଈଆଳ ନନ୍ଦଲାଲ । ଗୁହାଳଠୁ ହୀନ ଘରେ ବିତୁଛି ଜୀବନ

କନକ ବ୍ୟୁରୋ: ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା । ସବୁ ଯୋଜନାକୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବା ପାଇଁ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଯାଏଁ ସମସ୍ତେ ତତ୍ପର । ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି, ଯେଉଁମାନଙ୍କ ସମସ୍ୟା ଆଖିକୁ ଜଳଜଳ ହୋଇ ଦେଖାଯାଉଛି, କିନ୍ତୁ ସେମାନଙ୍କ ପାଖର ପହଂଚି ପାରୁନାହିଁ ସରକାରୀ ଯୋଜନା । ସେମିତି ଜଣେ ଅସହାୟ ହିତାଧିକାରୀ କୁଚିଣ୍ଡା ଗୋଛରା ପଂଚାୟତର ଗାଇଆଳ ନନ୍ଦଲାଲ ମହାନନ୍ଦିଆContinue reading “ସରକାରୀ ଯୋଜନାରୁ ବହୁ ଦୂରରେ ଗାଈଆଳ ନନ୍ଦଲାଲ । ଗୁହାଳଠୁ ହୀନ ଘରେ ବିତୁଛି ଜୀବନ”

ନଦୀବନ୍ଧ ମରାମତି କାମରେ ଦୁର୍ନୀତି । ପୁରୀ ଜିଲ୍ଲା ନିମାପଡାରୁ ଆସିଲା ଅଭିଯୋଗ

କନକ ବ୍ୟୁରୋ: ନଦୀବନ୍ଧ ମରାମତିରେ ଦୁର୍ନୀତି । କୁଶଭଦ୍ରା ନଦୀବନ୍ଧରେ ମୋରମ୍ ଛିଞ୍ଚି କୋଟି କୋଟି ଟଙ୍କା ହରିଲୁଟ ହୋଇଛି । ପୁରୀ ଜିଲ୍ଲା ନିମାପଡାରୁ ନାହପୁର ଯାଏଁ ନଦୀବନ୍ଧ ମରାମତି କାମ ଅତି ନିମ୍ନମାନର କରି ସରକାରୀ ଟଙ୍କା ଚଳୁ କରିଥିବା ଅଭିଯୋଗ କରିଛନ୍ତି ନଦୀକୂଳିଆ ବାସିନ୍ଦା । ନିୟମ ମୁତାବକ ନଦୀବନ୍ଧରେ ୮ ଇଂଚର ମୋରମ ପଡିବା କଥା, ହେଲେ ଏଠାରେ ଇଂଚେ ଦୁଇ ଇଂଚି ମୋରମ ପକାଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟContinue reading “ନଦୀବନ୍ଧ ମରାମତି କାମରେ ଦୁର୍ନୀତି । ପୁରୀ ଜିଲ୍ଲା ନିମାପଡାରୁ ଆସିଲା ଅଭିଯୋଗ”

Design a site like this with WordPress.com
Get started