କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିରେ ଆରମ୍ଭ ହୋଇଛି କସରତ । ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ଏହି ଅବସରରେ ପ୍ରତାପ ଦେବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଦଳ ସୁପ୍ରିମୋ ଠିକଣା ସମୟରେ ଠିକ୍ ନିଷ୍ପତି ନେବେ । ଦଳ ଏବେ ସଂଗଠନ ମଜବୁତ୍ କରିବା ଉପରେ ଏବଂ ବଡ ବ୍ୟବଧାନରେ ବିଜୟ ଉପରେ ଫୋକସ୍ ଦେଉଛି । fromContinue reading “ପିପିଲି ଉପନିର୍ବାଚନ ନେଇ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । କହିଲେ, ବିଜେଡି ସୁପ୍ରିମୋ କରିବେ ପ୍ରାର୍ଥୀ ଚୟନ । “
Tag Archives: News
ଟୋକନ ପାଇବା ପରେ ବି ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ । ପ୍ରତିବାଦରେ ପିଲାଛୁଆଙ୍କୁ ମଣ୍ଡିରେ ପାଠ ପଢାଉଛନ୍ତି ଚାଷୀ ।
କନକ ବ୍ୟୁରୋ : ବଣେଇରୁ ଆସିଛି ଧାନମଣ୍ଡିରୁ ଅଭିନବ ପ୍ରତିବାଦର ଚିତ୍ର । ଟୋକନ ପାଇ ମଧ୍ୟ ଧାନ ବିକ୍ରି କରିପାରିଲେନି ଚାଷୀ । ଶେଷରେ ଧାନ ମଣ୍ଡିରେ ଧାନ ବସ୍ତାକୁ ଜଗିବା ସହ ପିଲାଙ୍କୁ ପାଠ ପଢାଉଛନ୍ତି ଚାଷୀ । ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇ ଉପଖଣ୍ଡ ସଦର ମହକୁମାର ବଣାଇ ଲ୍ୟାମ୍ପରୁ । ବଣାଇ ଉପୁରଡା ଗାଁର ଚାଷୀ ଅଶୋକ ସାହୁ ତାଙ୍କର ତିନି ଝିଅଙ୍କୁ ମଣ୍ଡିରେ ବସାଇ ପାଠContinue reading “ଟୋକନ ପାଇବା ପରେ ବି ମଣ୍ଡିରେ ଧାନ ବିକ୍ରି କରିପାରୁନାହିଁ ଚାଷୀ । ପ୍ରତିବାଦରେ ପିଲାଛୁଆଙ୍କୁ ମଣ୍ଡିରେ ପାଠ ପଢାଉଛନ୍ତି ଚାଷୀ ।”
ରେଳ ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ପଦ୍ମନାଭ ବେହେରା । କହିଲେ ଏଥର ରେଳ ବଜେଟ୍ ଓଡିଶା ପାଇଁ ନୈରାଶ୍ୟଜନକ ।
କନକ ବ୍ୟୁରୋ : କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ମିଳିଛି ୫,୫୨୮ କୋଟି । ଏହାକୁ ନୈରାଶ୍ୟଜନକ ବୋଲି କହିଛି ବିଜେଡି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ରାଜ୍ୟ ତରଫରୁ ୭ ହଜାର ୨ଶହ କୋଟି ଟଙ୍କା ଦାବି ଥିଲା । କିନ୍ତୁ ସେ ଅନୁସାରେ ଅର୍ଥ ମିଳିନାହିଁ । ସେଥିରୁ ପୁରୁଣା ଖୋର୍ଦ୍ଧା ବଲାଙ୍ଗୀର ପାଇଁ ୫ ଶହ କୋଟି ଟଙ୍କା ରହିଛି । କେନ୍ଦ୍ର ବଜେଟ ନୈରାଶ୍ୟଜନକ ବୋଲି କହିଛନ୍ତି ବିଜେଡିContinue reading “ରେଳ ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କଲେ ମନ୍ତ୍ରୀ ପଦ୍ମନାଭ ବେହେରା । କହିଲେ ଏଥର ରେଳ ବଜେଟ୍ ଓଡିଶା ପାଇଁ ନୈରାଶ୍ୟଜନକ ।”
ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । କହିଲେ ସରକାରଙ୍କ ଫୋକସ ପଛୁଆ ବର୍ଗ ।
କନକ ବ୍ୟୁରୋ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଲେ ଧର୍ମେନ୍ଦ୍ର । ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । ପଛୁଆ ଲୋକଙ୍କ ବିକାଶ ଆମ ସରକାରର ଫୋକସ ରହିଛି । ତେବେ ଧର୍ମେନ୍ଦ୍ର କହିଛନ୍ତି ସବକା ସାଥ ସବକା ବିଶ୍ୱାସ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ରContinue reading “ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିଭାଷଣ । କହିଲେ ସରକାରଙ୍କ ଫୋକସ ପଛୁଆ ବର୍ଗ ।”
ଚୌରି- ଚୌରା ଶତାବ୍ଦୀ ସମାରୋହ । ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଶହୀଦ୍ ଙ୍କ ବଳିଦାନକୁ ମନେ ରଖିବ ଦେଶ
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସ୍ୱତନ୍ତ୍ରତା ଆନ୍ଦୋଳନର ଐତିହାସିକ ପୀଠ ଚୌରା-ଚୌରି ଘଟଣାର ଶତାବ୍ଦୀ ସମାରୋହର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ସମାରୋହରେ ଯୋଗ ଦେଇ ସେ ଶହୀଦ୍ ଙ୍କ ବଳିଦାନକୁ ଦେଶ ସର୍ବଦା ମନେ ରଖିବ ବୋଲି କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀContinue reading ” ଚୌରି- ଚୌରା ଶତାବ୍ଦୀ ସମାରୋହ । ଭର୍ଚୁଆଲ ଉତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଶହୀଦ୍ ଙ୍କ ବଳିଦାନକୁ ମନେ ରଖିବ ଦେଶ”
ଓଡିଆ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ କଲେ ଅଧ୍ୟକ୍ଷତା । କନିଷ୍ଠ ଓଡିଆ ସାଂସଦ ଭାବେ କଲେ ଅଧ୍ୟକ୍ଷତା ।
କନକ ବ୍ୟୁରୋ : ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ସର୍ବକନିଷ୍ଠ ଓଡିଆ ସାଂସଦ ଭାବେ ସେ ଗୃହରେ ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉପାଧ୍ୟକ୍ଷ ପ୍ୟାନେଲରେ ତାଙ୍କୁ ସାମିଲ କରାଯାଇଥିଲା । ଆଜି ଗୃହରେ ଅଧ୍ୟକ୍ଷତା କରୁଥିବାବେଳେ ଜେଡିଏସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡା, କଂଗ୍ରେସ ନେତା ଦିଗବିଜୟ ସିଂହ ଓ ତୃଣମୂଳ କଂଗ୍ରେସର ଡେରେକ ଓବ୍ରେନ କହିବାର ସୁଯୋଗ ପାଇଥିଲେ । ପୂର୍ବରୁ ପ୍ରସନ୍ନContinue reading “ଓଡିଆ ସାଂସଦ ସସ୍ମିତ ପାତ୍ର ରାଜ୍ୟସଭାରେ କଲେ ଅଧ୍ୟକ୍ଷତା । କନିଷ୍ଠ ଓଡିଆ ସାଂସଦ ଭାବେ କଲେ ଅଧ୍ୟକ୍ଷତା । “
ପିପିଲି ପାଇଁ କମର କଷିଲା ହାତ, ଆରମ୍ଭ ହେଲା ସଜବାଜ । ଉପ ନିର୍ବାଚନ ପାଇଁ ରୁଦ୍ଧଦ୍ୱାର ବୈଠକ ।
କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆଜି ପିପିଲିରେ କଂଗ୍ରେସ କରିଛି ରୁଦ୍ଧଦ୍ୱାର ବୈଠକ । ଏଥିରେ ଉପସ୍ଥିତି ଅଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳ ଓ ଅନ୍ୟାନ୍ୟ ସଦସ୍ୟ । ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନ ହେବାକୁ ଥିବାରୁ କଂଗ୍ରେସ କମର କଷିବା ଆରମ୍ଭ କରିଛି । ସେପଟେ ପିପିଲି ଉପନିର୍ବାଚନ ପାଇଁ ଏବେ ମା ଓ ପୁଅଙ୍କ ନାଁକୁContinue reading “ପିପିଲି ପାଇଁ କମର କଷିଲା ହାତ, ଆରମ୍ଭ ହେଲା ସଜବାଜ । ଉପ ନିର୍ବାଚନ ପାଇଁ ରୁଦ୍ଧଦ୍ୱାର ବୈଠକ ।”
ଖବରକାଗଜରେ ଜମି ନିଲାମ ନେଇ ବିଜ୍ଞାପନ ଦେଇଥିଲେ ବ୍ୟାଙ୍କ ମ୍ୟାନେଜର । ଜମି କିଣିବାକୁ ଟଙ୍କା ଦେବା ପରେ ଠକାମୀର ଶିକାର ହେଲେ ନାବିକ କର୍ମଚାରୀ ।
କନକ ବ୍ୟୁରୋ : ଜାଗା ନିଲାମ ସମ୍ପର୍କରେ ଖବରକାଗଜରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ଏହାକୁ ଭରସା କରି ପ୍ରପର୍ଟି କିଣିବାକୁ ଯାଇ ଠକାମୀର ଶିକାର ହୋଇଛନ୍ତି ଜଣେ ନାବିକ କର୍ମଚାରୀ । ନାବିକ ଭାବେ କାମ କରୁଥିବା ମନୋରଂଜନ ସିଂଙ୍କ ଘର କଟକ ଜିଲ୍ଲା ଟାଙ୍ଗି ଥାନା ଅଂଚଳରେ । ଚୌଦ୍ୱାର ବଜାର ନିକଟସ୍ଥ ରାଜପଥ ପାଖରେ ଏକ ଜମିର ନିଲାମ ସମ୍ପର୍କରେ ଜାଗମରାର ଭୁବନେଶ୍ୱରର ଏକ ବ୍ୟାଙ୍କ ମ୍ୟାନେଜରଙ୍କ ପକ୍ଷରୁ ଖବରକାଗଜରେ ଏକ ବିଜ୍ଞାପନContinue reading “ଖବରକାଗଜରେ ଜମି ନିଲାମ ନେଇ ବିଜ୍ଞାପନ ଦେଇଥିଲେ ବ୍ୟାଙ୍କ ମ୍ୟାନେଜର । ଜମି କିଣିବାକୁ ଟଙ୍କା ଦେବା ପରେ ଠକାମୀର ଶିକାର ହେଲେ ନାବିକ କର୍ମଚାରୀ ।”
ବାଡି ଭିତରେ କଟା ପାପୁଲି । ଯାଜପୁର କୁଆଖିଆରୁ ମିଳିଲା କଟା ପାପୁଲି ।
କନକ ବ୍ୟୁରୋ : ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ରସୁଲପୁର ବ୍ଲକ ସିଙ୍ଗାପୁର ପଞ୍ଚାୟତ ବ୍ରାହ୍ମଣବାଡ଼ ଗ୍ରାମର ଦେବାଶିଷ ବେହେରାଙ୍କ ବାଡ଼ିରେ ଏକ କଟା ପାପୁଲି ଚିହ୍ନଟ ହୋଇଛି । ଆଜି ସକାଳୁ ପରିବାରର ମହିଳା ସଦସ୍ୟ ଏହାକୁ ଦେଖିବାକୁ ପାଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପାପୁଲି ଦେଖିବା ପାଇଁ ଗ୍ରାମର ଲୋକମାନେ ରୁଣ୍ଡ ହୋଇଛନ୍ତି । ଏହା ଏକ ପୁରୁଷର ହାତ ବୋଲି ଅନୁମାନ କରାଯାଉଛି । କୁଆଖିଆ ପୁଲିସକୁ ଏନେଇ ଖବରContinue reading “ବାଡି ଭିତରେ କଟା ପାପୁଲି । ଯାଜପୁର କୁଆଖିଆରୁ ମିଳିଲା କଟା ପାପୁଲି ।”
ବଜେଟ୍ ପରେ ଲୋକଙ୍କ ଉପରେ ମହଙ୍ଗା ମାଡ । ବଢିଲା ରୋଷେଇ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ ଦର
କନକ ବ୍ୟୁରୋ : କିଛି ଦିନର ସ୍ଥିରତା ପରେ ଗୁରୁବାର ପୁଣି ପେଟ୍ରୋଲ, ଡିଜେଲ ଓ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ହୋଇଛି । ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ୩୫ ପଇସା ଲେଖାଏଁ ବଢିଥିବା ବେଳେ ପ୍ରତି ଏଲପିଜି ସିଲିଣ୍ଡର ଉପରେ ଦାମ ୩୫ ଟଙ୍କା ବୃଦ୍ଧି ପାଇଛି । ସୂଚନା ଥାଉକି ବଜେଟ୍ ରେ ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଯାଇଛି । କିନ୍ତୁ ସରକାର କହିଛନ୍ତିContinue reading “ବଜେଟ୍ ପରେ ଲୋକଙ୍କ ଉପରେ ମହଙ୍ଗା ମାଡ । ବଢିଲା ରୋଷେଇ ଗ୍ୟାସ୍, ପେଟ୍ରୋଲ୍ ଓ ଡିଜେଲ ଦର”