ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ ।

କନକ ବ୍ୟୁରୋ : ରାସ୍ତା ନ ଥିବାରୁ ଗର୍ଭବତୀଙ୍କ ଘର ନିକଟକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କି.ମି ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ । ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ମାଘୁମୁଣ୍ଡା ଗାଁରୁ ଜନନୀ ଯନ୍ତ୍ରଣାର ଏହି ଖବର ଆସିଛି । ରାସ୍ତା ନଥିବାରୁ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ତେଣୁ ଡାକ୍ତରଖାନାରେ ପହଞ୍ଚିବାର ଆଗରୁ ରାସ୍ତାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ଜଣେContinue reading “ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ନବଜାତ ଶିଶୁ ଓ ମାଆଙ୍କୁ ଷ୍ଟ୍ରେଚରରେ ଧରି ଅଢେଇ କିଲୋମିଟର ଚାଲିଲେ ଆମ୍ବୁଲାନ୍ସ କର୍ମଚାରୀ ।”

ପୋଲିଓ ଖାଇ ୨୦ ଦିନର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ତିନି ଝିଅ ପରେ ହୋଇଥିଲା ପୁଅ । ଅଧାରେ ରହିଲା ଏକୋଇର ବୋଳା ବିଶିକେଶନର ଏକୋଇଶିଆ । ରାଜନଗରରୁ ଆସିଲା ଆଖିଭିଜା ଘଟଣା…

କନକ ବ୍ୟୁରୋ: ଏ ଧର୍ଯ୍ୟହରା କାନ୍ଦ, ଛାତିଫଟା ଚିକ୍ରାର, ବେଦନା ଭରା ଲୁହ ଆଉ ମାଟିରେ ମୁଣ୍ଡପିଟି ଭାଗ୍ୟ ଭଗବାନକୁ ଧିକାର କରୁଥିବା ଏ ମାଆର ଲୁହ ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ, ଏ କାହାଣୀ ଶୁଣିଲା ପରେ ଆପଣ ବି କହିବେ ହାଏରେ ବିଧାତା ତୁ ଏ କି କଲୁ… ଲକ୍ଷେ ଶିବ ପୂଜି ପାଇଥିଲା ପୁଅ । ୧୨ ଓଷା, ୧୩ ବ୍ରତ ପରେ ମାଆ କୋଳକୁContinue reading “ପୋଲିଓ ଖାଇ ୨୦ ଦିନର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ତିନି ଝିଅ ପରେ ହୋଇଥିଲା ପୁଅ । ଅଧାରେ ରହିଲା ଏକୋଇର ବୋଳା ବିଶିକେଶନର ଏକୋଇଶିଆ । ରାଜନଗରରୁ ଆସିଲା ଆଖିଭିଜା ଘଟଣା…”

ବାର୍ଡ ଫ୍ଲୁ ଆତଙ୍କ । ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା

କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା । ଦିଲ୍ଲୀ ସେଣ୍ଟ୍ରାଲର ଜିଲ୍ଲାପାଳ ଅନିଶ୍ଚିତ କାଳ ପାଇଁ ଲାଲକିଲ୍ଲାକୁ ବନ୍ଦ ଘୋଷଣା କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଥିବା ହେତୁ ପ୍ରଶାସନ ଏଭଳ ନିଷ୍ପତ୍ତି ନେଇଛି । କିଛି ଦିନ ତଳେ ଏଠାରେ କିଛି କାଉ ଏବଂ ବତକ ମରି ପଡିଥିବା ଦେଖିବାକୁ ମିଳିଥିଲା । ଏହାପରେ ସେମାନଙ୍କ ଯାଞ୍ଚ କରାଯାଇଥିଲା । ଯାହାର ରିପୋର୍ଟରେ ବାର୍ଡ ଫ୍ଲୁର ଭୂତାଣୁContinue reading “ବାର୍ଡ ଫ୍ଲୁ ଆତଙ୍କ । ସାଧାରଣ ଲୋକଙ୍କ ପାଇଁ ବନ୍ଦ ହେଲା ଲାଲକିଲ୍ଲା”

ସରକାରୀ କମ୍ପାନୀରେ ବିନିବେଶ କରିବେ ସରକାର । ବିକ୍ରି ହୋଇପାରେ ଏହି ସବୁ କମ୍ପାନୀ

କନକ ବ୍ୟୁରୋ : କରୋନା କାଳରେ ସଂସଦରେ ଉପସ୍ଥାପିତ ହୋଇଯାଇଛି ବଜେଟ । ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ବିନିବେଶ କରିବା ପାଇଁ ସରକାର ଚିନ୍ତା କରିଛନ୍ତି । ଏହି ବିନିବେଶ ଗତ ବର୍ଷ ତୁଳନାରେ ୩୫ ହଜାର କୋଟି ଟଙ୍କା କମContinue reading “ସରକାରୀ କମ୍ପାନୀରେ ବିନିବେଶ କରିବେ ସରକାର । ବିକ୍ରି ହୋଇପାରେ ଏହି ସବୁ କମ୍ପାନୀ”

ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ଶୁଣିଲାନି ପୁଲିସ, ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ ।

କନକ ବ୍ୟୁରୋ : ପୁଲିସ ବିରୋଧରେ ପକ୍ଷପାତିିତା ଅଭିଯୋଗ ଆଣି ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । କେନ୍ଦ୍ରାପଡା ରାଜକନିକା ଥାନା ହାଟସାହି ଗାଁର ମାନିନି ସାହାଣୀ ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ହେଲେ କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ପୁଲିସ । ଫଳରେ ଥାନା ଆଗରେ ଦେହରେ କିରୋସିନ ଢାଳି ଆତ୍ମହୂତି ଉଦ୍ୟମ କଲା ବେଳେ ତାଙ୍କୁ ଅଟକାଇଛି ପୁଲିସ । ଜମି ବାଡି ବିବାଦ ଲାଗିରହିଥିବାରୁ ମାନିନୀContinue reading “ଥାନା ଆଗରେ ମହିଳାଙ୍କ ଆତ୍ମହୂତି ଉଦ୍ୟମ । ଜମି ବାଡି ବିବାଦକୁ ନେଇ ଥାନାରେ ଅଭିଯୋଗ କରିିଥିଲେ ମହିଳା । ଶୁଣିଲାନି ପୁଲିସ, ଥାନା ଆଗରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ ।”

ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ଦୁଇ ଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚିଛନ୍ତି 

କନକ ବ୍ୟୁରୋ : ପ୍ରଥମ ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ। ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଆସି ପହଞ୍ଚିବା ପରେ ବିମାନ ବନ୍ଦରରେ ତାଙ୍କୁ ଆରଏସପି ସିଇଓ ଦୀପକ ଛଟରାଜ, ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ଓ ଅଫିସର ସଂଘର ସଭାପତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ୧୯୮୪ ମସିହାରେ ରାଉରକେଲା ଏନଆଇଟିରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ବି.ଟେକ ପାସ କରିଥିଲେ ସୋମା ମଣ୍ଡଳ। ସେଲରେContinue reading “ରାଉରକେଲା ଗସ୍ତରେ ‘ସେଲ୍’ର ପ୍ରଥମ ମହିଳା ଅଧ୍ୟକ୍ଷା ସୋମା ମଣ୍ଡଳ । ଦୁଇ ଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ଚିଛନ୍ତି “

ଝାଡଖଣ୍ଡରେ ସବୁଠୁ ବଡ ସାଇବର ଠକେଇ ! ଚୁଟକିରେ ଚଳୁ ହୋଇଗଲା ୧୦ କୋଟି ଟଙ୍କା

କନକ ବ୍ୟୁରୋ : ଆଜିକାଲି ସାଇବର ଠକେଇକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । କୋଉଠି ମୋବାଇଲରେ ଫ୍ରି ଡାଟା ଦେବା କଥା କହି ଠକୁଛନ୍ତି ଆଉ କେଉଁଠି ହ୍ୱାଟ୍ସଆପ୍ ଏବଂ ଫେସବୁକରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଲୁଟୁଛନ୍ତି । ସେହିଭଳି ଝାଡଖଣ୍ଡରୁ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଝାଡଖଣ୍ଡର ସବୁଠୁ ବଡ ସାଇବର ଠକେଇ ବୋଲି ଜଣାପଡୁଛି । ସୂଚନା ମୁତାବକ, ଝାରଖଣ୍ଡର ରୁପୟା ଜିଲ୍ଲାରେ ଏକ ବ୍ୟାରେଜ୍ ନିର୍ମାଣ ଚାଲିଛିContinue reading “ଝାଡଖଣ୍ଡରେ ସବୁଠୁ ବଡ ସାଇବର ଠକେଇ ! ଚୁଟକିରେ ଚଳୁ ହୋଇଗଲା ୧୦ କୋଟି ଟଙ୍କା”

ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସର ବିରୋଧ । ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ବାହାରିଲା ଶଗଡ ରାଲି । 

କନକ ବ୍ୟୁରୋ : ପେଟ୍ରୋଲ ଡିଜେଲ ଦର ଅହେତୁକ ବୃଦ୍ଧିକୁ ରାଜ୍ୟ କଂଗ୍ରେସର ବିରୋଧ । ତେଲ ଦର ବୃଦ୍ଧି ଓ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନେତୃତ୍ୱରେ ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ଶଗଡ଼ ରାଲି ବାହାରିଛି । ଏହି ରାଲି ଯୁବ କଂଗ୍ରେସର ବହୁ କର୍ମୀ ସାମିଲ ଥିଲେ । ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ହୁ ହୁContinue reading “ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟ କଂଗ୍ରେସର ବିରୋଧ । ପାୱାର ହାଉସ ଛକରୁ ରାଜଭବନ ପର୍ଯ୍ୟନ୍ତ ବାହାରିଲା ଶଗଡ ରାଲି । “

ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ କେଉଁଠି ପକାଇଥିଲା ରାକେଶ ? ପୁଲିସ ଗାଡିରେ ବସି ଘଟଣାସ୍ଥଳକୁ ଗଲା ଅଭିଯୁକ୍ତ । ମୃତଦେହ ପଡିଥିବା ସ୍ଥାନ ଚିହ୍ନାଇଲା

କନକ ବ୍ୟୁରୋ : ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଭିଯୁକ୍ତ ରାକେଶକୁ ନେଇଛି ପୁଲିସ । କୁଆଖିଆ ଥାନା ଦିଆଲଖଣ୍ଡି ଅଂଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ରାକେଶକୁ ପୁଲିସ ଗାଡିରୁ ଓହ୍ଲାଇବାକୁ ଦେଇନଥିଲା । ଗାଡି ଭିତରେ ବସି ମୃତଦେହ ପଡିଥିବା ଜାଗାକୁ ଦୂରରେ ଚିହ୍ନଟ କଲା ଅଭିଯୁକ୍ତ । ଯାଗା ଚିହ୍ନଟ ପରେ ରାକେଶକୁ ପୁଣି ଥାନାକୁContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତଦେହ କେଉଁଠି ପକାଇଥିଲା ରାକେଶ ? ପୁଲିସ ଗାଡିରେ ବସି ଘଟଣାସ୍ଥଳକୁ ଗଲା ଅଭିଯୁକ୍ତ । ମୃତଦେହ ପଡିଥିବା ସ୍ଥାନ ଚିହ୍ନାଇଲା”

ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସମନ୍ଥନ, ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଦାବି କଲେ ସ୍ଥାନୀୟ ନେତା ।

କନକ ବ୍ୟୁରୋ : ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ । ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା । ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି ,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡାନ୍ତ କରିବେ ସେ ସମର୍ଥନ କରିବେ । ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଛନ୍ତିContinue reading “ପିପିଲି ପାଇଁ ବିଜେଡିର ପ୍ରାର୍ଥୀ ଖୋଜା । ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ମାନସମନ୍ଥନ, ମହାରଥୀଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଦାବି କଲେ ସ୍ଥାନୀୟ ନେତା ।”

Design a site like this with WordPress.com
Get started