କନକ ବ୍ୟୁରୋ : କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ । ବସ ଟର୍ମିନାଲ ପାଇଁ ଚିହ୍ନଟ ଜମିରୁ କିଛି ଅଂଶ ମନ୍ଦିର ଜମି ରହିଛି । ଚିହ୍ନଟ ମନ୍ଦିର ଜମି ଉପରେ ସ୍ଥିତାବସ୍ଥା ଜାରି କଲେ କୋର୍ଟ । ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି । ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା । କଟକର ଖାନନଗର ଠାରେContinue reading “କଟକ ଖାନନଗର ନେତାଜୀ ବସ ଟର୍ମିନାଲ ନିର୍ମାଣ ପ୍ରସଙ୍ଗ । ନିର୍ମାଣ କାର୍ଯ୍ୟରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।”
Tag Archives: News
୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି ।
କନକ ବ୍ୟୁରୋ : ୧୦୮ ଆମ୍ବୁଲାନ୍ସ ସେବାକୁ ଫେକ୍ କଲ । ଜରୁରୀକାଳୀନ ସେବା ପାଇଁ ଉଦ୍ଦିଷ୍ଟ ଥିବା ୧୦୮ ମାଗଣା ଆମ୍ବୁଲାନ୍ସ ସେବାର କଲ ସେଣ୍ଟରକୁ ଏବେ ଏଭଳି ଫେକ୍ କଲ ଆସିବାରେ ଲାଗିଛି । ଏହି ଜରୁରୀକାଳୀନ ନମ୍ବର ଏବେ କିଛି ଅସାମାଜିକ ଯୁବକଙ୍କ ପାଇଁ ପାଲଟିଛି ମଜା ଓ ଟାଇମପାସର ମାଧ୍ୟମ । ୧୦୮ ନମ୍ବରରେ ଲଗାତାର କଲ କରି କର୍ମଚାରୀଙ୍କୁ ହଇରାଣ କରିବା ସହ କରୁଛନ୍ତି ପ୍ରେମ ନିବେଦନ । ପ୍ରାୟତଃContinue reading “୧୦୮ ଆମ୍ବୁଲାନ୍ସ କଲସେଣ୍ଟରକୁ ଆସୁଛି ଫେକ୍ କଲ । କିଏ ପ୍ରେମ ନିବେଦନ କରୁଛି ତ ପୁଣି କିଏ ପ୍ରେମ କାହାଣୀ ଶୁଣାଉଛି । “
ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ
କନକ ବ୍ୟୁରୋ : ପ୍ରଥମେ ସେସୁ । ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାଵାର କମ୍ପାନି ହାତେଇଛି । ଗୋଟିକ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଣ୍ଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ ପ୍ରକ୍ରିୟାରେ ନେସ୍କୋ କମ୍ପାନିର ୫୧% ଅଂଶଧନକୁ ଟାଟା ପାଓ୍ୱାର କିଣିବାରେ ସଫଳ ହୋଇଛି । ଫଳରେ ସମଗ୍ରContinue reading “ପ୍ରଥମେ ସେସୁ…ପରେ ସାଉଥକୋ ଓ ୱେସକୋ : ଏବେ ନେସ୍କୋକୁ ବି ଟାଟା ପାଓ୍ୱାର ହାତରେ”
ରାଜ୍ୟକୁ ପୁଣି ଫେରିଛି ଶୀତ : ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ; ଜି.ଉଦୟଗିରି ଓ ଫୁଲବାଣୀରେ ୪.୫ଡିଗ୍ରୀ ତାପମାତ୍ରା ରେକର୍ଡ
କନକ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିଛି ଶୀତ । ୧୦ଟି ସ୍ଥାନରେ ରହିଛି ୧୦ ଡ଼ିଗ୍ରୀ ତଳେ ତାପମାତ୍ରା । କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ଏବଂ ଫୁଲବାଣୀରେ ୪ ଦଶମିକ ୫ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ କରାଯାଇଛି । ଦାରିଙ୍ଗବାଡ଼ିରେ ୭ ଦଶମିକ ୫, ବଲାଙ୍ଗୀରରେ ୭ ଦଶମିକ ୮, ଅନୁଗୁଳରେ ୯ ଦଶମିକ ୬, ବାରିପଦାରେ ୯ ଦଶମିକ ୬, ଝାରସୁଡ଼ା-କେନ୍ଦୁଝରରେ ୮ ଦଶମିକ ୨, ଭବାନୀପାଟଣାରେ ୮ ଦଶମିକ ୫, ସୋନପୁରରେContinue reading “ରାଜ୍ୟକୁ ପୁଣି ଫେରିଛି ଶୀତ : ୧୦ଟି ସ୍ଥାନରେ ପାରଦ ୧୦ଡିଗ୍ରୀ ତଳେ; ଜି.ଉଦୟଗିରି ଓ ଫୁଲବାଣୀରେ ୪.୫ଡିଗ୍ରୀ ତାପମାତ୍ରା ରେକର୍ଡ”
ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।
କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ପୋଲିସ । ମାଓ ଯୋଜନା ହେଲା ପଣ୍ଡ । ମାଓବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଛତିଶଗଡ଼ ସୀମାନ୍ତର ସୁକମା ଅନ୍ତର୍ଗତ ନିପ୍ସା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଂଜିଥିଲେ ୨ଟି ଲ୍ୟାଣ୍ଡମାଇନ । ମାଓ ଦମନ ପାଇଁ ୨୦୬ ବାଟାଲିଅନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବାର ସନ୍ଧାନ ପାଇଥିଲେ ।Continue reading “ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।”
ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ ।
କନକ ବ୍ୟୁରୋ : ବହୁଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା କରାଯାଉଛି । ସେଦିନ ଝରାଫୁଲ ସାଥିରେ କ’ଣ ଘଟିଥିଲା ଏନେଇ ରାକେଶକୁ ଜେରା କରୁଛନ୍ତି ଏସଡିପିଓ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ଅଭିଯୁକ୍ତ ରାକେଶକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ରିମାଣ୍ଡ ପାଇବା ପରେ ରାକେଶକୁ ଆଣିବା ପାଇଁ ସକାଳୁ ଯାଜପୁରContinue reading “ଫିଟିବ ଝରାଫୁଲ ମୃତ୍ୟୁ ରହସ୍ୟ । ଅଭିଯୁକ୍ତ ରାକେଶକୁ ଆଣି ଗେଷ୍ଟ ହାଉସରେ ସିନ୍ ରି-କ୍ରିଏସନ୍ କରିପାରେ ପୋଲିସ । “
କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ
କନକ ବ୍ୟୁରୋ : ଚଳିତ ବର୍ଷ କେନ୍ଦ୍ରୀୟ ଟିକସରେ ଅଂଶ ପ୍ରାୟ ୧୦,୮୪୦ କୋଟି ଟଙ୍କା ହ୍ରାସ ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶ ସାମ୍ନାରେ ଯେଉଁ ବଜେଟ୍ ରଖିଛନ୍ତି, ତାହା ସୂଚାଇ ଦେଉଛି ଯେ ଓଡ଼ିଶା ଆସନ୍ତାବର୍ଷ ମଧ୍ୟ ଆକଳନ ଠାରୁ ପାଖାପାଖି ୩ ହଜାର କୋଟି ଟଙ୍କା କମ୍ ପାଇବ । ଏହି ପରିମାଣ ବଢ଼ିପାରେ । ରାଜ୍ୟ ଆଶା କରୁଥିଲା ଆସନ୍ତାବର୍ଷ ୩୩ହଜାର କୋଟି ଟଙ୍କା କେନ୍ଦ୍ରୀୟContinue reading “କେନ୍ଦ୍ର ବଜେଟରେ କ୍ଷତି ସହିବ ଓଡିଶା : କେନ୍ଦ୍ରୀୟ ଟିକସରେ ଅଂଶ କମିବା ଯୋଗୁଁ ୧୦ ହଜାର ୮୪୦ କୋଟିର ପଡିବ ବୋଝ”
ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା
ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ମହିଳା ସାଇବର ଠକଙ୍କ ଜାଲରେ ଫସି ୭୫ ହଜାର ଟଙ୍କା ହରାଇଛନ୍ତି । ମାଗଣା ଡାଟା ମିଳିବା ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି ବଡ଼ଧରଣର ଠକାମିର ଶିକାର ହୋଇଛନ୍ତି। ଏ ନେଇ ଆଜି ଭରତପୁର ଥାନା ଓ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ହୋଇଛି । ଠକାମିର ଶିକାର ହୋଇଥିବା ମହିଳା ହେଲେ ଟ୍ବିଙ୍କିଲ୍ ରଥ । ସେ ଭରତପୁର ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥବିହାର କଲୋନିରେ ରହୁଛନ୍ତି।Continue reading “ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା”
ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା : ଅବସରକାଳୀନ ଦେୟ ମିଳୁନଥିବା ଅଭିଯୋଗରେ ବରିଷ୍ଠ ନାଗରିକଙ୍କ ଧାରଣା
କନକ ବ୍ୟୁରୋ : ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା । ଅବସର କାଳୀନ ଦେୟ ମିଳୁନଥିବା ଅଭିଯୋଗ କରି ବରିଷ୍ଠ ନାଗରିକମାନେ ଏହି ଧାରଣାରେ ବସିଛନ୍ତି । ୨୦୧୨ରୁ ୨୦୨୦ ମଧ୍ୟରେ ଅବସର କରିଥିବା କର୍ମଚାରୀ ମଧ୍ୟ ତାଙ୍କ ହକ ପାଇନଥିବା ଅଭିଯୋଗ ଆଣିଛନ୍ତି ସଚିନ୍ଦ୍ରାନନ୍ଦ ସାମନ୍ତରାୟ । ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଦେୟ ନଦେବା ଯାଏ ଏହି ଧାରଣା ଜାରି ରହିବ ବୋଲିContinue reading “ଓଡିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ ଅଫିସ ଆଗରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଧାରଣା : ଅବସରକାଳୀନ ଦେୟ ମିଳୁନଥିବା ଅଭିଯୋଗରେ ବରିଷ୍ଠ ନାଗରିକଙ୍କ ଧାରଣା”
ଜଳିଗଲା ଛିଡା ହୋଇଥିବା କାର : ଅଗ୍ନିଶମ ବାହିନୀ ପହଂଚି ନିଆଁକୁ କଲେ ଆୟତ
କନକ ବ୍ୟୁରୋ : ଜଳିଗଲା ଛିଡା ହୋଇଥିବା କାର । ରାଉରକେଲା ଡେଲି ମାର୍କେଟର ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଏକ କାରର ଦିନ ଦିପହରେର ନିଆଁ ଲାଗିଯାଇଥିଲା । ପେଟ୍ରୋଲ ପମ୍ପ କର୍ମଚାରୀ ଓ ଉପସ୍ଥିତ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ବେଳକୁ କାର ସଂପୂର୍ଣ୍ଣ ଜଳି ସାରିଥିଲା । ସେପଟେ ବାରିପଦା ସହର ବାଘଡା ରୋଡ ଅଂଚଳ ମନ୍ତ୍ରୀ ଛକରେContinue reading “ଜଳିଗଲା ଛିଡା ହୋଇଥିବା କାର : ଅଗ୍ନିଶମ ବାହିନୀ ପହଂଚି ନିଆଁକୁ କଲେ ଆୟତ”