କନକ ବ୍ୟୁରୋ: ଭାରତରେ କୋଭିଡ୍ ମହାମାରୀର ୧ ବର୍ଷ ପୂର୍ତ୍ତି ହୋଇଛି। ଗତବର୍ଷ ୩୦ ଜାନୁଆରିରେ ଦେଶରେ ପ୍ରଥମ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ଏହାର ଠିକ୍ ବର୍ଷକ ପରେ ସ୍ଥିତି ସନ୍ତୋଷଜନକ ରହିଥିବା ସରକାରୀ ତଥ୍ୟରୁ ଜଣାଯାଇଛି। ଏହି ବର୍ଷକ ଭିତରେ ଦେଶରେ ମୋଟ କୋଟିଏ ୭ ଲକ୍ଷ ନାଗରିକ ଏହି ମହାମାରୀ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ଭିତରୁ ପ୍ରାୟ କୋଟିଏ ୪ ଲକ୍ଷ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗContinue reading “ଦେଶରେ ପ୍ରଥମ କରୋନା ସଂକ୍ରମଣକୁ ପୁରିଲା ବର୍ଷେ: ବର୍ଷକ ଭିତରେ ସଂକ୍ରମିତ ହୋଇଛନ୍ତି ୧ କୋଟି ୭ ଲକ୍ଷ ନାଗରିକ, ସୁସ୍ଥ ହେଲେଣି ୧କୋଟି ୪ଲକ୍ଷ”
Tag Archives: News
ପଶ୍ଚିମବଙ୍ଗରେ ତେଜିଲା ଦଳବଦଳ ରାଜନୀତି: ଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ, ମମତାଙ୍କୁ ଶକ୍ତ ଝଟକା
କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ସରଗରମ ହେଉଛି । ତୃଣମୂଳ କଂଗ୍ରେସର ୩ ବିଦ୍ରୋହୀ ବିଧାୟକଙ୍କ ସମେତ ୫ ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୫ ଜଣ ଟିଏମସି ନେତା ପଦ୍ମଦଳରେ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି, ମମତା ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିଧାୟକ ରାଜୀବ ବାନାର୍ଜୀ ଓ ଟିଏମସିରୁ ବହିଷ୍କୃତ ନେତା ପ୍ରବୀର ଘୋଷାଲ,Continue reading “ପଶ୍ଚିମବଙ୍ଗରେ ତେଜିଲା ଦଳବଦଳ ରାଜନୀତି: ଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ, ମମତାଙ୍କୁ ଶକ୍ତ ଝଟକା”
ଚାକିରି ଛାଡିଲେ, ଡାଏରୀ ଫାର୍ମ କଲେ । ନିଜେ ଆତ୍ମନିର୍ଭର ହେବା ସହ ୨୦ ଜଣଙ୍କୁ ଦେଇପାରିଛନ୍ତି ରୋଜଗାର
ଉଚ୍ଚଶିକ୍ଷା ଲାଭ କରି ବେଙ୍ଗାଲୁରୁ ଓ ଦୁବାଇରେ ଚାକିରି କରୁଥିବା ୨ଜଣ ଯୁବକ ନିଜ ମା’ ମାଟି ଓ ଗୋମାତାର ସେବା କରିବା ନିଶାରେ ଚାକିରି ଛାଡ଼ି ଏବେ ଜୟପୁର ମୁହାଁ। ଡାଏରୀ ଫାର୍ମ କରି ଅନ୍ୟଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ଦୁଇବନ୍ଧୁ। ସୂଦୁର ବାଙ୍ଗାଲୁୁରୁରେ ରହି ସୁଦ୍ଧା ଏମାନଙ୍କୁ ସହଯୋଗ କରି ଆସୁଛନ୍ତି ଆଉ ଜଣେ ବନ୍ଧୁ। କୋରାପୁଟ ଜିଲ୍ଲାର ଏହି ଦୁଇ ଉଚ୍ଚଶିକ୍ଷିତ ଯୁବକ ବଡ଼ ଚାକିରି, ସମ୍ମାନ, ବଡ ସହରରେ ରହିବା ନିଶାContinue reading “ଚାକିରି ଛାଡିଲେ, ଡାଏରୀ ଫାର୍ମ କଲେ । ନିଜେ ଆତ୍ମନିର୍ଭର ହେବା ସହ ୨୦ ଜଣଙ୍କୁ ଦେଇପାରିଛନ୍ତି ରୋଜଗାର”
ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ ପରେ ନିଜ ତଣ୍ଟି କାଟିଲା ଯୁବକ: କାରଣ ଅସ୍ପଷ୍ଟ, ନୟାଗଡ ଶରଣକୁଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ; ଗୁରୁତର ଅବସ୍ଥାରେ ଦୁହେଁ ମେଡିକାଲରେ ଭର୍ତ୍ତି
କନକ ବ୍ୟୁରୋ: ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ କରି ନିଜ ବେକ କାଟିଦେଲେ ଯୁବକ । ନୟାଗଡ ଜିଲ୍ଲା ଶରଣକୁଳ ଥାନା ଗୋଡିପଡା ଗାଁରେ ଏହି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଶିକ୍ଷୟିତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରକୁ ସ୍ଥାନନାନ୍ତର କରାଯାଇଛି । ସୂଚନା ଅନୁୁସାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ନିକଟ ଆଲୁପାଟଣା ଗାଁର ଲିଲିମା ବେହେରା ୮ ବର୍ଷ ହେଲା ଗୋଡିପଡା ସର୍ଦ୍ଦାର ପଟେଲContinue reading “ଶିକ୍ଷୟିତ୍ରୀଙ୍କୁ ଛୁରା ମାଡ ପରେ ନିଜ ତଣ୍ଟି କାଟିଲା ଯୁବକ: କାରଣ ଅସ୍ପଷ୍ଟ, ନୟାଗଡ ଶରଣକୁଳ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ; ଗୁରୁତର ଅବସ୍ଥାରେ ଦୁହେଁ ମେଡିକାଲରେ ଭର୍ତ୍ତି”
ଆଜିଠୁ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ: ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ଯାଏଁ ଦିଆଯିବନି ଟିକା; ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା
କନକ ବ୍ୟୁରୋ: ରାଜ୍ୟରେ ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆଜିଠୁ ୩ ଦିନ କୋଭିଡ ଟିକାକରଣ ବନ୍ଦ ରହିବ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି୨ ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧୬ତାରିଖଠାରୁ ୩ଦିନ ବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଥିଲା। ମାତ୍ର ଦେଶବ୍ୟାପୀ କରୋନା ଟିକାକରଣ ଆରମ୍ଭContinue reading “ଆଜିଠୁ ୩ଦିନ ବନ୍ଦ ରହିବ କୋଭିଡ୍ ଟିକାକରଣ: ପଲସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଫେବ୍ରୁଆରି ୨ ଯାଏଁ ଦିଆଯିବନି ଟିକା; ରାଜ୍ୟର ୪୧ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ପୋଲିଓ ବୁନ୍ଦା”
ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । ଖଣିର ନିର୍ଦ୍ଦେଶକଙ୍କୁ ଡିମାଣ୍ଡ ନୋଟିସ ପଠାଇଲେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ
କନକ ବ୍ୟୁରୋ: ବେଆଇନ ଖଣି ଖନନ ପାଇଁ ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି । ୨୫ ଜାନୁୟାରୀରେ ଡିମାଣ୍ଡ ନୋଟିସ୍ ଜାରି କରାଯାଇଛି । ଏହିContinue reading “ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର ଜରିମାନା । ଖଣିର ନିର୍ଦ୍ଦେଶକଙ୍କୁ ଡିମାଣ୍ଡ ନୋଟିସ ପଠାଇଲେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକ”
ସଚ୍ଚୋଟ ଦେଶରେ କିଏ ଆଗରେ କିଏ ପଛରେ? ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ଜାଣନ୍ତୁ ଭାରତର ସ୍ଥାନ କେଉଁଠି?
କନକ ବ୍ୟୁରୋ : ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ସଚ୍ଚୋଟ ଦେଶରେ କେଉଁ ଦେଶ ସବୁଠାରୁ ଆଗରେ ରହିଛି । ଆଉ କେଉଁ ଦେଶ ଦୁର୍ନୀତିରେ ବୁଡି ରହିଛି ତାହା ଏହି ଲିଷ୍ଟ ଦେଖିଲେ ଜଣାପଡିବ । ଏହି ତାଲିକା ଜାରି କରିଛି ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ । ତେବେ ଏହି ତାଲିକା ଜାରି ହେବା ପରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା ଭାରତ ଏହି ତାଲିକାରେ କେତେ ନମ୍ବରରେ ରହିଛି । ଟ୍ରାନ୍ସପରେନ୍ସିContinue reading “ସଚ୍ଚୋଟ ଦେଶରେ କିଏ ଆଗରେ କିଏ ପଛରେ? ଜାରି ହେଲା ସଚ୍ଚୋଟ ଦେଶର ତାଲିକା । ଜାଣନ୍ତୁ ଭାରତର ସ୍ଥାନ କେଉଁଠି?”
ଭାରତୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ତଦନ୍ତ କରିବ ଇସ୍ରାଏଲ । ନୂଆଦିଲ୍ଲୀ ଆସୁଛନ୍ତି ଫୋନ ବମ ଓ ବିଷ ଛୁଞ୍ଚିକୁ ହତିଆର କରୁଥିବା ଗୁଇନ୍ଦା ସଂସ୍ଥା ‘ମୋସାଦ’ ।
କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣାକୁ ଗୁରୁତର ସହ ନେଇଛି ଇସ୍ରାଏଲ । ଏନଆଇଏ, ଏନଏସଜି ଓ ସ୍ପେଶାଲ ସେଲ୍ ଘଟଣାର ଯାଞ୍ଚ କରୁଥିବା ବେଳେ ଇସ୍ରାଏଲ ତଦନ୍ତକାରୀ ସଂସ୍ଥା ‘ମୋସାଦ’ ମଧ୍ୟ ଏହି ଯାଞ୍ଚରେ ସାମିଲ ହେବ । କୁହାଯାଏ ମୋସାଦ ବିଶ୍ୱର ସବୁଠୁ ଦୁର୍ଦ୍ଦଶ ଗୁଇନ୍ଦା ସଂସ୍ଥା । ଯେଉଁ ଦେଶରେ ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୁଏ ଏହି ଏଜେନ୍ସି ସେଠାରେ ଗୁପ୍ତ ଭାବରେ ପହଞ୍ଚିContinue reading “ଭାରତୀୟ ତଦନ୍ତକାରୀ ସଂସ୍ଥା ସହ ମିଳିତ ଭାବେ ତଦନ୍ତ କରିବ ଇସ୍ରାଏଲ । ନୂଆଦିଲ୍ଲୀ ଆସୁଛନ୍ତି ଫୋନ ବମ ଓ ବିଷ ଛୁଞ୍ଚିକୁ ହତିଆର କରୁଥିବା ଗୁଇନ୍ଦା ସଂସ୍ଥା ‘ମୋସାଦ’ ।”
ତାମିଲନାଡୁରେ ଏକାଠି ଲଢିବେ ବିଜେପି ଆଉ ଏଆଇଏଡିଏମକେ । ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା
କନକ ବ୍ୟୁରୋ: ତାମିଲନାଡୁରେ ସାଥୀ ହୋଇ ଲଢିବେ ବିଜେପି ଆଉ ଏଆଇଏଡିଏମକେ । ତାମିଲାନାଡୁ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଶନିବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ବିଜେପିି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ନଡ୍ଡା ଏବେ ଦିନିକିଆ ଗସ୍ତରେ ତାମିଲାନାଡୁ ଯାଇଛନ୍ତି । ଶନିବାର ମଦୁରାଇରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ ସେ ବିଜେପି ଓ ଏଆଇଏଡିଏମକେ ଏକାଠି ଲଢିବା କଥାର ଖୁଲାସା କରିଛନ୍ତି ।Continue reading “ତାମିଲନାଡୁରେ ଏକାଠି ଲଢିବେ ବିଜେପି ଆଉ ଏଆଇଏଡିଏମକେ । ଘୋଷଣା କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା”
ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । ସଂସଦରେ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ
କନକ ବ୍ୟୁରୋ: ବଜେଟ ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛି ବିଜୁ ଜନତା ଦଳ । ଏହି ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ସର୍ବଦଳୀୟ ବୈଠକରେ କହିଛନ୍ତି ପିନାକୀ ମିଶ୍ର । ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏହି ବୈଠକରେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟିContinue reading “ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡି । ସଂସଦରେ ବିଲ୍ ପାରିତ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ”