ମାର୍ଚ୍ଚରେ ମିଳିପାରେ ‘କାଳିଆ’ ତୃତୀୟ କିସ୍ତି: ପିଏମ୍ କିଷାନର ୬ହଜାର, କାଳିଆର ୪ହଜାର ଟଙ୍କା ଦେବାକୁ ସରକାରଙ୍କ ଯୋଜନା; ୨୦୨୦ ଖରିଫ୍‌ ଓ ରବି ବାବଦ ସହାୟତା ମିଳିବ

କନକ ବ୍ୟୁରୋ: ‘କାଳିଆ’ ଯୋଜନାର ତୃତୀୟ କିସ୍ତି ଅର୍ଥ ଚାଷୀଙ୍କୁ ଆସନ୍ତା ମାର୍ଚ୍ଚରେ ପ୍ରଦାନ କରାଯିବ। ଏଥିପାଇଁ ସରକାର ସଜବାଜ ହେଲେଣି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ପୁଣି ଥରେ ‘କାଳିଆ’ ଟଙ୍କା ଦିଆଯିବ, କିନ୍ତୁ ଟିକେ ଭିନ୍ନ ଢଙ୍ଗରେ। ତୃତୀୟ କିସ୍ତି ଅର୍ଥ ପ୍ରଦାନ ବେଳେ ପିଏମ୍‌ କିଷାନ ସହାୟତା ଅର୍ଥର ସାହାରା ନେବାକୁ ସରକାର ଯୋଜନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ପିଏମ୍‌ କିଷାନ୍‌ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ଏବଂ କ୍ଷୁଦ୍ରContinue reading “ମାର୍ଚ୍ଚରେ ମିଳିପାରେ ‘କାଳିଆ’ ତୃତୀୟ କିସ୍ତି: ପିଏମ୍ କିଷାନର ୬ହଜାର, କାଳିଆର ୪ହଜାର ଟଙ୍କା ଦେବାକୁ ସରକାରଙ୍କ ଯୋଜନା; ୨୦୨୦ ଖରିଫ୍‌ ଓ ରବି ବାବଦ ସହାୟତା ମିଳିବ”

ସେନାଙ୍କ ନିର୍ଭର କରୁଥିବା ଏଲପିଜି କାରଖାନା ଚଲାଉଛନ୍ତି ମହିଳା କର୍ମୀ । ହାଡଭଙ୍ଗା ଥଣ୍ଡରେ ସେନାକୁ ଠିକ୍ ସମୟରେ ଯୋଗାଉଛନ୍ତି ରୋଷେଇ ଗ୍ୟାସ

ଭାରତୀୟ ସେନା ନିର୍ଭର କରୁଥିବା ଲଦାଖର ଲେହ୍‌ ନିକଟରେ ଥିବା ଏକମାତ୍ର ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରେ କେବଳ ମହିଳାମାନେ କାର୍ଯ୍ୟ କରନ୍ତି। ୧୨ଜଣ ମହିଳା କାର୍ଯ୍ୟ କରୁଥିବା ଏହି ‘ଏଲ୍‌ପିଜି ବଟ୍‌ଲିଙ୍ଗ୍‌ ପ୍ଲାଣ୍ଟ୍‌’ରୁ ଭୀଷଣ ଥଣ୍ଡାରେ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଉପରେ ନଜର ରଖିଥିବା ୫୦, ୦୦୦ ଭାରତୀୟ ଯବାନଙ୍କ ରୋଷେଇବାସ ନିମନ୍ତେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର୍‌ ଯାଏ । ରାଷ୍ଟ୍ରାୟତ ତୈଳ କମ୍ପାନି ‘ଇଣ୍ଡିଆନ୍‌ ଅଏଲ୍‌’ଦ୍ୱାରା ସ୍ଥାପିତ ଏହି ‘ପ୍ଲାଣ୍ଟ୍‌’ ହେଉଛି ଲଦାଖରେ ରୋଷେଇContinue reading “ସେନାଙ୍କ ନିର୍ଭର କରୁଥିବା ଏଲପିଜି କାରଖାନା ଚଲାଉଛନ୍ତି ମହିଳା କର୍ମୀ । ହାଡଭଙ୍ଗା ଥଣ୍ଡରେ ସେନାକୁ ଠିକ୍ ସମୟରେ ଯୋଗାଉଛନ୍ତି ରୋଷେଇ ଗ୍ୟାସ”

ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେବା ମହିଳା ବିଚାରପତିଙ୍କୁ ପଡ଼ିଲା ମହଙ୍ଗା: ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ଜର୍ଜ ନିଯୁକ୍ତି ସୁପାରିସକୁ ପ୍ରତ୍ୟାହାର କଲା ସୁପ୍ରିମକୋର୍ଟ କଲେଜିଅମ୍

କନକ ବ୍ୟୁରୋ: ଶିଶୁଙ୍କ ପ୍ରତି ଯୌନ ଅପରାଧ ହେଲେ, ଏହାକୁ ବିଚାର କରୁଥିବା ବିଚାରପତି କେତେ ସମ୍ବେଦନଶୀଳ ହେବା ଦରକାର । ଅବଶ୍ୟ ବିଚାରପତି ଆସନରେ ବସିଥିବା ବେଳେ କେବଳ ତଥ୍ୟ ପ୍ରମାଣକୁ ଆଧାର କରି ରାୟ ପ୍ରଦାନ କରିଥାନ୍ତି ବିଚାରପତି । କିନ୍ତୁ ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେଇ ଅସୁବିଧାରେ ପଡ଼ି ଯାଇଛନ୍ତି ଜଣେ ମହିଳା ବିଚାରପତି । ବମ୍ବେ ହାଇକୋର୍ଟରେ ଅତିରକ୍ତ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କContinue reading “ପୋକ୍ସୋ ଆଇନକୁ ନେଇ ବିବାଦୀୟ ରାୟ ଦେବା ମହିଳା ବିଚାରପତିଙ୍କୁ ପଡ଼ିଲା ମହଙ୍ଗା: ଜଷ୍ଟିସ ପୁଷ୍ପା ଗନେଡ଼ିୱାଲଙ୍କ ସ୍ଥାୟୀ ଜର୍ଜ ନିଯୁକ୍ତି ସୁପାରିସକୁ ପ୍ରତ୍ୟାହାର କଲା ସୁପ୍ରିମକୋର୍ଟ କଲେଜିଅମ୍”

କମ୍ବଳ ଭିତରେ ଗଂଜେଇ କାରବାର ! ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ

କନକ ବ୍ୟୁରୋ: କମ୍ବଳ ବୋଝେଇ ଗାଡ଼ିରେ ଜବତ ହେଲା ଗଂଜେଇ । ଚୋରା ଚାଲଣ ବେଳେ ଗଜପତି ଜିଲ୍ଲାରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ଅଡ଼ବା ପୋଲିସ । ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ କରୁଥିବା ବେଳେ ୨ଟି ବୋଲେରୋ ମିନି ଟ୍ରକକୁ ଅଟକାଇ ଯାଂଚ କରିଥିଲା ପୋଲିସ । ଗାଡ଼ିରୁ ଶୀତ ବସ୍ତ୍ର କମ୍ବଳ ସହିତ ଗଂଜେଇ ଜବତ କରିଥିଲା ପୋଲିସ । ମାଣ୍ଡିମରା ଅଂଚଳରୁ ବ୍ରହ୍ମପୁର ଯାଉଥିଲାContinue reading “କମ୍ବଳ ଭିତରେ ଗଂଜେଇ କାରବାର ! ଚୋରାଚାଲଣ ବେଳେ ଗଜପତିରୁ ୪୮ କେଜି ୭୦୦ଗ୍ରାମର ଗଂଜେଇ ଜବତ କଲା ପୋଲିସ”

ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ ଘଟଣା : ବିସ୍ଫୋରଣ ଅଞ୍ଚଳ ଦେଇ ଯାଇଥିବା ୧୮୨ଜଣଙ୍କ ଉପରେ ପୋଲିସର ନଜର

ଗତ ଶୁକ୍ରବାର ଅପରାହ୍ଣରେ ଇସ୍ରାଏଲ୍‌ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣର ଦୁଇ ଘଣ୍ଟା ମଧ୍ୟରେ ସେ ଅଞ୍ଚଳ ଦେଇ ଯାତାୟାତ କରିଥିବା ପ୍ରାୟ ୧୮୨ଜଣ ବ୍ୟକ୍ତିଙ୍କ ଉପରେ ଏବେ ପୁଲିସର ନଜର ରହିଛି। ଇସ୍ରାଏଲ୍‌ ଦୂତାବାସରୁ ଦକ୍ଷିଣ ଦିଲ୍ଲୀ ଆଡ଼କୁ ପଡ଼ିଥିବା ଡକ୍ଟର୍‌ ଏପିଜେ ଅବ୍ଦୁଲ୍‌ କଲାମ୍‌ ରୋଡ୍‌ର ଗୋଟିଏ କ୍ୟାରେଜ୍ୱେରେ ଶୁକ୍ରବାର ଅପରାହ୍ଣ ୩.୧୦ ରୁ ୫.୧୦ ମଧ୍ୟରେ ସମୁଦାୟ ୬୧ଜଣ ବ୍ୟକ୍ତି ଚାଲି ଚାଲି ଯାଇଥିଲେ। ଦକ୍ଷିଣ ଦିଲ୍ଲୀ ପଟରୁ ଦୂତାବାସ ଆଡ଼କୁ ଆସିଥିବାContinue reading “ଇସ୍ରାଏଲ୍ ଦୂତାବାସରେ ବିସ୍ଫୋରଣ ଘଟଣା : ବିସ୍ଫୋରଣ ଅଞ୍ଚଳ ଦେଇ ଯାଇଥିବା ୧୮୨ଜଣଙ୍କ ଉପରେ ପୋଲିସର ନଜର”

ଭାରତକୁ ମିଳିବ ଆଉ ଏକ କରୋନା ଟିକା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ ବଡ ଘୋଷଣା; ଜୁନ୍ ମାସରେ ଲଞ୍ଚ ହେବ ‘କୋଭାଭାକ୍ସ’ ଟିକା

କନକ ବ୍ୟୁରୋ: ଭାରତକୁ ମିଳିବ ଆଉ ଏକ କରୋନା ଟିକା । ଜୁନ୍ ମାସରେ ଶୁଭାରମ୍ଭ ହୋଇପାରେ ‘କୋଭାଭାକ୍ସ’  ଟିକା । ଏଭଳି ଘୋଷଣା କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା । ଟ୍ୱିଟ୍ କରି ପୁନାୱାଲା ସୂଚନା ଦେଇଛନ୍ତି, କୋଭାଭାକ୍ସ ଟିକାର ପରୀକ୍ଷଣ ପାଇଁ ସରକାରଙ୍କୁ ଅନୁମତି ମଗାଯାଇଛି । ଜୁନ୍ ୨୦୨୧ ସୁଦ୍ଧା ଏହାର ଆରମ୍ଭ ହୋଇପାରେ ବୋଲି ଆଶା କରାଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ ନୋଭୋଭାକ୍ସ ସହ ମିଳିତContinue reading “ଭାରତକୁ ମିଳିବ ଆଉ ଏକ କରୋନା ଟିକା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟଙ୍କ ବଡ ଘୋଷଣା; ଜୁନ୍ ମାସରେ ଲଞ୍ଚ ହେବ ‘କୋଭାଭାକ୍ସ’ ଟିକା”

ପୁନରୁଦ୍ଧାର ହେଉ ଶ୍ରୀଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରାଚୀନ ମନ୍ଦିର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ରରେ ଶୁକଶାରି ମନ୍ଦିର ପୁନରୁଦ୍ଧାର ପ୍ରସଙ୍ଗରେ ମୁଣ୍ଡ ଖେଳାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ପତ୍ର ଲେଖିଛନ୍ତି। ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ବିଶେଷ ଭାବରେ ପ୍ରଭୁ ଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରଚୀନ ମନ୍ଦିରର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ତୁରନ୍ତ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ବContinue reading “ପୁନରୁଦ୍ଧାର ହେଉ ଶ୍ରୀଲିଙ୍ଗରାଜ ଓ ଶୁକଶାରି ମନ୍ଦିର ଚତୁଃପାର୍ଶ୍ୱରେ ଥିବା ପ୍ରାଚୀନ ମନ୍ଦିର: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର”

ସାଇକେଲ ଚାଳନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମେଗା ସାଇକ୍ଲୋଥନ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ ହେଲା ‘ଟୁର ଡି ଏକାମ୍ର’

କନକ ବ୍ୟୁରୋ: ସାଇକେଲରେ ଭୁବନେଶ୍ୱର ସହର ପରିଭ୍ରମଣ । ଓଡିଶା ସରକାରଙ୍କ କ୍ରିଡା ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ଶହ ଶହ ଯୁବକ ଆଜି ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଭୁବନେଶ୍ୱର ପରିଭ୍ରମଣରେ ବାହରିଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ସାଇକେଲ ଯାତ୍ରାର ଗୋଟିଏ ଦଳ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବ । ସେହିପରି ଆଉ ଗୋଟିଏ ଦଳ ଚଉଷଠି ଯୋଗିନୀ ମନ୍ଦିରContinue reading “ସାଇକେଲ ଚାଳନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମେଗା ସାଇକ୍ଲୋଥନ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ ହେଲା ‘ଟୁର ଡି ଏକାମ୍ର’”

କାହିଁକି ଟିକା ନେବାକୁ ଅମଙ୍ଗ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ? ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଆସୁଥିବା ବେଳେ କେତେ ସ୍ୱାସ୍ଥ୍ୟକର୍ମୀ ନେଲେଣି ଟିକା?

ଚଳିତ ମାସ ୧୬ ତାରିଖରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ଲାଗି ସରକାରୀ ନିଷ୍ପତ୍ତି ହୋଇଥିବାରୁ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଉଛନ୍ତି। ଏହା ଭିତରେ ୧୦ ଦିନ ଟିକାକରଣ ହୋଇ ସାରିଲାଣି, ତଥାପି ରାଜଧାନୀ ଭୁବନେଶ୍ବର ଏବଂ ରାଜ୍ୟର ୮ଟି ଜିଲ୍ଲାରେ ଟିକାକରଣ ନୈରାଶ୍ୟଜନକ ରହିଛି। ଆସନ୍ତା ଫେବ୍ରୁଆରି ୧୦ ସୁଦ୍ଧା ପ୍ରଥମ ଡୋଜ୍‌ ଟିକା ପ୍ରଦାନ ସାରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ କିଛିContinue reading “କାହିଁକି ଟିକା ନେବାକୁ ଅମଙ୍ଗ ହେଉଛନ୍ତି ସ୍ୱାସ୍ଥ୍ୟକର୍ମୀ? ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଆସୁଥିବା ବେଳେ କେତେ ସ୍ୱାସ୍ଥ୍ୟକର୍ମୀ ନେଲେଣି ଟିକା?”

କାଲି ସଂସଦରେ ଉପସ୍ଥାପିତ ହେବ ବଜେଟ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ର ବ୍ୟୟବରାଦ; ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ହୋଇପାରେ ବଡ ଘୋଷଣା

କନକ ବ୍ୟୁରୋ: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବୃୟାରୀ ୧ ତାରିଖ ଦିନ ୧୧ଟାରେ ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ତଥା କରୋନା କାଳ ପରେ ପ୍ରଥମ ବଜେଟ । ତେଣୁ ସରକାର କଣ ଆଶ୍ୱସ୍ତ ଦେବାକୁ ଯାଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି । କରୋନା ମହାମାରୀ ପାଇଁ ଉଭୟ ଜୀବନ ଜୀବିକା ପ୍ରଭାବିତ କରିଥିବାରୁ ଆଶାContinue reading “କାଲି ସଂସଦରେ ଉପସ୍ଥାପିତ ହେବ ବଜେଟ୍: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୧-୨୨ର ବ୍ୟୟବରାଦ; ଆତ୍ମନିର୍ଭର ଭାରତ ଅଭିଯାନ ପାଇଁ ହୋଇପାରେ ବଡ ଘୋଷଣା”

Design a site like this with WordPress.com
Get started