କନକ ବ୍ୟୁରୋ : ବିଏମସିର ବହୁ ପ୍ରତୀକ୍ଷିତ ଯୋଜନା ଡିଜିଟାଲ ଡୋର୍ ନମ୍ବରିଂ(ଡିଡିଏନ୍) ବ୍ୟବସ୍ଥା ଆସନ୍ତା ଫେବ୍ରୁଆରୀ ପହିଲାରୁ ଆରମ୍ଭ ହେବ। କରୋନା ଯୋଗୁଁ ବିଳମ୍ବିତ ହୋଇଥିବା ଏହି କାମ ଏବେ ପାଇଲଟ୍ ପ୍ରକଳ୍ପ ଭାବେ ତିନିଟି ଜୋନର ତିନିଟି ୱାର୍ଡରେ ଆରମ୍ଭ ହେବ। ବିଏମସିର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀର ପ୍ରତି ଘର ପାଇଁ ଏକ ଡିଜିଟାଲ ନମ୍ବର ଦିଆଯିବ। ଘର ସମ୍ମୁଖରେ ଏହି ନମ୍ବର ଲେଖାଯିବ। ଜୁନ୍ ମାସରେ ଏନେଇ ବିଏମସି ଓContinue reading “ଭୁବନେଶ୍ୱରରେ ଆରମ୍ଭ ହେବ ଡିଜିଟାଲ ଡୋର ନମ୍ବରିଂ । ଗୋଟିଏ କ୍ଲିକରେ ମିଳିବ ପ୍ରତି ୱାର୍ଡରେ ଥିବା ଘରର ସବୁ ରେକର୍ଡ ।”
Tag Archives: News
ଲୁଚକାଳି ଖେଳୁଛି ଶୀତ । କିଛିଦିନ ଥଣ୍ଡା କମିବା ପରେ ପୁଣି ରାଜ୍ୟକୁ ଫେରିଛି ଶୀତ । ୩ଦିନରେ ୪ଡିଗ୍ରି ଖସିବ ପାରଦ
ବେଶ୍ କିଛି ଦିନ ଶୀତ ଗାଏବ ହୋଇଯାଇଥିବା ବେଳେ ରାଜ୍ୟକୁ ପୁଣି ଶୀତ ଫେରୁଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଏହି ଶୀତର ପ୍ରକୋପ ଅଧିକ ରହିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଖସିବାର ସମ୍ଭାବନା ରହିଛି। କିନ୍ତୁ ଲଗାତାର ତାପମାତ୍ରା ଖସିବାର କୌଣସି ସମ୍ଭାବନା ନାହିଁ। ତାପମାତ୍ରା ଖସିବାର ୨ଦିନ ପରେ ପୁଣି ଥରେ ପାରଦ ଊର୍ଧ୍ବଗାମୀ ହେବ ଓ ଶୀତ କମିବ। ଜାନୁଆରି ଭଳି ଫେବ୍ରୁଆରି ପ୍ରଥମ ସପ୍ତାହରୁ ପୁଣି ଥରେContinue reading “ଲୁଚକାଳି ଖେଳୁଛି ଶୀତ । କିଛିଦିନ ଥଣ୍ଡା କମିବା ପରେ ପୁଣି ରାଜ୍ୟକୁ ଫେରିଛି ଶୀତ । ୩ଦିନରେ ୪ଡିଗ୍ରି ଖସିବ ପାରଦ”
ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ : ଟିକିରି, ସିଂଘୁ ଓ ଗାଜିପୁର ବର୍ଡରରେ ପୁଲିସ ଛାଉଣୀ; ରାକେଶ ଟିକାୟତଙ୍କ ଡାକରାରେ ପୁଣି ମେଳି ହେଲେଣି ଚାଷୀ
କନକ ବୁରୋ : ଦିଲ୍ଲୀରେ ପୁଣି ଜୋର ଧରିଲା ଚାଷୀଙ୍କ ଆନ୍ଦୋଳନ । ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡକୁ ଘଟଣାକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଭିତରେ ଚାଷୀ ଆନ୍ଦୋଳନ ଟିକେ ଧୀମା ପଡିଯାଇଥିଲା । ତେବେ ଆଜି ଏହା ପୁଣି ଥରେ ଦାନା ବାନ୍ଧିବା ଆଶା କରାଯାଉଛି । ଏହାରି ଭିତରେ ଗାଜିପୁର ଠାରେ ଚାଷୀ ନେତା ରାକେଶ ଟିକାୟତଙ୍କ ଲୁହ ବୁହା ଆଖିରେ ଆନ୍ଦୋଳନ ଜାରି ରହିବାର ଅପିଲ୍ ପରେ , ପୁଣି ଏକାଠିContinue reading “ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ : ଟିକିରି, ସିଂଘୁ ଓ ଗାଜିପୁର ବର୍ଡରରେ ପୁଲିସ ଛାଉଣୀ; ରାକେଶ ଟିକାୟତଙ୍କ ଡାକରାରେ ପୁଣି ମେଳି ହେଲେଣି ଚାଷୀ”
ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଚଳଚ୍ଚିତ୍ରର ନାଁ ‘ତୁ ଭାରି ବିଉଟିଫୁଲ୍’ ।
କନକ ବ୍ୟୁରୋ : ‘ତୁ ଭାରି ବିଉଟିଫୁଲ୍’ ଫିଲ୍ମର ୱାର୍ଲ୍ଡ ଟେଲିଭିଜନ ପ୍ରିମିଅର ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ ମଞ୍ଜରୀ ଟିଭିରେ ପ୍ରସାରିତ ହେବ । ଫିଲ୍ମ ‘ତୁ ଭାରି ବିଉଟିଫୁଲ’ରେ ଦେଖିବାକୁ ମିଳିବ ତ୍ରିକୋଣୀୟ ପ୍ରେମ କାହାଣୀ ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ । ଏହି ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଞ୍ଜୟ ନାୟକ ଓ ମୁଖ୍ୟ ଭୂମିକାରେ ନଜର ଆସିବେ ଜ୍ୟୋତି ନାୟକ, ଲିପ୍ସା ମିଶ୍ରContinue reading “ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟର ପୁଣି ଏକ ଚଳଚ୍ଚିତ୍ର ଭେଟି । ଚଳଚ୍ଚିତ୍ରର ନାଁ ‘ତୁ ଭାରି ବିଉଟିଫୁଲ୍’ ।”
ଆଜିଠୁ ମଞ୍ଜରୀରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’
କନକ ବ୍ୟୁରୋ : ଆଜି ଠାରୁ ଅପରାହ୍ନ ୩ ଟା ଓ ରାତି ୯ଟାରେ ‘ମଞ୍ଜରୀ’ରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’ର ପ୍ରଥମ ଅଧ୍ୟାୟ । ମଞ୍ଜରୀର ଏହି ନୂଆ ରିଅଲିଟି ଶୋ’ର ପ୍ରଥମ ଅଧ୍ୟାୟରେ ଭାଗନେଇଛନ୍ତି ଓଡିଆ ଗଣମାଧ୍ୟମର ପରିଚିତ ଉପସ୍ଥାପିକା ସୌମ୍ୟା ତ୍ରିପାଠୀ, ନିଳିମା ପ୍ରିୟଦର୍ଶିନୀ, ସୃତିଲଗ୍ନା ଓ ବିଜୟଲକ୍ଷ୍ମୀ । ଖଟି ବା କିଟ୍ଟୀ ପାର୍ଟିକୁ ଆଧାର କରି ଓଡିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀ ମାନଙ୍କର,Continue reading “ଆଜିଠୁ ମଞ୍ଜରୀରେ ପ୍ରସାରିତ ହେଲା ‘ଭାଉଜ ନମସ୍କାର’ “
ଏଲଏସିରେ ଚୀନକୁ ଚେକମେଟ ଦେବା ଲାଗି ଭାରତୀୟ ସେନାର ନୂଆ ରଣନୀତି । ସେନା ଅଧିକାରୀ କରିବେ ତିବ୍ଦତୀୟ ଅଧ୍ୟୟନ ।
କନକ ବ୍ୟୁରୋ: ଚୀନକୁ ପ୍ରତିରୋଧ କରିବା ପାଇଁ ତିବ୍ଦତୀୟ ଅଧ୍ୟୟନ ଉପରେ ଗୁରୁତ୍ୱ ଦେଇଛି ଭାରତୀୟ ସେନା । ଗତ ବର୍ଷ ଠାରୁ ଉତ୍ତର ଲଦାଖ ଠାରେ ଭାରତ ଚୀନ ମଧ୍ୟରେ ଚାଲିଥିବା ବିବାଦ ଭିତରେ ନୂଆ ରଣନୀତି ପ୍ରସ୍ତୁତ କରିଛି ଭାରତ । ତିବ୍ଦତର ଭାଷା, ସଂସ୍କୃତି ଓ ଇତିହାସକୁ ଅଧ୍ୟୟନ କରିବା ପ୍ରସ୍ତାବ ଉପରେ କାମ କରୁଛି ଭାରତୀୟ ସେନା । ପ୍ରକୃତ ନିୟନ୍ତ୍ରଣ ରେଖାର ଉଭୟ ପାଶ୍ୱର୍ରେ ତୀବ୍ଦତର ଐତିହାସିକ ଅତୀତ, ପରମ୍ପରାContinue reading “ଏଲଏସିରେ ଚୀନକୁ ଚେକମେଟ ଦେବା ଲାଗି ଭାରତୀୟ ସେନାର ନୂଆ ରଣନୀତି । ସେନା ଅଧିକାରୀ କରିବେ ତିବ୍ଦତୀୟ ଅଧ୍ୟୟନ ।”
ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ । ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ହୋଇଥିବା ଆନ୍ଦୋଳନ ବେଳେ ସେଠାରେ ପତାକା ଲଗାଇଥିବା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଦେଶଦ୍ରୋହ ମାମଲା । ଏହି ଘଟଣାରେ ୨୩ ବର୍ଷୀୟ ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ର୍ନାରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସେପଟେ ତାଙ୍କୁ କାହିଁକି ପୋଲିସ ଗିରଫ କରୁନାହିଁ ବୋଲି ଚାଷୀ ନେତା କହିଛନ୍ତି । ଲାଲକିଲ୍ଲା ହିଂସାର ଛାନଭିନ କରୁଥିବା ପୋଲିସ ଏବେ ପତାକା ଲଗାଇଥିବା ଯୁବକଙ୍କୁContinue reading “ଲାଲକିଲ୍ଲାରେ ପତାକା ଲଗାଇଥିବା ଯୁଗରାଜ ସିଂ ଓ ପଂଜାବୀ ଅଭିନେତା ଦୀପ୍ ସିଦ୍ଧୁଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ । ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ”
ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ମୃତଦେହ ଫୋପାଡିବାକୁ ହୋଇଥିଲା ଷଡଯନ୍ତ୍ର ।
କନକ ବ୍ୟୁରୋ : ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ହୋଇଥିଲା ପ୍ରୟାସ । ମୃତଦେହ ଫୋପାଡିବାକୁ ଅଭିଯୁକ୍ତ କରିଥିଲେ ଷଡଯନ୍ତ୍ର । ସିସିଟିଭି ଫୁଟେଜରେ ଦୁଇ ଜଣ ଝରାଫୁଲଙ୍କୁ ନେଇକି ଯାଇଥିଲେ । ପଛରେ ବସିଥିଲା ରାକେଶ । ସ୍କୁଟି ଚଲାଉଥିବା ରାକେଶରେ ସାଙ୍ଗ ଏବେ ବି ଫେରାର ଅଛି । ଝରାଫୁଲଙ୍କ ହତ୍ୟାକାଣ୍ଡ ନେଇ ସୂଚନା ଦେଲା ଯାଜପୁର ପୋଲିସ । ଜଣେ ଡିଏସପି ଏହି ଘଟଣାର ତଦନ୍ତContinue reading “ଭୁବନେଶ୍ୱରରେ ହୋଇଥିଲା ଝରାଫୁଲଙ୍କ ହତ୍ୟାକାଣ୍ଡ । ମୃତଦେହ ଫୋପାଡିବାକୁ ହୋଇଥିଲା ଷଡଯନ୍ତ୍ର ।”
ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା
କନକ ବ୍ୟୁରୋ: ବିଶ୍ୱର ଦୁର୍ନୀତିଗ୍ରସ୍ତ ଦେଶମାନଙ୍କର ତାଲିକାରେ ଭାରତର ସ୍ଥାନ ତଳକୁ ଖସିଛି । ୧୮୦ଟି ଦେଶର ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତି ଆଧାରରେ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତ ୨୦୨୦ରେ ୮୬ ତମ ସ୍ଥାନରେ ରହିଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ପ୍ରତ୍ୟେକ ବର୍ଷ ବିଶ୍ୱର ୧୮୦ ଦେଶରେ ହେଉଥିବା ଦୁର୍ନୀତିର ସୂଚକାଙ୍କକୁ ଆଧାର କରି ଏହି ତାଲିକା ପ୍ରସ୍ତୁତ କରିଥାଏ। ଆଜି ୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଥିବା ଏହି ତାଲିକାରେ ୮୬Continue reading “ଦୁର୍ନୀତିଗ୍ରସ୍ତ ଦେଶ ତାଲିକାରେ ତଳକୁ ଖସିଲା ଭାରତ । ୬ଟି ସ୍ଥାନ ତଳକୁ ଖସି ୮୬ତମ ସ୍ଥାନରେ ରହିଲା”
ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା
କନକ ବ୍ୟୁରୋ: କେତେକ ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଥିବାରୁ ଭାରତ ସରକାର ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ଉପରେ ଲାଗୁ ହୋଇଥିବା କଟକଣାକୁ ଆସନ୍ତା ଫେବ୍ରୁଆରୀ ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଆଜି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଜାରି ସର୍କୁଲାର ଅନୁସାରେ ଭାରତରୁ ଚଳାଚଳ କରୁଥିବା ଅନ୍ତର୍ଜାତୀୟ ବିମାନ ଚଳାଚଳ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି । ତେବେ କେତେକ ସ୍ୱତନ୍ତ୍ର କ୍ଷେତ୍ରରେContinue reading “ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବ୍ୟବସାୟିକ ବିମାନ ଚଳାଚଳ ବନ୍ଦ , ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟର ସୂଚନା”