କନକ ବ୍ୟୁରୋ : ଚୀନ୍ ଗାଲରେ ଶକ୍ତ ଚାପୁଡା । ଷଡଯନ୍ତ୍ରକାରୀ ସୈତାନ ଚୀନ ଠିକ୍ ପାନେ ପାଇଛି । ଚୀନ୍ ଛାତିରେ ଭାରତ ଏମିତି ଜଖମ ଭରିଛି, ଚୀନ୍ ନା କାହାକୁ କହିପାରୁଛି, ନା ସହିପାରୁଛି । ଶତାଧିକ ଚାଇନା ଆପ୍ ଉପରେ ଭାରତ ସରକାର ବ୍ୟାନ୍ ଲଗାଇବା ପରେ ବଡ ଧରଣର କ୍ଷତି ସହିଛନ୍ତି ଚାଇନା କମ୍ପାନୀ । ଆଉ ଭାରତ ନିଷ୍ପତି ପରେ ଔଷଧ ବିକଳରେ ତାଟିଆ କାମୁଡୁଛି ଚୀନ୍ । ଗତବର୍ଷContinue reading “ସୈତାନ ଚୀନ୍ ଗାଲରେ ଭାରତ ଏମିତି ଚାପୁଡା ମାରିଛି, ଚୀନ୍ ନା ସହିପାରୁଛି ନା କହିପାରୁଛି । ଭାରତରେ ଚାଇନା ଆପ୍ ବ୍ୟାନ୍ ହେବା ପରେ ବଢୁଛି ଚୀନର କ୍ଷତି, ଭାରତର ନିଷ୍ପତ୍ତିକୁ ବେଆଇନ୍ କହିଲା ଚୀନ୍ । “
Tag Archives: News
ଇତିହାସ ରଚିବାକୁ ଯାଉଛି ନାସା ! ଲଞ୍ଚ କରିବାକୁ ଯାଉଛି ପାଣିରେ ଉଡିପାରୁଥିବା ସାଟେଲାଇଟ୍ ।
କନକ ବ୍ୟୁରୋ : ପାଣିରେ ଉଡ଼ିବ ସ୍ୟାଟେଲାଇଟ୍ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା, ଏମିତି ଏକ ସ୍ୟାଟେଲାଇଟ୍ ଲଂଚ କରିବାର ପ୍ରସ୍ତୁତି କରୁଛି । ଯେଉଁ ସ୍ୟାଟେଲାଇଟ୍ ପାଣି ସାହାଯ୍ୟରେ ଉଡ଼ିବ । ଅର୍ଥାତ ଏହି ସ୍ୟାଟେଲାଇଟରେ ଇନ୍ଧନ ଭଳି କାମ କରିବ ପାଣି । ଯଦି ନାସାର ଏହି ମିଶନ ସଫଳ ହୁଏ, ତେବେ ଇନ୍ଧନରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ସଂଚୟ କରିହେବ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନାContinue reading “ଇତିହାସ ରଚିବାକୁ ଯାଉଛି ନାସା ! ଲଞ୍ଚ କରିବାକୁ ଯାଉଛି ପାଣିରେ ଉଡିପାରୁଥିବା ସାଟେଲାଇଟ୍ ।”
ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଛି ୧୨ ବିଚାରପତି ପଦ । ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି
ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୨ଟି ବିଚାରପତି ପଦ ଖାଲି ରହିଛି । ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି । ଫଳରେ ହାଇକୋର୍ଟରେ ଖାଲି ଥିବା ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିବ । ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବର୍ତ୍ତମାନର ସଂଖ୍ୟା, ଖାଲି ପଡ଼ିରହିଥିବା ସଂଖ୍ୟା ସମ୍ପର୍କରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନରାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି । ଦାଖଲ କରାଯାଇଥିବା ଅତିରିକ୍ତContinue reading “ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଛି ୧୨ ବିଚାରପତି ପଦ । ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି”
କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି । ୬ ରାଜ୍ୟରେ ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି
ଦିଲ୍ଲୀ ଆସନରେ ବସିଥିବା କେଜ୍ରିୱାଲ ସରକାର ଏବେ ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଆପର ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଆସନ୍ତା ୨ ବର୍ଷରେ ୬ଟି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ ଆମ୍ ଆଦମି ପାର୍ଟି ତାର ପ୍ରାର୍ଥୀ ଦେବ । ଏହି ୬ଟି ରାଜ୍ୟ ହୋଉଛି ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ହିମାଚଳପ୍ରଦେଶ, ଗୁଜୁରାଟ, ପଞ୍ଜାବ, ଗୋଆରେ ଆପ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ।Continue reading “କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି । ୬ ରାଜ୍ୟରେ ନିର୍ବାଚନ ଲଢିବ ଆମ୍ ଆଦମୀ ପାର୍ଟି”
ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଖୋଲିବ ରହସ୍ୟ : ୨ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ସେପଟେ ପ୍ରେମ ସମ୍ପର୍କର ହତ୍ୟା ସନ୍ଦେହ କଲେ ପରିବାର ଲୋକ
କନକ ବ୍ୟୁରୋ : ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାର ରହସ୍ୟ ଖୋଲିବାକୁ ଯାଉଛି ପୋଲିସ । କାରଣ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ଯାଜପୁର ପୋଲିସ । ଏନେଇ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ଏସଡିପିଓ ଚିନ୍ମୟ ନାୟକ । ତେବେ ଦୁଇ ଅଭିଯୁକ୍ତ ଫେରାର ଥିବା ସେ କହିଛନ୍ତି । ଏମାନଙ୍କୁ ଖୋଜି ବାହାର କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସContinue reading “ରମାଦେବୀ ଛାତ୍ରୀଙ୍କ ମୃତ୍ୟୁ ମାମଲାର ଖୋଲିବ ରହସ୍ୟ : ୨ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ସେପଟେ ପ୍ରେମ ସମ୍ପର୍କର ହତ୍ୟା ସନ୍ଦେହ କଲେ ପରିବାର ଲୋକ”
ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? ମହାରଥୀଙ୍କ ପୁଅ କହିଲେ ଦଳର ନିଷ୍ପତ୍ତିକୁ ସମର୍ଥନ କରିବୁ, ପ୍ରାର୍ଥୀ ନେଇ ଏଯାଏଁ ପରିବାର ଭିତରେ ହୋଇନି ଆଲୋଚନା ।
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ବିଜେଡିର ସଜବାଜ । ପ୍ରତାପ ଦେବଙ୍କୁ ଦଳ ପକ୍ଷରୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଥିବା ବେଳେ ପିପିଲି ରାଜନୀତିର ପାରା ଉପରକୁ ଚଢିଛି । ଆଉ ଏସବୁ ଭିତରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ । ପିପିଲି ପାଇଁ ବିଜେଡି ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ସାମ୍ନାକୁ ଅଣାଯାଇନଥିବା ବେଳେ ରୁଦ୍ର କହିଛନ୍ତି, ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ । ଏପରିକିContinue reading “ପିପିଲି ଉପନିର୍ବାଚନରେ କିଏ ହେବ ବିଜେଡି ପ୍ରାର୍ଥୀ? ମହାରଥୀଙ୍କ ପୁଅ କହିଲେ ଦଳର ନିଷ୍ପତ୍ତିକୁ ସମର୍ଥନ କରିବୁ, ପ୍ରାର୍ଥୀ ନେଇ ଏଯାଏଁ ପରିବାର ଭିତରେ ହୋଇନି ଆଲୋଚନା । “
ବିଧାୟକଙ୍କୁ ବାହାହେବା ପାଇଁ ଘରେ ପହଚିଂଗଲେ ଯୁବତୀ : ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ଜୀବନସାଥୀ କରିବାକୁ କଲେ ଜିଦ୍
କନକ ବ୍ୟୁରୋ : ‘ବିଧାୟକଙ୍କୁ ବାହା ହେବି। ବିବାହ ନ ସରିବା ପର୍ଯ୍ୟନ୍ତ ଏ ଘରୁ ଯିବିନି।’ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବାଲିପଶି ଗାଁରେ ଥିବା ବାସଭବନରେ ପଶି ଏମିତି ଦାବି କରିଛନ୍ତି ଜଣେ ଯୁବତୀ। ପରେ ଏଥିନେଇ ବିଧାୟକ ଥାନାରେ ଏତଲା ଦେବା ପରେ ପୁଲିସ ଯୁବତୀଙ୍କୁ ସେଠାରୁ ଆଣି ଘରକୁ ପଠାଇ ଦେଇଛି। ଏପଟେ ଏହି ଖବର ଜିଲ୍ଲା ରାଜନୀତିକୁ ପୁଣିଥରେ ସରଗରମ କରିଛି। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଂଚଳର ଜଣେ ଯୁବତୀContinue reading “ବିଧାୟକଙ୍କୁ ବାହାହେବା ପାଇଁ ଘରେ ପହଚିଂଗଲେ ଯୁବତୀ : ପାଲଲହଡା ବିଧାୟକ ମୁକେଶ ପାଲଙ୍କୁ ଜୀବନସାଥୀ କରିବାକୁ କଲେ ଜିଦ୍”
ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀଙ୍କ ତୀବ୍ର ଅସନ୍ତୋଷ : ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ
କନକ ବ୍ୟୁରୋ : ଚାଷୀ ଯେପରି ଶୋଷଣର ଶିକାର ନ ହୋଇ ଉଚିତ ମୂଲ୍ୟରେ ନିଜର ଅମଳ ଫସଲକୁ ବିକ୍ରି କରିପାରିବ ସେଥିପାଇଁ ବିଭିନ୍ନ ସ୍ଥାନରେ ଧାନମଣ୍ଡି ଖୋଲା ଯାଇଛି । ମଣ୍ଡିରେ ଅବ୍ୟବସ୍ଥା ସାଙ୍ଗକୁ ମିଲର୍ସଙ୍କ ମନମାନି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ବିଭିନ୍ନ ଜିଲ୍ଲାରୁ ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ଅଭିଯୋଗ ବୃଦ୍ଧି ପାଉଛି । ଧର୍ମଗଡରେ ମଣ୍ଡିରୁ ଧାନ ନ ଉଠିବା ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଚାଷୀContinue reading “ମଣ୍ଡିରୁ ଧାନ ନ ଉଠିବା ନେଇ ଚାଷୀଙ୍କ ତୀବ୍ର ଅସନ୍ତୋଷ : ପ୍ରତିବାଦରେ ଗୋଲାମୁଣ୍ଡା-ସିନାପାଲି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ରାସ୍ତାରୋକ”
ଦିଲ୍ଲୀ ହିଂସାକାଣ୍ଡ ଘଟଣା : ହିଂସାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା ।
ସାଧାରଣତନ୍ତ୍ର ଦିବସରେ ଆୟୋଜିତ ପ୍ରତିବାଦକାରୀ କୃଷକମାନଙ୍କ ଟ୍ରାକ୍ଟର୍ ରାଲି ସମୟରେ ଘଟିଥିବା ହିଂସାକାଣ୍ଡରେ ଆହତ ହୋଇ ସିଭିଲ୍ ଲାଇନ୍ସ୍ଥିତ ଶୁଶ୍ରୂତ ଟ୍ରମା ସେଣ୍ଟର୍ରେ ଚିକିତ୍ସାଧୀନ ଥିବା ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭେଟିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଏହି ହିଂସାକାଣ୍ଡରେ ୩୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡ ସଙ୍ଗଠିତ ହେବା ଏବଂ ପ୍ରତିବାଦକାରୀମାନେ ଲାଲ୍ କିଲ୍ଲାରେ ପହଞ୍ଚିବା ପରେ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତContinue reading “ଦିଲ୍ଲୀ ହିଂସାକାଣ୍ଡ ଘଟଣା : ହିଂସାରେ ଆହତ ହୋଇଥିବା ପୋଲିସ କର୍ମୀଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହା ।”
ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ପିପିଲି ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।
କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡିଛି । ତେଣୁ ଖୁବଶୀଘ୍ର ଏହି ଆସନରେ ଉପନିର୍ବାଚନ ହୋଇପାରେ । ପିପିଲି ଉପନିର୍ବାଚନ ପାଇଁ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ହେଲେ ତାରିଖ ଘୋଷଣା ପୂର୍ବରୁ ନିଜର ଗଡ ବଞ୍ଚାଇବାକୁContinue reading “ପିପିଲି ଉପନିର୍ବାଚନ ପାଇଁ ବିଜେଡିର ସଜବାଜ । ପିପିଲି ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ ।”