କନକ ବ୍ୟୁରୋ: ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲିରେ ଘଟିଥିବା କାଣ୍ଡକୁ ନେଇ ଏବେ ଦିଲ୍ଲୀରେ ସ୍ଥିତି ସରଗରମ । ଏଣିିିକି ଚାଷୀ ଆନ୍ଦୋଳନକୁ ନେଇ ପୋଲିସ ନିଜର ଶକ୍ତ ସ୍ୱଭାବ ଦେଖାଉଥିବାବେଳେ ୩୭ ଜଣ ଚାଷୀ ନେତାଙ୍କ ବିରୋଧରେ ପୋଲିସ ଏଫ୍ଆଇଆର୍ ରୁଜୁ ହୋଇଛି । ଏହାରି ଭିତରେ ଗୁରୁବାର ଚାଷୀ ନେତା ରାକେଶ ଟିକାୟତ ପୋଲିସ ପାଖରେ ଆତ୍ମସମର୍ପଣ କରିବେନି ବୋଲି ସିଧା ସିଧା କହିଦେଇଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟିକାୟତContinue reading “ପୋଲିସ ପାଖରେ ଆତ୍ମସମର୍ପଣ କରିବାକୁ ମନା କଲେ ଚାଷୀ ନେତା ରାକେଶ ଟିକାୟତ , କହିଲେ ଆଇନ୍ ରଦ୍ଦ ନହେଲେ ଆତ୍ମହତ୍ୟା କରିବି”
Tag Archives: News
ମା’ ନା ପୁଅ, ମହାରଥୀଙ୍କ ପରେ ପିପିଲିର ମଙ୍ଗ ଧରିବ କିଏ ? ନିର୍ବାଚନ ଲଢିବାକୁ ଇସାରା ଦେଲେ ପୁଅ ରୁଦ୍ର, ପୂର୍ବରୁ ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ପ୍ରତିଭା ମହାରଥୀ । ଏପଟେ ବିଜେଡିର ସଜବାଜ, ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ।
କନକ ବ୍ୟୁରୋ : ମାଆ ନା ପୁଅ । କିଏ ହେବେ ପିପିଲି ନିର୍ବାଚନ ମଣ୍ଡଳୀର ଉତ୍ତରାଧିକାରୀ । ପିପିଲି ଉପନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ପିପିଲି ଆସନ ପାଇଁ ଆଗକୁ ହେବ ଉପନିର୍ବାଚନ । ଆଉ ଏହାକୁ ଦୃଷ୍ଟିରେ ରଖି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚନ ପର୍ଯ୍ୟବକ୍ଷେକ ଦାୟିତ୍ୱ ଦେଇଛି ବିଜୁ ଜନତା ଦଳContinue reading “ମା’ ନା ପୁଅ, ମହାରଥୀଙ୍କ ପରେ ପିପିଲିର ମଙ୍ଗ ଧରିବ କିଏ ? ନିର୍ବାଚନ ଲଢିବାକୁ ଇସାରା ଦେଲେ ପୁଅ ରୁଦ୍ର, ପୂର୍ବରୁ ସୁଯୋଗ ମିଳିଲେ ନିର୍ବାଚନ ଲଢ଼ିବେ ବୋଲି କହିଥିଲେ ପ୍ରତିଭା ମହାରଥୀ । ଏପଟେ ବିଜେଡିର ସଜବାଜ, ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ।”
ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ । ଗୃହମନ୍ତ୍ରାଳୟର ସମୀକ୍ଷା ପରେ ଆକ୍ସନ୍ ମୋଡରେ ପୁଲିସ୍ ।
କନକ ବ୍ୟୁରୋ : ଟ୍ରାକ୍ଟର ପରେଡ ସମୟରେ ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ସେପଟେ ଗାଜିପୁର ବର୍ଡରକୁ ଆଜି ରାତି ସୁଦ୍ଧା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗାଜିପୁର ପ୍ରଶାସନ । କୃଷକଙ୍କୁ ଦିଲ୍ଲୀ ଗାଜିପୁର ସୀମାରୁ ବାହାର କରିବା ପାଇଁ ବିପୁଳ ପରିମାଣର ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏପରିକି ସ୍ଥାନୀୟ ଲୋକ ମଧ୍ୟ ସୀମାକୁ ଆସି ‘ନକଲି ଚାଷୀ ସ୍ଥାନ ଖାଲି କର’ ବୋଲି ନାରାବାଜି କରିଛନ୍ତିContinue reading “ହିଂସାକାଣ୍ଡ ପରେ ଦିଲ୍ଲୀ ସୀମା ଖାଲି କରିବାକୁ ଚାଷୀଙ୍କ ଉପରେ ବଢ଼ୁଛି ଚାପ । ଗୃହମନ୍ତ୍ରାଳୟର ସମୀକ୍ଷା ପରେ ଆକ୍ସନ୍ ମୋଡରେ ପୁଲିସ୍ ।”
ଦେଶରୁ ଧିରେ ଧିରେ ଗାଏବ ହେଉଛି କରୋନା । ୧୪୬ ଜିଲ୍ଲାରେ ୭ ଦିନ ହେଲା କୋଭିଡ୍ ମାମଲା ‘ଶୂନ’
କନକ ବ୍ୟୁରୋ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ଭାରତରେ ଦ୍ରୁତ ଗତିରେ କମ୍ ହେଉଥିବା କରୋନା ମାମଲାକୁ ନେଇ ଏକ ରିପୋର୍ଟ ଦେଇଥିଲେ । ଏହି ସମୟରେ ସେ କହିଛନ୍ତି ଯେ, ଦେଶର ୧୪୬ ଜିଲ୍ଲାରେ ଗତ ୭ ଦିନ ହେଲା କରୋନା ମାମଲା ଶୂନ ଅଛି । ଦେଶରେ ଏଯାବତ ହୋଇଥିବା ୧୯.୫ କୋଟିର କରୋନା ଟେଷ୍ଟ ଓ ସରକାରଙ୍କ ଉଚିତ୍ ପଦକ୍ଷେପ ହେତୁ ଏହା ସମ୍ଭବ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ତାଙ୍କContinue reading “ଦେଶରୁ ଧିରେ ଧିରେ ଗାଏବ ହେଉଛି କରୋନା । ୧୪୬ ଜିଲ୍ଲାରେ ୭ ଦିନ ହେଲା କୋଭିଡ୍ ମାମଲା ‘ଶୂନ’”
ଓଏଚପିସିରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । ଉପସ୍ଥିତ ଥିଲେ ସମସ୍ତ କର୍ମଚାରୀ ।
କନକ ବ୍ୟୁରୋ : ଓଏଚପିସି କର୍ପୋରେଟ ଅଫିସ, ଟ୍ରେନିଂ ସେଣ୍ଟର ଓ ଏହାର ୟୁନ୍ଖଙ୍କ ଗୁଡିକରେ ପାଳନ ହୋଇଛି ୭୨ତମ ଗଣତନ୍ତ୍ର ଦିବସ । ଏହି କାର୍ଯ୍ୟକ୍ରମ ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । କର୍ପୋରେଟ ଅଫିସ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏଚଆର ନିର୍ଦ୍ଦେଶକ ପ୍ରବୋଧ କୁମାର ମହାନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଫାଇନାନ୍ସ ଡିରେକ୍ଟର ପ୍ରଭାକର ମହାନ୍ତି, ମନୋରଞ୍ଜନ ମହାନ୍ତି ଓ ଅଫିସର ଅନ୍ୟ କର୍ମକର୍ତ୍ତାContinue reading “ଓଏଚପିସିରେ ପାଳିତ ହୋଇଯାଇଛି ୭୨ତମ ଗଣତନ୍ତ୍ର ଦିବସ । ଉପସ୍ଥିତ ଥିଲେ ସମସ୍ତ କର୍ମଚାରୀ ।”
ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କଲା ରାମ ମନ୍ଦିର । ଉତ୍ତରପ୍ରଦେଶ ସରକାରଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ
କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଏଥର ନୂଆଦିଲ୍ଲୀ ପରେଡରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ରାମ ମନ୍ଦିର ପ୍ରଜ୍ଞାପନ ମେଢ। ଉତ୍ତରପ୍ରଦେଶ ରାଜ୍ୟ ତରଫରୁ ଏହି ମେଢକୁ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଅନ୍ୟ ସମସ୍ତ ପ୍ରଜ୍ଞାପନ ମେଢ ଅପେକ୍ଷା ଅଧିକ ପ୍ରଂଶସା କରାଯାଇଥିଲା । ଯାହାର ଫଳସ୍ୱରୂପ ଏହି ମେଢ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମେଢ ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପୁରସ୍କୃତ କରିବେ ବୋଲି ଜଣାପଡିଛି। ଚଳିତContinue reading “ଗଣତନ୍ତ୍ର ଦିବସ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କଲା ରାମ ମନ୍ଦିର । ଉତ୍ତରପ୍ରଦେଶ ସରକାରଙ୍କୁ ପୁରସ୍କୃତ କରିବେ ପ୍ରତିରକ୍ଷା ମନ୍ତ୍ରୀ”
ଗାଜିପୁର ସୀମାରୁ ସବୁ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ୟୁପି ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ସିଂଘୁ ସୀମା ଖାଲି କରିବାକୁ କହିଲା ହିନ୍ଦୁ ସେନା ।
କନକ ବ୍ୟୁରୋ : ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ ବିରୋଧ କରି ଚାଲିଆସୁଥିବା ଆନ୍ଦୋଳନ ଏବେ କେଉଁ ମୋଡ ନେବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଗଣତନ୍ତ୍ର ଦିବସରେ ହୋଇଥିବା ହିଂସା, ଚାଷୀContinue reading “ଗାଜିପୁର ସୀମାରୁ ସବୁ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଲେ ୟୁପି ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ମଧ୍ୟରେ ସିଂଘୁ ସୀମା ଖାଲି କରିବାକୁ କହିଲା ହିନ୍ଦୁ ସେନା ।”
ଚାଉଳ ବଣ୍ଟାକୁ ନେଇ ଅମାନବୀୟ କାଣ୍ଡ । ବାପାର ମାଡ଼ରେ ଚାଲିଗଲା ଭିନ୍ନକ୍ଷମ ପୁଅର ଜୀବନ ।
କନକ ବ୍ୟୁରୋ : ସରକାରୀ ଚାଉଳ ବଣ୍ଟାକୁ ନେଇ ବାପାର ମାଡ଼ରେ ଭିନ୍ନକ୍ଷମ ପୁଅର ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଗାଁର ଦୁର୍ଗାମାଧବ ସାହିର ବଳରାମ ପ୍ରଧାନ, ତାଙ୍କ ପରିବାର ଲୋକ ସଂଖ୍ୟା ଚାରି ଜଣ । ମାସିକ ପ୍ରତ୍ୟେକଙ୍କୁ ପାଞ୍ଚ କିଲୋ ଚାଉଳ ଓ କିରୋସିନୀ ଓ ଅନ୍ୟାନ୍ୟ ଜିନିଷ ମିଳେ । ଏହାକୁ ନେଇ ଘରେ ଝଗଡା ପରେContinue reading “ଚାଉଳ ବଣ୍ଟାକୁ ନେଇ ଅମାନବୀୟ କାଣ୍ଡ । ବାପାର ମାଡ଼ରେ ଚାଲିଗଲା ଭିନ୍ନକ୍ଷମ ପୁଅର ଜୀବନ ।”
ଗୁହାଳ ଘରେ ଅସହାୟ ଯୁବତୀଙ୍କ ଜୀବନ । ବାପାଙ୍କ ମୃତ୍ୟୁ ପରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଗୁହାଳ ଘରେ ଗାଇ-ଗୋରୁଙ୍କ ସହ ଏକାଠି ରହୁଛନ୍ତି ଦୁଇ ଭଉଣୀ ।
କନକ ବ୍ୟୁରୋ : ଗରିବୀ ଦେଉଛି ଗଭୀର ଯନ୍ତ୍ରଣା । ବାପା ଆରପାରିକୁ ଚାଲିଯିବା ପରେ ଗୁହାଳ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଦୁଇ ଅବିବାହିତ ଭଉଣୀ । ଦିନରେ ପର ଘରେ ପାଇଟି କରି ପେଟ ପୋଷୁଥିବା ବେଳେ ରାତିରେ ମୁଣ୍ଡ ଉପରେ ଛାତଟିଏ ନାହିଁ । ତେଣୁ ଭାଗ୍ୟକୁ ଆଦରି ଗୁହାଳ ଭିତରେ ରହୁଛନ୍ତି ଦୁଇ ଭଉଣୀ । କେନ୍ଦୁଝର ଘସିପୁରା ବ୍ଲକ କେଶଦୁରାପାଳ ପଂଚାୟତ ୧୫ ନମ୍ବର ୱାର୍ଡରେ ରୁହନ୍ତି ଦୁଇ ଭଉଣୀ ମୂଷୀContinue reading “ଗୁହାଳ ଘରେ ଅସହାୟ ଯୁବତୀଙ୍କ ଜୀବନ । ବାପାଙ୍କ ମୃତ୍ୟୁ ପରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ଗୁହାଳ ଘରେ ଗାଇ-ଗୋରୁଙ୍କ ସହ ଏକାଠି ରହୁଛନ୍ତି ଦୁଇ ଭଉଣୀ ।”
ଫେବୃଆରୀ ୨ରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଆସିବ କାର୍ଯ୍ୟସୂଚୀ । ସ୍କୁଲ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
କନକ ବ୍ୟୁରୋ : ସିବିଏସଇ ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା ହେବା ପରେ ଫେବ୍ରୁଆରି ୨ରେ ସିବିଏସଇ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ଆସିବ ବୋଲି ଜଣାପଡ଼ିଛି । ଏ ନେଇ ଆଜି ୧,୦୦୦ ସ୍କୁଲ ପ୍ରିନ୍ସିପାଲଙ୍କ ସହ ଆଲୋଚନା କରି ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲContinue reading “ଫେବୃଆରୀ ୨ରେ ସିବିଏସଇ ବୋର୍ଡ ପରୀକ୍ଷା ପାଇଁ ଆସିବ କାର୍ଯ୍ୟସୂଚୀ । ସ୍କୁଲ ପ୍ରିନ୍ସିପାଲମାନଙ୍କ ସହ ଆଲୋଚନା ପରେ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।”