କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି କୋଭିଡ ଟିକାକରଣ । ସରକାରୀ ଗାଇଡଲାଇନ ଅନୁଯାୟୀ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଉ ଏହି କ୍ରମରେ ଗତକାଲି ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବଳକା ୧ ଲକ୍ଷ ୭୩Continue reading “ଆସନ୍ତାକାଲି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ପଞ୍ଜିକୃତ ହୋଇ ଟିକା ନେଇନଥିଲେ ପର୍ଯ୍ୟାୟକ୍ରମେ ଡକାଯିବ ।”
Tag Archives: News
ଟ୍ରାକ୍ଟର ରାଲି ବେଳେ ଭିନ୍ନ ରୂପରେ ନଜର ଆସିଲେ ଚାଷୀ, ଅଟକାଇବାକୁ ଆସିବାରୁ ପୋଲିସ ଉପରକୁ ଟ୍ରାକ୍ଟର ଚଢାଇଦେବାକୁ କଲେ ଉଦ୍ୟମ ।
କନକ ବ୍ୟୁରୋ : ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି ବାହାର କରିଥିଲେ। ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ବ୍ୟାରିକେଡ ଭାଙ୍ଗିବା ପରେ ଚାଷୀମାନେ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଥିବା ବି ଖବର ଆସିଛି। ନିକଟରେContinue reading “ଟ୍ରାକ୍ଟର ରାଲି ବେଳେ ଭିନ୍ନ ରୂପରେ ନଜର ଆସିଲେ ଚାଷୀ, ଅଟକାଇବାକୁ ଆସିବାରୁ ପୋଲିସ ଉପରକୁ ଟ୍ରାକ୍ଟର ଚଢାଇଦେବାକୁ କଲେ ଉଦ୍ୟମ ।”
ଦିଲ୍ଲୀ ଆକାଶରେ ଉଡିଲା ରାଫେଲ ଲଢୁଆ ବିମାନ । ପ୍ରଥମ ଥର ପାଇଁ ଦମ୍ ଦେଖାଇଲା ରାଫେଲ ।
କନକ ବ୍ୟୁରୋ: ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଆକାଶରେ ଉଡିଲା ଡାକୋଟା ବିମାନ । ଦୁଇଟି ମିଗ ୨୭ ବିମାନ ସହ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ହେରିଟେଜ ବିମାନ ଡାକୋଟା ଦିଲ୍ଲୀ ଆକାଶରେ କଳାକୌଶଳ ପ୍ରଦର୍ଶନ କରିଛି । ୱିଙ୍ଗ କମାଣ୍ଡର ଏସଏସ ଗେହଲଟ ଡାକୋଟାକୁ ଉଡାଇଛନ୍ତି । ୧୯୪୭ରେ କାଶ୍ମୀର ଘାଟି ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୈନିକ ଓ ସାମରୀକ ଉପକରଣ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଡାକୋଟାContinue reading “ଦିଲ୍ଲୀ ଆକାଶରେ ଉଡିଲା ରାଫେଲ ଲଢୁଆ ବିମାନ । ପ୍ରଥମ ଥର ପାଇଁ ଦମ୍ ଦେଖାଇଲା ରାଫେଲ ।”
ଓଡିଶାରୁ ବାହାରିଲା ଟ୍ରାକ୍ଟର ରାଲି । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମର୍ଥନରେ ବାହାରିଲେ କେନ୍ଦ୍ରାପଡା ଓ ଢେଙ୍କାନାଳ ଚାଷୀ
କନକ ବ୍ୟୁରୋ: ତିନି କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ କରି କେନ୍ଦ୍ରାପଡାରେ କୃଷକଙ୍କ ଟ୍ରାକ୍ଟର ରାଲି । ରାଜକନିକା ଓ ଆଳି କୃଷକ ସମନ୍ୱୟ ସମିତି ଆବାହକ ବିଧାନ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଟ୍ରାକ୍ଟର ରାଲି କରାଯାଇଛି । ଚାନ୍ଦବାଲି ପୋଲ ନିକଟରୁ ଟ୍ରାକ୍ଟର ରାଲି ବାହାରି ଗଡଗଡି ପୋଲି ନିଟକରେ ପହଂଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଛି । ରାଲିକୁ ସମର୍ଥନ ଜଣାଇ ଆଳିର ପୂର୍ବତନContinue reading “ଓଡିଶାରୁ ବାହାରିଲା ଟ୍ରାକ୍ଟର ରାଲି । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମର୍ଥନରେ ବାହାରିଲେ କେନ୍ଦ୍ରାପଡା ଓ ଢେଙ୍କାନାଳ ଚାଷୀ”
ଟ୍ରାକ୍ଟର ରାଲି କରି ଲାଲକିଲ୍ଲା ଭିତରେ ପହଞ୍ଚିଲେ ଆନ୍ଦୋଳନରତ ଚାଷୀ, ବିକ୍ଷୋଭ ପ୍ରଦର୍ଶନ ସହ ଉଡ଼ାଇଲେ ପତାକା ।
କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ପହଞ୍ଚିଲେ ଚାଷୀ । କୃଷି ଆଇନକୁ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ଆଜି ଲାଲକିଲ୍ଲାରେ ପହଞ୍ଚିଛନ୍ତି । ପୋଲିସର ସୁରକ୍ଷାବଳୟକୁ ଭେଦ କରି ଟ୍ରାକ୍ଟର ରାଲି ମାଧ୍ୟମରେ ଲାଲକିଲ୍ଲାରେ ପହଞ୍ଚିଛନ୍ତି ଆନ୍ଦୋଳନରତ ଚାଷୀ । କେବଳ ଲାଲକିଲ୍ଲାରେ ପହଞ୍ଚିନାହାନ୍ତି ବରଂ ସେଠାରେ ଥିବା ଖମ୍ବରେ ଚାଷୀ ସଙ୍ଗଠନର ପତାକା ଉଡାଇଛନ୍ତି । ଆଉ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଦିଲ୍ଲୀContinue reading “ଟ୍ରାକ୍ଟର ରାଲି କରି ଲାଲକିଲ୍ଲା ଭିତରେ ପହଞ୍ଚିଲେ ଆନ୍ଦୋଳନରତ ଚାଷୀ, ବିକ୍ଷୋଭ ପ୍ରଦର୍ଶନ ସହ ଉଡ଼ାଇଲେ ପତାକା ।”
ଷ୍ଟିଲ ସିଟି ରାଉରକେଲାରେ ସବୁଠୁ ଉଚ୍ଚରେ ଉଡିଲା ତ୍ରିରଙ୍ଗା: ସେପଟେ ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା
କନକ ବ୍ୟୁରୋ: ମାଲକାନଗିରି ସ୍ୱାଭିମାନ ଅଂଚଳରେ ଆଉ ନାହିଁ ମାଓବାଦୀଙ୍କ ଭୟ । ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା । ଗୋରାସେତୁ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କରିଛନ୍ତି ଅଂଚଳ ବାସୀ । ପୂର୍ବରୁ ଏହି ଅଂଚଳରେ ମାଓବାଦୀଙ୍କ ଦବଦବା ରହିଥିଲା । ଏବେ ଏହି ଅଂଚଳରେ ସୁରକ୍ଷାକର୍ମୀ ପହଚିଂବା ପରେ ଲୋକଙ୍କ ମନରୁ ମାଓ ଭୟ ଦୂର ହୋଇଛି । ସେପଟେ ଷ୍ଟିଲContinue reading “ଷ୍ଟିଲ ସିଟି ରାଉରକେଲାରେ ସବୁଠୁ ଉଚ୍ଚରେ ଉଡିଲା ତ୍ରିରଙ୍ଗା: ସେପଟେ ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା”
ୱେବ ପୋର୍ଟାଲ ଦୁର୍ନୀତି ଡଟ୍ ଲାଇଭର ମୁଖ୍ୟଙ୍କ ନାଁରେ ମାଳ ମାଳ ଅଭିଯୋଗ: ୩ ଥାନା ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଅଭିଯୁକ୍ତ ସୌମ୍ୟରଞ୍ଜନ ସାମନ୍ତରାୟ
କନକ ବ୍ୟୁରୋ: ଦୁର୍ନୀତି ଲାଇଭର ମୁଖ୍ୟ ସାମ୍ବାଦିକଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିବା ପରେ ବାଲୁଗାଁ, ବାଣପୁର, ଚିଲିକା ଅଂଚଳର କିଛି ସାମ୍ବାଦିକ ଓ ସମାଜସେବୀ ଖଣ୍ଡଗିରି ଥାନା ଆସି ପୋଲିସ ନିକଟରେ କିଛି ତଥ୍ୟ ରଖିଛନ୍ତି । ସେମାନଙ୍କର କହିବାନୁସାରେ, ଗିରଫ ସାମ୍ବାଦିକଙ୍କ ନାଁରେ ବାଲୁଗାଁ ଓ ବାଣପୁର ଥାନାରେ ଏକାଧିକ ମାମଲା ରହିଛି । ଅନେକ ଲୋକଙ୍କୁ ସେ ଠକିଛି । ଅନେକ ଲୋକଙ୍କଠାରୁ ଟଙ୍କା ଖାଇଛି ଏବଂ ଧମକ ମଧ୍ୟ ଦେଇଛି ।Continue reading “ୱେବ ପୋର୍ଟାଲ ଦୁର୍ନୀତି ଡଟ୍ ଲାଇଭର ମୁଖ୍ୟଙ୍କ ନାଁରେ ମାଳ ମାଳ ଅଭିଯୋଗ: ୩ ଥାନା ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଅଭିଯୁକ୍ତ ସୌମ୍ୟରଞ୍ଜନ ସାମନ୍ତରାୟ”
ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ । ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ
କନକ ବ୍ୟୁରୋ: ଆଗେ ଆଗେ ବାଇକରେ ଚୋର, ପଛେ ପଛେ କାରରେ ଗୋଡାଉଛି ପୁଲିସ । କୌଣସି ଫିଲ୍ମର ଦୃଶ୍ୟ ଭଳି ଲାଗୁଥିଲେ ବି ଏହି ଘଟଣାଟି ସତ । ଏହି ଚିତ୍ର ଆସିଛି ସମ୍ବଲପୁର ରେଙ୍ଗାଲୀ ଅଂଚଳରୁ । ସୂଚନା ଅନୁସାରେ ଜଣେ ଚାଷୀ ଗତ ୧୫ ତାରିଖରେ ରୋଙ୍ଗାଲୀ କୋପରେଟିଭ ବ୍ୟାଙ୍କରୁ ନିଜ ଧାନ ବିକ୍ରି ଟଙ୍କା ବାହାର କରି ଗାଡି ଡିକିରେ ରଖିଥିଲେ । ପାହାରପାଲି ଗାଁର ଚାଷୀ ପ୍ରମୋଦ ପଟେଲ ଗାଡିContinue reading “ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ । ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ”
ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଅଭାବନୀୟ ପରିସ୍ଥିତି; ସୀମା ଭିତରକୁ ଗଲାବେଳେ ପୋଲିସ ସହ ମୁହାଁମୁହିଁ ଚାଷୀ
କନକ ବ୍ୟୁରୋ: ଆଜି ଦିଲ୍ଲୀରେ ୭୨ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ମଧ୍ୟ ରହିଥିଲା ସାରା ଦେଶର ନଜର । Police use tear gas shells to disperse the protesting farmers at ITO in central Delhi. #FarmersLaws pic.twitter.com/FiF68Q0cVM — ANI (@ANI) January 26, 2021 https://platform.twitter.com/widgets.js ଏ ସବୁ ଫଟୋ ଉପରେContinue reading “ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଅଭାବନୀୟ ପରିସ୍ଥିତି; ସୀମା ଭିତରକୁ ଗଲାବେଳେ ପୋଲିସ ସହ ମୁହାଁମୁହିଁ ଚାଷୀ”
ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା
କନକ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ । ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକContinue reading “ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା”