କାଗଜପତ୍ରରେ ଲାଗିଛି ଗଛ, ହେଲେ ପଡିଆ ପଡିଛି ଜଙ୍ଗଲ । ଯାଜପୁର ଦାନଗଦିରେ ବନୀକରଣ ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ, ଆରଟିଆଇ ତଥ୍ୟ ମଗାଇବା ପରେ ଜଣାପଡିଲା ବନିକରଣ କେମିତି ହୋଇଛି ବାଟବଣା ।

କନକ ବ୍ୟୁରୋ : ବନୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ହେଲେ ବନୀକରଣ ହୋଇଥିବା ସ୍ଥାନ ପଡିଆ ପଡିଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକରେ ବନୀକରଣର ଏଭଳି ଅନିୟମିତତାର ଅଭିଯୋଗ ଆସିଛି । ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ବର୍ଷ ହେଲାଣି, ଏକାଧିକ ସ୍ଥାନରେ ବୃକ୍ଷରୋପଣ ପାଇଁ ଗୋଟିଏ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ନା ଗଛ ଅଛି, ନା ଜଙ୍ଗଲର ଦେଖାContinue reading “କାଗଜପତ୍ରରେ ଲାଗିଛି ଗଛ, ହେଲେ ପଡିଆ ପଡିଛି ଜଙ୍ଗଲ । ଯାଜପୁର ଦାନଗଦିରେ ବନୀକରଣ ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ, ଆରଟିଆଇ ତଥ୍ୟ ମଗାଇବା ପରେ ଜଣାପଡିଲା ବନିକରଣ କେମିତି ହୋଇଛି ବାଟବଣା ।”

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରୟାସ । ୪୪ଟି ସ୍ଥାନରୁ ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ । ରାମ ଜନ୍ମଭୂମି ନ୍ୟାସକୁ ୫ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆଜିଠୁ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି । ସାରା ଦେଶରେ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି । ଦେଶର ୪୪ଟି ସ୍ଥାନରେ ସଂଗ୍ରହ କରାଯିବ ପାଣ୍ଠି । ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଗଠନର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।Continue reading “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରୟାସ । ୪୪ଟି ସ୍ଥାନରୁ ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ । ରାମ ଜନ୍ମଭୂମି ନ୍ୟାସକୁ ୫ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।”

ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ । ଆବଶ୍ୟକ ତଥ୍ୟ ନେବାପରେ ମୁହୂର୍ତକରେ ଲୁଟି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ : ଗଞ୍ଜାମର ଜଣେ ଯୁବକଙ୍କ ପାଖକୁ ଆସୁଛି ଏକ ଫୋନକଲ । ଯେଉଁ ଫୋନକଲରେ ୪ହଜାର ୯୯୯ଟଙ୍କା ଦେବା ପାଇଁ କୁହାଯାଉଛି । ଏବଂ ଫୋନପେର ଏକ ଲିଙ୍କ ଉପରେ କ୍ଲିକ କରିବା ପାଇଁ କୁହାଯାଉଛି । କିନ୍ତୁ ଫୋନ ଗଞ୍ଜାମ ଯୁବକ ଜଣଙ୍କ ଲିଙ୍କ ଉପରେ କ୍ଲିକ କରୁନାହାନ୍ତି । ଆଉ ଅଳ୍ପକେ ବର୍ତି ଯାଉଛନ୍ତି ଠକେଇରୁ । ସନ୍ଦେହ କରାଯାଉଛି ଏହି ଫୋନକଲ ପଛରେ ଜମତରା ଗ୍ୟାଙ୍ଗର ହାତ ରହିଛି ।Continue reading “ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ । ଆବଶ୍ୟକ ତଥ୍ୟ ନେବାପରେ ମୁହୂର୍ତକରେ ଲୁଟି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ”

ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଦେଶ୍-କା-ମୁଡ୍ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ, ସେନେଇ ଏବିପି ନ୍ୟୁଜ୍ ପକ୍ଷରୁ ଜନମତ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଜନତାଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେContinue reading “ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।”

ସମ୍ବାଦର ବ୍ରାଣ୍ଡ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବା ବ୍ରାଣ୍ଡ ପାଏ ସଫଳତା । 

କନକ ବ୍ୟୁରୋ: ଓଡ଼ିଶା ମାଟିରୁ ଜନ୍ମ ନେଇ ଦେଶରେ ଖ୍ୟାତି ଓ ବିଦେଶରେ ଯଶ ଅର୍ଜନ କରିଥିବା ଉଦ୍ୟୋଗକୁ ସମ୍ମାନିତ କରିବାର ପ୍ରୟାସର ନାଁ ହେଉଛି-ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । ବ୍ୟବସାୟକୁ ଉତ୍ସାହିତ ଏବଂ ବ୍ୟବସାୟୀଙ୍କୁ ସମ୍ମାନିତ କରିବାର ପ୍ରୟାସ ଏହାରି ଭିତରେ ଚତୁର୍ଥ ସଂସ୍କାରଣରେ ପାଦ ଦେଇଛି । ଆଉ ଚଳିତବର୍ଷ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କହିଛନ୍ତି-ସାଧାରଣ ଲୋକଙ୍କ ଅବଶ୍ୟକତାContinue reading “ସମ୍ବାଦର ବ୍ରାଣ୍ଡ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବା ବ୍ରାଣ୍ଡ ପାଏ ସଫଳତା । “

ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ସାଂଘାତିକ ସତ । ଥରେ ଦୁଷ୍କର୍ମ ପରେ ଲୋକଲଜ୍ଜା ଭୟରେ ହୋଇଥିଲା ଆପୋଷ ସମାଧାନ, ତଥାପି ସୁଧୁରିଲାନି ସଇତାନ, ବର୍ଷେପରେ ପୁଣିଥରେ ଅପରାଧ ଦୋହରାଇଲା ନରରାକ୍ଷସ ।

କନକ ବ୍ୟୁରୋ : ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ନରପିଶାଚ, କିଭଳି ନିଜ ପ୍ରବୃତି ଛାଡି ପାରେ ନାହିଁ, ତାହାର ଉଦାହରଣ ବାରିପଦାରେ ଦେଖିବାକୁ ମିଳିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ଅପରାଧୀ ସୋନୁ ସିଂ ଦ୍ୱିତୀୟ ଥର ଏଭଳି ନାରକୀୟ କାଣ୍ଡ କରିଛି । ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଲୋକଲଜ୍ଜା ଭୟରେ ମାମଲାର ଆପୋଷ ସମାଧାନ ହୋଇଥିଲା । ଅପରାଧୀ ନିଜକୁ ପରିବର୍ତନ କରିବାContinue reading “ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ସାଂଘାତିକ ସତ । ଥରେ ଦୁଷ୍କର୍ମ ପରେ ଲୋକଲଜ୍ଜା ଭୟରେ ହୋଇଥିଲା ଆପୋଷ ସମାଧାନ, ତଥାପି ସୁଧୁରିଲାନି ସଇତାନ, ବର୍ଷେପରେ ପୁଣିଥରେ ଅପରାଧ ଦୋହରାଇଲା ନରରାକ୍ଷସ ।”

ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଲା ଶ୍ୟାମ ମେଟାଲିକ୍ସ । ୨୦୦ ଲୋକଙ୍କୁ ବାଣ୍ଟିଲା କମ୍ବଳ 

କନକ ବ୍ୟୁରୋ : ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି । କମ୍ପାନୀ ତରଫରୁ ପ୍ରାୟ ୨୦୦ ଅଭାବି ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ବଲପୁର ନିସାନଭଙ୍ଗା ପଞ୍ଚାୟତ ଅଫିସ ପରିସରରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । କମ୍ପାନୀର ନିର୍ଦ୍ଦେଶକ ଦେବକୁମାରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ଡେପୁଟୀ ଜେନେରାଲ ମ୍ୟାନେଜର ଆରକେ ସିଂ ଓContinue reading “ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଲା ଶ୍ୟାମ ମେଟାଲିକ୍ସ । ୨୦୦ ଲୋକଙ୍କୁ ବାଣ୍ଟିଲା କମ୍ବଳ “

କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଆସନ୍ତାକାଲି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନିContinue reading “କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।”

ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । 

କନକ ବ୍ୟୁରୋ : ମରିକି ବି ଅମର ହେଇଗଲା କୁନି ଝିଅ ଧନିଷ୍ଠା । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଅଙ୍ଗଦାନ କରି ଜୀବନ ଦେଇଗଲା । ଏଭଳି ମହତ କାମ କରି ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି କୁନି ଝିଅ । ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । ଜୀବନ କଣ ଜାଣିନଥିବା କୁନି ଝିଅContinue reading “ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । “

ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।

କନକ ବ୍ୟୁରୋ : ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଆଜି ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୨୭୪ ରନ କରିଛି । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮ ରନ କରି ଶତକ ହାସଲ କରିଛନ୍ତି । ସେହିପରି କାମରେନ ଗ୍ରୀନ ଓ ଟିମ ପାଇନ ନଟଆଉଟ ରହିଛନ୍ତି । କାଲି ପୁଣି ଏହି ଦୁଇ ଖେଳାଳି ବ୍ୟାଟିଂ ଆରମ୍ଭ କରିବେ । ଏହିContinue reading “ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।”

Design a site like this with WordPress.com
Get started