କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସ ନେତା ଓ ମନ୍ତ୍ରୀ ହେବା ପରେ ତାଙ୍କର ବ୍ୟବସାୟ ଅଧିକ ବେଗରେ ବଢ଼ିଛି କି ? ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ମନ୍ତ୍ରୀ ହେବା ପରେ ତାଙ୍କ ସମ୍ପତି ତାଲିକା ଦେଖିବା ପରେ କିଛି ଏମିତି ପ୍ରଶ୍ନ ଉଠିବା ସ୍ୱାଭାବିକ । ୨୦୦୯ ଓ ୨୦୧୪ ମସିହାରେ ନବ ଦାସଙ୍କର ୫-୬ଟି ସୌଖୀନ ଓ ବ୍ୟବସାୟିକ ଗାଡ଼ି ଥିବା ବେଳେ ୨୦୧୯-୨୦ ବେଳକୁ ଏହା ୮୦ରେ ପହଞ୍ଚିଯାଇଛି ।Continue reading “୨୦୦୯ରୁ ୨୦୨୦, ୧୧ ବର୍ଷ ଭିତରେ ୬ରୁ ୮୦ ଯାଏଁ ବଢିଛି ମନ୍ତ୍ରୀ ନବ ଦାସଙ୍କ ଗାଡି ସଂଖ୍ୟା । ନଜର ପକାନ୍ତୁ ୨୦୦୯ରୁୁ ନବଙ୍କ ସମ୍ପତ୍ତି ତାଲିକା ।”
Tag Archives: News
ମାତ୍ର ୨୫୦ ଟଙ୍କାରେ ଲୋକଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ କହି ଚାଂଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଗିରଫ । ଏଥର ୨ଶହ କୋଟି ଟଙ୍କାର ଡ୍ରାଏଫ୍ରୁଟ୍ସ ଜାଲିଆତି ମାମଲାରେ ଗିରଫ କଲା ପୋଲିସ
କନକ ବ୍ୟୁରୋ : ମାତ୍ର ୨୫୦ ଟଙ୍କାରେ ଲୋକଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ କହି ଚାଂଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲଙ୍କୁ ଗିରଫ କରିଛି ପୋଲିସ । ଏଥର ୨ଶହ କୋଟି ଟଙ୍କାର ଡ୍ରାଏଫ୍ରୁଟ୍ସ ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି । ତାଙ୍କ ନାଁରେ ରହିଛି ୪୦ରୁ ଅଧିକ ମାମଲା ରହିଛି । ନୋଏଡାରେ ୩ଲକ୍ଷ ଟଙ୍କାରେ ଏକ ଘର ଭଡା ନେଇ ସେ ଏହି କମ୍ପାନି ଚଳାଉଥିଲେ । ତାଙ୍କ ନାଁରେ ୪୦ରୁ ଅଧିକContinue reading “ମାତ୍ର ୨୫୦ ଟଙ୍କାରେ ଲୋକଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦେବାକୁ କହି ଚାଂଚଲ୍ୟ ସୃଷ୍ଟି କରିଥିବା ମୋହିତ ଗୋଏଲ ଗିରଫ । ଏଥର ୨ଶହ କୋଟି ଟଙ୍କାର ଡ୍ରାଏଫ୍ରୁଟ୍ସ ଜାଲିଆତି ମାମଲାରେ ଗିରଫ କଲା ପୋଲିସ”
ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର । ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ପୁରସ୍କୃତ
କନକ ବ୍ୟୁରୋ : ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡିଶା ସରକାର ଦୁଇଟି ଜାତୀୟ ପୁରସ୍କାର ପାଇଛନ୍ତି । ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡିଶା ସ୍ଥାନ ପାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡିଶାକୁ ପୁରସ୍କୃତ କରିଥିଲେ । ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନContinue reading “ଓଡିଶାକୁ ମିଳିଲା ଆଉ ଦୁଇଟି ଜାତୀୟ ପୁରସ୍କାର । ଜାଗାମିଶନ ଓ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ପୁରସ୍କୃତ”
ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ବ୍ୟାଙ୍କ ଖାତା ଖୋଲି ଭତା ପାଇବା ପାଇଁ ତିନି ଦିନ ଧରି ଜଙ୍ଗଲ ରାସ୍ତାରେ ଚାଲିଲେ ବୟସ୍କ ବ୍ୟକ୍ତି, ଫୋନ ନମ୍ବର ନଥିବାରୁ ଫେରାଇ ଦେଲା ବ୍ୟାଙ୍କ ।
କନକ ବ୍ୟୁରୋ : ବ୍ୟାଙ୍କ ପାସବୁକ୍ ଲାଗି ପାଦରେ ଚାଲି ଚାଲି ସହରକୁ ଆସିଛନ୍ତି ଘାଟି ମଣିଷ । ପେନସନ୍ ପାଇଁ ସରକାର ପାସବୁକ୍ ସଂଯୋଗୀକରଣ ବାଧ୍ୟତାମୂଳକ କରିଥିବାରୁ ଘାଟିର ଆଦିବାସୀ ବୃଦ୍ଧବୃଦ୍ଧାଙ୍କୁ ଭତା ନ ମିଳିବାର ଭୟ ଘାରିଛି । ତେଣୁ ୪୫ କିଲୋମିଟର ରାସ୍ତା ଚାଲିବାକୁ ବାଧ୍ୟ ହୋଇଛନ୍ତି ତୁଳସୀ ଘାଟିର ବୟସ୍କ ବୃଦ୍ଧବୃଦ୍ଧା । ତେବେ ବ୍ୟାଙ୍କ ପାସବୁକ୍ ପାଇଁ ଆଦିବାସୀ ମଣିଷ ସିନା ପାହାଡ-ଜଙ୍ଗଲ ରାସ୍ତା ଚାଲିଲେ, ଜଙ୍ଗଲ ଭିତରେ ରାତିContinue reading “ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ବ୍ୟାଙ୍କ ଖାତା ଖୋଲି ଭତା ପାଇବା ପାଇଁ ତିନି ଦିନ ଧରି ଜଙ୍ଗଲ ରାସ୍ତାରେ ଚାଲିଲେ ବୟସ୍କ ବ୍ୟକ୍ତି, ଫୋନ ନମ୍ବର ନଥିବାରୁ ଫେରାଇ ଦେଲା ବ୍ୟାଙ୍କ ।”
ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ । ନିଆଁରେ ଜଳି ଯୁବକଙ୍କ ଚାଲିଗଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ ।
କନକ ବ୍ୟୁରୋ : ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ଜଳି ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା କେନ୍ଦୁସାହି ଗାଁରେ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ରାଜକିଶୋର ପ୍ରଧାନ । ଅନ୍ୟପକ୍ଷରେContinue reading “ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ । ନିଆଁରେ ଜଳି ଯୁବକଙ୍କ ଚାଲିଗଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ । “
କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ୩ ନୂଆ କୃଷି ଆଇନ ଉପରେ ଲଗାଇଲେ ରୋକ୍, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରହିବ ଆଇନ୍ ।
କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଉପରେ ଶୁଣାଣି କରି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ଯାକ ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏଁ ଏହି ଆଇନ୍ ଲାଗୁ ହୋଇପାରିବ ନାହିଁ । ଏଥିସହ କୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି, ଏହି କମିଟି କୃଷି ଆଇନକୁ ତର୍ଜମା କରିବ । ସମସ୍ତେ କମିଟି ଆଗରେContinue reading “କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ୩ ନୂଆ କୃଷି ଆଇନ ଉପରେ ଲଗାଇଲେ ରୋକ୍, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରହିବ ଆଇନ୍ ।”
ଆସିଲା କରୋନା ମହାମାରୀ ପାଇଁ ମହୋଷଧୀ । ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ, ୧୬ ତାରିଖରେ ହେବ ଟିକାକରଣ ।
କନକ ବ୍ୟୁରୋ : ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆଜି ସାରା ଦେଶକୁ କରୋନା ଟିକା ‘କୋଭିସିଲ୍ଡ’ ବିତରଣ କରାଯାଇଛି । ଟିକସକୁ ଛାଡି ୨୦୦ ଟଙ୍କା ପ୍ରତି ଡୋଜ ଦରରେ ୧ କୋଟି ୧୦ ଲକ୍ଷ ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ ବନ୍ଦରକୁ ଟିକା ପଠାଯାଇଥିଲା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ, କୋଲ୍ଡ ଚେନକୁ ମେନଟେନ୍ କରି ବିମାନରେ ଭାରତର ବିଭିନ୍ନ ସହରକୁContinue reading “ଆସିଲା କରୋନା ମହାମାରୀ ପାଇଁ ମହୋଷଧୀ । ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ, ୧୬ ତାରିଖରେ ହେବ ଟିକାକରଣ ।”
ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଭ୍ୟାକସିନ୍ ।
କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଗଲା କୋଭିଡ୍ ଭ୍ୟାକସିନ୍ । ଆଜି ପୁରୀ, କଟକ ଓ ନୟାଗଡ ଜିଲ୍ଲାକୁ କରୋନା ଟିକା ପଠାଯାଇଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାକୁ କରୋନା ଟିକା ପଠାଯିବ । ଏବଂ ୧୬ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହେବ ଟିକାକରଣ ଅଭିଯାନ । ପ୍ରାୟ ୧୦ ମାସ ଧରି ପୂରାContinue reading “ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଭ୍ୟାକସିନ୍ ।”
ମାଟ୍ରିକ୍ ପରୀକ୍ଷା ଫିସ୍ ଛାଡ଼ କଲେ ସରକାର । ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ
କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ କଲେ ସରକାର । ଛାତ୍ର ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପରୀକ୍ଷା ଫିସ୍ ଛାଡ କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ। ସୂଚନାଯୋଗ୍ୟ ଯେ ପ୍ରତି ପିଲାଙ୍କୁContinue reading “ମାଟ୍ରିକ୍ ପରୀକ୍ଷା ଫିସ୍ ଛାଡ଼ କଲେ ସରକାର । ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ”
ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ । ବିଶ୍ୱସ୍ତରୀୟ ହେବ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ।
କନକ ବ୍ୟୁରୋ : ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିପୁଳ ସମ୍ଭାବନାକୁ ଉପଯୋଗ କରି ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚାଭିଳାଷ ଯୋଜନା ପ୍ରସ୍ତୁତ କରିଛନ୍ତି । ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବରେ, ରାଜ୍ୟରେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ଚନ୍ଦ୍ରଭାଗା ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳଭୂମିରେ ଭିତ୍ତିଭୂମିର ବିକାଶ କରି ଆନ୍ତର୍ଜାତିକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।Continue reading “ବେଳାଭୂମି ପର୍ଯ୍ୟଟନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ । ବିଶ୍ୱସ୍ତରୀୟ ହେବ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ।”