ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଅଘଟଣ ପାଇଁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ । ତୁରନ୍ତ ମାମଲା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ଉନ୍ନୟନ କମିଶନର ପିକେ ଜେନାଙ୍କ ନିର୍ଦ୍ଦେଶ । ତେବେ ଆଜି ନବରଙ୍ଗପୁର ତାଲାପଦର ନିକଟରେ ଭୁଶୁଡିଥିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ୬ ଆହତ ଥିବା ବେଳେ ୩Continue reading “ନବରଙ୍ଗପୁର ପୋଲ ଭୁଶୁଡିବା ଘଟଣା । ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ।”

କେନ୍ଦ୍ରାପଡାରେ କାର୍ଯ୍ୟକ୍ରମ, ହେଲେ ଦେଖା ଯାଉନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପାଇଁ କୋଣଠେସା ହେଉଛନ୍ତି କି ଅନୁଭବ ?

କନକ ବ୍ୟୁରୋ : ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଗତ କିଛି ଦିନର ଘଟଣାକୁ ଲକ୍ଷ୍ୟ କଲେ ସ୍ପଷ୍ଟ ଜାଣି ହେବ ଦଳୀୟ କାର୍ଯ୍ୟରୁ ଦୂରରେ ରହୁଛନ୍ତି ଅନୁଭବ । ଏପରିକି ବିଜେଡିର କାର୍ଯ୍ୟକାରିଣୀ ଓ ପରିଷଦ ବୈଠକରେ ବି ତାଙ୍କୁ ଦେଖିବାକୁ ମିଳିନଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ବିବାଦ ପରେ ଦଳ ତାଙ୍କୁ କୋଣଠେସା କରିଛି ନା ସେ ବ୍ୟକ୍ତିଗତ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁContinue reading “କେନ୍ଦ୍ରାପଡାରେ କାର୍ଯ୍ୟକ୍ରମ, ହେଲେ ଦେଖା ଯାଉନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦ ପାଇଁ କୋଣଠେସା ହେଉଛନ୍ତି କି ଅନୁଭବ ?”

ନବୀନ ଶୁଝିଲେ ୨୦୧୫ରେ ଆଣିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ୧୫ଲକ୍ଷ ଟଙ୍କାର ଋଣ । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି ବାବଦରେ ପୂରା ତଥ୍ୟ ।

କନକ ବ୍ୟୁରୋ : ଉଭଣୀ ଗୀତା ମେହଟାଙ୍କ ଋଣ ସୁଝିଲେ ନବୀନ । ୨୦୧୫ରେ ଭଉଣୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଋଣ କରିଥିଲେ ନବୀନ । ତେବେ ଏଥର ମୁଖ୍ୟମନ୍ତ୍ରୀ ତାଙ୍କ ସମ୍ପତି ତାଲିକାରେ ଏହି ଋଣ କଥା ଦର୍ଶାଇ ନାହାନ୍ତି । ନିଜ ସମ୍ପତି ତାଲିକା ସାର୍ବଜନୀନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କର ମୋଟ୍ ସ୍ଥାବର ଅସ୍ଥାବର ସମ୍ପତିର ମୂଲ୍ୟ ୬୪ କୋଟି ୯୮ ଲକ୍ଷ ଟଙ୍କା ରହିଛି । ଏହି ତାଲିକାରେ ନବୀନContinue reading “ନବୀନ ଶୁଝିଲେ ୨୦୧୫ରେ ଆଣିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ୧୫ଲକ୍ଷ ଟଙ୍କାର ଋଣ । ଜାଣନ୍ତୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି ବାବଦରେ ପୂରା ତଥ୍ୟ ।”

ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭୁବନେଶ୍ୱରର ଭକ୍ତ ।

କନକ ବ୍ୟୁରୋ: ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭକ୍ତ । ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏହି ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ  ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଦାନ କରିଛନ୍ତି ପଦ୍ମ । ତେବେ ଶ୍ରୀଜିଉଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଏବଂ ୮୨୨ ଗ୍ରାମ ରୂପା ବ୍ୟବହାର ହୋଇଛି । ଭାବରContinue reading “ଶ୍ରୀଜିଉଙ୍କ ପାଇଁ ସୁନାର ସୂର୍ଯ୍ୟ-ଚନ୍ଦ୍ର । ମହାପ୍ରଭୁଙ୍କ ପାଇଁ ୩ ହଳ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭୁବନେଶ୍ୱରର ଭକ୍ତ ।”

କାଳିଆ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୨୧ତାରିଖରୁ ଦରକାର ନାହିଁ କରୋନା ରିପୋର୍ଟ, ସକାଳ ୭ ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ ।

କନକ ବ୍ୟୁରୋ : ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ହେବନି କୋଭିଡ୍ ରିପୋର୍ଟ । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ନଜରରେ ରଖି ଆଜି ବଡ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୨୧ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ହେବ ନାହିଁ କରୋନା ନେଗେଟିଭ୍ ରିପୋର୍ଟ । ତେବେ ମନ୍ଦିରକୁ ଯିବା ସମୟରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା କଟକଣା ମାନିବାକୁ ପଡିବ । ଆସନ୍ତାContinue reading “କାଳିଆ ଦର୍ଶନ ପାଇଁ ହଟିଲା କଟକଣା । ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ୨୧ତାରିଖରୁ ଦରକାର ନାହିଁ କରୋନା ରିପୋର୍ଟ, ସକାଳ ୭ ଟାରୁ ଆରମ୍ଭ ହେବ ସାଧାରଣ ଦର୍ଶନ ।”

ନବରଙ୍ଗପୁରରେ ଭୁଶୁଡିଲା ନିର୍ମାଣଧୀନ ପୋଲ । ଜଣେ ମୃତ, ୩ ଗୁରୁତର । କାମ ସାରି ଫେରିବା ବେଳେ ଅଘଟଣ ।

କନକ ବ୍ୟୁରୋ: ବଡ ଖବର । ନବରଙ୍ଗପୁରରେ ଭୁଶୁଡିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡିଲା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ମୃତକଙ୍କ ପରିଚୟ ମିଳିନି । ଶ୍ରମିକମାନେ ପୁରୀ ଅଞ୍ଚଳର ସୂଚନା । ସମସ୍ତେ କାମ ସାରି ଘରକୁ ଫେରୁଥିଲେ । ତେବେ ନବରଙ୍ଗପୁରରେ ତାଲାପଦର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡି ୭ ଶ୍ରମିକ ଆହତ ହୋଇଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତିContinue reading “ନବରଙ୍ଗପୁରରେ ଭୁଶୁଡିଲା ନିର୍ମାଣଧୀନ ପୋଲ । ଜଣେ ମୃତ, ୩ ଗୁରୁତର । କାମ ସାରି ଫେରିବା ବେଳେ ଅଘଟଣ ।”

କାଳ ହେଲା ବଣଭୋଜି । କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଯୁବକ । ଜଣେ ମୃତ, ଜଣେ ଗୁରୁତର ।

କନକ ବ୍ୟୁରୋ : କାଳ ହେଲା ବଣଭୋଜି । ପିକନିକରେ ଯାଇ ନଈରେ ଗାଧୋଇବା ବେଳେ ପାଣିରେ ବୁଡିଗଲେ ୨ ସାଙ୍ଗ । ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କୋଏଲ ନଦୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେଟରକେଲା ଘାଟରେ ପିକ୍‌ନିକ କରୁଥିବା ବେଳେ ୨ ଜଣ ସାଙ୍ଗ ପାଣିରେ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିContinue reading “କାଳ ହେଲା ବଣଭୋଜି । କୋଏଲ ନଦୀରେ ଗାଧୋଉଥିବା ବେଳେ ବୁଡିଗଲେ ୨ ଯୁବକ । ଜଣେ ମୃତ, ଜଣେ ଗୁରୁତର ।”

ହ୍ୱାଟସଆପର ବିକଳ୍ପ ଭାବେ ସାମ୍ନାକୁ ଆସିଲା ସିଗନାଲ ଆପ୍ । ବ୍ୟବହାର କରିବାକୁ ଅପିଲ କଲେ ବିଶ୍ୱର ନମ୍ବର ୱାନ ଧନୀ ।

କନକ ବ୍ୟୁରୋ : ହ୍ୱାଟସଆପ ହାତ ଛାଡିଲେ ୟୁଜର୍ସଙ୍କୁ ସମ୍ଭାଳିବ ସିଗନାଲ । ମେସେଜିଙ୍ଗ ଆପ୍ ହ୍ୱାଟସଆପ ନିଜର ପ୍ରାଇଭେସୀ ଟର୍ମ ଓ ପଲିସି ବଦଳାଇବାକୁ ଯାଉଛି । ଆସନ୍ତାମାସ ୮ ତାରିଖରୁ ଏହି ନୂଆ ପଲିସି ଲାଗୁ କରିବାକୁ ଯାଉଛି ହ୍ୱାଟସଆପ । ଏହାଦ୍ୱାରା ହ୍ୱାଟ୍ସଆପ ନିଜ ୟୁଜର୍ସଙ୍କ ଗୋପନୀୟ ତଥ୍ୟ ଫେସବୁକ ଓ ଫେସବୁକର ଅନ୍ୟ କଂପାନୀ ସହ ତଥ୍ୟ ସେୟାର କରିବ । ଏଥିପାଇଁ ୟୁଜର୍ସଙ୍କ ଅନୁମତି ଲୋଡୁଛି ହ୍ୱାଟସଆପ । ଯଦିContinue reading “ହ୍ୱାଟସଆପର ବିକଳ୍ପ ଭାବେ ସାମ୍ନାକୁ ଆସିଲା ସିଗନାଲ ଆପ୍ । ବ୍ୟବହାର କରିବାକୁ ଅପିଲ କଲେ ବିଶ୍ୱର ନମ୍ବର ୱାନ ଧନୀ ।”

ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜେଇ ।

କନକ ବ୍ୟୁରୋ: ଗଞ୍ଜେଇ ପାଇଁ ଓଡିଶାରେ ଛାନଭିନ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜଇ । ମାଫିଆର ଲିଙ୍କ୍ ଖୋଜି ଖୋଜି ଜୟପୁରରେ ପହଁଚିଛି ମୁମ୍ୱାଇ ଆଂଟି ଟେରରିଜିମ୍ ସ୍କୁଆଡ୍ । ଗଂଜେଇ ଚାଲାଣକାରୀ ମାଫିଆକୁ ସ୍ଥାନୀୟ ପୋଲିସ ସହାୟତାରେ ଗିରଫ କରାଯାଇଛି । ଗିରଫ ଗଂଜେଇ ମାଫିଆ ଜୟପୁର ସହର ନିକଟ କଲାକୁଡାର ଖଗାପତି ପାଙ୍ଗି ବୋଲି ପୋଲିସ ସୂଚନା ଦେଇଛି । ତେବେ ଜୟପୁରରୁ ନାଗପୁରକୁ ଗଂଜେଇ ଚୋରା ଚାଲାଣ ପଛରେ ତାହାର ଲିଙ୍କ୍Continue reading “ଗଞ୍ଜେଇ ଚାଲାଣର ମାଫିଆ ଲିଙ୍କ୍ ଖୋଜି ଖୋଜି ଓଡିଶାରେ ମୁମ୍ବାଇ ଆଣ୍ଟି ଟେରରିଜିମ ସ୍କୁଆଡ୍ । ଜୟପୁରରୁ ନାଗପୁର ଯାଉଛି ଗଞ୍ଜେଇ ।”

ସୂଚନା ଅଧିକାର କର୍ମୀଙ୍କ ବଡ ଖୁଲାସା । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ । ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୫୫ ପ୍ରତିଶତ ଆୟକର ଦାତା

କନକ ବ୍ୟୁରୋ : ଭୋଟ ପାଇଁ ଯୋଜନା ନା ବିକାଶ ପାଇଁ ଯୋଜନା । ଗୋଟିଏ ପଟେ ସରକାର କୃଷକ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାକୁ ଯୋଜନା ପରେ ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି । ଏହି ଯୋଜନାର ସଫଳ ରୂପାୟନ ପାଇଁ ରାଜକୋଷରୁ ହଜାର ହଜାର କୋଟି ଟଙ୍କାର ସହାୟତା କୃଷକ ମାନଙ୍କୁ ଦିଆଯାଉଛି ବୋଲି ବିଭିନ୍ନ ସଭା ଓ ସମାବେଶରେ ନେତାମାନେ ଗଳା ଫଟାଇ ଚିକ୍ରାର କରୁଛନ୍ତି । ହେଲେ ଯୋଜନା ହେଉଛିContinue reading “ସୂଚନା ଅଧିକାର କର୍ମୀଙ୍କ ବଡ ଖୁଲାସା । ୨୦ ଲକ୍ଷ ଅଯୋଗ୍ୟ ହିତାଧିକାରୀ ନେଉଛନ୍ତି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ । ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ଅଛନ୍ତି ୫୫ ପ୍ରତିଶତ ଆୟକର ଦାତା”

Design a site like this with WordPress.com
Get started