ରାଜ୍ୟରେ ୧୬୦ ସ୍ଥାନରେ ହେବ ଟିକାକରଣ । ସରକାରୀ ଡାକ୍ତରଖାନା ସହିତ ସିଏଚସି, ପିଏଚସି ଓ ଘରୋଇ ଡାକ୍ତରଖାନାରେ ଦିଆଯିବ ଟିକା, ଟିକାକରଣ ପାଇଁ ସରିଛି ସବୁ ପ୍ରସ୍ତୁତି ।

କନକ ବ୍ୟୁରୋ : ରାଜ୍ୟକୁ କରୋନା ଟିକା ଆସିଲେ କିପରି କରାଯିବ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ୧୬୦ଟି ସେସନ ସାଇଟରେ କରାଯିବ ଟିକାକରଣ । ସେସନ ସାଇଟ୍ ନିର୍ଦ୍ଧାରଣ କରାଯାଇସାରିଛି । ସରକାରୀ ଡାକ୍ତରଖାନା, ସିଏଚସି, ପିଏଚସି ଏବଂ ଘରୋଇ ଡାକ୍ତରଖାନାକୁ ମିଶାଇ ମୋଟ୍ ୧୬୦ଟି ସ୍ଥାନରେ କରାଯିବ ଟିକାକରଣ । ରାଜ୍ୟ ସ୍ତରରେ କିପରିContinue reading “ରାଜ୍ୟରେ ୧୬୦ ସ୍ଥାନରେ ହେବ ଟିକାକରଣ । ସରକାରୀ ଡାକ୍ତରଖାନା ସହିତ ସିଏଚସି, ପିଏଚସି ଓ ଘରୋଇ ଡାକ୍ତରଖାନାରେ ଦିଆଯିବ ଟିକା, ଟିକାକରଣ ପାଇଁ ସରିଛି ସବୁ ପ୍ରସ୍ତୁତି ।”

କରୋନା କାଳର କୋଟିପତି ମାଉସୀ । କ୍ଷୀର ଖୋଲିଦେଲା ଭାଗ୍ୟ, କ୍ଷୀର ବିକି କୋଟିପତି ବନିଲେ ୬୨ ବର୍ଷର ବୁଢୀ ମା’ ।

କନକ ବ୍ୟୁରୋ : କ୍ଷୀର ଖୋଲିଦେଲା ଭାଗ୍ୟ । କରୋନା କାଳର କୋଟିପତି ମାଉସୀ । ଲକଡାଉନ୍ ସମୟରେ କ୍ଷୀର ବିକ୍ରି କରି କୋଟିପତି ବନିଲେ ବୃଦ୍ଧା । କୁହାଯାଏ, କୌଣସି ବି କାମ ଛୋଟ କିମ୍ବା ବଡ ହୋଇନଥାଏ । ଆପଣଙ୍କୁ କେବଳ ସେହି କାମର ମହତ୍ୱ ଜାଣିବା ଆବଶ୍ୟକ । ସବୁ କାମର ଆରମ୍ଭ ସବୁବେଳେ ଛୋଟରୁ ହିଁ ହୋଇଥାଏ । ଯଦି ସେହି କାମ ପ୍ରତି ଆପଣଙ୍କ ଭଲପାଇବା ଆଉ ଏକାଗ୍ରତା ରହିଥାଏ,Continue reading “କରୋନା କାଳର କୋଟିପତି ମାଉସୀ । କ୍ଷୀର ଖୋଲିଦେଲା ଭାଗ୍ୟ, କ୍ଷୀର ବିକି କୋଟିପତି ବନିଲେ ୬୨ ବର୍ଷର ବୁଢୀ ମା’ ।”

ସୁବର୍ଣ୍ଣପୁରରେ ଚାଲିଛି ବେଆଇନ୍ ବାଲିଚାଲାଣ । ବିନା ଟେଣ୍ଡରରେ ମହାନଦୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ ବାଲି, ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ।

କନକ ବ୍ୟୁରୋ : ସୁବର୍ଣ୍ଣପୁରରେ ଚାଲିଛି ଖୁଲମଖୁଲା ବାଲି ଚୋରାଚାଲାଣ । ଦିନ ଦ୍ୱିପହରରେ ମହାନଦୀ ପଠାରୁ ମାଫିଆ ଲୁଟି ନେଉଛନ୍ତି ଟ୍ରକ ଟ୍ରକ୍ ବାଲି । ସବୁ ଚାଲାଣ ହେଉଛି ବାହାର ଜିଲ୍ଲାକୁ । ସବୁକିଛି ଦିନରେ ଚାଲିଥିଲେ ମଧ୍ୟ ବୀରମହାରାଜପୁର ତହସିଲଦାର ଏହାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ଆସିଛି । ମହାନଦୀ ପଠାରେ ଲାଗିଛି ଜେସିବି । ଭର୍ତ୍ତି ଚାଲିଛି ଟ୍ରକ ଟ୍ରକ ବାଲି । ଏମିତି ପ୍ରତିଦିନ ଶହ ଶହ ଟ୍ରକContinue reading “ସୁବର୍ଣ୍ଣପୁରରେ ଚାଲିଛି ବେଆଇନ୍ ବାଲିଚାଲାଣ । ବିନା ଟେଣ୍ଡରରେ ମହାନଦୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ ବାଲି, ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ୍ ରହିଥିବା ଅଭିଯୋଗ ।”

କୁନି ଝିଅର ବଡ଼ କମାଲ୍ । ପବନ ହୋଇଯିବ ପାଣି, ୯ ବର୍ଷର କୁନି ଝିଅ ଆବିଷ୍କାର କଲା ସ୍ୱତନ୍ତ୍ର ଡିଭାଇସ୍ ।

କନକ ବ୍ୟୁରୋ : ପବନ ହୋଇଯିବ ପାଣି । ଏହି କଥା ଶୁଣିକି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଜି ଆମେ ଆପଣଙ୍କୁ ସେମିତି ଏକ ଡିଭାଇସ୍ ବିଷୟରେ କହିବୁ, ଯାହା ସାହାଯ୍ୟରେ ବାୟୁକୁ ପାଣିରେ ପରିବର୍ତନ କରାଯାଇପାରିବ । ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବଢି ବଢି ଚାଲିଥିବା ବେଳେ ଜଳସଙ୍କଟ ବଡ ସମସ୍ୟା ହୋଇ ସାମ୍ନାକୁ ଆସିଛି । ଆଉ ଏତିକି ବେଳେ ଜଣେ ୯ ବର୍ଷର କୁନି ଝିଅ, ଏମିତିContinue reading “କୁନି ଝିଅର ବଡ଼ କମାଲ୍ । ପବନ ହୋଇଯିବ ପାଣି, ୯ ବର୍ଷର କୁନି ଝିଅ ଆବିଷ୍କାର କଲା ସ୍ୱତନ୍ତ୍ର ଡିଭାଇସ୍ ।”

ଭାରତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

କନକ ବ୍ୟୁରୋ : ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସନ୍ତୋଖୀ ୨୬ ଜାନୁଆରୀରେ ଭାରତୀୟ ଗଣତନ୍ତ୍ର ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କର୍ଯ୍ୟାଳୟ ସହ ଯୋଡି ହୋଇଥିବା ସୂତ୍ରରୁ ସୂଚନା ମିଳିଛି ।  ସୂଚନା ଥାଉକି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ବ୍ରିଟେନରେ ନୂଆ କରୋନା ଷ୍ଟେନକୁ ନଜରରେ ରଖି ସେ ଭାରତContinue reading “ଭାରତୀୟ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ଗଣରାଜ୍ୟର ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା”

ଓଡିଶାର କାଶ୍ମୀର… ଦି’ କପ ଚା’ ପିଇ ଦାରିଙ୍ଗବାଡ଼ି ବୁଲୁଛି ଶୀତ, ସଞ୍ଜ ନଇଁଲେ ପ୍ରକୃତି ଗାଉଛି ପ୍ରେମର ଗୀତ…

କନକ ବ୍ୟୁରୋ : ଗୋଟେ ସିନ୍ଦୁରାଫଟା ଆକାଶ, ଗୋଟେ ଉଇଁ ଆସୁଥିବା ସୂର୍ଯ୍ୟ, ଗୋଟେ କାକରଭିଜା ରୋମାଣ୍ଟିକ ସକାଳ, ସେ ଶୀତୁଆ ସକାଳରେ ସୁନେଲି କିରଣ ପହୁଁଥିବା ଗୋଟେ ଫୁଲେଇ ଝିଅ, ପ୍ରେମର ପଣକିଆ ଡାକୁଥିବା ମାଳମାଳ ପାଇନ ଗଛ, ଆଉ ଦୂରରୁ ଆ କହୁଥିବା ସବୁଜ ପାହାଡ ମାନେ ତ ଦାରିଙ୍ଗିବାଡି… ହଁ ଦାରିଙ୍ଗିବାଡି ଗୋଟେ ପ୍ରକୃତିର ଡାକ, ଓଡିଶାର ଭୂସ୍ୱର୍ଗ । ଶୀତର ଚାଦର ଘୋଡି କାକରର କବିତା ଲେଖୁଥିବା ଗୋଟେ କୁଆଁରୀ ଝିଅରContinue reading “ଓଡିଶାର କାଶ୍ମୀର… ଦି’ କପ ଚା’ ପିଇ ଦାରିଙ୍ଗବାଡ଼ି ବୁଲୁଛି ଶୀତ, ସଞ୍ଜ ନଇଁଲେ ପ୍ରକୃତି ଗାଉଛି ପ୍ରେମର ଗୀତ…”

କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ: କୋହଳ ହେଲା କାଳିଆ ଦର୍ଶନ କଟକଣା । । ଏଥିପାଇଁ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଲୋଚନା ଆରମ୍ଭ ହୋଇଛି । ଦର୍ଶନ ବ୍ୟବସ୍ଥା ସଂପର୍କରେ ପୁଂଖାନୁପୁଂଖ ଆଲୋଚନ ହୋଇଛି । ଜାନୁୟାରୀ ୨୧ରୁ ମନ୍ଦିରରେ ଜଗା ଦର୍ଶନ ପାଈଁ କରୋନା ରିପୋର୍ଟ ଆବଶ୍ୟକ ନାହିଁ । ବିଶେଷ କରି ସାଧାରଣ ଭକ୍ତି କିଭଳି ସୁବିଧାରେ ଦର୍ଶନ ପାଇ ପାରିବେ ତାହା ଏହି ବୈଠକରେ ଫୋକସରେ ରହିବ । କୋଭିଡ଼ ରିପୋର୍ଟ ପାଇଁ ଅର୍ଥ ଯୋଗାଡ଼Continue reading “କାଳିଆକୁ ଦେଖିବା ପାଇଁ କଟକଣା କୋହଳ: ୨୧ରୁ ହଟିବ କୋଭିଡ୍ ରିପୋର୍ଟ କଟକଣା ; ୮ଟା ପରିବର୍ତ୍ତେ ସକାଳ ୭ଟାରୁ ଦର୍ଶନ କରିବେ ଶ୍ରଦ୍ଧାଳୁ”

ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ: ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କଲା କ୍ରିକେଟ ଅଷ୍ଟ୍ରେଲିଆ; ବିସିସିଆଇକୁ ମାଗିଲା କ୍ଷମା

କନକ ବ୍ୟୁରୋ: ସିଡନୀ ଟେଷ୍ଟରୁ ଆସିଛି କ୍ରିକେଟ ପାଇଁ ଲଜ୍ଜାଜନକ ଘଟଣା । ତୃତୀୟ ଦିନରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ପରେ ଘଟଣା ଏବେ ଚର୍ଚା ସୃଷ୍ଟି କରିଛି । ଗତକାଲି ଅନ୍ତିମ ସେସନ୍ ଖେଳ ସମୟରେ ଷ୍ଟାଡିୟମରୁ ଅଷ୍ଟ୍ରେଲିଆ ଫ୍ୟାନ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ କରିଥିଲେ । ମହମ୍ମଦ ସିରାଜ ଫିଲ୍ଡିଂ କରୁଥିବା ସମୟରେ ଏହାର ଶିକାର ବନିଥିଲେ । କ୍ୟାପଟେନ୍ ରାହାଣେଙ୍କୁ ଏହା ଜଣାଇବା ପରେ ଫିଲ୍ଡ ଅମ୍ପାୟାରଙ୍କContinue reading “ସିଡନୀ ଟେଷ୍ଟରେ ଭାରତୀୟ ଖେଳାଳିଙ୍କୁ ଜାତିଆଣ ଆକ୍ଷେପ ପ୍ରସଙ୍ଗ: ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କଲା କ୍ରିକେଟ ଅଷ୍ଟ୍ରେଲିଆ; ବିସିସିଆଇକୁ ମାଗିଲା କ୍ଷମା”

ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ

କନକ ବ୍ୟୁରୋ : ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଦେଲା ଖୁସିଖବର । ଜାନୁଆରୀ ୨୧ ତାରିଖରୁ ବିନା କୋଭିଡ ପରୀକ୍ଷାରେ ଭକ୍ତମାନେ  ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ଏନେଇ ପ୍ରଶାସନ ପକ୍ଷରୁ ଏସଓପିରେ ପରିବର୍ତ୍ତନ କରାଯାଇଛି । ଧିରେ ଧିରେ କରୋନା କଟକଣା ହଟାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ହୋଇଛି ପ୍ରଶାସନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ କ୍ରିଷନ କୂୁମାର । ହେଲେ ୨୧Continue reading “ମହାପ୍ରଭୂ ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର: ଜଗା ଦର୍ଶନ ପାଇଁ ୨୧ ରୁ ଦରକାର ପଡିବ ନାହିଁ କୋଭିଡ୍ ସାର୍ଟିଫିକେଟ; ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ”

ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ

କନକ ବ୍ୟୁରୋ: ହରିୟଣାରେ କୃଷକଙ୍କ ଉପରେ ଲାଠିଚାର୍ଜ କରିଛି । ରାଜ୍ୟର କର୍ଣ୍ଣାଲରେ ପ୍ରଦର୍ଶନକାରୀଙ୍କ ଉପରେ ଏହି ବଳପ୍ରୟୋଗ କରିଛି ପୁଲିସ । ଜିଲ୍ଲାରେ କୌମାଲ ଗାଁରେ ବିଜେପି ପକ୍ଷରୁ କିଷାନ ସମ୍ବାଦ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଯୋଗଦେଇ କୃଷକଙ୍କୁ କୃଷି ଆଇନ ସପକ୍ଷରେ ଭାଷଣ ଦେବାର ଥିଲା । ଏହି ସମୟରେ ଆଇନକୁ ବିରୋଧ କରୁଥିବା କୃଷକ ସଭାସ୍ଥଳରେ ପଂହଚିଯାଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କୁ କଳପତାକା ପ୍ରଦର୍ଶନContinue reading “ହରିୟାଣାରେ କୃଷକଙ୍କ ଉପରେ ପୋଲିସର ଲାଠିଚାର୍ଜ: କର୍ଣ୍ଣାଲରେ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ କୃଷକ ଆଇନ ସପକ୍ଷରେ ଚାଷୀଙ୍କ ହଙ୍ଗାମା; ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୋଲିସ”

Design a site like this with WordPress.com
Get started