ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।

କନକ ବ୍ୟୁରୋ : ଧନୁମୁଆଁ ପାଇଁ ସମଗ୍ର ରାଜ୍ୟରେ ରହିଛି ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକ ମାସ ଧରି ଏହି ଧନୁମୁଆଁର ବେଶ୍ ଚାହିଦା ରହିଥାଏ । ତାକୁ ନଜରରେ ରଖି ମୁଆଁ ତିଆରିରେ ଲାଗିପଡିଛନ୍ତି କାରିଗର । ଚିନିମୁଆଁ, ଘିଅମୁଆଁ ଭଳି ଅନେକ ପ୍ରକାରର ମୁଆଁ ଏବେ ବ୍ରହ୍ମପୁର ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ । ଧନୁମୁଆଁକୁ ନେଇ ବ୍ରହ୍ମପୁର ବଜାର ବେଶ ଚଳଚଞ୍ଚଳ । ସେ ଫଳContinue reading “ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।”

ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।

କନକ ବ୍ୟୁରୋ : କୋଭିଡ୍ କଟକଣା ଏବଂ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଆଜି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହେଲେ, କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ଦୁରଦୁରନ୍ତାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଜଗା ଦର୍ଶନ ପାଇଁ ପୁରୀର ଘରୋଇ ହସ୍ପିଟାଲ ଏବଂ ପାଥୋଲ୍ୟାବ୍ ଗୁଡ଼ିକରେ ପ୍ରବଳ ଗହଳି ଦେବାକୁ ମିଳୁଛି । ପୁରୀର ବିଭିନ୍ନ ଘରୋଇ ହସ୍ପିଟାଲ ଓContinue reading “ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।”

ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।

କନକ ବ୍ୟୁରୋ : ଭୁବନେଶ୍ୱରରୁ ଆପଣଙ୍କ ଫୋନ ଚୋରି ହୋଇଛି କି? ଯଦି ହଁ, ତାହେଲେ ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ଫେରି ପାଇପାରିବେ ଆପଣଙ୍କ ଫୋନ୍ । ଆପଣଙ୍କ ଫୋନର ଆଇଏମଇଆଇ ମ୍ୟାଚ କରିଗଲେ ଫେରି ପାଇବେ ଆପଣଙ୍କ ଫୋନ୍ । ଚୋରି ଯାଇଥିବା ଆଇଫୋନ, ସାମସଙ୍ଗ, ୱାନପ୍ଲସ, ଓପ୍ପୋ, ଭିଭୋ ଭଳି ଦାମି ବ୍ରାଣ୍ଡର ଶତାଧିକ ଫୋନ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । ଆଉ ଏହା ସେତିକି ବେଳେ ସମ୍ଭବ ହୋଇଛି ଯେତେବେଳେContinue reading “ଆଇଫୋନ ଚୋରି ପଡ଼ିଲା ମହଙ୍ଗା । ଭୁବନେଶ୍ୱରରୁ ଧରାପଡିଲା ଝାଡଖଣ୍ଡ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଶହେରୁ ଅଧିକା ମୋବାଇଲ ଫୋନ ଜବତ, ୩ ଗିରଫ ।”

ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନଯାକର କୋଳାହଳ ଥମିଗଲା ପରେ ରାତିର ଅନ୍ଧାରରେ ଖୁବଜୋରରେ ନିଶ୍ୱାସ ନେଉଛି ନିର୍ଦ୍ଦିଷ୍ଟ କିଛି ଆପାର୍ଟମେଂଟ । ଅଜଗର ପରି ଗର୍ଜନ, ନିର୍ଜନ ରାତିକୁ ଚିରି ଶବ୍ଦ କରୁଥିଲେ ମଧ୍ୟ- ଏହା ଗାଢ ନିଦରେ ଶୋଇଥିବା କ୍ୟାପିଟାଲବାସୀଙ୍କୁ ବ୍ୟତିବସ୍ତ କରୁନାହିଁ । ଆଉ ସମସ୍ତଙ୍କ ଅଜାଣତରେ ବେଧଡକ୍ ଚାଲୁଛି ଦେହ ବ୍ୟବସାୟ । ଦେହ ଓ ମନର ଭୋକ ମେଂଟାଇବାକୁ ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ ପହଂଚି ଯାଉଛନ୍ତିContinue reading “ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଫୋନ କଲେ ଗ୍ରାହକଙ୍କ ନିକଟରେ ପହଁଚି ଯାଉଛନ୍ତି କଲ୍ ଗାର୍ଲ । ରାତିକ ଦାମ ୩ ହଜାରରୁ ଲକ୍ଷେ ।”

କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।

କନକ ବ୍ୟୁରୋ : ଚଳିତ ବର୍ଷ ବଦଳିବ ମାଟ୍ରିକ ପରୀକ୍ଷାର ଢାଂଚା । ମାଟ୍ରିକ ଛାତ୍ରଛାତ୍ରୀମାନେ ମୋଟ ୮୦ ମାର୍କର ପରୀକ୍ଷା ଦେବେ । ଯେଉଁଥିରେ ଓଏମଆର ସିଟ୍ରେ ୫୦ ମାର୍କର ଅବଜେକଟିଭ ପରୀକ୍ଷା ହେବ । ଏଥିସହ ୩୦ ମାର୍କର ସବଜେକଟିଭ ପ୍ରଶ୍ନ ରହିବ । କିନ୍ତୁ ମୁଲ୍ୟାୟନ ହେବ ୧୦୦ ମାର୍କର । ୮୦ ମାର୍କରୁ ପରୀକ୍ଷାର୍ଥୀ ରଖିଥିବା ମାର୍କ ଅନୁଯାୟୀ ବଳକା ୨୦ ମାର୍କ ଆଭରେଜ ହିସାବରେ ଦିଆଯିବ । ୪୫ରୁ ୫୦Continue reading “କରୋନା ବଦଳାଇଲା ପରୀକ୍ଷା ପ୍ରଶ୍ନାବଳୀ । ୮୦ ମାର୍କର ହେବ ମାଟ୍ରିକ୍ ପରୀକ୍ଷା । ୫୦ ମାର୍କ ଅବଜେକଟିଭ୍, ୩୦ ମାର୍କ ସବଜେକଟିଭ । ବାକି ୨୦ ମାର୍କ ପାଇଁ ଆଭରେଜ ମାର୍କିଂ ।”

ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।

କନକ ବ୍ୟୁରୋ : ଭାରତର ୧୩୦ କୋଟି ଲୋକଙ୍କ ମଧ୍ୟରୁ ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା । ଯାହାକି ବିଶ୍ୱର ସବୁଠୁ ବଡ ଟିକାକରଣ ପ୍ରକ୍ରିୟା । କାରଣ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରେ ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ଏକ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ପାଖରେ କିପରି ଟିକା ପହଂଚିବ ତାକୁ ପ୍ରାଥମିକତା ଦେଉଛନ୍ତି ସରକାରContinue reading “ଭାରତରେ ବିଶ୍ୱର ସବୁଠାରୁ ବଡ ଟିକାକରଣ ପ୍ରକ୍ରିୟା । ପ୍ରାଥମିକ ପାର୍ଯ୍ୟାୟରେ ପ୍ରାୟ ୩୦ କୋଟି ଲୋକଙ୍କୁ ଦିଆଯିବ ଟିକା ।”

କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।

କନକ ବ୍ୟୁରୋ : ଭାରତରେ ଜରୁରିକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ସବୁଜ ସଂକେତ ଦେଇଛି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ମହାମାରୀ ବିରୋଧରେ ଟିକା ନିର୍ମାଣ ପାଇଁ ସାରା ବିଶ୍ୱର ବଡ଼ ବଡ଼ କଂପାନୀ ମଧ୍ୟରେ ପ୍ରତିଯୋଗୀତା ଚାଲିଥିବା ବେଳେ ଦେଶୀୟ ଜ୍ଞାନ କୌଶଳରେ ତିଆରି ହୋଇଛି କୋଭାକ୍ସିନ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ ବା ଆଇସିଏମଆର ଏବଂ ପୁନେContinue reading “କରୋନା ଟିକା ନେଇ ଖୁସି ଖବର । କୋଭିସିଲ୍ଡ ଓ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଚୂଡ଼ାନ୍ତ ଅନୁମତି ।”

ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।

କନକ ବ୍ୟୁରୋ : ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିଲେ । ଶୀତ ଦିନିଆ ସନ୍ଧ୍ୟା ଥିବାରୁ ଚାରିଆଡେ ଅନ୍ଧାର ଥିଲା । ଠିକ୍ ଏହି ସମୟରେ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ ।Continue reading “ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।”

ମାଡିଆସିଲା ମୃତ୍ୟୁ… ଘର ଉପରେ ମାଡିଗଲା ବରଯାତ୍ରୀ ବସ । ଘଟଣାସ୍ଥଳରେ ୫ ମୃତ, ଅନେକ ଗୁରୁତର ।

କନକ ବ୍ୟୁରୋ: କେରଳର ରାଜାପୁରମସ୍ଥିତ କାସରଗୋଡରେ ରବିବାର ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା‌ରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣାରେ କର୍ଣ୍ଣାଟକର ପାଞ୍ଚ ଜଣଙ୍କ ମୃତ୍ୟୁକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ ଶୋକ ପ୍ରକାଶ କରିଛନ୍ତି। ଏକ ବସରେContinue reading “ମାଡିଆସିଲା ମୃତ୍ୟୁ… ଘର ଉପରେ ମାଡିଗଲା ବରଯାତ୍ରୀ ବସ । ଘଟଣାସ୍ଥଳରେ ୫ ମୃତ, ଅନେକ ଗୁରୁତର ।”

ଦୁବାଇ ଯିବ ଧୋନିଙ୍କ ପରିବା । ଦୁବାଇବାସୀ ଖାଇବେ ମାହିଙ୍କ ଫାର୍ମହାଉସ ପନିପରିବା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷ କରୁଛନ୍ତି ଧୋନି ।

କନକ ବ୍ୟୁରୋ: ଦୁବାଇ ଯିବ ଧୋନିଙ୍କ କ୍ଷେତର ପନିପରିବା । ଖୁବ ଶୀଘ୍ର ଆରବ ଦେଶରେ ମିଳିବ ଧୋନିଙ୍କ କ୍ଷେତ ପରିବା । ବିଦେଶ ଯିବ ଦେଶୀ ପରିବା । ତାହା ବି ପୁଣି ଧୋନିଙ୍କ କ୍ଷେତରୁ ଅମଳ ହେଉଥିବା ପନିପରିବା । ଖୁବଶୀଘ୍ର ଦୁବାଇ ବଜାରରେ ଦେଖିବାକୁ ମିଳିବ ଚାମ୍ପିୟନ ଖେଳାଳିଙ୍କ ଚାଷ କ୍ଷେତର ପରିବା । ଏନେଇ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂContinue reading “ଦୁବାଇ ଯିବ ଧୋନିଙ୍କ ପରିବା । ଦୁବାଇବାସୀ ଖାଇବେ ମାହିଙ୍କ ଫାର୍ମହାଉସ ପନିପରିବା, ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଚାଷ କରୁଛନ୍ତି ଧୋନି ।”

Design a site like this with WordPress.com
Get started