କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଭାଲୁ ଆତଙ୍କ । ସ୍ଥାନୀୟ ଲଦୀଯୋଡି ଗାଁରେ ଗତ କିଛି ଦିନ ହେବ ୬ଟି ଭାଲୁ ସଂଧ୍ୟାରେ ବୁଲୁଥିବା ଦେଖିବାକୁ ମିଳୁଛି । ଫଳରେ ଆତଙ୍କରେ ସଂଧ୍ୟା ହେଉ ହେଉ ଗାଁରେ ତାଟିକବାଟ ପଡିଯାଉଛି ଏବଂ ଦୋକାନବଜାର ବନ୍ଦ ହୋଇଯାଉଛି । ଜଣେ ମହିଳା ସଂଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡରେ ପଡିଯାଇଥିଲେ ଏବଂ ଭାଲୁ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ।Continue reading “କୋରାପୁଟ ବୋରିଗୁମ୍ମାରେ ଭାଲୁ ଆତଙ୍କ : ଲଦିଯୋଡି ଗାଁରେ ଘୁରିବୁଲୁଛନ୍ତି ୬ଟି ଭାଲୁ; ଆକ୍ରମଣରେ ଜଣେ ମହିଳା ଗୁରୁତର”
Tag Archives: News
ସ୍ୱତନ୍ତ୍ର ବ୍ୟବସ୍ଥାରେ ଜଗା ଦର୍ଶନ ପାଇଁ ଆଜି ପୁରୀବାସୀଙ୍କ ଶେଷ ଦିନ : ଦୁଇଟି ପର୍ଯ୍ୟାୟରେ ଶ୍ରୀଜିଉଙ୍କ ଦର୍ଶନ କରିବେ ୨୮, ୨୯, ୩୧ ୱାର୍ଡ ବାସିନ୍ଦା
କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ଚାଲିଥିବା ଜଗା ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥାର ଶେଷ ଦିନ । ଆଜି ସକାଳ ୭ଟା ୩୦ରୁ ୧୧ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୮ ବାସିନ୍ଦା, ମଧ୍ୟାହ୍ନ ୧୨ଟାରୁ ୪ଟା ୩୦ ମଧ୍ୟରେ ୱାର୍ଡ ନମ୍ବର ୨୯ ଏବଂ ୩୧ ବାସିନ୍ଦା ଶ୍ରୀଜିଉଙ୍କ ଦର୍ଶନ କରିପାରିବେ । ଗତ ୨୩ ତାରିଖରୁ ଭକ୍ତଙ୍କ ପାଇଁ ସିଂହଦ୍ୱାର ଫିଟିଥିଲେ ମଧ୍ୟ ପ୍ରଥମ ତିନି ଦିନ ସେବାୟତ ପରିବାରଙ୍କ ପାଇଁContinue reading “ସ୍ୱତନ୍ତ୍ର ବ୍ୟବସ୍ଥାରେ ଜଗା ଦର୍ଶନ ପାଇଁ ଆଜି ପୁରୀବାସୀଙ୍କ ଶେଷ ଦିନ : ଦୁଇଟି ପର୍ଯ୍ୟାୟରେ ଶ୍ରୀଜିଉଙ୍କ ଦର୍ଶନ କରିବେ ୨୮, ୨୯, ୩୧ ୱାର୍ଡ ବାସିନ୍ଦା”
କରୋନା ଟିକା ବ୍ୟବହାରକୁ ମିଳିଲାନି ନାହିଁ ମଂଜୁରୀ : ଜାନୁୟାରୀ ୧ ତାରିଖରେ ପୁଣି ବସିବ ବିଶେଷଜ୍ଞ କମିଟିର ବୈଠକ; ନୂଆ ବର୍ଷରେ ଆସିପାରେ ଭଲ ଖବର
କନକ ବ୍ୟୁରୋ : ଭାରତରେ କୋଭିଡ୍ ଟିକାକୁ ମିଳି ନାହିଁ ଅନୁମତି । ଦେଶରେ କୋଭିଡା ଟିକାକରଣ ପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ତେବେ ନୂଆ ବର୍ଷର ପ୍ରଥମ ଦିନରେ କରୋନା ବିରୋଧୀ ଲଢେଇ ଅଭିଯାନ ପାଇଁ ଭଲ ଖବର ମିଳିବା ସମ୍ଭାବନା ରହିଛି । ବୁଧବାର ଡ୍ରଗ୍ସ କଂଟ୍ରୋଲର ଅଫ ଇଣ୍ଡିଆର ସବଜେକ୍ଟ ଏକ୍ସପର୍ଟ କମିଟି ବା ବିଶେଷଜ୍ଞ କମିଟିର ବୈଠକ ବସିଥିଲା । ପ୍ରଥମେ ଆଶା କରାଯାଉଥିଲା ଏହିContinue reading “କରୋନା ଟିକା ବ୍ୟବହାରକୁ ମିଳିଲାନି ନାହିଁ ମଂଜୁରୀ : ଜାନୁୟାରୀ ୧ ତାରିଖରେ ପୁଣି ବସିବ ବିଶେଷଜ୍ଞ କମିଟିର ବୈଠକ; ନୂଆ ବର୍ଷରେ ଆସିପାରେ ଭଲ ଖବର”
ଜାନୁୟାରୀ ପାଇଁ ଗାଇଡଲାଇନ ଜାରି । ଅବରୋଧ ଅଞ୍ଚଳରେ ବଳବତ୍ତର ରହିବ ଲକଡାଉନ ।
କନକ ବ୍ୟୁରୋ: ଜାନୁଆରି ମାସ ଲାଗି କୋଭିଡ୍ କଟକଣା କିଭଳି ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏହି ଗାଇଡଲାଇନରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଜାରି ରହିବ ବୋଲି କୁହାଯାଇଛି। କଣ୍ଟେନମେଣ୍ଟ ଜୋନରେ ଏହି ନିଷେଧାଦେଶ ଆସନ୍ତା ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । କୋଭିଡ୍-୧୯ ସଂକ୍ରମଣର ସ୍ଥିତିକୁ ଦେଖି ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍Continue reading “ଜାନୁୟାରୀ ପାଇଁ ଗାଇଡଲାଇନ ଜାରି । ଅବରୋଧ ଅଞ୍ଚଳରେ ବଳବତ୍ତର ରହିବ ଲକଡାଉନ ।”
ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର ଘରୋଇ ହସ୍ପିଟାଲରେ ଦେହାନ୍ତ
କନକ ବ୍ୟୁରୋ : ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନ୍ତୁ ମହାପାତ୍ର । ୮୪ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ଓଡିଆ ଚଳଚିତ୍ର ଜଗତକୁ ଅନେକ ଚିର ସବୁଜ ସଙ୍ଗୀତ ଭେଟି ଦେଇଛନ୍ତି ସେ । ତାଙ୍କ ସଙ୍ଗୀତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ଆଜି ବି ବସା ବାନ୍ଧିଛି । ଯାହାକୁ ସଭିଏଁ ଆଜି ବି ଗୁଣୁଗୁଣୋଉଛନ୍ତି । ୬୦ ବର୍ଷରୁ ଅଧିକ ସମୟ ଧରି ଓଡିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନContinue reading “ଆଉ ନାହାନ୍ତି ଓଡିଆ ଚଳଚିତ୍ର ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର । ୮୪ବର୍ଷ ବୟସରେ ରାଜଧାନୀର ଘରୋଇ ହସ୍ପିଟାଲରେ ଦେହାନ୍ତ”
ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଚିଠି ଲେଖି ପ୍ରଶ୍ନ ଉଠାଇଲେ ପତ୍ନୀ । ପଚାରିଲେ, କାହିଁକି କରିଛନ୍ତି ଆତ୍ମହତ୍ୟା, କାରଣ କୁହନ୍ତୁ ଜିଲ୍ଲାପାଳ?
କନକ ବ୍ୟୁରୋ : ବର୍ଷେ ପରେ ବି ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ହଟିନି । ଆଉ ଏହାରି ଭିତରେ ନ୍ୟାୟ ପାଇବାକୁ ସଂଘର୍ଷ ଜାରି ରଖିଛନ୍ତି ମୃତ ଦେବନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା । ତକ୍ରାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପ୍ରତି ପୁରା ଘଟଣାରେ କାହିଁକି ଏତେ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ସଂବାଦ ସମ୍ପାଦକଙ୍କୁ ପତ୍ର ଲେଖିଛନ୍ତି ବନଜା । ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣContinue reading “ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତ୍ୟୁ ଘଟଣାରେ ଚିଠି ଲେଖି ପ୍ରଶ୍ନ ଉଠାଇଲେ ପତ୍ନୀ । ପଚାରିଲେ, କାହିଁକି କରିଛନ୍ତି ଆତ୍ମହତ୍ୟା, କାରଣ କୁହନ୍ତୁ ଜିଲ୍ଲାପାଳ?”
ଗରିବଙ୍କୁ ଘର ଦେବାରେ କାହାର ଭାଗ କେତେ? କଳି ଲାଗିଲେ ବିଜେଡି ଓ ବିଜେପି ।
କନକ ବ୍ୟୁରୋ : ପକ୍କାଘର ଯୋଜନାର ଇଏ ହେଉଛି ନୂଆ ପୋଷ୍ଟର । ଯେଉଁଥିରେ ବାଁ ପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଡାହାଣରେ ବିଜୁ ପକ୍କା ଘର ଯୋଜନା ଉଲ୍ଲେଖ କରାଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ର-ଆ-ଯୋ ଲେଖାଯାଇଥିବା ବେଳେ ଏବେ ନୂଆ ଲୋଗୋରେ ତାକୁ ପରିବର୍ତନ କରାଯାଇଛି । ପଂଚାୟତିରାଜ ବିଭାଗ ଏନେଇ ସମସ୍ତ ଜିଲ୍ଲାପାଳ, ପ୍ରୋଜେକ୍ଟ ଡାଇରେକ୍ଟର ଓ ଡିଆରଡିଏମାନଙ୍କୁ ଚିଠି ଲେଖି କହିଛନ୍ତି, ନୂଆ ଲୋଗୋ ଥିବା ଷ୍ଟିକରContinue reading “ଗରିବଙ୍କୁ ଘର ଦେବାରେ କାହାର ଭାଗ କେତେ? କଳି ଲାଗିଲେ ବିଜେଡି ଓ ବିଜେପି । “
କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ଆସନ୍ତା ୪ରେ ପୁଣି ବସିବ ବୈଠକ
କନକ ବ୍ୟୁରୋ : କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ବିଜୁଳି ବିଲ ସର୍ତ୍ତ ଉପରେ କେନ୍ଦ୍ରର ସହମତି । ଏମଏସପି ରହିବା ନେଇ ଲିଖିତ ଭାବେ ଦେବାକୁ ପ୍ରସ୍ତୁତ । ଆସନ୍ତା ୪ରେ ପୁଣି ବସିବ ଉଭୟଙ୍କ ମଧ୍ୟରେ ବସିବ ବୈଠକ । ଦିଲ୍ଲୀରେ ଆଜି ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାContinue reading “କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା କିଛି ମାତ୍ରାରେ ସଫଳ । ୪ଟି ସର୍ତ୍ତରୁ ୨ଟିରେ ସହମତି ହେଲା କେନ୍ଦ୍ର । ଆସନ୍ତା ୪ରେ ପୁଣି ବସିବ ବୈଠକ”
ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?
କନକ ବ୍ୟୁରୋ : ଦିନକ ପରେ ୨୦୨୦ ମସିହା ବିଦାୟ ନେବ। ନୂଆବର୍ଷ ଆସିବାର ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍ ପାଳନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଏଥିପାଇଁ ଡିସେମ୍ବର ୩୧, ଜାନୁଆରୀ ୧Continue reading “ଫିକା ପଡିଲା ନୂଆ ବର୍ଷ । ଜାଣନ୍ତୁ, ଡିସେମ୍ବର ୩୧, ଜାନୁଆରୀ ୧ରେ କାହା ଉପରେ ଲାଗିଲା କଟକଣା?”
ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ ।
କନକ ବ୍ୟୁରୋ : ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜାନୁଆରୀ ମାସରେ ରାଜ୍ୟରେ ଖୋଲିବ ସିନେମା ହଲ ଓ ଥିଏଟର । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । କେନ୍ଦ୍ର ସରକାରଙ୍କ ଏସଓପି ଆଧାରରେ ରାଜ୍ୟରେ ଖୋଲିବ ସିନେମା ହଲ । ହେଲେ ଜାନୁଆରୀ ଡିସେମ୍ବର ୩୧ ଓ ୧ ତାରିଖରେ କଟକଣା ଲାଗୁ ହେବ । ଜାନୁଆରୀ ୩୧ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବContinue reading “ନୂଆ ବର୍ଷ ପାଇଁ ନୂଆ ଗାଇଡଲାଇନ । ରାଜ୍ୟରେ ଖୋଲିବ ସିନେମା ହଲ । ୫୦ ପ୍ରତିଶତ ସିଟରେ ବସି ପାରିବେ ଦର୍ଶକ । “