ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର 

କନକ ବ୍ୟୁରୋ : ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱାଧିନ ଗୁପକାର ମେଂଟ ଜମ୍ମୁକଶ୍ମୀରରେ ଆୟୋଜିତ ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବାଜିମାତ କରିଛି । ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଏହି କେନ୍ଦ୍ର ଶାସିତ ଅଂଚଳରେ କୌଣସି ନିର୍ବାଚନ ଆୟୋଜିତ ହୋଇଥିଲା । ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର ବାଜିମାତ । ଧାରା ୩୭୦ ଉଚ୍ଛେଦ ହେବାContinue reading “ଧାରା ୩୭୦ ଉଚ୍ଛେଦ ପରେ ଘାଟୀରେ ପ୍ରଥମ ନିର୍ବାଚନ ଫଳାଫଳ । ଜିଲ୍ଲା ବିକାଶ ପରିଷଦ ନିର୍ବାଚନରେ ବିଜେପି ଦଖଲରେ ଜମ୍ମୁ, କଶ୍ମୀରରେ ଗୁପକାର ମେଂଟର “

ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।

କନକ ବ୍ୟୁରୋ : ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନଡେ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ଅଂଚଳରେ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡ ହୋଇଥିବା ବେଳେ ୩ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଆହତ ୩ଜଣ ଯବାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗାନ୍ଦେରବଲର ଦୁଦେରହାମା ଅଂଚଳରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି ଗାନ୍ଦେରବଲ ଏସଏସପି । ଏବଂ ଯବାନଙ୍କ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେContinue reading “ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ । ଜମ୍ମୁକଶ୍ମୀର ଗାନ୍ଦେରବଲ ସିଆରପିଏଫ ଯବାନଙ୍କ ଉପରକୁ ଗ୍ରେନେଡ ମାଡରେ ୩ସୁରକ୍ଷା କର୍ମୀ ଆହତ ।”

ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ଆଜି ପୂର୍ବ ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ହୋଇଛି । ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥକ ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ବିବାଦ ରକ୍ତ ସଂଘର୍ଷରେ ପରିଣତ ହୋଇଛି । ରାମନଗର ଅଂଚଳରେ ବିଜେପିର ରାଲି ଚାଲିଥିବା ବେଳେ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିଛିContinue reading “ପଶ୍ଚିମବଙ୍ଗ ରାଜନୈତିକ ଲଢେଇ ପୁଣି ହିଂସାତ୍ମକ ରୂପ ନେଇଛି । ମେଦିନାପୁରରେ ବିଜେପି ଓ ଟିଏମି ସମର୍ଥକଙ୍କ ମଧ୍ୟରେ ରକ୍ତାକ୍ତ ସଂର୍ଘଷ ।”

ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା

କନକ ବ୍ୟୁରୋ : ଚାଷୀଙ୍କ ପିଛା ଛାଡୁନାହିଁ ସମସ୍ୟା । ଯେତେ ଯାହା କଲେ ବି ପ୍ରତି ବର୍ଷ ଧାନ ବିକ୍ରି ବେଳେ ଚାଷୀ ମୁଣ୍ରେ ବଜ୍ର ପକାଉଛି ମଣ୍ଡି ସମସ୍ୟା । ଧାନର ମାନକୁ ନେଇ ପ୍ରଶ୍ନ କରି, ମନଇଚ୍ଛା କଟନୀ ଛଟନୀ କରୁଛନ୍ତି ଅଧିକାରୀ ଓ ଦଲାଲ୍ । ସୁନ୍ଦରଗଡରେ ଗାଁ ଗାଁରେ ମଣ୍ଡି ଖୋଲିଥିବା ବେଳେ ଏମିତି ଶୋଷଣର ଶିକାର ହେଉଛନ୍ତି ଚାଷୀ । ସବୁ ଦେଖି ଚୁପ୍ ବସିଛି ପ୍ରଶାସନ ।Continue reading “ସୁନ୍ଦରଗଡ଼ରେ ଧାନ ବିକ୍ରି ବେଳେ ଚାଷୀଙ୍କୁ ଲୁଟୁଛନ୍ତି ଦଲାଲ । ଲ୍ୟାମ୍ସରେ ବସ୍ତା ପିଛା କଟାଯାଉଛି ମନଇଚ୍ଛା ଧାନ । ଚାଷୀଙ୍କୁ ମିଳୁନି ବସ୍ତା ପଇସା”

ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ

କନକ ବ୍ୟୁରୋ : ବିଜେଡି କାର୍ଯ୍ୟାଳୟରେ ଚାଲିଥିଲା ଛାତ୍ର କାର୍ଯ୍ୟକାରିଣୀ ବୈଠକ । ଯେଉଁଥିରେ ସାମିଲ ହୋଇଥିଲେ ଏହି ଛାମୁଆ ସଂଗଠନର ନେତୃମଣ୍ଡଳୀ । ବୈଠକ ସରିବା ପରେ ହଠାତ ଏକ ନିଆରା ଦୃଶ୍ୟ ସାମ୍ନାକୁ ଆସିଥିଲା । ୧୭୭ ଛାତ୍ର କାର୍ଯ୍ୟକର୍ତାଙ୍କୁ ନେଇ ଆରମ୍ଭ ହେଲା ପରୀକ୍ଷା । ଆଉ ଏହି ପରୀକ୍ଷାର ନିୟନ୍ତ୍ରକ ସାଜିଥିଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ । ୨୦ ମିନିଟ୍ର ଏହି ପରୀକ୍ଷା ପାଇଁ ଥିଲା ମୋଟContinue reading “ବିଜେଡି ପାଠଶାଳାରେ ପରୀକ୍ଷା ଦେଲେ ଛାତ୍ର ନେତା । ନବୀନ ଓ ବିଜୁଙ୍କ ନେଇ ପଚରାଗଲା ୨୫ ପ୍ରଶ୍ନ । ପରୀକ୍ଷାର ନିୟନ୍ତ୍ରକ ସାଜିଲେ ପ୍ରଣବ ପ୍ରକାଶ ଦାସ”

ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିମର ୱାର୍ଡ ନମ୍ବର ୨ରେ କାର୍ଯ୍ୟରତ ଅଙ୍ଗନବାଡି ଦିଦି ନମିତା ଦଳାଇ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୫ଟି ସ୍ଥାନରେ ଚଢାଉ କରିଥିଲା । ବ୍ରହ୍ମପୁର ସହରରେ ଥିବା ୩ ମହଲା କୋଠା, ପୁରୁଣା ବ୍ରହ୍ମପୁରସ୍ଥିତ ଘର, ଭୁବନେଶ୍ୱରରେ ୨ଟି ଫ୍ଲାଟ, ବ୍ରହ୍ମପୁରରେ ଥିବା ଛତୁଆ ଫ୍ୟାକ୍ଟ୍ରି ଉପରେ ହୋଇଥିଲା ଚଢାଉ । ନମିତାଙ୍କ ଘର, ସୁନା ଓ ବ୍ୟାଙ୍କ ବାଲାନସ ମିଶାଇ ମୋଟ ୨କୋଟି ୨୫ଲକ୍ଷContinue reading “ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।”

ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।

କନକ ବ୍ୟୁରୋ : ଯେଉଁ ଦିନଟିକୁ ଦୀର୍ଘ ୯ମାସ ଧରି ଭକ୍ତମାନେ ଅପେକ୍ଷା କରି ରହିଥିଲେ ଆଜି ସେହି ମୁହୁର୍ତ ଆସିଛି । ଖୋଲିଛି ପୁରୀ ଶ୍ରୀମନ୍ଦିର । ମନର ଠାକୁରକୁ ଦର୍ଶନ କରିଛନ୍ତି ଭକ୍ତ । ପୁରୀରେ ପ୍ରବଳ ଥଣ୍ଡା ସତ୍ୱେ ଭୋର ୪ଟା ୫୦ ମିନିଟରେ ଫିଟିଥିଲା ଶ୍ରୀମନ୍ଦିର ଦୁଆର । ପରେ ପରେ ସେବାୟତ ପରିବାରର ସଦସ୍ୟ ମୁହଁରେ ମାସ୍କ ପିନ୍ଧି ପରିଚୟ ପତ୍ର ଦେଖାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁContinue reading “ପ୍ରାୟ ୯ ମାସ ପରେ ଆଜି ଖୋଲିଲା ଶ୍ରୀମନ୍ଦିର । ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସେବାୟତ ପରିବାର । ଜାରି ହେଲା ନୂଆ ଏସଓପି ।”

ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।

କନକ ବ୍ୟୁରୋ : ମଙ୍ଗଳବାର ଦିନ ପୋଖରୀରୁ ପାଣି ନିଷ୍କାସନ ପରେ ରାତି ପ୍ରାୟ ୧୦ଟା ୧୦ ପାଖାପାଖି ଓଡ୍ରାଫ୍ ଟିମକୁ ମିଳିଥିଲା ଏକ ଛୋଟ ପିଲାର ଲେଗିଙ୍ଗସ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଷ୍କର୍ମ ଓ ହତ୍ୟାର ଯେଉଁ ଥିଓରୀ ଦେଇଥିଲେ ସେହି ଆଧାରରେ ଦିନତମାମ ପୋଖରୀରୁ ଜଳ ନିଷ୍କାସନ ହେବା ସହ ପ୍ରମାଣ ଖୋଜା ଚାଲିଥିଲା । ପ୍ରେସମିଟ୍ କରି ବୋଥ୍ରା କହିଥିଲେ ଅଭିଯୁକ୍ତ ସରୋଜ ସେଠୀ, ଏହି ଜଘନ୍ୟ କାଣ୍ଡ ଘଟାଇବାContinue reading “ଲେଗିଙ୍ଗସକୁ ଫରେନସିକ ଲ୍ୟାବକୁ ପଠାଇଲା ଏସଆଇଟି । ଅଭିଯୁକ୍ତର ବୟାନ ଓ ଏସଆଇଟିର ହତ୍ୟା ଥିଓରୀର ପ୍ରମାଣ ପାଇଁ ବେଶ ଗୁରୁତ୍ୱ ରଖୁଛି ଲେଗିଙ୍ଗସ ।”

ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।

କନକ ବ୍ୟୁରୋ : କରୋନାର ନୂଆ ରୂପକୁ ନେଇ ଆତଙ୍କ ଖେଳିଯାଇଥିବା ବେଳେ ଭୁବନେଶ୍ୱରର ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ମିଳିଛି । ସଂପୃକ୍ତ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱରକୁ ଫେରିଛନ୍ତି । ଏହା ଜାଣିବା ପରେ ବିଏମସି ପକ୍ଷରୁ ତାଙ୍କର କୋଭିଡ ପରୀକ୍ଷା ପାଇଁ ନମୂନା ସଂଗ୍ରହ କରିଯାଇଥିଲା । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲରେContinue reading “ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ । ନୂଆ ଷ୍ଟ୍ରେନ କି ନୁହେଁ ହୋଇନି ସ୍ପଷ୍ଟ । ହସ୍ପିଟାଲରେ କରାଗଲା ଭର୍ତ୍ତି ।”

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।

କନକ ବ୍ୟୁରୋ : ଆବାସ ଯୋଜନାକୁ ନେଇ ନବୀନ ସରକାରଙ୍କୁ ଘେରିଛି ବିଜେପି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଦେଇଥିବା ଆବାସ ଯୋଜନା ସମ୍ପର୍କିତ ଚିଠିକୁ ଚିରି ଦେଇଥିଲେ ବିଜେପି ନେତା । ବିଜେପି ଅଭିଯୋଗ କରିଛି, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବାକୁ ଉଦ୍ୟମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଆଜୋ ଏବଂ ଇନ୍ଦିରା ଆବାସ ଯୋଜନାକୁ ଇଆଜୋ ଲେଖି ବିଜୁ ବାବୁଙ୍କ ଫଟୋ ଲଗାଇ ଷ୍ଟିକର ମାରୁଛନ୍ତି ।Continue reading “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବିଜେପିର ଅଭିଯୋଗ, କେନ୍ଦ୍ରୀୟ ଯୋଜନାକୁ ହଡପ କରୁଛି ବିଜେଡି ।”

Design a site like this with WordPress.com
Get started