ବଦଳୁଛି ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର । ୯ଟି ପ୍ରସ୍ତାବକୁ ସୁପ୍ରିମୋଙ୍କ ଅନୁମୋଦନ । ଦଳ କହିଲା, କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ

କନକ ବ୍ୟୁରୋ : ଦୁଇଦିନ ତଳେ ବିଜୁ ଯୁବ ଜନତା କଳର କାର୍ଯ୍ୟକାରିଣୀରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଆହୁରି କଡା କରିଛି ଦଳ । କେନ୍ଦ୍ରର ଅବହେଳା ଓ ନକାରାତ୍ମକ ଆଭିମୁଖ୍ୟ ରାଜ୍ୟ ବିକାଶରେ ବାଧକ ସାଜିଥିବା କହିଛନ୍ତି ଦଳର ବରିଷ୍ଠ ନେତା । କୃଷି ଓ କୃଷକ ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟକୁ ସ୍ୱତନ୍ତ୍ରContinue reading “ବଦଳୁଛି ବିଜେଡି, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବିରୋଧରେ ରଣହୁଙ୍କାର । ୯ଟି ପ୍ରସ୍ତାବକୁ ସୁପ୍ରିମୋଙ୍କ ଅନୁମୋଦନ । ଦଳ କହିଲା, କେନ୍ଦ୍ରର ଅବହେଳା, ରାଜ୍ୟର ବିକାଶ ଦିଗରେ ବାଧକ”

ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା

କନକ ବ୍ୟୁରୋ : ବିଜେପିର ବିଶାଳ ପଦଯାତ୍ରା । ପରୀ ହତ୍ୟା ମାମଲାରେ ସିବିଆଇ ତଦନ୍ତ କରାଯାଉ, ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ହଟାଯାଉ, ଏହି ଦାବିକୁ ଆହୁରି ଜୋରଦାର କରିବାକୁ ମହାପଦଯାତ୍ରା ଆୟୋଜନ କରିଛି ଦଳ । ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରୁ ନୟାଗଡ଼ର ଯଦୁପୁର ଗାଁକୁ ପ୍ରାୟ ୧୦୦ କିଲୋମିଟର ବ୍ୟାପୀ ପଦଯାତ୍ରା ବାହାରିଛି । ୫ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେପି ମହିଳାContinue reading “ପରୀକୁ ନ୍ୟାୟ ଦେବା ପାଇଁ ବିଜେପିର ବିଶାଳ ପଦଯାତ୍ରା । ଭୁବନେଶ୍ୱରରୁ ନୟାଗଡ ଯଦୁପୁରକୁ ୧୦୦ କିଲୋମିଟର ବାହାରିଲେ ବିଜେପିର ତୁଙ୍ଗ ନେତା”

ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ । ଏସଆଇଟି କବଜାରେ ଅଭିଯୁକ୍ତ ।

କନକ ବ୍ୟୁରୋ: ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ହୋଇଛି ପ୍ରଥମ ଗିରଫଦାରୀ । ବହୁଦିନ ଧରି ଗୋଟିଏ ଘଟଣାକୁ ନେଇ ବିବାଦ ଚାଲିବା ପରେ ପୋଲିସକୁ ମିଳିଛି ସଫଳତା । ପରୀ ହତ୍ୟା ମାମଲାରେ ଖିଅ ଖୋଜୁଥିବା ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ ବା ଏସଆଇଟି ବଡ ସଫଳତା ପାଇଛି । ନୟାଗଡର ସେହି ଯଦୁପୁର ଗାଁରେ ଧରାପଡିଛି ଅଭିଯୁକ୍ତ । ଆସନ୍ତାକାଲି ଅଭିଯୁକ୍ତକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ତେବେ ଅଭିଯୁକ୍ତ ବିରୋଧରେContinue reading “ପରୀ ହତ୍ୟା ମାମଲାରେ ପ୍ରଥମ ଗିରଫଦାରୀ । ଏସଆଇଟି କବଜାରେ ଅଭିଯୁକ୍ତ ।”

ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି ।

କନକ ବ୍ୟୁରୋ : ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି । ଆସନ୍ତାକାଲି ଅଭିଯୁକ୍ତକୁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହାଜର କରାଯିବ । ଅଭିଯୁକ୍ତ ବିରୋଧରେ ୩୬୪, ୩୦୨, ୨୦୧, ୩୬୭-ଓ, ୩୭୬-ଏବି ଆଇପିସି ଧାରାରେ ମାମଲା ରୁଜୁ ହୋଇଛି । ଗତ ଦୁଇ ଦିନ ହେବ ପରୀ ହତ୍ୟାକାରୀକୁ ଚିହ୍ନଟ କରିଥିଲା ଏସଆଇଟି । ଆଜି ତାକୁ ଗିରଫ କରିଥିବା ସୂଚନା । ଗତContinue reading “ନୟାଗଡ ପରୀ ହତ୍ୟା ମାମଲାରେ ଜଣେ ଗିରଫ । ଯଦୁପୁର ଗାଁରୁ ଜଣକୁ ଗିରଫ କଲା ଏସଆଇଟି ।”

ସାବଧାନ ! ଆହୁରି ଥରିବ ଓଡିଶା । ୩ ଦିନ ମାଡିବସିବ ବାଘୁଆ ଶୀତ । ସତର୍କ କରାଇଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତା ୩ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଜାରି ରହିବ। ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୫ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଏଥିପାଇଁ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଛି। ସେହିପରି ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ,Continue reading “ସାବଧାନ ! ଆହୁରି ଥରିବ ଓଡିଶା । ୩ ଦିନ ମାଡିବସିବ ବାଘୁଆ ଶୀତ । ସତର୍କ କରାଇଲା ପାଣିପାଗ କେନ୍ଦ୍ର”

ମଣିଷ ସମାଜରେ ମମତାର ମୂଲ ବୁଝେଇଦେଲା ପଶୁ । ଆହତ ବାଛୁରୀ ପଛରେ ୩ କିଲୋମିଟର ଦୌଡି ଦୌଡି ପଶୁ ଡାକ୍ତରଖାନା ଗଲା ମାଆ ଗାଈ ।

କନକ ବ୍ୟୁରୋ: ଆଗେ ଆଗେ ମମତା, ପଛେପଛେ ମାଆ । ଧାଉଁଛି ମଣିଷ ଧାଉଁଛି ମାଆ । ଛୁଆ ଗୁରୁତର ହୋଇଛି ବୋଲି ତା ଚିକିତ୍ସା କରାଇବାକୁ ପଛରେ ଯାଉଛି ମାଆ । ଆଖିକୁ ସିନା ପଶୁଟିଏ ଦେଖାଯାଉଛି ହେଲେ ତା ଭିତରେ ଗୋଟେ ମାଆ ଦିଶୁଛି । ପିଲାଟିର କିଛି ହୋଇଗଲେ ଆମ ମାଆମାନେ ଯେମିତି ବ୍ୟତିବ୍ୟସ୍ତ ହୋଇଯାଆନ୍ତି, ପାଗେଳୀ ପ୍ରାୟ ହୋଇଯାନ୍ତି ଠିକ ସେମିତି ଏ ଗାଈଟି ତା ଛୁଆ ବାଛୁରୀ ପାଇଁ ବ୍ୟସ୍ତContinue reading “ମଣିଷ ସମାଜରେ ମମତାର ମୂଲ ବୁଝେଇଦେଲା ପଶୁ । ଆହତ ବାଛୁରୀ ପଛରେ ୩ କିଲୋମିଟର ଦୌଡି ଦୌଡି ପଶୁ ଡାକ୍ତରଖାନା ଗଲା ମାଆ ଗାଈ ।”

ରାଜଧାନୀରେ କମୁଛି କରୋନା । ଭୁବନେଶ୍ୱରରେ ଆଜି ୩୦ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧ ଜଣ 

କନକ ବ୍ୟୁରୋ : ଭୁବନେଶ୍ୱରରୁ କମୁଛି କରୋନା ସଂକ୍ରମଣ । ଆଜି ରାଜଧାନୀରୁ ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୩ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭୁବନେଶ୍ୱରର ଆଇଗିଣିଆ, ଚନ୍ଦ୍ରଶେଖରପୁର, ସତ୍ୟ ବିହାର, ଟଙ୍କପାଣି ରୋଡ ଓ ବାଣିବିହାରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତିContinue reading “ରାଜଧାନୀରେ କମୁଛି କରୋନା । ଭୁବନେଶ୍ୱରରେ ଆଜି ୩୦ ପଜିଟିଭ ଚିହ୍ନଟ । ସେପଟେ ସୁସ୍ଥ ହେଲେ ୩୧ ଜଣ “

ବୁଢା ବୟସରେ ବୁଲିବୁଲି ରାଜଧାନୀରେ କାକୁଡି ବିକୁଛନ୍ତି କଳାକାର । ବେପାର କରି ପଇସା ନୁହେଁ ପାଉଛନ୍ତି ଖୁସି ।

କନକ ବ୍ୟୁରୋ: ଆଗରେ ବ୍ୟାଗ, ପଛରେ ଝୁଡି । ବେପାର ପାଇଁ ବୟସ୍କ ପାଦ ମାଡି ରାଜଧାନୀ ରାସ୍ତାରେ ଗଡେ କଳାକାରଙ୍କ ସାଇକେଲ । ସକାଳର ସୂର୍ଯ୍ୟ ଉଇଁବାଠୁ ଅପରାହ୍ଣର ବୟସ୍କ ସୂର୍ଯ୍ୟ ବୁଡିବା ଯାଏଁ ରାଜଧାନୀରେ ବୁଲି ବୁଲି ବେପାର କରନ୍ତି ଏ ୬୨ ବର୍ଷୀୟ ବୃଦ୍ଧ । ପଶ୍ଚିମ ଆକାଶରେ ବିଦାୟ ନେଉଥିବା ଏ ସୂର୍ଯ୍ୟ ପରି ମଉସା ବି ବୟସର ପଶ୍ଚିମତୀରରେ । ହେଲେ ଏ ବୟସରେ କଣ ପାଇଁ ସେ କାକୁଡିContinue reading “ବୁଢା ବୟସରେ ବୁଲିବୁଲି ରାଜଧାନୀରେ କାକୁଡି ବିକୁଛନ୍ତି କଳାକାର । ବେପାର କରି ପଇସା ନୁହେଁ ପାଉଛନ୍ତି ଖୁସି ।”

ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ

କନକ ବ୍ୟୁରୋ : ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ସଂସଦ ଭଙ୍ଗ ପରେ ଆସନ୍ତା ବର୍ଷ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ନେପାଳରେ ପୁଣି ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟContinue reading “ନେପାଳରେ ରାଜନୈତିକ ସଂକଟ ଗମ୍ଭୀର । ପ୍ରଧାନମନ୍ତ୍ରୀ ଓଲି ଭାଙ୍ଗିଦେଲେ ସଂସଦ । ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ”

ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ

କନକ ବ୍ୟୁରୋ : ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ରାଉରକେଲା କୋଏଲ ନଦୀରେ ଜମସରା ଘାଟିରେ ଘଟିଛି ଏଭଳି ଅଘଟଣ । ବଣଭୋଜି କରିବାକୁ ଯାଇଥିବା ବେଳେ ୩ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବୁଡିଯିବାରୁ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଯାଏଁ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାଏ ଜଣଙ୍କର ପତ୍ତା ମିଳିନି । ୩Continue reading “ରାଉରକେଲାରେ ଅଘଟଣ । ଗାଧୋଇବା ବେଳେ ବୁଡିଗଲେ ୩ ସାଙ୍ଗ । ୨ ମୃତ, ଜଣେ ନିଖୋଜ”

Design a site like this with WordPress.com
Get started