କନକ ବ୍ୟୁରୋ : ଇରାନୀ ପାତ୍ର । ଅର୍ଚ୍ଚନାର ନାଗଫାସ ପରେ ବହୁରୁପୀ ଇରାନୀ କୁ ନେଇ ଚର୍ଚ୍ଚା । ନୀରିହ ଚେହେରାର ଖୋଳପା ପିନ୍ଧି ସୋସିଆଲ ମିଡିଆରେ ରୁପ ବଦଳାଉଥିବା ଇରାନୀର ଅସଲ ଚେହେରା ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ବଡଚଣାର ଯୁବ ଡାକ୍ତରଙ୍କୁ ବ୍ଲାକମେଲ କରି ୧୦ ଲକ୍ଷ ଲୁଟ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୋଗ ବଢି ଚାଲିଛି । ତମାଣ୍ଡୋ ଥାନାର ଦ୍ୱାରସ୍ଥ ହୋଇ ଆଉ ଜଣେContinue reading “ଇରାନୀ ପାତ୍ରର ଇଏ କି ରୂପ! କେତେ ଜଣଙ୍କୁ ଲୁଟିଛି ଏ ବହୁରୁପୀ ?”
Tag Archives: News
ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀଙ୍କ ସମେତ ୪ଜଣଙ୍କର ମୃତ୍ୟୁ
କନକ ବ୍ୟୁରୋ : ଦୁନିଆଁକୁ ଅଲଗା ଅଲଗା ଆସିଥିଲେ କିନ୍ତୁ ସାଂଗହୋଇ ବିଦାୟ ନେଇଛନ୍ତି । ଆନ୍ଧ୍ରପ୍ରଦେଶରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ସ୍ୱାମୀ, ସ୍ତ୍ରୀଙ୍କ ସହ ଦୁଇ ସମ୍ପର୍କୀୟ ଏକାଥରକେ ଆଖି ବୁଜିଛନ୍ତି । ଖବର ଆସିବା ପରେ ସ୍ତବ୍ଧ ହୋଇ ଯାଇଛି ପୂରା ଅଂଚଳ । ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ବେଙ୍ଗାଲୁରରୁ ଓଡିଶା ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଏହି ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ବେଙ୍ଗାଲୁର ଭିକ୍ଟୋରିଆ ହସ୍ପିଟାଲରେ ଉମେଶଙ୍କContinue reading “ଚିକିତ୍ସା ପାଇଁ ଜଣେ ରୋଗୀଙ୍କୁ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ସ୍ୱାମୀ ସ୍ତ୍ରୀଙ୍କ ସମେତ ୪ଜଣଙ୍କର ମୃତ୍ୟୁ”
ବିଜେଡି ଯୁବ ନେତାଙ୍କ ଗୁଣ୍ଡାଗିରି । ଚାଷୀଙ୍କୁ ବିଧା, ଗୋଇଠା ମାରିବା ସହ ଆକ୍ରମଣ କରୁଥିବା,ଭିଡିଓ ହେଉଛି ଭାଇରାଲ
କନକ ବ୍ୟୁରୋ : ଚାଷୀମାନଙ୍କୁ ବିଧା, ଗୋଇଠା ମାରିବା ସହ ଆକ୍ରମଣ କରୁଥିବା, ି ଭିଡିଓ ଏବେ ଭାଇରାଲ ହେଉଛି । ଆକ୍ରମଣ କରୁଥିବା ଯୁବକ ଜଣଙ୍କ ହେଉଛନ୍ତି ବିଂଝାରପୁର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ପ୍ରଭାତ ଚନ୍ଦ୍ର ଦାସ । ଚାଷୀଙ୍କ ସହ ଯୁକ୍ତିତର୍କ ପରେ, ରାଗ ତାଙ୍କର ମୁଣ୍ଡକୁ ଉଠିଯାଇଛି । ଚାଷୀଙ୍କୁ ଗୋଇଠା ମାରିବା ସହ ଗୋଡାଇ ଗୋଡାଇ ପିଟିଛନ୍ତି । ତାଙ୍କର ଏହି ରୁଦ୍ର ରୂପ ଦେଖି ତାଙ୍କୁ ଧକା ମାରିContinue reading “ବିଜେଡି ଯୁବ ନେତାଙ୍କ ଗୁଣ୍ଡାଗିରି । ଚାଷୀଙ୍କୁ ବିଧା, ଗୋଇଠା ମାରିବା ସହ ଆକ୍ରମଣ କରୁଥିବା,ଭିଡିଓ ହେଉଛି ଭାଇରାଲ”
ରାସ୍ତା ଉପରେ ଜୋତା ପଲିସ୍ କରୁଛନ୍ତି ଡିଗ୍ରୀଧାରୀ ଇଂଜିନୟର । ଗଳାବାଟରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଥଇଥାନ କରୁଛନ୍ତି ସରକାର !
କନକ ବ୍ୟୁରୋ : ନୁଖରା ମୁଣ୍ଡକୁ ପଚାରେ କିଏ, ତେଲିଆ ମୁଣ୍ଡରେ ତେଲ । ବୋଧେ ଏଭଳି ନ୍ୟାୟରେ ନିଯୁକ୍ତି ଦେବାକୁ ନିଷ୍ପତି ଦେଇଛନ୍ତି ରାଜ୍ୟ ସରକାର । ତାହା ହୋଇନଥିଲେ, ପାଠଶାଢ଼ ପଢ଼ି ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୁବକ-ଯୁବତୀ, ଏମିତି ରାସ୍ତାକଡ଼ରେ ଜୋତା ପଲିସ୍ କରୁଥାନ୍ତେ କିମ୍ବା ପ୍ରତିବାଦ ପାଇଁ ଫଳ ବିକ୍ରି କରୁନଥାନ୍ତେ । ଦୁଃଭାର୍ଗ୍ୟପୂର୍ଣ୍ଣ ସ୍ଥିତି ଦୟନୀୟ ଅବସ୍ଥା । ଜୀବନ ଆରମ୍ଭ କରିବାକୁ ଯାଉଥିବା ଯୁବକ-ଯୁବତୀମାନେ ଚାକିରି ପାଇଁ ନୟାନ୍ତContinue reading “ରାସ୍ତା ଉପରେ ଜୋତା ପଲିସ୍ କରୁଛନ୍ତି ଡିଗ୍ରୀଧାରୀ ଇଂଜିନୟର । ଗଳାବାଟରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କୁ ଥଇଥାନ କରୁଛନ୍ତି ସରକାର !”
ସରକାରଙ୍କ ନାଲିଆଖି ସତ୍ୱେ ଡରିଯାଇ ନାହାନ୍ତି ପ୍ରାଥମିକ ଶିକ୍ଷକ । ପୂର୍ବ ପରି ଜାରି ରଖିଛନ୍ତି ଆନ୍ଦୋଳନ
କନକ ବ୍ୟୁରୋ : ଶିକ୍ଷକଙ୍କ ଧାରଣା ୭ଦିନରେ ପହଁଚିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ଲାଗିଛି ଭିନ୍ନ ଭିନ୍ନ ଚିତ୍ର । ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ କେଉଁଠି ଶିକ୍ଷକମାନେ ପାଲା ଗାଇ ପ୍ରତିବାଦ ଜଣାଇଛନ୍ତି ତ ଆଉ କେଉଁଠି ଦାସ କାଠିଆ ବଜାଇ ପ୍ରତିବାଦ ଜଣାଇଛନ୍ତି ।ଆଉ କେତେକ ସ୍ଥାନରେ ଶିକ୍ଷକ-ଶିକ୍ଷୟିତ୍ରୀ ଗୀତ ଗାଇ ଦାବି ଉପସ୍ଥାପନ କରୁଥିବା ଦେଖିବାକୁ ମିଳିଛି । କେବଳ ନିଆରା ପ୍ରତିବାଦ ନୁହେଁ ସରକାରଙ୍କ ନାଲିଆଖି ଶିକ୍ଷକଙ୍କ ଉପରେ କୌଣସିContinue reading “ସରକାରଙ୍କ ନାଲିଆଖି ସତ୍ୱେ ଡରିଯାଇ ନାହାନ୍ତି ପ୍ରାଥମିକ ଶିକ୍ଷକ । ପୂର୍ବ ପରି ଜାରି ରଖିଛନ୍ତି ଆନ୍ଦୋଳନ”
ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ସିନେମା ଜୱାନ, ୪୦୦ କୋଟି କ୍ଲବରେ ହେଲା ସାମିଲ
କନକ ବ୍ୟୁରୋ : ବକ୍ସ ଅଫିସରେ ରୋଜଗାର ମାମଲାରେ ଶାହାରୁଖ ଖାନଙ୍କ ସିନେମା ଜୱାନ ଏବେ ସମସ୍ତଙ୍କୁ ପଛରେ ପକାଇ ଦେଇଛି । ସିନେମାଟି ରିଲିଜ ହେବାର ୮ ଦିନ ମଧ୍ୟରେ ସାରା ପୃଥିବୀରୁ ୭ଶହ କୋଟି ଟଙ୍କା ରୋଜଗାର କରିଛି । କେବଳ ସେତିକି ନୁହେଁ ଘରୋଇ ବକ୍ସ ଅଫିସରେ ସିନେମାଟି ୪୦୦ କୋଟି କ୍ଲବରେ ସାମିଲ ହୋଇଛି । ସେପ୍ଟେ୍ମ୍ବର ୭ ତାରିଖରେ ସିନେମାଘରରେ ରିଲିଜ ହୋଇଥିବା ଜୱାନ ୧୪ ତାରିଖକୁ ଗୋଟିଏ ସପ୍ତାହContinue reading “ବକ୍ସ ଅଫିସରେ କମାଲ କରୁଛି ଶାହାରୁଖ ଖାନଙ୍କ ସିନେମା ଜୱାନ, ୪୦୦ କୋଟି କ୍ଲବରେ ହେଲା ସାମିଲ”
ଅଲୋଡା ସାମଗ୍ରୀରୁ ସୁନ୍ଦର ମୂର୍ତ୍ତୀ: ଚେନ କ୍ରାଙ୍କ ଭଳି ଲୁହା ସାମଗ୍ରୀରୁ ଦଶବତାର ମୂର୍ତ୍ତି ତିଆରି କରିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ
କନକ ବ୍ୟୁରୋ: ନଷ୍ଟରୁ ଶ୍ରେଷ୍ଠ କରି କଳାକୁ ଆୟତ କରିବାରେ ସକ୍ଷମ ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । କିଛି ନୂଆ କରି ଦେଖାଇବା, ବିଶ୍ୱ ଦରବାରରେ ଖ୍ୟାତି ଅର୍ଜନ କରିବା ଆଶାରେ ଦିନ ରାତି ଏକ କରି ବିଭିନ୍ନ କଳାକୃତି ପ୍ରସ୍ତୁତ କରିଥାନ୍ତି ବ୍ରହ୍ମପୁର ଆଇଟିଆଇ ଛାତ୍ରଛତ୍ରୀ । ଦିନକ ପରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୂଜାକୁ ନିଆରା ଢଙ୍ଗରେ ପାଳନ କରିବା ପାଇଁ ଭିନ୍ନ ପ୍ରୟାସ ଜାରୀ ରଖିଛନ୍ତି ଛାତ୍ରାଛାତ୍ରୀ । ବ୍ରହ୍ମପୁରContinue reading “ଅଲୋଡା ସାମଗ୍ରୀରୁ ସୁନ୍ଦର ମୂର୍ତ୍ତୀ: ଚେନ କ୍ରାଙ୍କ ଭଳି ଲୁହା ସାମଗ୍ରୀରୁ ଦଶବତାର ମୂର୍ତ୍ତି ତିଆରି କରିଛନ୍ତି ଆଇଟିଆଇର ଛାତ୍ରଛାତ୍ରୀ”
ଜେଲ ଫେରନ୍ତା ଯୁବକଙ୍କୁ ବାଜା ବଜାଇ ପାଛୋଟି ନେଲେ ଗ୍ରାମବାସୀ: ଜେଲରେ ପ୍ରଶିକ୍ଷଣ ପାଇଁ ଲୁଗା ବୁଣି ପରିବାର ପୋଷିବାକୁ ଜେଲ ଫେରନ୍ତାଙ୍କ ପ୍ରୟାସ
କନକ ବ୍ୟୁରୋ: କୁହାଯାଏ ଜେଲ୍ ଦଣ୍ଡ କାଟିବା ପରେ ଅନେକ ଅବାଟକୁ ଚାଲିଯାଆନ୍ତି, ଭୁଲ ରାସ୍ତାକୁ ବାଝି ନିଅନ୍ତି । କିନ୍ତୁ ସମସ୍ତ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହା ସତ ନୁହେଁ । ଜେଲ୍ରେ ଶିକ୍ଷା ନେଇଥିବା ଦକ୍ଷତା ବଳରେ ନିଜ ଜୀବନକୁ ବଦଳାଇବା ସହ ସ୍ୱାବଲମ୍ବୀ ହେବାକୁ ଆଗେଇ ଆସିଛନ୍ତି ୧୪ ଜଣ ଯୁବକ । ବାଜା ବାଜୁଛି, ଗାଁ ଦାଣ୍ଡରେ ଗହଳି ଜମିଛି । ବାଜା ବଜାଇ ଜେଲ ଫେରନ୍ତା ଯୁବକଙ୍କୁ ପାଛୋଟି ନେଉଛନ୍ତି ଗାଁରContinue reading “ଜେଲ ଫେରନ୍ତା ଯୁବକଙ୍କୁ ବାଜା ବଜାଇ ପାଛୋଟି ନେଲେ ଗ୍ରାମବାସୀ: ଜେଲରେ ପ୍ରଶିକ୍ଷଣ ପାଇଁ ଲୁଗା ବୁଣି ପରିବାର ପୋଷିବାକୁ ଜେଲ ଫେରନ୍ତାଙ୍କ ପ୍ରୟାସ”
ରାଜରାସ୍ତାରେ ଶିକ୍ଷକ, ବିଦ୍ୟାଳୟରେ ପଡିଛି ତାଲା: ବସ୍ତାରେ ବହିବସ୍ତାନୀରେ ଡୋରି ବାନ୍ଧି ଖେଳ ପଡିଆରେ ପିଲା
କନକ ବ୍ୟୁରୋ: ଜିଦରେ ଅଟଳ ଶିକ୍ଷକ । ସ୍କୁଲ ବନ୍ଦ କରି ଶିକ୍ଷକମାନେ ଧାରଣାରେ ବସିଥିବା ବେଳେ ଖେଳ ପଡିଆରେ ଛାତ୍ରଛାତ୍ରୀ । ଶିକ୍ଷକ ଆସୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଯାଉନାହାନ୍ତି । ଫଳରେ ଅନିର୍ଦିଷ୍ଟ କାଳ ଛୁଟି ମନାଉଛନ୍ତି ଛାତ୍ର ଛାତ୍ରୀ, । ବସ୍ତାନିରେ ଡୋରି ବାନ୍ଧି ବିଭିନ୍ନ ପ୍ରକାର ଖେଳରେ ମାତିଛନ୍ତି ପିଲା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଏବଂ ବାଲିଆପାଳ ବ୍ଲକର ଶିକ୍ଷକମାନେ ଧାରଣରେ ବସିଛନ୍ତି । ସେପ୍ଟେମ୍ବର ମାସ ୮ ତାରିଖରୁ ଧାରଣାରେContinue reading “ରାଜରାସ୍ତାରେ ଶିକ୍ଷକ, ବିଦ୍ୟାଳୟରେ ପଡିଛି ତାଲା: ବସ୍ତାରେ ବହିବସ୍ତାନୀରେ ଡୋରି ବାନ୍ଧି ଖେଳ ପଡିଆରେ ପିଲା”
ଭତ୍ତା ପାଇଁ ଚାଲିଛି ଅଡିସନ: ଘୋଡାନାଚ, ପାଲା, ଦାସ କାଠିଆ ଓ ସଂକିର୍ତ୍ତନ କଲେ କଳାକାର
କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କାର୍ୟ୍ୟାଳୟ ପରିଷରରେ କଳାକାର ଭତ୍ତା ପ୍ରଦାନ ପାଇଁ ଚାଲିଛି ଆବେଦନପତ୍ର ଗ୍ରହଣ। ବ୍ଲକର ସମସ୍ତ ୩୧ ପଂଚାୟତର ଶତାଧୀକ କଳାକାର ନିଜ ନିଜର ବାୟୋଡାଟା ସହିତ ବାଦ୍ୟଯନ୍ତ୍ର ନେଇ ବ୍ଲକରେ ପହଞ୍ଚିବା ସହିତ ଆବେଦନ କରିଛନ୍ତି । ସଂକୀର୍ତନ, ଦାସକାଠିଆ, ପାଲା ଘୋଡାନାଚ ପରି ବିଭିନ୍ନ କଳାକାର ମାନଙ୍କର ଭିଡ ଦେଖିବାକୁ ମିଳିଥିଲା। ଏହି ଅବସରରେ କିଛି କଳାକାର ଖଞ୍ଜଣି ବାଦ୍ୟ ଓ ଘୋଡାନାଚ ପରିବେଷଣ କରିଥିଲେ ।Continue reading “ଭତ୍ତା ପାଇଁ ଚାଲିଛି ଅଡିସନ: ଘୋଡାନାଚ, ପାଲା, ଦାସ କାଠିଆ ଓ ସଂକିର୍ତ୍ତନ କଲେ କଳାକାର”