କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବି ହେଉଛି । ଏହି ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ଏବିଭିପି ଓ ବିସିଜେଡି ପକ୍ଷରୁ ଏହି ପୋଷ୍ଟର ୱାର ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟ କାନ୍ଥରେ ଲାଗିଥିବା ଏକ ପୋଷ୍ଟରରେ ଫାଇଭ ଟି ସଚିବ ତଥା ଆଇଏଏସ ଅଫିସର ଭିକେ ପାଣ୍ଡିଆନଙ୍କ ଫଟୋ ଲାଗିଛି । ପୋଷ୍ଟରରେ ଲେଖା ଅଛି, ବିଜୁ ଛାତ୍ର ଜନତା ଦଳ, ଉତ୍କଳ ବିଶ୍ୱବିଦ୍ୟାଳୟ । ଏଥିସହContinue reading “ବାଣୀବିହାରରେ ପୋଷ୍ଟର ୱାର । ବିଜୁ ଛାତ୍ର ଜନତା ଦଳ ପୋଷ୍ଟରରେ ‘WE STAND WITH ଭି.କେ ପାଣ୍ଡିଆନ୍ ସାର’ । ଏବିଭିପି ପୋଷ୍ଟରରେ ମହାପୁରୁଷଙ୍କ ଫଟୋ”
Tag Archives: News
ଶ୍ରୀଲଙ୍କାରେ ମ୍ୟାଚ୍ କଲ, ଏବେ କ୍ଷତିପୂରଣ ଦିଅ । ଟୁର୍ଣ୍ଣାମେଣ୍ଟ ମଝିରୁ ଏସିସିକୁ କ୍ଷତିପୂରଣ ମାଗିଲା ପାକିସ୍ତାନ ।
କନକ ବ୍ୟୁରୋ : ଏସିଆ କପର ସୁପର-୪ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ସୁପର-୪ ପର୍ଯ୍ୟାୟରେ ଖାତା ଖୋଲିଛି ପାକିସ୍ତାନ । ଚଳିତ ବର୍ଷ ଏସିଆ କପ୍ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଛି । ବିଭିନ୍ନ କାରଣରୁ ପାକିସ୍ତାନରେ ଖେଳିବାକୁ ଭାରତ ମନା କରିବା ପରେ ଟିମ୍ ଇଣ୍ଡିଆର ମ୍ୟାଚ୍ ସବୁ ଶ୍ରୀଲଙ୍କାରେ ହେବାକୁ ସ୍ଥିର ହୋଇଥିଲା । ତେବେ ଶ୍ରୀଲଙ୍କାରେ କିଛି ମ୍ୟାଚ୍ ହେବାରୁContinue reading “ଶ୍ରୀଲଙ୍କାରେ ମ୍ୟାଚ୍ କଲ, ଏବେ କ୍ଷତିପୂରଣ ଦିଅ । ଟୁର୍ଣ୍ଣାମେଣ୍ଟ ମଝିରୁ ଏସିସିକୁ କ୍ଷତିପୂରଣ ମାଗିଲା ପାକିସ୍ତାନ ।”
ଯଦି ନାମ ବଦଳେଇବାକୁ ଆବେଦନ ଆସେ ତାହେଲେ ଆମେ ବିଚାର କରିବୁ: ଜାତିସଂଘ
“ଇଣ୍ଡିଆ ବନାମ ଭାରତ”: ଦେଶର ନାମ ପରିବର୍ତ୍ତନକୁ ନେଇ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି । ଏହି ବିବାଦ ସମ୍ପର୍କରେ ମିଳିତ ଜାତିସଂଘ ବର୍ତ୍ତମାନ ନିଜର ବିବୃତ୍ତିରେ କହିଛି ଯେ ଯଦି ଦେଶର ନାମ ବଦଳାଇବାକୁ ସେମାନଙ୍କ ନିକଟକୁ ଅନୁରୋଧ ଆସେ ତେବେ ସେମାନେ ଏହି ଅନୁରୋଧକୁ ବିଚାର କରିବେ। ଜାତିସଂଘର ଡେପୁଟି ମୁଖପାତ୍ର ଫରହାନ୍ ହକ୍ ମଧ୍ୟ ଗତ ବର୍ଷ ତୁର୍କୀର ନାମ ତୁର୍କୀରେ ପରିବର୍ତ୍ତନ କରିବାର ଉଦାହରଣ ଦେଇ ଏହା କହିଛନ୍ତି । ଇଣ୍ଡିଆContinue reading “ଯଦି ନାମ ବଦଳେଇବାକୁ ଆବେଦନ ଆସେ ତାହେଲେ ଆମେ ବିଚାର କରିବୁ: ଜାତିସଂଘ”
ଚାନ୍ଦିରୂପାର ୧୫ ହଜାର ବାସନ, ସୁନା ଛାଉଣୀ କଟଲେରୀ… ଜି-୨୧ ଅତିଥିଙ୍କ ଆତିଥ୍ୟତା ପାଇଁ ମୋଦୀ ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି
କନକ ବ୍ୟୁରୋ: ଦିଲ୍ଲୀରେ ଆସନ୍ତା ୯ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଜି ୨୦ ଶିଖର ସମ୍ମିଳନୀ । ଏଥିପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର୍ରମୁଖ୍ୟ ଓ ଅଧିକାରୀ । ସେମାନଙ୍କ ପାଇଁ ମୋଦୀ ସରକାର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି । ବିଦେଶର ରାଷ୍ଟ୍ର ମୁଖ୍ୟଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେତିକି ଚିନ୍ତିତ ସେମାନଙ୍କ ଆତିଥ୍ୟତା ପାଇଁ ମୋଦୀ ସେତିକି ତତ୍ପର । ଅତିଥିଙ୍କ ଖାଇବାପିଇବାର ବ୍ୟବସ୍ଥା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି ।Continue reading “ଚାନ୍ଦିରୂପାର ୧୫ ହଜାର ବାସନ, ସୁନା ଛାଉଣୀ କଟଲେରୀ… ଜି-୨୧ ଅତିଥିଙ୍କ ଆତିଥ୍ୟତା ପାଇଁ ମୋଦୀ ସରକାରଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି”
ଝାଞ୍ଜ ବଜାଇ ସଙ୍କୀର୍ତ୍ତନ କଲେ ସମ୍ବିତ ପାତ୍ର । ପୁରୀ ବିଧାୟକଙ୍କ ସହ ମିଶି ଗାଇଲେ ଭଜନ
କନକ ବ୍ୟୁରା: ଜନ୍ମାଷ୍ଟମୀରେ ଭଜନ ସମାରୋହରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ନିଜେ ନାମ ସଂକୀର୍ତ୍ତନ କରିଥିଲେ ସମ୍ବିତ ପାତ୍ର । ତାଙ୍କ ସହ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ମଧ୍ୟ ସାମିଲ ହୋଇଥିଲେ । ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିଲା ମୋ ମାଟି ମୋ ଦେଶ ଅଭିଯାନ । ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ମାଟି ସଂଗ୍ରହ କରାଯାଇଥିଲା । ଏହି ସମୟରେ ସମ୍ବିତ ପାତ୍ର ହାତରେ ଝାଞ୍ଜContinue reading “ଝାଞ୍ଜ ବଜାଇ ସଙ୍କୀର୍ତ୍ତନ କଲେ ସମ୍ବିତ ପାତ୍ର । ପୁରୀ ବିଧାୟକଙ୍କ ସହ ମିଶି ଗାଇଲେ ଭଜନ”
ଧରାପଡିଲା ମୋବାଇଲ ଚୋରୀ ଗ୍ୟାଙ୍ଗ । ୩୫ ମୋବାଇଲ ଜବତ, ୪ ନାବାଳକ ଅଟକ
କନକ ବ୍ୟୁରୋ: ମୋବାଇଲ ଚୋରି ଗ୍ୟାଙ୍ଗକୁ ଧରିଲା ରାୟଗଡ଼ା ପୋଲିସ୍ । ସେମାନଙ୍କ ଠାରୁ ୩୫ଟି ମୋବାଇଲ ଜବତ ହୋଇଛି । ଏହାସହ ଗ୍ୟାଙ୍ଗର ସଦସ୍ୟ ଥିବା ୪ ଜଣ ନାବାଳକଙ୍କୁ ଧରିଛି ପୋଲିସ୍ । ଜୁଲାଇ ୨୪ରେ ସ୍ଥାନୀୟ ରଇତ କଲୋନିରେ ଥିବା ଏକ ମୋବାଇଲ ଦୋନାନରୁ ସଟର ତାଡ଼ି ୪୦ଟି ଦାମୀ ମୋବାଇଲ ଚୋରି କରିନେଇଥିଲେ ଦୁର୍ବୃତ୍ତ । ଏହାପରେ ରାୟଗଡ଼ା ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା । Continue reading “ଧରାପଡିଲା ମୋବାଇଲ ଚୋରୀ ଗ୍ୟାଙ୍ଗ । ୩୫ ମୋବାଇଲ ଜବତ, ୪ ନାବାଳକ ଅଟକ”
ଧରାପଡିଲେ ୫ କୁଖ୍ୟାତ ଅପରାଧୀ । ଡକାୟତି ଉଦ୍ୟମ ବେଳେ ମାଡିବସିଲା ପୁଲିସ
କନକ ବ୍ୟୁରୋ: ଡକାୟତି ଉଦ୍ୟମ ବେଳେ ଧରାପଡ଼ିଲେ ୫ ଜଣ କୁଖ୍ୟାତ ଅପରାଧୀ । ପୁରୀ ବାସେଳିସାହି ପୋଲିସ୍ ଏମାନଙ୍କୁ ଧରିଛି । ଅପରାଧୀମାନେ ବାସେଳିସାହି ଥାନା ମଙ୍ଗଳାଘାଟ କଲ୍ୟାଣ ମଣ୍ଡପର ତଳ ମହଲାରେ ଡକାୟତି ଯୋଜନା କରୁଥିଲେ । ସେମାନଙ୍କ ନିକଟରୁ ଦୁଇଟି ବୋମା ସହ ବିଭିନ୍ନ ମାରଣାସ୍ତ୍ର୍ ଜବତ ହୋଇଛି । ଗିରଫ ହୋଇଥିବା ୫ ଜଣଙ୍କ ବିରୋଧରେ ପୂର୍ବରୁ ହତ୍ୟା ଓ ରାହାଜାନୀ ଭଳି ଅଭିଯୋଗ ରହିଛି । The post ଧରାପଡିଲେContinue reading “ଧରାପଡିଲେ ୫ କୁଖ୍ୟାତ ଅପରାଧୀ । ଡକାୟତି ଉଦ୍ୟମ ବେଳେ ମାଡିବସିଲା ପୁଲିସ”
ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ନେତା । ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ ।
କନକ ବ୍ୟୁରୋ: ଆସନ୍ତା ୯ ତାରିଖରୁ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ । ଏଥିପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଦେଶୀ ନେତା । ଆଜି ପହଂଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ । ଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହାସହ ଜି-୨୦ ଶିଖର ସମ୍ମିଳନୀ ପାଇଁ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ସୁରକ୍ଷା ପାଇଁ ୧Continue reading “ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ଦେଶର ନେତା । ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ କେନ୍ଦ୍ରମନ୍ତ୍ରୀ । “
ଜି-୨୦ ସମ୍ମିଳନୀ ପୂର୍ବରୁ ମନ୍ତ୍ରୀଙ୍କୁ ମୋଦୀଙ୍କ କଡ଼ା ନିର୍ଦ୍ଦେଶ । ଜି-୨୦ କାର୍ୟ୍ୟକ୍ରମ ସ୍ଥଳକୁ ଅଫିସିଆଲ କାର ନନେବାକୁ ତାଗିଦ୍
କନକ ବ୍ୟୁରୋ: ଜି-୨୦ ସମ୍ମିଳନୀ ନେଇ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ଜି-୨୦ କାର୍ୟ୍ୟକ୍ରମ ସ୍ଥଳକୁ ଅଫିସିଆଲ କାର ନନେବା ପାଇଁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ତ୍ରୀମାନେ ନିଜ ନିଜ ଗାଡିରେ ସଂସଦ ଭବନରେ ପହଞ୍ଚିବେ । ସେଠାରୁ ଏକ ଭ୍ୟାନରେ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା ହୋଇଥିବା ମଣ୍ଡପକୁ ନିଆଯିବ । ଏଥି ସହ ମନ୍ତ୍ରୀମାନେ ଭେଟିବାକୁ ଥିବା ବିଦେଶୀ ପ୍ରତିନିଧିଙ୍କୁ ସଂସ୍କୃତି ସହ ପରିଚିତ ହେବାକୁ ମଧ୍ୟ ମୋଦୀ ନିର୍ଦ୍ଦେଶ ଦେଇଛନ୍ତିContinue reading “ଜି-୨୦ ସମ୍ମିଳନୀ ପୂର୍ବରୁ ମନ୍ତ୍ରୀଙ୍କୁ ମୋଦୀଙ୍କ କଡ଼ା ନିର୍ଦ୍ଦେଶ । ଜି-୨୦ କାର୍ୟ୍ୟକ୍ରମ ସ୍ଥଳକୁ ଅଫିସିଆଲ କାର ନନେବାକୁ ତାଗିଦ୍”
ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏଏସଆଇ । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢଉ
କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବାଲୁଗାଁ ଅବକାରୀ ଏଏସଆଇ । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଦୀପ୍ତ ଦାସଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ରେଡ୍ କରାଯାଉଛି । ନୟାଗଡ଼ରେ ଥିବା ସୁଦୀପ୍ତଙ୍କ ପୈତୃକ ଘର ଓ ଭଡାରେ ଦିଆଯାଇଥିବା ଘର, ବାଲୁଗାଁରେ ରହୁଥିବା ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ବାଲୁଗାଁ ଅବକାରୀ ଅଫିସ୍ରେ ମଧ୍ୟ ରେଡ୍ ଚାଲିଛି । ଚଢାଉରେ ୪ ଜଣContinue reading “ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ଏଏସଆଇ । ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୪ଟି ସ୍ଥାନରେ ଚଢଉ”