ଯଦି ମୁଁ ରାଷ୍ଟ୍ରପତି ହୁଏ ଏଲନ ମସ୍କ ମୋର ପରାମର୍ଶଦାତା ହେବେ। ବିବେକ ରାମସ୍ୱାମୀଙ୍କ ବଡ ଘୋଷଣା…

କନକ ବ୍ୟୁରୋ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପ୍ରାର୍ଥୀ ହେବାର ଦାବିଦାର ଥିବା ବିବେକ ରାମସ୍ୱାମୀ ବଡ ଘୋଷଣା କରିଛନ୍ତି । ସେ ଘୋଷଣା କରିଛନ୍ତି ଯଦି ସେ ୨୦୨୪ରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ବ୍ୟବସାୟୀ ଏଲନ ମସ୍କଙ୍କୁ ନିଜ ପ୍ରଶାସନର ପରାମର୍ଶଦାତା ନିଯୁକ୍ତ କରିବାକୁ ଚାହିଁବେ । ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଶୁକ୍ରବାର ଆୟୋବାରେ ଅନୁଷ୍ଠିତ ଟାଉନ ହଲରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ସେ ରାଷ୍ଟ୍ରପତିContinue reading “ଯଦି ମୁଁ ରାଷ୍ଟ୍ରପତି ହୁଏ ଏଲନ ମସ୍କ ମୋର ପରାମର୍ଶଦାତା ହେବେ। ବିବେକ ରାମସ୍ୱାମୀଙ୍କ ବଡ ଘୋଷଣା…”

ଡିସେମ୍ବର ଶେଷ ସୁଦ୍ଧା ଜିଓ ୫ଜି ସେବା ସାରା ଦେଶରେ। ଇଶା, ଆକାଶ, ଅନନ୍ତ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ

କନକ ବ୍ୟୁରୋ: ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି । ନା ଭାରତ କେବେ ଅଟକିଛି ନା କେବେ ହାରିଛି । ମୁକେଶ ଗ୍ରୁପର ବୋର୍ଡରେ ବଡ ପରିବର୍ତ୍ତନର ଘୋଷଣା କରିଛନ୍ତି । ବୋର୍ଡ ଅଫ୍ ଡାଇରେକ୍ଟର୍ସ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ବୋର୍ଡର ନନ୍ ଏକଜ୍ୟୁକେଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀContinue reading “ଡିସେମ୍ବର ଶେଷ ସୁଦ୍ଧା ଜିଓ ୫ଜି ସେବା ସାରା ଦେଶରେ। ଇଶା, ଆକାଶ, ଅନନ୍ତ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ”

ଚାରା ଘୋଟାଲା ମାମଲାରେ ଆସିଲା କୋର୍ଟର ଫଇସଲା । ୩୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୫୨ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ

କନକ ବ୍ୟୁରୋ: ଡୋରଣ୍ଡା କୋଷାଗାର ସହ ଜଡିତ ଚାରା ଘୋଟାଲା ମାମଲାରେ ସିବିଆଇର ସ୍ପେଶାଲ ଅଦାଲତ ଫଇସଲା ଶୁଣାଇଛନ୍ତି । ସିବିଆଇର ସ୍ପେଶାଲ ଜଜ୍ ବିଶାଲ ଶ୍ରୀବାସ୍ତବ ଏହି ମାମଲାରେ ଫଇସଲା ଶୁଣାଇଛନ୍ତି । ମିଳିଥିବା ସୂଚନା ମୁତାବକ, ଏହି ମାମଲାରେ ୧୨୫ ଅଭିଯୁକ୍ତଙ୍କ ଭିତରୁ ୩୫ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦିଆଯାଇଛି । ଅନ୍ୟପଟେ ୫୨ ଜଣ ଦୋଷୀଙ୍କୁ ତିନି ବର୍ଷ ଲେଖାଏଁ ସଜ୍ଜା ଶୁଣାଯାଇଛି । ତେବେ ବାକି ଥିବା ଦୋଷୀମାନେ କେତେ ଦଣ୍ଡContinue reading “ଚାରା ଘୋଟାଲା ମାମଲାରେ ଆସିଲା କୋର୍ଟର ଫଇସଲା । ୩୫ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ୫୨ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ”

ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ସହଯୋଗୀ ସିକ୍ୟୁରିିଟି ଗାର୍ଡକୁ ହାଣି ହତ୍ୟାକଲା ଅନ୍ୟ ଜଣେ ସିକ୍ୟୁରିଟି ଗାର୍ଡ । ବିଳମ୍ବିତ ରାତିରେ ବୌଦ୍ଧ ଖୁଣ୍ଟିଆ ପଡ଼ାରେ ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା । ମୃତକ ହେଲେ ରାଉତବାହାଲ ଗାଁର ରଞ୍ଜନ ପ୍ରଧାନ । ଖୁୁଣ୍ଟିଆ ପଡ଼ା ଗାଁର ହତ୍ୟାକାରୀ ଗାର୍ଡଙ୍କୁ ଗିରଫ କରିଛି ପୋଲିସ । ବୌଦ୍ଧ ଥାନା ଯୋଗୀଭଗୋରା ଗାଁରେ ନିର୍ମାଣଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁContinue reading “ସିକ୍ୟୁରିଟି ଗାର୍ଡଙ୍କୁ ବିଭତ୍ସ ହତ୍ୟା : ହତ୍ୟାକାରୀକୁ ଗିରଫ କଲା ପୋଲିସ”

ପଞ୍ଚଭୂତରେ ଲୀନ ହେଲେ କବି ଜୟନ୍ତ ମହାପାତ୍ର : ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲେ କବି ଜୟନ୍ତ ମହାପାତ୍ର । କଟକ ଖାନନଗରରେ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଜାଦାର ସହ କରାଗଲା ଶେଷକୃତ୍ୟ । ଅଶ୍ରୁଳ ଆଖିରେ ବିଦାୟ ଦେଲେ ଆତ୍ମୀୟ ସ୍ୱଜନ । ସାହିତ୍ୟ ଜଗତରେ ଶୋକର ଛାୟା । ହେଲେ କବିଙ୍କ ଶେଷ ଇଛା ପୂରଣ ହୋଇପାରି ନାହିଁ । କଟକ ଖାନନଗର ଇଲେକଟ୍ରିକ ଚୁଲାରେ ଶେଷ କୃତ୍ୟ ପାଇଁ ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ । ଏବେ କିନ୍ତୁ ଏହା ଅଚଳContinue reading “ପଞ୍ଚଭୂତରେ ଲୀନ ହେଲେ କବି ଜୟନ୍ତ ମହାପାତ୍ର : ଖାନନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେଲା ଶେଷକୃତ୍ୟ”

ରିଲିଜର 18 ଦିନପରେ 600କୋଟି କ୍ଲବରେ ‘ଜେଲର’

ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ରିଲିଜ୍ ହେବାର ମାତ୍ର 18 ଦିନରେ ବିଶ୍ୱବ୍ୟାପୀ 600 କୋଟି କ୍ଲବରେ ସାମିଲ ହେଇପାରିଛି ।  ଏହି ଫିଲ୍ମ 10 ଅଗଷ୍ଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​।  ବଜାର ବିଶ୍ଳେଷକ ମନୋବାଲା ବିଜୟବାଲାନଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ପ୍ରାୟ 607.29 କୋଟି ଟଙ୍କା ଆୟ କରିଛି।ଅନ୍ୟପକ୍ଷରେ sacnilk.com ଅନୁଯାୟୀ ଏହି ଚଳଚ୍ଚିତ୍ର ଆମ ଦେଶର ସମସ୍ତ ଭାଷାରେ ପ୍ରାୟ 361.55 କୋଟି ଟଙ୍କା ସଂଗ୍ରହ କରିଛି। ଏହି ଚଳଚ୍ଚିତ୍ର ବିଦେଶContinue reading “ରିଲିଜର 18 ଦିନପରେ 600କୋଟି କ୍ଲବରେ ‘ଜେଲର’”

ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ । ଜବାବ୍ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ପଢନ୍ତୁ, କିଏ କହିଲେ କଣ ?

କନକ ବ୍ୟୁରୋ: ପୁଣିଥରେ ରାଜ୍ୟ ରାଜନୀତିରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲାବେଳେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଯେ, ବିଗତ ଚାରି ମାସ ଭିତରେ ଦୁଇ ତିନୋଟି କଥାକୁ ସେ ମର୍ଯ୍ୟାଦା ଭିତରେ କହିଥିଲେ । ଝାରସୁଗୁଡା ଉପ ନିର୍ବାଚନ ବେଳେ ବି ସେହି କଥା କହିଥିଲେ । ରାଜ୍ୟରେ ଏବେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ହେଲେ ସମସ୍ତେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍Continue reading “ପୁଣି ରାଜ୍ୟରେ ଶଶିକଳା ସିଣ୍ଡ୍ରୋମର କଥା ଉଠାଇଲେ ଧର୍ମେନ୍ଦ୍ର ପ୍ରଧାନ । ଜବାବ୍ ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ପଢନ୍ତୁ, କିଏ କହିଲେ କଣ ?”

ଜାଗା ମିଶନରେ ପଟ୍ଟା ବଣ୍ଟନକୁ ବିରୋଧ : ବିଏମସି କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା ବିଜେପି

କନକ ବ୍ୟୁରୋ : ଜାଗା ମିଶନ ନାଁରେ ବସ୍ତି ବାସିନ୍ଦାଙ୍କୁ ପ୍ରତାରଣା ବିରୋଧରେ ଭୁବନେଶ୍ୱରରେ ବିଜେପିର ପ୍ରତିବାଦ । ଜିଲ୍ଲା ବିଜେପି ପକ୍ଷରୁ ଜାଗା ମିଶନ ଯୋଜନାରେ ଗରିବଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ଆଣି ବିଏମସି ଅଫିସ ଘେରାଉ କରାଯାଇଛି । ଶତାଧିକ ବିଜେପି କର୍ମୀ ପ୍ଲାକାର୍ଡ, ବ୍ୟାନର ଧରି ଏକ ଶୋଭାଯାତ୍ରାରେ ଆସି ବିଏମସି କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି । ବିଜେପି ଅଭିଯୋଗ ଆଣିଛି ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ମିଛି ପଟ୍ଟା ବାଣ୍ଟି ପ୍ରତାରଣା କରୁଛନ୍ତିContinue reading “ଜାଗା ମିଶନରେ ପଟ୍ଟା ବଣ୍ଟନକୁ ବିରୋଧ : ବିଏମସି କାର୍ଯ୍ୟାଳୟ ଘେରାଉ କଲା ଜିଲ୍ଲା ବିଜେପି”

ମୋବାଇଲ୍ ରୁ ମୁକ୍ତି ଚାହୁଁଛନ୍ତି କି ?

ମନୁଷ୍ୟ ମୋବାଇଲ ଧରିବା ତ ଶିଖିଗଲା କିନ୍ତୁ କେତେବେଳେ ଛାଡ଼ିବ ସେକଥା ଭୁଲିଗଲା ପ୍ରତ୍ଯେକ ଶତାବ୍ଦୀରେ କିଛି ନା କିଛି ବୈଷୟିକ ବିପ୍ଲବ ହୋଇଛି । ଏକବିଂଶ ଶତାବ୍ଦୀର ପ୍ରଥମ ଚତୁରାର୍ଦ୍ଧରେ ଏହାର ଶ୍ରେୟ  ମୋବାଇଲକୁ ଦିଆଯାଇପାରେ । ଏଥିଯୋଗୁ ଆମର ବହୁତ ଅଗ୍ରଗତି ହୋଇଛି ଏବଂ ଏହାଯୋଗୁଁ ଅନେକ ବିପଦର ମଧ୍ୟ ସାମନା କରିବାକୁ ପଡୁଛି । ଆଜି ମୋବାଇଲ୍ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁContinue reading “ମୋବାଇଲ୍ ରୁ ମୁକ୍ତି ଚାହୁଁଛନ୍ତି କି ?”

ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଏହା ନବୀନ ବାବୁଙ୍କ ସ୍ୱଭାବ ବିରୋଧୀ ଶାସନ । ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ବିରୋଧୀ ଦଳ ଭାବେ ଆଶା ।

କନକ ବ୍ୟୁରୋ: ପୁଣିଥରେ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବର୍ତ୍ତମାନର ଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଭାବ ବିରୋଧୀ ଶାସନ ବୋଲି କହିବା ସହିତ, ବିରୋଧୀ ଦଳ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ବି ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ତାଙ୍କଠାରୁ ଆଶା ରଖୁଛନ୍ତି ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି, “ ମୁଁ ଯେତିକିContinue reading “ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଏହା ନବୀନ ବାବୁଙ୍କ ସ୍ୱଭାବ ବିରୋଧୀ ଶାସନ । ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ବିରୋଧୀ ଦଳ ଭାବେ ଆଶା ।”

Design a site like this with WordPress.com
Get started