କନକ ବ୍ୟୁରୋ : ଆଉ ଦିନ କେଇଟା ପରେ ଏସିଆ କପ । ଟାଇଟଲ ପାଇଁ ମୁହାଁମୁହିଁ ହେବେ ଏସିଆ ମହାଦେଶର ଶକ୍ତିଶାଳୀ ଟିମ୍ । ତେବେ ସମସ୍ତଙ୍କର ନଜର ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ରହିଛି । ଏସିଆ କପ୍ ପାଇଁ ଭାରତ ନିଜର ଟିମ୍ ଘୋଷିତ କରି ସାରିଛି । ଟିମ ଘୋଷଣା ନେଇ ପ୍ରେସମିଟ୍ ବେଳେ ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଯେଉଁ ବୟାନ ଦେଇଥିଲେ ତାହା ଚର୍ଚ୍ଚାକୁ ଆସିଥିଲା । ପାକିସ୍ତାନContinue reading “ପାକିସ୍ତାନ ପେସରଙ୍କୁ ବିରାଟ କୋହଲି ସମ୍ଭାଳି ନେବେ… ଅଗରକରଙ୍କ ଏହି ବୟାନକୁ ନେଇ କଣ କହିଲେ ପାକିସ୍ତାନ କ୍ରିକେଟର ଶହଦାବ ଖାନ୍ ।”
Tag Archives: News
ଭୁବନେଶ୍ୱର ଷ୍ଟେସନକୁ ଆସୁନି ଟ୍ରେନ୍ : ଆସନ୍ତାକାଲି ଯାଏଁ ଲାଗି ରହିବ ସମସ୍ୟା, ଯାତ୍ରୀ ହନ୍ତସନ୍ତ; ବଦଳିଲା ୧୧ ଟ୍ରେନର ଷ୍ଟେସନ
କନକ ବ୍ୟୁରୋ : ଭୁବନେଶ୍ୱର ରେଳ ଷ୍ଟେସନକୁ ଆସୁନାହିଁ କୌଣସି ଟ୍ରେନ । ଗତକାଲି ଅପରାହ୍ନ ସାଢେ ୪ଟାରୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି । ଇଣ୍ଟରଲକିଂ ଓ ସିଗନାଲିଂ ପାଇଁ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର- ମଂଚେଶ୍ୱର ଷ୍ଟେସନ ମଧ୍ୟରେ ତୃତୀୟ ରେଳ ଲାଇନ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଇଣ୍ଟରଲକିଂ ଓ ସିଗନାଲିଂକୁ ପୁନଃବ୍ୟବସ୍ଥିତ କରାଯାଉଛି । ତେଣୁ ଭୁବନେଶ୍ୱର ଷ୍ଟେସନକୁ କୌଣସି ଟ୍ରେନ ଆସିପାରୁ ନାହିଁ । ଫଳରେContinue reading “ଭୁବନେଶ୍ୱର ଷ୍ଟେସନକୁ ଆସୁନି ଟ୍ରେନ୍ : ଆସନ୍ତାକାଲି ଯାଏଁ ଲାଗି ରହିବ ସମସ୍ୟା, ଯାତ୍ରୀ ହନ୍ତସନ୍ତ; ବଦଳିଲା ୧୧ ଟ୍ରେନର ଷ୍ଟେସନ”
ମାନବିକତାର ସବୁ ସୀମା ଡେଇଁଗଲେ ରାଜବାଟୀର ସୁରକ୍ଷାକର୍ମୀ : ଚୋରି ପାଇଁ ଭବାନୀପାଟଣା ରାଜ ନଅରରେ ପଶିଥିବା ବିହାରୀ ଚୋରକୁ ନିସ୍ତୁକ ମାଡ
କନକ ବ୍ୟୁରୋ : ରାଜବାଟୀରୁ ଚୋରି କରିବାକୁ ଆସି ଧରାପଡିଗଲା ବିହାରୀ ଚୋର । ଆଉ ଚୋରକୁ ଧରିବା ପରେ ସୀମା ଟପିଗଲା ସୁରକ୍ଷାକର୍ମୀଙ୍କ ନିର୍ଯାତନା । ରାଜବାଟୀର ସୁରକ୍ଷାକର୍ମୀ ପ୍ରଥମେ ନିସ୍ତୁକ ମାଡ ମାରି ଦରମରା କରିଦେଲେ । ଏହାପରେ ଅତି ଅମାନବୀୟ ଢଙ୍ଗରେ ହାତଗୋଡ ବାନ୍ଧି ଏକ ସାଇକେଲରେ ଥାନାକୁ ନେଇଗଲେ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରାଜା ରାଜୁଡା କିମ୍ବା ଇଂରେଜ ଶାସନ ସମୟ ଭଳି ସୁରକ୍ଷାକର୍ମୀ ଆଇନକୁ ନିଜ ହାତକୁ ନେଇContinue reading “ମାନବିକତାର ସବୁ ସୀମା ଡେଇଁଗଲେ ରାଜବାଟୀର ସୁରକ୍ଷାକର୍ମୀ : ଚୋରି ପାଇଁ ଭବାନୀପାଟଣା ରାଜ ନଅରରେ ପଶିଥିବା ବିହାରୀ ଚୋରକୁ ନିସ୍ତୁକ ମାଡ”
ଅପରାଜିତାଙ୍କୁ ଆକ୍ରମଣର ଫଟୋ ଜାରି କଲା ବିଜେପି : ମହିଳାଙ୍କ ହାତରେ ପଥର, ଅଣ୍ଡା ଓ କଳାପତାକା
କନକ ବ୍ୟୁରୋ : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଆକ୍ରମଣ ବେଳର ଫଟୋ ଜାରି କରିଛି ବିଜେପି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଅପରାଜିତା ଏହାକୁ ପ୍ରାୟୋଜିତ ବିରୋଧ କହିଛନ୍ତି । ନିଜ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ଏହି ସମୟରେ କିଛି ଫଟୋ ଜାରି କରିଛି ବିଜେପି । ଯେଉଁଥିରେ ମହିଳା ମାନେ ଟେକାContinue reading “ଅପରାଜିତାଙ୍କୁ ଆକ୍ରମଣର ଫଟୋ ଜାରି କଲା ବିଜେପି : ମହିଳାଙ୍କ ହାତରେ ପଥର, ଅଣ୍ଡା ଓ କଳାପତାକା”
ପୂରଣ ହୋଇପାରିବନି କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଚ୍ଛା : କଟକ ଖାନନଗରରେ ଇଲେକ୍ଟ୍ରିକ୍ ଚୁଲା ଅଚଳ ଥିବାରୁ କରାଯିବ ପାରମ୍ପରିକ ଦାହ ସଂସ୍କାର
କନକ ବ୍ୟୁରୋ : ପୂରଣ ହୋଇପାରିବନି କବିଙ୍କ ଶେଷ ଇଚ୍ଛା । କଟକ ଖାନନଗର ଇଲେକ୍ଟ୍ରିକ୍ ଚୁଲାରେ ଶେଷ କୃତ୍ୟୁ ହେବ ବୋଲି ଜୟନ୍ତ ମହାପାତ୍ର ଇଚ୍ଛା ରଖିଥିଲେ । ଏବେ କିନ୍ତୁ ଏହା ଅଚଳ ରହିଛି । ତେଣୁ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ପାରମ୍ପରିକ ଭାବେ ଶେଷକୃତ୍ୟ ସମ୍ପନ୍ନ ହେବ । ଚିକିତ୍ସାଧିନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଗତକାଲି ରାତି ୯ଟାରେ ତାଙ୍କର ଦେହାନ୍ତ ହୋଇଛି । କବି ଜୟନ୍ତ ମହାପାତ୍ର ସ୍ନାୟୁContinue reading “ପୂରଣ ହୋଇପାରିବନି କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଚ୍ଛା : କଟକ ଖାନନଗରରେ ଇଲେକ୍ଟ୍ରିକ୍ ଚୁଲା ଅଚଳ ଥିବାରୁ କରାଯିବ ପାରମ୍ପରିକ ଦାହ ସଂସ୍କାର”
ପୁଣି କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା : ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ୨ ଛାତ୍ରଙ୍କ ଆତ୍ମହତ୍ୟା
କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ୨ ଛାତ୍ରଙ୍କ ଆତ୍ମହତ୍ୟା । ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ୨ ଛାତ୍ରଙ୍କ ଆତ୍ମହତ୍ୟା । କୋଟିଂ ସେଣ୍ଟରର ୬ମହଲା କୋଠାରୁ ଡେଇଁ ଜଣଙ୍କ ଆତ୍ମହତ୍ୟା । ସେହିପରି ବେକରେ ରଶି ଦେଇ ଅନ୍ୟ ଜଣେ ଛାତ୍ର ଝୁଲି ପଡିଛନ୍ତି । ୨ଛାତ୍ରଙ୍କ ଘର ମହାରାଷ୍ଟ୍ର ଓ ବିହାରରେ ବୋଲି ଜଣାପଡିଛି । ଜାନୁଆରୀରୁ ଅଗଷ୍ଟ ସୁଦ୍ଧା ୨୨ ଛାତ୍ର ଆତ୍ମହତ୍ୟା କଲେଣି । ପ୍ରଥମେ ଆତ୍ମହତ୍ୟା କରିଥିବା ୧୬Continue reading “ପୁଣି କୋଟାରେ ଛାତ୍ରଙ୍କ ଆତ୍ମହତ୍ୟା : ନିଟ୍ ପାଇଁ ପ୍ରସ୍ତୁତ ହେଉଥିବା ୨ ଛାତ୍ରଙ୍କ ଆତ୍ମହତ୍ୟା”
ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
କନକ ବ୍ୟୁରୋ : ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ । ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ ପଦକ । ଦୀର୍ଘ ୪୦ ବର୍ଷ ପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଏଥିସହ ସମସ୍ତ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ । ତେବେ ନୀରଜଙ୍କ ସଫଳତା ପରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଦାଫେଷ୍ଟରେ ରବିବାର ଅନୁଷ୍ଠିତ ବିଶ୍ୱContinue reading “ଜାଭଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ : ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ”
ରାଜ୍ୟରେ ପୁଣି ବର୍ଷା ସମ୍ଭାବନା : କେଉଁ ଦିନ କେଉଁଠି ହେବ ବର୍ଷିବ ?
କନକ ବ୍ୟୁରୋ : ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ମୌସୁମୀଜନିତ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ଏହାର ପୂର୍ବଭାଗ ଗୋରଖପୁର, ଦରଭଙ୍ଗା, ବାଲୁର୍ଘାଟରୁ ମଣିପୁର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଆସନ୍ତା ୨ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ୩୦ ତାରିଖ ଆଡ଼କୁ ପୁଣି ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛିContinue reading “ରାଜ୍ୟରେ ପୁଣି ବର୍ଷା ସମ୍ଭାବନା : କେଉଁ ଦିନ କେଉଁଠି ହେବ ବର୍ଷିବ ?”
କଂଗ୍ରେସରେ ମିଶିବେ ହକି ଖେଳାଳୀ ପ୍ରବୋଧ ତିର୍କୀ : କହିଲେ ସୁଯୋଗ ମିଳିଲେ ତଳସରା ନିର୍ବାଚନ ମଣ୍ଡଳୀରୁ ଲଢିବେ ନିର୍ବାଚନ
କନକ ବ୍ୟୁରୋ : ଖେଳ ଏବଂ ଚାକିରିରୁ ଅବସର ନେବା ପରେ ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ହକି ଖେଳାଳୀ ପ୍ରବୋଧ ତିର୍କୀ । ଭାରତୀୟ ହକି ଦଳର ପୂର୍ବର କ୍ୟାପଟେନ୍ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି । ଆଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ପକ୍ଷରୁ ତଳସରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ପ୍ରବୋଧ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି । କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳରContinue reading “କଂଗ୍ରେସରେ ମିଶିବେ ହକି ଖେଳାଳୀ ପ୍ରବୋଧ ତିର୍କୀ : କହିଲେ ସୁଯୋଗ ମିଳିଲେ ତଳସରା ନିର୍ବାଚନ ମଣ୍ଡଳୀରୁ ଲଢିବେ ନିର୍ବାଚନ”
ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା : ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ
କନକ ବ୍ୟୁରୋ : ଚୋରା ମଦ କାରବାର କରୁଥିବା ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦୁଇ ପୋଲିସ କର୍ମଚାରୀ ହଟହଟା । ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଛନ୍ତି ମଦ ମାଫିଆ । ଭଦ୍ରକ ସାବରଙ୍ଗ ଥାନା ଅନ୍ତର୍ଗତ ଇଛାପୁର ସ୍ଥିତ ମାମଲି ହୋଟେଲରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ଚାଲିଛି । ସ୍ଥାନୀୟ ବାସିନ୍ଦା ଏନେଇ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଚୋରାରେ ମଦ ବିକ୍ରି ଖବର ପାଇContinue reading “ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ହଟହଟା : ସାଦା ପୋଷାକରେ ଯାଇଥିବା ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ ମାରିଲେ ମଦ ମାଫିଆ”