ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ଜମି ପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ : ୫ ମହାନଗର ନିଗମର ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର ପ୍ରମାଣ ପତ୍ର

କନକ ବ୍ୟୁରୋ : ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ରାଜ୍ୟର ୫ଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିଛି । ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗରନିଗମର ୮୭୫ ବସ୍ତିର ଲୋକଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି । ସହରାଞ୍ଚଳରContinue reading “ଜାଗା ମିଶନ ଜରିଆରେ ଭୂମିହୀନଙ୍କୁ ଜମି ପଟ୍ଟା ଦେଲେ ମୁଖ୍ୟମନ୍ତ୍ରୀ : ୫ ମହାନଗର ନିଗମର ୬୫ ହଜାର ପରିବାରକୁ ମିଳିଲା ଜମି ଅଧିକାର ପ୍ରମାଣ ପତ୍ର”

ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ୫ କିମି ଦଣ୍ଡ ପ୍ରଣାମ କରି ଚାଲିଲେ କାଉଡ଼ିଆ ଭକ୍ତ, ଶିବଲିଙ୍ଗରେ କଲେ ଜଳାଭିଷେକ

କନକ ବ୍ୟୁରୋ : ଧାରଣା, ବିକ୍ଷୋଭ, ଅନଶନ, ଆନ୍ଦୋଳନ ପରେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଆଜି ଦେଖିବାକୁ ମିଳିଛି ଏକ ଅଭିନବ ଦୃଶ୍ୟ।  ଧର୍ମଗଡ଼ ରାଧାକୃଷ୍ଣ ସାଂସ୍କୃତିକ ପରିଷଦର ଯୁବ ସାଧକମାନେ ଧର୍ମଗଡ ଜିଲ୍ଲା ଗଠନ କାମନା କରିଛନ୍ତି । ଶ୍ରାବଣ ଶେଷ ସୋମବାର ଦିନ କଷ୍ଟସାଧ୍ୟ ନାଗବମ୍ ଯୋଗେ ୫କିମି ଦଣ୍ଡବତ ପ୍ରକ୍ରିୟାରେ ଗୁରୁଣ୍ଡି ଗୁରୁଣ୍ଡି ଆସି ସ୍ଥାନୀୟ ଶିବାଳୟରେ ଜଳାଭିଷେକ କରିଛନ୍ତି । ଏହି କଷ୍ଟ ସାଧ୍ୟ ଅଭିନବ ଭକ୍ତି ଓ ଦାବିକୁContinue reading “ଧର୍ମଗଡ଼କୁ ଜିଲ୍ଲା ମାନ୍ୟତା ଦାବି : ୫ କିମି ଦଣ୍ଡ ପ୍ରଣାମ କରି ଚାଲିଲେ କାଉଡ଼ିଆ ଭକ୍ତ, ଶିବଲିଙ୍ଗରେ କଲେ ଜଳାଭିଷେକ”

୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଖୁବଶୀଘ୍ର ଦେଶ ଟପ୍-୩ ଅର୍ଥନୈତିକ ବ୍ୟବସ୍ଥାରେ ସାମିଲ ହେବ ।

କନକ ବ୍ୟୁରୋ : ରୋଜଗାର ମେଳାରେ ୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତିପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ଟପ-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ । ଆଜାଦୀର ଏହି ଅମୃତକାଳରେ ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ଦେଶର ସେବା କରିବା ସହ ନାଗରିକ ମାନଙ୍କ ରକ୍ଷା ମଧ୍ୟ କରିବେ ।Continue reading “୫୧ ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଖୁବଶୀଘ୍ର ଦେଶ ଟପ୍-୩ ଅର୍ଥନୈତିକ ବ୍ୟବସ୍ଥାରେ ସାମିଲ ହେବ ।”

ବୋଲେରୋକୁ ୩୦ ମିଟର ଘୋଷାଡି ନେଲା ଟ୍ରେନ : ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା

କନକ ବ୍ୟୁରୋ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲେରୋ ଧକ୍କା । ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମସିଏଚପି କ୍ୟାଣ୍ଟିନ୍ ପାଖରେ ଏହି ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକରେ ଆସୁଥିଲା । ଏହି ସମୟରେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଅଟକି ଯାଇଥିଲା । ଏହା ପରେ ପ୍ରାୟ ୩୦ ମିଟର ବୋଲେରୋଟିକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍ । ବୋଲେରୋ ଚାଳକଙ୍କ ଅସାବଧାନତା ଯୋଗୁଁ ଏଭଳି ଘଟିଥିବାContinue reading “ବୋଲେରୋକୁ ୩୦ ମିଟର ଘୋଷାଡି ନେଲା ଟ୍ରେନ : ବନ୍ଦର ନିଷିଦ୍ଧାଞ୍ଚଳ ଏମସିଏଚପି କ୍ୟାଣ୍ଟିନ ନିକଟରେ ଦୁର୍ଘଟଣା”

ଭୁବନେଶ୍ୱର ସାଂସଦଙ୍କ ଗସ୍ତ ସମୟରେ ମାରପିଟ୍ । ଅପରାଜିତା କହିଲେ, ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ରାଜଧର୍ମ ପାଳନ କରନ୍ତୁ । ଆକ୍ରମଣ ସମୟର ଫଟୋ ଜାରି କରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହା କହିଛନ୍ତି । ଗତକାଲି ସାଂସଦ ନିଜ ନିର୍ବାଚନମଣ୍ଡଳୀର ବାଲିପାଟଣା ଗସ୍ତ କରିଥିଲେ । ଏହି ସମୟରେ ଅପରାଜିତା ବିରୋଧର ସାମ୍ନା କରିଥିଲେ । ଏହି ଆକ୍ରମଣରୁ ପ୍ରାୟୋଜିତ ବିରୋଧ ବୋଲି ଅପରାଜିତା କହିଛନ୍ତି । ମହିଳା ସଶକ୍ତିକରଣ ନାଁରେ ମିଶନଶକ୍ତି ମହିଳାଙ୍କୁ ଆକ୍ରମଣ ପାଇଁ ବ୍ୟବହାର କରାଯାଉଛି ବୋଲି ଅପରାଜିତା କହିଛନ୍ତିContinue reading “ଭୁବନେଶ୍ୱର ସାଂସଦଙ୍କ ଗସ୍ତ ସମୟରେ ମାରପିଟ୍ । ଅପରାଜିତା କହିଲେ, ରାଜଧର୍ମ ପାଳନ କରନ୍ତୁ ମୁଖ୍ୟମନ୍ତ୍ରୀ ।”

ହଷ୍ଟେଲ ନିର୍ମାଣରେ ବଡ଼ ଧରଣର ଅନିୟମିତତା : ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଗିରଫ

କନକ ବ୍ୟୁରୋ : ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ହଷ୍ଟେଲରେ ବଡ଼ ଧରଣର ଦୁର୍ନୀତି । ନିମ୍ନମାନର କାମ କରି ଠିକଦାର ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ଠିକାରଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ । ରାଉରକେଲାରୁ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ ଅଗ୍ରୱାଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୋନପୁର ଅଞ୍ଚଳରେ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲContinue reading “ହଷ୍ଟେଲ ନିର୍ମାଣରେ ବଡ଼ ଧରଣର ଅନିୟମିତତା : ସ୍ପେଶାଲ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଗିରଫ”

ବାରଦୁଆରେ ଭିକ ମାଗୁଛି ମୁଁ ଦୃଷ୍ଟିବାଧିତ : ପାଖରେ ନାହିଁ ମୋ ଘର , ଘର ଖଣ୍ଡିଏ ଦେବେ କି ସରକାର; ଗୀତରେ ଦୁଃଖ ଜଣାଇଲେ ପ୍ରଫୁଲ୍ଲ ଦାସ

କନକ ବ୍ୟୁରୋ : ଗୀତ ଗାଇ ସରକାରଙ୍କୁ ଦୁଃଖ ଜଣାଇଲେ ଯାଜପୁରର ଜଣେ ଦୃଷ୍ଟିବାଧିତ ବ୍ୟକ୍ତି ପ୍ରଫୁଲ୍ଲ ଦାସ । ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି ହେଲେ ପ୍ରଫୁଲ୍ଲଙ୍କ ପାଖରେ ଏବେ ବି ଅପହଞ୍ଚ ରହିଛି ଏହି ସବୁ ଯୋଜନା । ପୂର୍ବରୁ ଗୀତ ମାଧ୍ୟମରେ ସରକାରଙ୍କୁ ଗୁହାରି କରି ଯାଜପୁର ରଗଡ଼ି ଅଞ୍ଚଳର ପ୍ରଫୁଲ୍ଲ ଦାସ ଘରବାଡ଼ି ପଟ୍ଟା ପାଇଥିଲେ । ଦୀର୍ଘବର୍ଷ ପରେ ମଧ୍ୟ ସରକାରୀ ଯୋଜନାରେ ଘର ଖଣ୍ଡିଏContinue reading “ବାରଦୁଆରେ ଭିକ ମାଗୁଛି ମୁଁ ଦୃଷ୍ଟିବାଧିତ : ପାଖରେ ନାହିଁ ମୋ ଘର , ଘର ଖଣ୍ଡିଏ ଦେବେ କି ସରକାର; ଗୀତରେ ଦୁଃଖ ଜଣାଇଲେ ପ୍ରଫୁଲ୍ଲ ଦାସ”

ଚାକିରି ନେଇଯିବ AI? UNର ବଡ ଖୁଲାସା

କନକ ବ୍ୟୁରୋ : ବ ର୍ତ୍ତମାନ ଏଆଇ ବା ଆର୍ଟିଫିସିୟଲ ଇଂଟେଲିଜେନ୍ସକୁ ନେଇ ଚାରିଆଡେ ଚର୍ଚ୍ଚା । ବଡ ବଡ କମ୍ପାନୀ ଏବେ ନୂଆ ଜେନେରେସନର ଏଆଇକୁ ଗ୍ରହଣ କରିବାରେ ଲାଗିଲେଣି । ତେଣୁ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବାକୁ ଲାଗିଲାଣି । ଏଆଇ ପ୍ରତି ବଢୁଥିବା ଲୋକପ୍ରିୟତା ପାଇଁ ମଣିଷ ବିପରେ ପଡିବନିତ? ମଣିଷର ଚାକିରି ଉପରେ ଏଆଇର ପ୍ରଭାବ ପଡିବନି ତ? ଏହିଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସୁଥିବା ବେଳେ ବଡ ଖୁଲାସାContinue reading “ଚାକିରି ନେଇଯିବ AI? UNର ବଡ ଖୁଲାସା”

ବାଳସୁଧାର ଗୃହରେ ନାବାଳକଙ୍କ ଆତ୍ମହତ୍ୟା : ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ବାଳସୁଧାର ଗୃହରେ ନାବାଳକଙ୍କ ଆତ୍ମହତ୍ୟା । କଳାହାଣ୍ଡି ସଦର ଥାନା ଜିଲ୍ଲା ବାଳସୁଧାର ଗୃହରେ ଘଟିଛି ଏହି ଘଟଣା । ମୃତ ନାବାଳକ ହେଲେ ନବରଙ୍ଗପୁର ଜିଲ୍ଲା କୁକୁଡ଼ା ବାଇ ଗାର । ଦୁଷ୍କର୍ମ ମାମଲାରେ ୧୬ ବର୍ଷର ନାବାଳକ ସୁଧାର ଗୃହରେ ରହୁଥିଲେ । ଗତ ୧୨ ତାରିଖରେ ତାଙ୍କୁ ଏହି ସୁଧାର ଗୃହକୁ ଅଣାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତଦେହକୁ ଜିଲ୍ଲା ମୁଖ୍ୟContinue reading “ବାଳସୁଧାର ଗୃହରେ ନାବାଳକଙ୍କ ଆତ୍ମହତ୍ୟା : ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି”

ଧାର୍ମିକ ଶୋଭାଯାତ୍ରାକୁ ନେଇ ଉତ୍ତେଜନା : ଜଳାଭିଷେକ ଯାତ୍ରାକୁ ପ୍ରଶାସନର ନା, ଜିଦରେ ଅଟଳ ଶ୍ରଦ୍ଧାଳୁ; ୧୪୪ ଧାରା ଜାରି

କନକ ବ୍ୟୁରୋ : ହରିୟାଣାର ନୁହ ଓ ସୋନିପତରେ ଧାର୍ମିକ ଶୋଭାଯାତ୍ରାକୁ ନେଇ ପୁଣି ଉତେଜନା ଖେଳିଯାଇଛି । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ନୁହରେ ଶ୍ରାବଣର ଶେଷ ସୋମବାରରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଜଳାଭିଷେକ ଯାତ୍ରା ଘୋଷଣା ପରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି । ଅନ୍ୟପଟେ ପ୍ରଶାସନ ମନ୍ଦିରରେ ପୂଜାର୍ଚ୍ଚନାକୁ ଅନୁମତି ଦେଇଥିବା ବେଳେ ଧାର୍ମିକ ଶୋଭାଯତ୍ରାକୁ ଅନୁମତି ଦେଇ ନାହିଁ । ହେଲେ ବିଶ୍ୱହିନ୍ଦୁ ପରିଷଦ ଜିଦ ଧରିଥିବାରୁ ଅଘଟଣContinue reading “ଧାର୍ମିକ ଶୋଭାଯାତ୍ରାକୁ ନେଇ ଉତ୍ତେଜନା : ଜଳାଭିଷେକ ଯାତ୍ରାକୁ ପ୍ରଶାସନର ନା, ଜିଦରେ ଅଟଳ ଶ୍ରଦ୍ଧାଳୁ; ୧୪୪ ଧାରା ଜାରି”

Design a site like this with WordPress.com
Get started